ସୁଇଜରଲ୍ୟାଣ୍ଡ

ଇଉରୋପର ଏକ ସଂଘୀୟ ଗଣତାନ୍ତ୍ରିକ ଦେଶ

ସୁଇଜରଲ୍ୟାଣ୍ଡ / ସ୍ୱିଜରଲ୍ୟାଣ୍ଡ ବା  ସ୍ୱିସ୍ ସଂଘରାଜ୍ୟ ଇଉରୋପର ଏକ ସଂଘୀୟ ଗଣତାନ୍ତ୍ରିକ ଦେଶ । ସ୍ୱିଜରଲ୍ୟାଣ୍ଡ ଦେଶ ୨୬ଟି ସଂଘରାଜ୍ୟ ବା କ୍ୟାଣ୍ଟନରେ ବିଭକ୍ତ ଓ ବର୍ନ୍ (ଈଂରାଜୀରେ Bern) ଏହି ଦେଶର ରାଜଧାନୀ । ପଶ୍ଚିମ ଇଉରୋପର କେନ୍ଦ୍ରରେ ସ୍ୱିଜରଲ୍ୟାଣ୍ଡ ଅବସ୍ଥିତ । ସ୍ୱିଜରଲ୍ୟାଣ୍ଡକୁ ଦକ୍ଷିଣ ପଟେ ଇଟାଲି, ପଶ୍ଚିମ ପଟେ ଫ୍ରାଂସ୍, ଉତ୍ତର ପଟେ ଜର୍ମାନୀ ଓ ପୂର୍ବପଟେ ଅଷ୍ଟ୍ରିଆ ଏବଂ ଲିଖଟେନଷ୍ଟାଇନ୍ ଘେରି ରହିଛନ୍ତି । ଚାରିପଟୁ ସ୍ଥଳଭାଗଦ୍ୱାରା ପରିବେଷ୍ଟ ଏହି ଦେଶର କ୍ଷେତ୍ରଫଳ ପ୍ରାୟ ୪୧୨୮୫ ବର୍ଗ କିଲୋମିଟର୍ (୧୫୯୪୦ ବର୍ଗ ମାଇଲ୍) ।  ଭୌଗୋଳିକ ଦୃଷ୍ଟିକୋଣରୁ ଏହାର ଭୂଭାଗ ଆଲ୍‌ପସ୍ ପର୍ବତଶ୍ରେଣୀ, ସ୍ୱିସ୍ ଉଚ୍ଚ-ସମଭୂମି ଓ ଜୁରା ପର୍ବତାଞ୍ଚଳଦ୍ୱାରା ଶୋଭିତ । ଆଲ୍‌ପସ୍ ପର୍ବତଶ୍ରେଣୀ ଏହି ଦେଶର ଅଧିକାଂଶ ଭାଗ ଅଧିକାର କରିଥିବା ବେଳେ ଏହାର ଉଚ୍ଚ ସମତଳ ଭୂମିରେ ପ୍ରାୟ ୮୦ ଲକ୍ଷ ସ୍ୱିସ୍ (ଈଂରାଜୀରେ Swiss) ନାଗରିକ ବସବାସ କରିଥାନ୍ତି । ଏହି ଉଚ୍ଚ ସମତଳ ଭୂମିରେ ଅନେକ ପ୍ରମୁଖ ନଗର ଗଢ଼ି ଉଠିଛି । ବିଶ୍ୱ ଅର୍ଥନୀତିର ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ଜୁରିକ୍ ଓ ଜେନିଭା ତନ୍ମଧ୍ୟରୁ ଅନ୍ୟତମ ।  

ସ୍ୱିସ୍ ସଂଘରାଜ୍ୟ / ସ୍ୱିଜରଲ୍ୟାଣ୍ଡ / ସୁଇଜରଲ୍ୟାଣ୍ଡ

Flag of
Coat of arms of
FlagCoat of arms
ରାଷ୍ଟ୍ରାଦର୍ଶ: Unus pro omnibus, omnes pro uno
ସଭିଙ୍କ ପାଇଁ ଏକ (ରାଷ୍ଟ୍ର), ସଭିଏଁ ଏକ (ରାଷ୍ଟ୍ର) ପାଇଁ
ଜାତୀୟ ସଙ୍ଗୀତ: "ସ୍ୱିସ୍ ସାଲ୍ମ୍ (Swiss Psalm)"
ଇଉରୋପ ମାନଚିତ୍ରରେ ସବୁଜ ରଂଗରେ ଚିହ୍ନିତ ସ୍ୱିଜରଲ୍ୟାଣ୍ଡ
ଇଉରୋପ ମାନଚିତ୍ରରେ ସବୁଜ ରଂଗରେ ଚିହ୍ନିତ ସ୍ୱିଜରଲ୍ୟାଣ୍ଡ
ରାଜଧାନୀବର୍ନ୍ [୧]
Coordinates: Unable to parse latitude as a number:୪୬
{{#coordinates:}}: invalid latitude
ବୃହତ୍ତମ ସହରଜୁରିକ୍
ସରକାରୀ ଭାଷାଜର୍ମାନ୍
ଫରାସୀ
ଇଟାଲୀୟ
ରୋମାଂଶ
ଜାତୀୟତାEnglish: ସ୍ୱିସ୍,
German: ଶ୍ୱାଇଜର୍,
French: ସ୍ୱିସ୍ ବା ସ୍ୱିସ୍ସେ,
Governmentସଂଘୀୟ ଆଂଶିକ-ପ୍ରତ୍ୟକ୍ଷ ଲୋକତନ୍ତ୍ର, ଏକାଧିକ ରାଜନୈତିକ ଦଳବିଶିଷ୍ଟ ସଂସଦଦ୍ୱାରା ସଞ୍ଚାଳିତ ଲୋକତନ୍ତ୍ର
ବିଧାନ ମଣ୍ଡଳସଂଘୀୟ ବିଧାନ ସଭା
• ଉଚ୍ଚ ସଦନ
ରାଜ୍ୟ ପରିଷଦ
• ନିମ୍ନ ସଦନ
ଜାତୀୟ ପରିଷଦ
ଇତିହାସ
• ପ୍ରତିଷ୍ଠା ଦିବସ
ଆନୁମାନିକ ୧୩୦୦ (ପାରମ୍ପରିକ ଦୃଷ୍ଟିରୁ ୧ ଅଗଷ୍ଟ ୧୨୯୧)
• ୱେଷ୍ଟଫାଲିଆ ଶାନ୍ତିଚୁକ୍ତି
୨୪ ଅକ୍ଟୋବର ୧୬୪୮
• ପୁନରୁଦ୍ଧାର
୭ ଅଗଷ୍ଟ ୧୮୧୫
• ସଂଘରାଜ୍ୟ ଗଠନ
୧୨ ସେପଟେମ୍ବର୍ ୧୮୪୮
କ୍ଷେତ୍ରଫଳ
• ମୋଟ
[convert: invalid number] (୧୩୨ତମ)
• ଜଳଭାଗ (%)
୪.୨
ଲୋକସଂଖ୍ୟା
• ୨୦୧୫ census
୮୩୨୭୧୨୬ [୨]
• ଘନତା
[convert: invalid number] (୬୩ତମ)
ମୋଟ ଘରୋଇ ଉତ୍ପାଦ  (ସମତୁଲ୍ୟ କ୍ରୟଶକ୍ତି)୨୦୧୬ estimate
• ମୋଟ
$ ୫୧୪ ନିୟୁତ [୩] (୩୯ତମ)
• ମୁଣ୍ଡପିଛା
$୬୧୦୧୪ (ନବମ)
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ)୨୦୧୬ estimate
• ମୋଟ
$ ୬୫୯ ନିୟୁତ (୧୯ତମ)
• ମୁଣ୍ଡପିଛା
$ ୭୮୨୪୫ (ଦ୍ୱିତୀୟ)
ଜିନି ଗୁଣାଙ୍କ  (୨୦୧୫)positive decrease ୨୯.୫[୪]
Error: Invalid Gini value · ୧୯ତମ
ମାନବ ବିକାଶ ସୂଚନାଙ୍କ (୨୦୧୫)Increase ୦.୯୩୯[୫]
Error: Invalid HDI value · ଦ୍ୱିତୀୟ
ମୁଦ୍ରାସ୍ୱିସ୍ ଫ୍ରାଂକ୍ (CHF)
ସମୟ ମଣ୍ଡଳUTC+୧ (କେନ୍ଦ୍ରୀୟ ଇଉରୋପୀୟ ସମୟ (CET))
• Summer (DST)
UTC+୨ (କେନ୍ଦ୍ରୀୟ ଇଉରୋପୀୟ ଗ୍ରୀଷ୍ମ ସମୟ (CEST))
ତାରିଖ ସଜାଣିଦିଦି.ମାମା.ବବବବ
ରାସ୍ତା ଚାଲିବା ପାଖଡାହାଣ ପଟେ
ଟେଲିଫୋନ କୋଡ଼+୪୧
ISO 3166 codeCH
Internet TLD.ch

ମଧ୍ୟଯୁଗରେ ବୁର୍ଗୁଣ୍ଡି ଓ ଅଷ୍ଟ୍ରିଆ ବିରୁଦ୍ଧରେ ହୋଇଥିବା ଅନେକ ସଫଳ ସାମରିକ ଅଭିଯାନ ପରେ ପ୍ରାଚୀନ ସ୍ୱିସ୍ ସଂଘୀୟ ବ୍ୟବସ୍ଥା ମୁଣ୍ଡ ଟେକି ଉଠିଥିଲା । ୧୬୪୮ ମସିହାର “ୱେଷ୍ଟଫାଲିଆ ଶାନ୍ତିଚୁକ୍ତି” ପରେ ରୋମାନ୍ ସାମ୍ରାଜ୍ୟ କବଳରୁ ସ୍ୱିଜରଲ୍ୟାଣ୍ଡ ସ୍ୱାଧୀନତା ଲାଭ କରିଥିଲା । ନିଜର ସାମରିକ ନିରପେକ୍ଷତା ପାଇଁ ଏହି ଦେଶ ପ୍ରସିଦ୍ଧ ଓ ୧୮୧୫ ମସିହା ପରଠାରୁ ସ୍ୱିଜରଲ୍ୟାଣ୍ଡ କୌଣସି ଯୁଦ୍ଧରେ ଅଂଶ ଗ୍ରହଣ କରିନାହିଁ ବା କାହାରି ପକ୍ଷରେ ଠିଆ ହୋଇନାହିଁ । ୨୦୦୨ ମସିହା ପର୍ଯ୍ୟନ୍ତ ସ୍ୱିଜରଲ୍ୟାଣ୍ଡ ମିଳିତ ଜାତିସଂଘର ସଦସ୍ୟତା ମଧ୍ୟ ଗ୍ରହଣ କରିନଥିଲା । କିନ୍ତୁ ବୈଦେଶିକ ନୀତି ଓ ସମ୍ପର୍କ କ୍ଷେତ୍ରରେ ସ୍ୱିଜରଲ୍ୟାଣ୍ଡ ସକ୍ରିୟ ଅଂଶ ଗ୍ରହଣ କରେ ଓ ଅଧିକାଂଶ ସମୟରେ ବିଶ୍ୱରେ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ସହାୟତା କରିଥାଏ ।  ରେଡକ୍ରସ ସଂସ୍ଥାର ଜନ୍ମସ୍ଥଳୀ ସ୍ୱିଜରଲ୍ୟାଣ୍ଡରେ ବିଶ୍ୱର ଅନେକ ପ୍ରମୁଖ ଅନ୍ତର୍ଯାତିକ ସଂସ୍ଥାଙ୍କ କାର୍ଯ୍ୟାଳୟ ରହିଛି । ମିଳିତ ଜାତିସଂଘର ଦ୍ୱିତୀୟ ବୃହତ୍ କାର୍ଯ୍ୟାଳୟ ସ୍ୱିଜରଲ୍ୟାଣ୍ଡରେ ରହିଛି । ଇଉରୋପୀୟ ସଂଘର (ଈଂରାଜୀରେ European Union) ସଦସ୍ୟ ନ ହୋଇଥିବା ସତ୍ତ୍ୱେ ଇଉରୋପୀୟ ମୁକ୍ତ ବାଣିଜ୍ୟ ସଂସ୍ଥାର ପ୍ରତିଷ୍ଠା ଓ ବିକାଶରେ ସ୍ୱିଜରଲ୍ୟାଣ୍ଡ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । କିନ୍ତୁ ଅନେକ ଦେଶଙ୍କ ସହିତ ରହିଥିବା ଦ୍ୱିପାକ୍ଷିକ ଚୁକ୍ତି ଯୋଗୁଁ ସ୍ୱିଜରଲ୍ୟାଣ୍ଡ ଶେଙ୍ଗେନ୍ କ୍ଷେତ୍ର (ଶେଙ୍ଗେନ୍ କ୍ଷେତ୍ରର ସବୁ ଦେଶଙ୍କ ପାଇଁ ପ୍ରବେଶ ଅନୁମତି ପତ୍ର ଏବଂ ଦେଶମାନଙ୍କ ମଧ୍ୟରେ ଅବାଧ ଗନନାଗମନ) ଓ ଇଉରୋପୀୟ ଏକାଂଗ ବଜାର ପରି ସର୍ବ ଇଉରୋପୀୟ ନୀତିଗତ ଯୋଜନାରେ ଅଂଶ ଗ୍ରହଣ କରିଛି । 

ଇଉରୋପରେ ଜର୍ମାନିକ୍ ଓ ରୋମାଂଶ ସମୟର ଛାପ ସ୍ୱିଜରଲ୍ୟାଣ୍ଡରେ ଦେଖିବାକୁ ମିଳେ । ସ୍ୱିଜରଲ୍ୟାଣ୍ଡରେ ବୋଲାଯାଉଥିବା ଚାରୋଟି ଭାଷା ଯୋଗୁଁ ଏହାକୁ ଚାରୋଟି ସାଂସ୍କୃତିକ ଭାଗରେ (ଜର୍ମାନ୍, ଫରାସୀ, ଇଟାଲୀୟ ଓ ରୋମାଂଶ) ବିଭକ୍ତ କରାଯାଇଛି । ସ୍ୱିସ୍ ଜନସଂଖ୍ୟାର ସର୍ବାଧିକ ପ୍ରତିଶତ ଜର୍ମାନ୍ ଭାଷାଭାଷୀ ହୋଇଥିଲେ ହେଁ ସ୍ୱିଜରଲ୍ୟାଣ୍ଡର ଐତିହାସିକ ପୃଷ୍ଠଭୂମି, ସଂଘୀୟ ବ୍ୟବସ୍ଥାରେ ସହଯୋଗ, ପ୍ରତ୍ୟକ୍ଷ ଲୋକତନ୍ତ୍ର ଓ ଆଲ୍ପୀୟ ସଙ୍କେତର ବ୍ୟବହାର ଦେଶବାସୀଙ୍କୁ ସ୍ୱିସ୍ ଜାତୀୟତା ଭାବରେ ବାନ୍ଧି ରଖିଛି । ଭାଷାଗତ ବିଭିନ୍ନତା ଯୋଗୁଁ ସ୍ୱିଜରଲ୍ୟାଣ୍ଡର ଅନେକ ନାମ ରହିଛି – ଯଥା : ଜର୍ମାନରେ ଶ୍ୱାଇଜ୍ (Schweiz), ଫରାସୀରେ ସ୍ୱିସ୍ (Suisse), ଇଟାଲୀୟରେ ସ୍ୱିଜ୍ଜେରା (Svizzera) ଓ ରୋମାଂଶରେ ସ୍ୱିଜ୍ରା (Svizra) । ସ୍ୱିଜରଲ୍ୟାଣ୍ଡରେ ପ୍ରଚଳିତ ମୁଦ୍ରା ଓ ଡାକ ମୋହରରେ କିନ୍ତୁ ଏହି ଚାରି ଭାଷା ପରିବର୍ତ୍ତେ ଲାଟିନ୍ (ହେଲଭେଟିଆ) ଭାଷା ବ୍ୟବହୃତ ହୁଏ । 

ବିଶ୍ୱର ସର୍ବାଧିକ ବିକଶିତ ଦେଶମାନଙ୍କ ମଧ୍ୟରୁ ସ୍ୱିଜରଲ୍ୟାଣ୍ଡ ଅନ୍ୟତମ । ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (IMF) ଅନୁସାରେ ପ୍ରତି ପ୍ରାପ୍ତ ବୟସ୍କ ବ୍ୟକ୍ତି ପିଛା ଆର୍ଥିକ ସମ୍ପଦ ଦୃଷ୍ଟିରୁ ସ୍ୱିଜରଲ୍ୟାଣ୍ଡ ବିଶ୍ୱରେ ପ୍ରଥମ ଓ ମୁଣ୍ଡପିଛା ସକଳ ଘରୋଇ ଉତ୍ପାଦନରେ ବିଶ୍ୱରେ ଅଷ୍ଟମ ସ୍ଥାନ ଗ୍ରହଣ କରିଛି । ଅନେକ ରାଷ୍ଟ୍ରୀୟ ପ୍ରଦର୍ଶନର ମାନକ ଯଥା – ସରକାରୀ ପାରଦର୍ଶିତା, ନାଗରିକ ସ୍ୱାତନ୍ତ୍ର୍ୟ, ଜୀବନର ଗୁଣବତ୍ତା, ଅର୍ଥନୈତିକ ପ୍ରତିଯୋଗିତା ମନୋଭାବ ଓ ମାନବ ସମ୍ବଳର ବିକାଶରେ ସ୍ୱିଜରଲ୍ୟାଣ୍ଡ ସର୍ବୋତ୍ତମ ବା ତାହା ପାଖାପାଖି ସ୍ଥାନ ଗ୍ରହଣ କରିଛି । ଜୀବନର ଗୁଣବତ୍ତା ମାପରେ ଜୁରିକ୍ ଓ ଜେନିଭା ବିଶ୍ୱର ଅଗ୍ରଗଣ୍ୟ ନଗର ଭାବେ ଗଣା । ମର୍ସର୍ ଅନୁସାରେ ଜୁରିକ୍ ଜୀବନର ଗୁଣବତ୍ତା ମାପରେ ବିଶ୍ୱରେ ଦ୍ୱିତୀୟ । 


ନାମକରଣର ଇତିହାସ

ଈଂରାଜୀ ନାମ ସ୍ୱିଜରଲ୍ୟାଣ୍ଡ ଏକ ଯୁଗ୍ମ ଶବ୍ଦ । “ସ୍ୱିସ୍” ଶବ୍ଦର ପ୍ରାଚୀନ ଓ ବର୍ତ୍ତମାନ ଅବ୍ୟବହୃତ ରୂପ ହେଉଛି “ସ୍ୱିଜର୍”, ଯାହା ୧୬ଶରୁ ୧୯ଶ ଶତାବ୍ଦୀ ପର୍ଯ୍ୟନ୍ତ ବ୍ୟବହାର ହେଉଥିଲା । ଈଂରାଜୀ ବିଶେଷଣ ଶବ୍ଦ “ସ୍ୱିସ୍ (Swiss)” ଫରାସୀ ଶବ୍ଦ “ସ୍ୱିସ୍ (Suisse)”ରୁ ଉଦ୍ଧୃତ ଓ ଷୋଡ଼ଶ ଶତାବ୍ଦୀରୁ ବ୍ୟବହୃତ ହେଉଛି । ଶ୍ୱାଇଜ୍ ନାମକ ଅଞ୍ଚଳର ଅଧିବାସୀ “ଆଲେମାନ୍ନିକ୍ ଶ୍ୱିଜର୍”ରୁ ସ୍ୱିଜର୍ ଶବ୍ଦର ଉତ୍ପତ୍ତି । ଶ୍ୱାଇଜ୍ ଅଞ୍ଚଳ ୱାଲ୍ଡଷ୍ଟେଟେନ୍ କ୍ୟାଣ୍ଟନମାନଙ୍କ ମଧ୍ୟରୁ ଅନ୍ୟତମ ଓ ପୁରାତନ ସ୍ୱିସ୍ ରାଜ୍ୟସଂଘ ଗଠନରେ ଏହାର ନାଭିକେନ୍ଦ୍ର ପାଲଟିଥିଲା । ୧୪୯୯ ମସିହାର ସ୍ୱାବିୟାନ୍ ଯୁଦ୍ଧ ପରେ ଏଠାକାର ଜନସମୂହ ନିଜକୁ “ସ୍ୱିସ୍” ଭାବେ ପରିଚୟ ଦେଲେ ଓ “କନଫେଡ଼େରେସନ୍” ଶବ୍ଦ ସହିତ ଯୋଡ଼ି ଏହି ଶବ୍ଦର ବ୍ୟବହାର ହେବା ଆରମ୍ଭ ହେଲା । ସ୍ୱିଜରଲ୍ୟାଣ୍ଡର ଡାଟା କୋଡ୍ ହେଉଛି CH, ଯାହା ଲାଟିନ୍ ଶବ୍ଦ “କନଫୋଡେରାଟିଓ ହେଲଭେଟିକା (Confoederatio Helvetica)”ର ସୂଚକ ।  

ଶ୍ୱାଇଜ୍ ଶବ୍ଦର ଇତିହାସ ଅବଲୋକନ କଲେ ଜାଣିବାକୁ ମିଳେ ଯେ ଏହାର ଉତ୍ସ ହେଲା ପୁରାତନ ଜର୍ମାନ୍ ଶବ୍ଦ “ସ୍ୱେଡାନ୍” ଯାହାର ଅର୍ଥ ଜଳିବା । କୌଣସି ଏକ ଅଞ୍ଚଳକୁ ପୋଡ଼ାଯାଇ ସେଠାରେ ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଏହାର ବ୍ୟବହାରିକ ତାତ୍ପର୍ଯ୍ୟ । ୧୪୯୯ରେ ସ୍ୱାବିୟାନ୍ ଯୁଦ୍ଧ ପରଠାରୁ ପ୍ରଥମେ ଏହି ଅଞ୍ଚଳ ବା କ୍ୟାଣ୍ଟନ୍ ଓ ପରେ ସମଗ୍ର ରାଜ୍ୟସଂଘ ଶ୍ୱାଇଜ୍ ନାମରେ ପରିଚିତ ହେଲା ।  ସ୍ୱିସ୍-ଜର୍ମାନ୍ ଭାଷାରେ ସ୍ୱିଜରଲ୍ୟାଣ୍ଡକୁ “ଶ୍ୱିଜ୍ (Schwiiz) ବୋଲି କୁହାଯାଏ ।  

୧୮୪୮ ମସିହାରେ ରାଜ୍ୟସଂଘର ପ୍ରତିଷ୍ଠା ପରେ “କନଫୋଡେରାଟିଓ ହେଲଭେଟିକା” ଶବ୍ଦର ବ୍ୟବହାର ଆରମ୍ଭ ହେଲା । ପରବର୍ତ୍ତୀ ସମୟରେ (୧୮୭୯ ମସିହା ବେଳକୁ) ନେପୋଲିଓନିକ୍ ହେଲଭେଟିକ୍ ରିପବ୍ଲିକ୍ ନାମରେ ଏହା ବିଦିତ ହେଲା । ୧୮୭୯ରୁ ମୁଦ୍ରାରେ, ୧୯୦୨ ମସିହାରୁ ରାଜ୍ୟସଂଘର ପ୍ରାସାଦରେ ଓ ୧୯୪୮ ପରଠାରୁ ଦେଶର ସରକାରୀ ମୋହରରେ ଏହି ଚିହ୍ନ ଦେଖିବାକୁ ମିଳୁଛି । ଏହି ଦେଶର ମୁଦ୍ରାକୁ ସ୍ୱିସ୍ ଫ୍ରାଂକ୍ ବୋଲି କୁହାଯାଏ । ଅନ୍ତରାଷ୍ଟ୍ରୀୟ ମାନକ ସଂଗଠନ (ISO)ଦ୍ୱାରା ସ୍ୱିସ୍ ଫ୍ରାଂକର ନିର୍ଦ୍ଧାରିତ ବ୍ୟାଙ୍କ୍ କୋଡ୍ ହେଲା "CHF" । ଏହା ମଧ୍ୟ ଲାଟିନ୍ ନାମରୁ ଗୃହୀତ ହୋଇଛି । ସ୍ୱିସ୍ ଉଚ୍ଚସମଭୂମିରେ ରୋମାନ୍ ଯୁଗରେ ବସବାସ କରୁଥିବା ହେଲଭେଟି ନାମକ ଏକ ଜାତିରୁ ହେଲଭେଟିକା (Helvetica) ଶବ୍ଦର ଉତ୍ପତ୍ତି । 

ମାତୃଭୂମିକୁ ମାତା ବୋଲି କହି ସଂସ୍କୃତି ଓ ସାହିତ୍ୟରେ ଦେଶକୁ ଜଣେ ଦେବୀଙ୍କ ରୂପରେ ପରିଚୟ ଦିଆଯାଏ । ସେହିପରି ୧୭ଶ ଶତାବ୍ଦୀରୁ ସ୍ୱିସ୍ ରାଜ୍ୟସଂଘର ଚିହ୍ନ ସାଜିଥିବା ଦେବୀ/ମହିଳା ହେଲା – ହେଲଭେଟିକା । ୧୬୭୨ ମସିହାରେ ଜୋହାନ୍ କ୍ୟାସ୍ପର୍ ୱାଇଜେନବାଖଙ୍କ ଏକ ନାଟକରେ ହେଲଭେଟିକା ଚରିତ୍ରକୁ ପ୍ରଥମେ ଦେଖାଯାଇଥିଲା । 

ଇତିହାସ

ପ୍ରାକ୍-ଇତିହାସ

ପୁରାତନ ସ୍ୱିସ୍ ରାଜ୍ୟସଂଘ

ନେପୋଲିଅନ୍ ଯୁଗ

ଗଣତାନ୍ତ୍ରିକ ଦେଶ

ଆଧୁନିକ ଇତିହାସ

ଭୂଗୋଳ

ଜଳବାୟୁ

ପରିବେଶ

ରାଜନୀତି

ପ୍ରତ୍ୟକ୍ଷ ଲୋକତନ୍ତ୍ର

ପ୍ରଶାସନିକ ବିଭାଜନ

ବୈଦେଶିକ ନୀତି ଓ ଅନ୍ତର୍ଜାତୀୟ ସମ୍ପର୍କ

ସାମରିକ ବାହିନୀ

ଅର୍ଥନୀତି ଓ ଶ୍ରମ ଆଇନ

ଶିକ୍ଷା ଓ ବିଜ୍ଞାନ

ସ୍ୱିଜରଲ୍ୟାଣ୍ଡ ଓ ଇଉରୋପୀୟ ସଂଘ

ଶକ୍ତି

ଜନସଂଖ୍ୟା ସମ୍ବନ୍ଧୀୟ ତଥ୍ୟ

ଭାଷା

ସ୍ୱାସ୍ଥ୍ୟ

ସହରୀକରଣ

ପ୍ରମୁଖ ସହର/ନଗର

ଧର୍ମ

ସଂସ୍କୃତି

ସାହିତ୍ୟ

ଗଣମାଧ୍ୟମ

କ୍ରୀଡ଼ା

ଖାଦ୍ୟପେୟ

ଆଧାର