ଲବଙ୍ଗ

ଲବଙ୍ଗ ଗଛର ଶୁଖିଲା କଢ଼କୁ ସାଧାରଣତଃ ଲବଙ୍ଗ କୁହାଯାଏ । ଲବଙ୍ଗ ମୂଳତଃ ଇଣ୍ଡୋନେସିଆରୁ ଆସିଛି । ଲବଙ୍ଗ ଗୋଟିଏ ଚିରହରିତ୍‌ ଗଛ ଅଟେ ଓ ୮-୧୨ ମି. ପର୍ଯ୍ୟନ୍ତ ବଢ଼ିଥାଏ । ଖିଆଯାଉଥିବା ଅଂଶଟି ହେଉଛି ଶୁଖିଲା କଢ଼ । ଇଣ୍ଡୋନେସିଆ, ଜାଞ୍ଜିବର, ମାଡାଗାସ୍କାର୍‌, ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କାରେ ଲବଙ୍ଗ ଚାଷ କରାଯାଏ ।

ଲବଙ୍ଗ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ:Plantae
ବିଭାଗ:Magnoliophyta
ବର୍ଗ:Magnoliopsida
ଗଣ:Myrtales
କୁଳ:Myrtaceae
ପ୍ରଜାତି:Syzygium
ଜାତି:S. aromaticum
ବାଇନୋମିଆଲ ନାମ
Syzygium aromaticum
(L.) Merrill & Perry

ରାନ୍ଧିବାରେ ବ୍ୟବହାର

ଗୋଟିଏ ଶୁଖିଲା ଲବଙ୍ଗ କଢ଼

ଗୋଟା କିମ୍ବା ଗୁଣ୍ଡ ଲବଙ୍ଗ ରାନ୍ଧିବାରେ ବ୍ୟବହାର କରାଯାଏ । ମାଂସର ସୁଗନ୍ଧ ବଢ଼ାଇବାରେ ମଧ୍ୟ ଲବଙ୍ଗ ସାହାଯ୍ୟ କରେ । ଭାରତରେ ଲବଙ୍ଗ ଗୋଟିଏ ପ୍ରମୁଖ ମସଲା ଅଟେ ।

ଇତିହାସ

ପର୍ତ୍ତୁଗାଲରେ ଲବଙ୍ଗ ବ୍ୟବସାୟ କରାଯାଉଥିଲା । ଅତୀତରେ ଲବଙ୍ଗ ଅତି ଦୁର୍ମୂଲ୍ୟ ଥିଲା, ଅର୍ଥାତ ୧ କି.ଗ୍ରା. ଲବଙ୍ଗ ୭ ଗ୍ରା. ସୁନା ସହିତ ସମାନ ଥିଲା ।

ଆଧାର

ଅଧିକ ତଥ୍ୟ