ହାଇଡ୍ରୋକ୍ଲୋରିକ ଅମ୍ଳ

ହାଇଡ୍ରୋକ୍ଲୋରିକ ଅମ୍ଳ‌ ଏକ ରାସାୟନିକ ଯୌଗୀକ ଅଟେ । ଏହା ହାଇଡ୍ରୋଜେନ କ୍ଲୋରାଇଡ (HCl) ଗ୍ୟାସର ଏକ ଘୋଳ ଅଟେ ଯାହା ସହଜରେ ପାଣିରେ ମିଶିଯାଏ । ଅତୀତରେ ଏହାକୁ (muriatic acid) ମ୍ୟୁରିଏଟିକ ଅମ୍ଳ କୁହାଯାଉଥିଲା । ଏହା ବ୍ୟାପକ ରୂପେ ଉଦ୍ୟୋଗରେ ବ୍ୟବହାର କରାଯାଏ ଏବଂ ଏହା ଭୋଜନର ପାଚକ କ୍ରୀୟାରେ ସାହାଯ୍ୟ କରିବା ପାଇଁ ପେଟଦ୍ୱାରା ମଧ୍ୟ ତିଆରି ହୋଇଥାଏ । ହାଇଡ୍ରୋକ୍ଲୋରିକ ଅମ୍ଳ‌, ସମସ୍ତ ଏସିଡ ପରି ଲବଣ (କ୍ଲୋରାଇଡ)ର ଉତ୍ପାଦନ ପାଇଁ ଆଧାର ସହିତ ପ୍ରତିକ୍ରୀୟା କରିଥାଏ ।

ହାଇଡ୍ରୋକ୍ଲୋରିକ ଅମ୍ଳ
3D model of hydrogen chloride
3D model of hydrogen chloride
3D model of water
3D model of water
3D model of the chloride anion
3D model of the chloride anion
3D model of the hydronium cation
3D model of the hydronium cation
Sample of hydrochloric acid in a bottle
Except where noted otherwise, data are given for materials in their standard state (at 25 °C (77 °F), 100 kPa)
Infobox references

ପୂରାତନ ପୂର୍ବ ବ୍ୟବସ୍ଥିତ ନାମ "ମ୍ୟୁରେଟିକ ଏସିଡ"ର ଉତ୍ପତ୍ତି ଗୋଟିଏ ଅଟେ ; ମ୍ୟୁରେଟିକର ଅର୍ଥ "ଲୁଣ (ଲବଣ)ଦ୍ୱାରା ସମ୍ବନ୍ଧିତ" , ଏଥିପାଇଁ ମ୍ୟୁରେଟିକର ଅର୍ଥ "ହାଇଡ୍ରୋକ୍ଲୋରାଇଡ", ଓ ଏହି ନାମ ଏବେ ମଧ୍ୟ ବେଳେ ବେଳେ ବ୍ୟବହାର କରାଯାଏ ।[୧][୨] ହାଇଡ୍ରୋକ୍ଲୋରିକ ଅମ୍ଳର ନାମ ୧୮୧୪ ମସିହାରେ ଫ୍ରାନ୍ସ ରସାୟନୀକଜ୍ଞ "ଜୋସେଫ ଲୁଈ ଗେ-ଲୁସାକ"ଙ୍କଦ୍ୱାରା ଗଠନ କରାଯାଇଥିଲା ।[୩]

ନିର୍ମାଣ

ହାଇଡ୍ରୋଜେନ ଓ କ୍ଲୋରିନର ସଳଖ ସଂଯୋଜନରେ ଏହା ତିଆରି ହୋଇପାରେ । କେତେକ ସ୍ଥାନରେ ବ୍ୟାପାରର ହାଇଡ୍ରୋକ୍ଲୋରିକ ଅମ୍ଳ ଏହି ବିଧିରେ ତିଆରି ହୋଇଥାଏ । ଏହି କ୍ରୀୟା ସାମାନ୍ୟ ଉତ୍ତାପରେ ହୋଇ ନଥାଏ । ସୂର୍ଯ୍ୟ ପ୍ରକାଶରେ ଅଥବା ୨୫୦ ଡିଗ୍ରୀରେ ଗରମ କରିବାଦ୍ୱାରା ଏହି ସଂଯୋଜନ ବିଷ୍ଫୋଟ ସହିତ ହୋଇଥାଏ । ସାଧାରଣତଃ ଲୁଣରେ ଅନ୍ଧକାମ୍ଳର କ୍ରୀୟାଦ୍ୱାରା ଏହାର ନିର୍ମାଣ ହୋଇଥାଏ । ସାମାନ୍ୟ ଉତ୍ତାପଦ୍ୱାରା ହାଇଡ୍ରୋଜେନ କ୍ଲୋରାଇଡ ଓ ସୋଡିୟମ ବାଇସଲଫେଟ ତିଆରି ହୋଇଥାଏ ଓ ଉଚ୍ଚ ଉତ୍ତାପରେ ହାଇଡ୍ରୋଜେନ କ୍ଲୋରାଇଡ ଏବଂ ସୋଡିୟମ ସଲଫେଟ ତିଆରି ହୋଇଥାଏ ।

NaCl + H2SO4 = Na H S O4 (ସୋଡିୟମ ବାଇସଲଫେଟ) + 2HCl

2 NaCl + H2SO4 = Na2SO4 (ସୋଡିୟମ ସଲଫେଟ) + 2HCl

"ଲ ବ୍ଲୋକ" ବିଧିରେ ଧାବନ ସୋଡାର ନିର୍ମାଣରେ ଏହି ଉଚ୍ଚ ଉତ୍ତାପ ଯୁକ୍ତ ବିଧି ପ୍ରଯୁକ୍ତ ହୋଇଥାଏ ଏବଂ ଏଠାରେ ହାଇଡ୍ରୋଜେନ କ୍ଲୋରାଇଡ ସହ-ଉତ୍ପାଦ ଋପେ ପ୍ରାପ୍ତ ହୋଇଥାଏ ।

ହାଇଡ୍ରୋଜେନ କ୍ଲୋରାଇଡର ନିର୍ମାଣରେ ପାର୍ସୀଲେନ କିମ୍ବା କାଚର ପାତ୍ରରେ ସୁବିଧା ଜନକ ହୋଇଥାଏ କାରଣ ସାମାନ୍ୟ ଧାତୁଗୁଡ଼ିକ ଏହି ଅମ୍ଳଦ୍ୱାରା ଆକ୍ରାନ୍ତ ହୋଇଯାଏ । ପରନ୍ତୁ ଏବେ ଏପରି କିଛି ଧାତୁ ଓ ମିଶ୍ର ଧାତୁ ପ୍ରାପ୍ତ ହୋଇଛି, ଯାହାର ପାତ୍ରର ବ୍ୟବହାର ହୋଇପାରେ କାରଣ ଏହି ଅମ୍ଳର ଅତ୍ୟଧିକ ପ୍ରତିରୋଧ କରିଥାଏ ।

ଶୁଦ୍ଧ ହାଇଡ୍ରୋକ୍ଲୋରିକ ଅମ୍ଳ ବର୍ଣ୍ଣହୀନ ହୋଇଥାଏ କିନ୍ତୁ ବ୍ୟାପାର ଅମ୍ଳ ଲୁହା ଏବଂ ଅନ୍ୟ ଉପଦ୍ରବ୍ୟ କାରଣରୁ ହଳଦିଆ ରଙ୍ଗର ହୋଇଥାଏ । ନିଲୟନରେ ୨୮%ରୁ ୩୬% ଅମ୍ଳ ରହିଥାଏ । ବ୍ୟାପାର ଅମ୍ଳ ପ୍ରାଧାନ ଭାବେ ତିନୋଟି ଶ୍ରେଣୀର ହୋଇଥାଏ, ୧୮ ବୌମେକା (HCl, 27.92 ପ୍ରତିଶତ, ବିଶିଷ୍ଟ ଗୁରୁତ୍ତ୍ୱ ୧.୧୪୧୭), ୨୦ ବୌମିକା (HCl, 33.145 ପ୍ରତିଶତ, ବିଶିଷ୍ଟ ଗୁରୁତ୍ତ୍ୱ ୧.୧୬୦୦) ଓ ୨୨ ବୌମିକା (HCl, 35.21 ପ୍ରତିଶତ, ବିଶିଷ୍ଟ ଗୁରୁତ୍ତ୍ୱ ୧.୧୭୮୯) ।

ଗୁଣ

ଭୌତିକ ଗୁଣ

ହାଇଡ୍ରୋଜେନ କ୍ଲୋରାଇଡ ବର୍ଣ୍ଣହୀନ, ତୀବ୍ର ଗନ୍ଧଯୁକ୍ତ ଗ୍ୟାସ ଅଟେ । ୦ ଡିଗ୍ରୀ ଏବଂ ୧ ବାୟୁମଣ୍ଡଳୀୟ ଚାପଦ୍ୱାରା ଏକ ଲିଟର ଗ୍ୟାସର ଭାର ୧.୬୩୯ ଗ୍ରାମ ହୋଇଥାଏ । ଦ୍ରବର ଫୁଟନ୍ତା ବିନ୍ଦୁ ୮୫ ଡିଗ୍ରୀରୁ ହିମାଙ୍କ ୧୧୪ ଡିଗ୍ରୀ, କ୍ରାନ୍ତିକ ତାପ ୫୨ ଡିଗ୍ରୀରୁ କ୍ରାନ୍ତିକ ଚାପ ୯୦ ବାୟୁମଣ୍ଡଳୀୟ ହୋଇଥାଏ । ଏହା ଜଳରେ ଅମିତବ୍ୟୟୀ ଅଟେ । ୦ ଡିଗ୍ରୀରୁ ଏକ ଆୟତନ ପ୍ରତି ଜଳ ୫୦୬ ଆୟତନ ଗ୍ୟାସ ଓ ୨୦ ଡିଗ୍ରୀରୁ ପ୍ରତି ୪୭୭ ଆୟତନ ମିଶିଥାଏ । ଗ୍ୟାସ ମିଶିବାଦ୍ୱାରା ଉଷ୍ମ ବାହାରିଥାଏ । ଆଦ୍ର ବାୟୁରେ ଏହା ଧୂଆଁ ଦେଇଥାଏ । ଏହାର ବିଲୟନ ସ୍ଥାୟୀ ଫୁଟନ୍ତା ବିନ୍ଦୁ ଯୁକ୍ତ ଦ୍ରବ, ଫୁଟନ୍ତା ବିନ୍ଦୁ ୧୧୦ ଡିଗ୍ରୀ ତିଆରି ହୋଇଥାଏ । ଏହିପରି ଦ୍ରବ୍ୟରେ ହାଇଡ୍ରୋଜେନ କ୍ଲୋରାଇଡ ୨୦.୨୪ ପ୍ରତିଶତ ରହିଥାଏ ।

ସାନ୍ଦ୍ରତାଧନତ୍ତ୍ୱମୋଲରତାପିଏଚ (pH)ସାନ୍ଦ୍ରତାବିଶିଷ୍ଟ
ଉଷ୍ମ
ବାଷ୍ପଚାପଫୁଟନ୍ତା ବିନ୍ଦୁଦ୍ରବଣକ
kg HCl/kg kg HCl/m3ବୌମେ (Baumé)kg/Lmol/dm3mPa·skJ/(kg·K)kPa°C°C
10%104.806.61.0482.87−0.51.163.471.95103−18
20%219.60131.0986.02−0.81.372.991.40108−59
30%344.70191.1499.45−1.01.702.602.1390−52
32%370.88201.15910.17−1.01.802.553.7384−43
34%397.46211.16910.90−1.01.902.507.2471−36
36%424.44221.17911.64−1.11.992.4614.561−30
38%451.82231.18912.39−1.12.102.4328.348−26
ଏହି ସାରଣୀ ପାଇଁ ସନ୍ଦର୍ଭ ଉତ୍ତାପ କ୍ରମଶଃ 20 °C ତଥା 1 ବାୟୁମଣ୍ଡଳ (101.325 kPa) ଅଟେ ।

ରାସାୟନିକ ଗୁଣ

ରସାୟନ ଦୃଷ୍ଟିରୁ ଏହା ଏକ ପ୍ରବଳ ଅମ୍ଳ ଅଟେ । ଅନେକ ଧାତୁ, ଯଥା: ସୋଡିୟମ, ଲୌହ, ଦସ୍ତା, ବ୍ରୋଞ୍ଜ ଆଦିକୁ ଆକ୍ରାନ୍ତ କରି କ୍ଲୋରାଇଡ ତିଆରି ହୋଇଥାଏ ଏବଂ ହାଇଡ୍ରୋଜେନ ଉନ୍ମୁକ୍ତ କରିଥାଏ । ଧାତୁ ଗୁଡିକର ଅକ୍ସାଇଡ ଓ ହାଇଡ୍ରୋକ୍ସାଇଡକୁ ଆକ୍ରାନ୍ତ କରି ଧାତୁ ଗୁଡିକର କ୍ଲୋରାଇଡ ବନେଇଥାଏ ଏବଂ ଜଳ ଉନ୍ମୁକ୍ତ କରିଥାଏ । ଏହା ସରଳତାରେ କ୍ଲୋରିନ ମୁକ୍ତ କରିଥାଏ । ମାଙ୍ଗାନିଜ ଡାଇଅକ୍ସାଇଡର କ୍ରୀୟାଦ୍ୱାରା କ୍ଲୋରିନ ବାହାରିଥାଏ ।

ନାଇଟ୍ରିକ ଅମ୍ଳ ସହିତ ମିଶି (HNO3 : HCl :: (3:1 ଅନୁପାତରେ) ଏହା ଅମ୍ଳରାଜ (aquaregia) ତିଆରି କରିଥାଏ ଯେଉଁଥିରେ ନାଇଟ୍ରୋସିଲ କ୍ଲୋରାଇଡ (NOCl) ରହିଥାଏ ଯାହା ଅନ୍ୟ ଧାତୁ ସହିତ ପ୍ଲାଟିନମ ଓ ସୁନାକୁ ମଧ୍ୟ ଆକ୍ରାନ୍ତ କରିଥାଏ । ଏହି ଦୁଇ ଉତ୍କୃଷଟ ଧାତୁ ଅନ୍ୟ କୌଣସି ଏକ ଅମ୍ଳଦ୍ୱାରା ଆକ୍ରାନ୍ତ ହୋଇ ନଥାନ୍ତି ।

ଆଧାର