ରାମନାଥ କୋବିନ୍ଦ

ଭାରତୀୟ ରାଜନୀତିଜ୍ଞ

ରାମ ନାଥ କୋବିନ୍ଦ[୨][୩] (ଜନ୍ମ ୧ ଅକ୍ଟୋବର ୧୯୪୫) ଭାରତର ୧୪ତମ ରାଷ୍ଟ୍ରପତି ଅଟନ୍ତି ।[୪] ସେ ଜଣେ ଦଳିତ ନେତା[୫][୬][୭] ଏବଂ ଭାରତୀୟ ଜନତା ପାର୍ଟିର ଜଣେ ରାଜନେତା ଅଟନ୍ତି ।[୮][୯] ଉତ୍ତରପ୍ରଦେଶରୁ ଦୁଇ ପାଳି ୧୯୯୪-୨୦୦୦ ଓ ୨୦୦୦-୨୦୦୬ ସମୟ ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେ ଓକିଲାତି ବୃତ୍ତି ଆପଣାଇ ଦିଲ୍ଲୀରେ ଆଇନ ଅଭ୍ୟାସ କରୁଥିଲେ ।[୧୦][୧୧] ୨୦୧୭ ମସିହା ଜୁଲାଇ ୧୭ରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁନ ୧୯, ୨୦୧୭ରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ତାଙ୍କୁ ଭାରତର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । [୧୨]

ମହା ମହିମ

ରାମ ନାଥ କୋବିନ୍ଦ
୧୪ ତମ ଭାରତର ରାଷ୍ଟ୍ରପତି
Incumbent
Assumed office
୨୫ ଲୁଲେଇ ୨୦୧୭[୧]
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦୀ
Vice Presidentମହମ୍ମଦ ହମିଦ ଅନସାରୀ
ଭେଙ୍କୟା ନାଇଡୁ
ପୂର୍ବ ଅଧିକାରୀପ୍ରଣବ ମୁଖାର୍ଜୀ
୨୬ ତମ ବିହାରର ରାଜ୍ୟପାଳ
କାର୍ଯ୍ୟକାଳ
୧୬ ଅଗଷ୍ଟ ୨୦୧୫ – ୨୦ ଜୁନ ୨୦୧୭
ମୁଖ୍ୟମନ୍ତ୍ରୀନିତିଷ କୁମାର
ପୂର୍ବ ଅଧିକାରୀକେସରି ନାଥ ତ୍ରିପାଠି
ପର ଅଧିକାରୀକେସରି ନାଥ ତ୍ରିପାଠି
ସଂସଦର ସଦସ୍ୟ, ରାଜ୍ୟସଭା
କାର୍ଯ୍ୟକାଳ
୦୩ ଏପ୍ରିଲ ୧୯୯୪ – ୦୨ ଏପ୍ରିଲ ୨୦୦୬
ପୂର୍ବ ଅଧିକାରୀସୁବ୍ରମନିୟମ୍ ସ୍ୱାମି
ପର ଅଧିକାରୀଭିନୟ କଥିଆର
ନିର୍ବାଚନ ମଣ୍ଡଳୀଉତ୍ତରପ୍ରଦେଶ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1945-10-01) ୧ ଅକ୍ଟୋବର ୧୯୪୫ (ବୟସ ୭୮)[୧]
ପାରାଉଙ୍ଖ, United Provinces, British India
(present-day Uttar Pradesh, India)
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ
ଜୀବନ ସାଥୀସବିତା କୋବିନ୍ଦ - ୧୯୭୪
ସନ୍ତାନ
ଘରରାଷ୍ଟ୍ରପତି ଭବନ, ନୂଆଦିଲ୍ଲୀ
ଶିକ୍ଷାନୁଷ୍ଠାନ କାନପୁର ବିଶ୍ୱବିଦ୍ୟାଳୟ (B.Com, LL.B.)

ପୂର୍ବରୁ (୧୯୯୮-୨୦୦୨) ସେ ବିଜେପି ଦଳିତ ମୋର୍ଚ୍ଚାର ଅଧ୍ୟକ୍ଷ, ଅଖିଳ ଭାରତୀୟ କୋଲି ସମାଜର ଅଧ୍ୟକ୍ଷ ରହିଥିଲେ । [୧୩] ସେ ମଧ୍ୟ ବିଜେପି ଦଳୀୟ ପ୍ରବକ୍ତା ଥିଲେ । ୮ ଅଗଷ୍ଟ ୨୦୧୫ରେ ରାଷ୍ଟ୍ରପତିଙ୍କଦ୍ୱାରା ବିହାରର ରାଜ୍ୟପାଳ ଭାବେ ଅବସ୍ଥାପିତ ହୋଇଥିଲେ ।[୧୪] ହରିଦ୍ୱାର ଗଙ୍ଗା ତଟରେ କୁଷ୍ଠ ରୋଗୀଙ୍କ ସେବା ପାଇଁ ଉତ୍ସର୍ଗ ସଂସ୍ଥା ଦିବ୍ୟ ପ୍ରେମ ସେବା ମିଶନର ଆଜୀବନ ସଂରକ୍ଷକ ଅଟନ୍ତି ।

ରାମନାଥ କୋବିନ୍ଦ କାନପୁର ମହାବିଦ୍ୟାଳୟରୁ ସ୍ନାତକ ଶେଷକରି ସାଧାରଣ ପ୍ରଶାସନିକ ସେବା ପ୍ରସ୍ତୁତି ପାଇଁ ଦିଲ୍ଲୀ ଚାଲିଯାଇଥିଲେ । ଉତ୍ତୀର୍ଣ୍ଣ ହେବାପାଇଁ ଦୁଇଥର ଚେଷ୍ଟାକରି ଅସଫଳ ହେବାପରେ ତୃତୀୟ ଥର ସଫଳ ହୋଇଥିଲେ । କିନ୍ତୁ ପ୍ରଶାସନିକ ସେବାରେ ଯୋଗ ନଦେଇ ଆଇନ ଅଭ୍ୟାସ ପାଇଁ ମନବଳାଇଲେ ।[୧୫]

ସେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ କେନ୍ଦ୍ରସରକାରଙ୍କଦ୍ୱାରା ନିଯୁକ୍ତ ଓକିଲ (୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ) ଓ କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ ପରାମର୍ଶ ଓକିଲ (୧୯୮୦ରୁ ୧୯୯୩ ପର୍ଯ୍ୟନ୍ତ) ରହିଥିଲେ । ୧୯୭୮ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟର ଆଡ଼ବୋକେଟ-ଅନ-ରେକର୍ଡ଼ ହୋଇଥିଲେ । ୧୯୯୩ ମସିହା ସୁଦ୍ଧା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟରେ ୧୬ ବର୍ଷର ଅଭିଜ୍ଞତା ପାଇଥିଲେ । ଦିଲ୍ଲୀ ବାର କାଉନସିଲ ଅଧୀନରେ ୧୯୭୧ ମସିହାରେ ପଞ୍ଜିକୃତ ହୋଇଥିଲେ ।

ଆହୁରି ଦେଖନ୍ତୁ

ଆଦ୍ୟ ଜୀବନ

ସେ ଅକ୍ଟୋବର ୧, ୧୯୪୫ରେ ଉତ୍ତର ପ୍ରଦେଶର କାନପୁର ଦେହାତ ଜିଲ୍ଲାର [୩] ଏକ କୃଷକ ପାରିବାରରେ ଜନ୍ମଗ୍ରହଣ କରିଥିଲେ ।[୧୬]

କାନପୁର ନଗର ବିଏନଏସଡିରେ ଇଣ୍ଟରମିଡ଼ିଏଟ, ଡିଏବି କଲେଜରୁ ବାଣିଜ୍ୟରେ ସ୍ନାତକ ଏବଂ ଡିଏବି ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ କରିଥିଲେ ।[୧୭]

ଆଧାର