ହନୁମାନ ଚାଳିଶା

ହନୁମାନ ଚାଳିଶା ହେଉଛି ହିନ୍ଦୁ ଭଗବାନ ହନୁମାନଙ୍କୁ ଉତ୍ସର୍ଗୀକୃତ କରି ଲେଖାଯାଇଥିବା ଏକ ସ୍ତୁତି । ଏଥିରେ ୪୦ଟି ଚଉପାଇ ଅଛି । କବିତାରେ ଚାରି ଧାଡ଼ି ବିଶିଷ୍ଟ ଏକ ପଦକୁ ଚଉପାଇ କୁହାଯାଏ । ଷୋଡ଼ଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିବା ଭାରତୀୟ କବି, ଦାର୍ଶନିକ ତ‌ଥା ସନ୍ଥ ଶ୍ରୀ ଗୋସ୍ୱାମୀ ତୁଳସୀ ଦାସ ଏହାକୁ ଅବଧୀ ଭାଷାରେ ରଚନା କରିଥିଲେ ।[୧]

ରଚନା ସମ୍ବନ୍ଧୀୟ କିମ୍ବଦନ୍ତୀ

ଏକଦା ତୁଳସୀ ଦାସ ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀଳାଭୂମି ଗୋକୁଳକୁ ତୀର୍ଥ ଦର୍ଶନରେ ଯାଇଥାନ୍ତି। ସେଠାରେ ପ୍ରଭୁଙ୍କୁ ଶ୍ରୀରାମ ରୂପରେ ଦର୍ଶନ ଦେବାକୁ ଧ୍ୟାନମଗ୍ନ ହୋଇ ପ୍ରାର୍ଥନା କଲେ। କହାଯାଏ ଯେ ପ୍ରଭୁ ଶ୍ରୀରାମ ରୂପରେ ଦର୍ଶନ ଦେଇ ତୁଳସୀ ଦାସଙ୍କ ମନୋବାଞ୍ଛା ପୂରଣ କରିଥିଲେ। ସେ ଶ୍ରୀକୃଷ୍ଣ ଓ ଶ୍ରୀରାମ ଅଭିନ୍ନ ବୋଲି ଉପନୀତ ହେଲେ। ଏହି ଘଟଣା ଲୋକମୁଖରେ ଚତୁର୍ଦ୍ଦିଗରେ ବ୍ୟାପିଗଲା। ଦିଲ୍ଲୀ ବାଦଶାହା ଆକବରଙ୍କ କାନରେ ଏକଥା ପଡିଲା। ସେ ତୁଳସୀ ଦାସଙ୍କୁ ଦରବାରକୁ ଡକାଇ କହିଲେ, 'ଆପଣ ରାମଙ୍କୁ ଦର୍ଶନ କରି ପାରୁଛନ୍ତି ବୋଲି ଆମ୍ଭେ ଶୁଣିଛୁ'। ଥରେ ଆମକୁ ଶ୍ରୀରାମଙ୍କର ଦର୍ଶନ କରାଇ ଦିଅନ୍ତୁ । ତୁଳସୀ ଦାସ କହିଲେ, ଏହା ଭକ୍ତି ଓ ବିଶ୍ୱାସର କଥା । କାହାର ଆଦେଶ ବା ଇଚ୍ଛାଦ୍ୱାରା ଏହା ସମ୍ଭବ ନୁହେଁ। ଆକବର ଏକଥା ଶୁଣି ରାଗିଗଲେ ଓ ତୁଳସୀ ଦାସଙ୍କୁ ଜେଲରେ ବନ୍ଦୀ କରି ରଖିଲେ। ତୁଳସୀ ଦାସ ଜେଲ ଭିତରେ ଶ୍ରୀରାମଙ୍କୁ ଧ୍ୟାନକରିବାରୁ ହନୁମାନ ଆବିର୍ଭୁତ ହେଲେ ଓ ହନୁମାନଙ୍କ କୃପାରୁ ସେ ହନୁମାନ ଚାଳିଶା ରଚନା କଲେ। ଏହା ଏକ ସ୍ତୋତ୍ର-ସମୁଦାୟ ଚାଳିଶିଟି ପଦରେ ନିବନ୍ଧ। ଏହା ସମ୍ପୂର୍ଣ୍ଣ ହେଲା ବେଳକୁ ଦିଲ୍ଲୀରେ ହଜାର ହଜାର ମାଙ୍କଡ ଜନଜୀବନକୁ ଅସ୍ତବ୍ୟସ୍ତ ଓ ଅସ୍ଥିର କଲେ। କିନ୍ତୁ ଆକବରଙ୍କ ସୈନ୍ୟବଳଦ୍ୱାରା ମାଙ୍କଡ ଆୟତ୍ତ ହେଲେନାହିଁ। ଶେଷରେ ମନ୍ତ୍ରୀ ଓ ସମ୍ଭ୍ରାନ୍ତଙ୍କ ପରାମର୍ଶ ଦେଲେ, 'ଏହା ହନୁମାନଙ୍କ କୋପର ପରିଣାମ'।ତୁଳସୀ ଦାସଙ୍କୁ ମୁକ୍ତି କରିଦେବାକୁ ପରାମର୍ଶ ଦେଲେ । ଯେମିତି ତୁଳସୀ ଦାସ ମୁକ୍ତ ହୋଇଛନ୍ତି, ତା'ପର ମୁହୂର୍ତ୍ତରେ ସବୁମାଙ୍କଡ କୁଆଡେ ଅନ୍ତର୍ଦ୍ଧାନ ହୋଇଗଲେ[୨]

ଏକଦା ଖାନ୍-ଏ-ଖାନା ରହିମ୍ ଓ ତୋଦର୍ ମଲ୍‌ଙ୍କଠାରୁ କବି ତୁଳସୀ ଦାସଙ୍କ ପ୍ରଶଂସା ଶୁଣି ମୋଗଲ୍ ସମ୍ରାଟ ଆକବର ତାଙ୍କୁ ନିଜ ରାଜସଭାକୁ ଡକାଇଲେ । କିନ୍ତୁ ତୁଳସୀ ଦାସ ଯିବାକୁ ମନା କରିଦେବାରୁ ତାଙ୍କୁ ବନ୍ଦୀ କରାଯାଇଥିଲା । ଆକବରଙ୍କ ବନ୍ଦୀଗୃହରେ ଥିବା ସମୟରେ ହିଁ ତୁଳସୀ ଦାସ ହନୁମାନ ଚାଳିଶା ରଚନା କରିବା ଆରମ୍ଭ କରିଥିଲେ । ଏପରି କଥିତ ଅଛି ଯେ ହନୁମାନ ଚାଳିଶା ଲେଖିବା ଆରମ୍ଭ କରିବାର ୪୦ତମ ଦିନରେ ସମ୍ପୂର୍ଣ୍ଣ ଫତେପୁର ସିକ୍ରିକୁ ବଡ଼ ବଡ଼ ମାଙ୍କଡ଼ମାନେ ଘେରାଉ କରିଥିଲେ । ଆହୁରି ମଧ୍ୟ ସେମାନେ ରାଜମହଲ ଭିତରକୁ ପଶି ଦ୍ୱାରପାଳ ଓ ଜଗୁଆଳିମାନ‌ଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ । ଏହି ମାଙ୍କଡ଼ମାନେ ଏତେ ଉପଦ୍ରବ କଲେ ଯେ ରାଜ୍ୟର ବିଜ୍ଞ ବ୍ୟକ୍ତିମାନେ ତୁଳସୀ ଦାସଙ୍କୁ ମୁକ୍ତ କରିଦେବା ପାଇଁ ଆକବରଙ୍କୁ ପରାମର୍ଶ ଦେଇଥିଲେ । ଯେଉଁ ମୂହୁର୍ତ୍ତରେ ତୁଳସୀ ଦାସଙ୍କୁ ମୁକ୍ତ କରାଗଲା, ସେହି ମୂହୁର୍ତ୍ତରେ ହିଁ ମାଙ୍କଡ଼ମାନେ ସେଠାରୁ ଚାଲିଯାଇଥିଲେ । ଏଥିରୁ ଜଣାଯାଏ ଯେ ହନୁମାନ ମାଙ୍କଡ଼ମାନ‌ଙ୍କ ରୂପରେ ତୁଳସୀ ଦାସଙ୍କୁ ବନ୍ଦୀଗୃହରୁ ରକ୍ଷା କରିବା ପାଇଁ ଆସିଥିଲେ ।[୩]

ଶ୍ରୀହନୁମାନ ଚାଳିଶା

॥ଶ୍ରୀହନୁମାନ ନମଃ॥

ଶ୍ରୀହନୁମାନ ଚାଳିଶା

ଦୋହା

ଶ୍ରୀଗୁରୁ ଚରନ ସରୋଜ ରଜ,
ନିଜ ମନୁ ମୁକୁରୁ ସୁଧାରି ।।
ବରନଉଁ ରଘୁବର ବିମଲ ଜସୁ
ଜୋ ଦାୟକୁ ଫଲ ଚାରି ॥
ବୁଦ୍ଧିହୀନ ତନୁ ଜନିକେ,
ସୁମିରୌ ପାୱନ-କୁମାର ।
ବଲ ବୁଧି ବିଦ୍ୟା ଦେହୁ ମୋହି,
ହରହୁ କଲେସ ବିକାର ॥

ଚୌପାଇ

ଜୟ ହନୁମାନ ଜ୍ଞାନ ଗୁନ ସାଗର ।
ଜୟ କପୀସ ତିହୁଁ ଲୋକ ଉଜାଗର ॥

ରାମ ଦୂତ ଅତୁଲିତ ବଲ ଧାମା ।
ଆଞ୍ଜନି-ପୁତ୍ର ପବନ ସୂତ ନାମା ॥

ମାହାବୀର ବିକ୍ରମ ବଜରଂଗି ।
କୁମତି ନିୱାର ସୁମତି କେ ସଂଗି ॥

କଂଚନ ବରନ ବିରାଜ ସୁବେସା ।
କାନନ କୁଂଡଲ କୁଂଚିତ କେସା।।

ହାଥ ବଜ୍ର ଔ ଧ୍ୱଜା ବିରଜୈ ।
କାଁଧେ ମୂଁଜ ଜନେଉ ସାଜୈ।।

ସଂକର ସ୍ୱୟଂ କେସରିନଂଦନ।
ତେଜ ପ୍ରତାପ ମହା ଜଗ ବନ୍ଦନ।।

ବିଦ୍ୟାବାନ ଗୁନୀ ଅତି ଚାତୁର।
ରାମ କାଜ କରିବେ କୋ ଆତୁର॥

ପ୍ରଭୁ ଚରିତ୍ର ଶୁଣିବେ କୋ ରସିୟା ।
ରାମ ଲଖନ ସୀତା ମନ ବସିୟା ॥

ସୁକ୍ଷ୍ମ ରୂପ ଧରି ସୀୟହିଁ ଦିଖାୱା।
ବିକଟ ରୂପ ଧରି ଲଂକ ଜରାୱା॥

ଭୀମ ରୂପ ଧରି ଅସୁର ସଁହାରେ ।
ରାମଚନ୍ଦ୍ର କେ କାଜ ସଁୱରେ ॥

ଲାୟ ସଂଜୀବନ ଲଖନ ଜିୟାୟେ ।
ଶ୍ରୀ ରଘୁବୀର ହରଷି ଉର ଲାୟେ॥

ରଘୁପତି କିନହୀ ବହୁତ ବଡାଇ।
ତୁମ ମମ ପ୍ରିୟ ଭରତହି ସମ ଭାଇ ॥

ସହସ ବଦନ ତୁମହାରୋ ଜସ ଗାୱୌ ।
ଅସ କହି ଶ୍ରୀପତି କଣ୍ଠ ଲଗାୱୌ ॥

ସନକାଦିକ ବ୍ରହ୍ମାଦି ମୁନୀସା ।
ନାରଦ ସାରଦ ସହିତ ଅହୀସା ॥

ଜମ କୁବେର ଦିଗପାଲ ଜାହାଁ ତେ ।
କବି କୋବିଦ କହି ସକେ କହାଁ ତେ ॥

ତୁମ ଉପକାର ସୁଗ୍ରୀୱହିଁ କୀନହା ।
ରାମ ମିଲାୟ ରାଜ ପଦ ଦୀନହା ॥

ତୁମହରୋ ମଂତ୍ର ବିଭୀଷନ ମାନା ।
ଲଂକେସ୍ୱର ଭଏ ସବ ଜଗ ଜାନା ॥

ଜୁଗ ସହସ୍ର ଯୋଜନ ପର ଭାନୂ ।
ଲିଲ୍ୟୋ ତାହି ମଧୁର ଫଲ ଜାନୂ॥

ପ୍ରଭୁ ମୁଦ୍ରିକା ମେଲି ମୁଖ ମାହାଁ ।
ଜଲଧି ଲାଂଘି ଗୟେ ଅଚରଜ ନାହାଁ ॥

ଦୁର୍ଗମ କାଜ ଜଗତ କେ ଜେତେ ।
ସୁଗମ ଅନୁଗ୍ରହ ତୁମହରେ ତେତେ ॥

ରାମ ଦୁଆରେ ତୁମ ରଖୱାରେ ।
ହୋତ ନା ଆଜ୍ଞା ବିନୁ ପୈସାରେ ॥

ସବ ସୁଖ ଲହୈ ତୁମହାରୀ ସରନା ।
ତୁମ ରଛକ କାହୂ କୋ ଡରନା ॥

ଆପନ ତେଜ ସମହ।ରୋ ଆପୈ ।
ତୀନୈ ଲୋକ ହାଁକ ତେ କାପୈ ॥

ଭୁତ ପିସାଚ ନିକଟ ନାହିଁ ଆୱା ।
ମାହାବୀର ଜବ ନାମ ସୁନାୱା॥

ନାସୌ ରୋଗ ହରୌ ସବ ପୀର।
ଜପତ ନିରଂତର ହନୁମତ ବୀରା ॥

ସଂକଟ ତେ ହନୁମାନ ଛୁଡାୱା।
ମନ କ୍ରମ ବଚନ ଧ୍ୟାନ ଜୋ ଲାୱା ॥

ସବ ପର ରାମ ତପସ୍ୱୀ କି ରାଜା।
ତିନ କେ କାଜ ସକଲ ତୁମ ସାଜା ॥

ଔର ମନୋରଥ ଜୋ କେଇ ଲାୱା।
ସୋଇ ଅମିତ ଜୀୱନ ଫଲ ପାୱା ॥

ଚାରୌ ଜୁଗ ପରତାପ ତୁମ୍ ହାରା ।
ହୈ ପରସିଦ୍ଧ ଜଗତ ଉଜିୟାରା ॥

ସାଧୁ ସଂତ କେ ତୁମ ରଖୱାରେ ।
ଅସୁର ନିକଂଦନ ରାମ ଦୁଲାରେ ॥

ଅଷ୍ଟ ସିଦ୍ଧି ନୌ ନିଧି କେ ଦାତା।
ଅସ ବର ଦୀନ ଜାନକୀ ମାତା ॥

ରାମ ରସାୟନ ତୁମ୍ ହାରେ ପାସା ।
ସାଦର ହୋ ରଘୁପତି କେ ଦାସା ॥

ତୁମ୍ ହରେ ଭଜନ ରାମ କୋ ପାୱ।
ଜନମ ଜନମ କେ ଦୁଃଖ ବିସରାୱ। ।

ଅଂତ କାଲ ରଘୁବର ପୁର ଜାଇ ।
ଜହାଁ ଜନ୍ମ ହରି-ଭକ୍ତ କରଇ ॥

ଔର ଦେୱତା ଚିତ୍ତ ନ ଧରଇ ।
ହନୁମତ ସେଇ ସର୍ବ ସୁଖ କରଇ ॥

ସଂକଟ କଟୈ ମିଟୈ ସବ ପୀରା ।
ଜୋ ସୁମିରୋୖ ହନୁମତ ବଲବୀରା ॥

ଜୈ ଜୈ ଜୈ ହନୁମାନ ଗୋସାଈଁ ।
କୃପା କରହୁ ଗୁରୁ ଦେୱ କୀ ନାଈଁ ॥

ୟହ ସତ ବାର ପାଠ କର ଜୋଈ ।
ଛୁଟହି ବଂଦି ମହା ସୁଖ ହୋଇ ॥

ଜୋ ୟହ ପଢୈ ହନୁମାନ ଚାଲୀସା ।
ହୋୟ ସିଦ୍ଧି ସାଖୀ ଗୌରୀସା ॥

ତୁଳସୀ ଦାସ ସଦା ହରି ଚେରା ।
କୀଜୈ ନାଥ ହୃଦୟ ମହଁ ଡେରା ॥

ଦୋହା

ପୱନତନୟ ସଂକଟ ହରନ,

ମଂଗଲ ମୂରତି ରୂପ।

ରାମ ଲଖନ ସୀତା ସହିତ,

ହୃଦୟ ବସହୁ ସୁର ଭୂପ।।

ସୀୟାବର ରାମଚନ୍ଦ୍ର କି ଜୟ।।ପବନ ସୁତ ବୀର ହନୁମାନ କି ଜୟ।।ଜୟ ବଜରଙ୍ଗବଳୀ।।//ଈତି//

ଆଧାର