ଆର୍କିଓପ୍ଟେରିକ୍ସ

Archaeopteryx
ଜୀବାଶ୍ମ କାଳ: Late Jurassic, 150.8–148.5 Ma
PreЄ
Є
O
S
D
C
P
T
J
K
Pg
N
Fossil of complete Archaeopteryx, including indentations of feathers on wings and tail
The Berlin Archaeopteryx specimen (A. siemensii).
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ:ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ:ବାଇଲାଟେରିଆ
ପର୍ବ:କୋର୍ଡାଟା
ମହାଶ୍ରେଣୀ:ଟେଟ୍ରାପୋଡା
ଗୋଷ୍ଠୀ:ଡାଇନୋସରିଆ
ଗୋଷ୍ଠୀ:ଥେରୋପୋଡ଼ା
ଗୋଷ୍ଠୀ:ଆଭିଏଲେ
Family:Archaeopterygidae
Genus:Archaeopteryx
Meyer, 1861
(conserved name)
Other Species

Archaeopteryx siemensii
Dames, 1897

Synonyms
  • Griphosaurus
    Wagner, 1862 (rejected name)
  • Griphornis
    Woodward, 1862 (rejected name)
  • Archaeornis
    Petronievics, 1917
  • Jurapteryx
    Howgate, 1984
  • Wellnhoferia
    Elżanowski, 2001

ଆର୍କିଓପ୍ଟେରିକ୍ସ କିମ୍ବା ଉର୍ଭୋଗେଲ ହେଉଛି ଏକ ବିଲୁପ୍ତ ପକ୍ଷୀ ସଦୃଶ ଡାଇନୋସର ପ୍ରଜାତି ଯାହାକି ପର ଥିବା ଡାଇନୋସର ଓ ଆଧୁନିକ ପକ୍ଷୀଙ୍କ ମଧ୍ୟବର୍ତ୍ତୀ ପ୍ରାଣୀ । ଆର୍କିଓପ୍ଟେରିକ୍ସ ନାମଟି ଗ୍ରୀକ୍ (ଆର୍କାୟୋସ-ପୁରାତନ + ପ୍ଟେରିକ୍ସ-ପକ୍ଷ ବା ପର) । ପ୍ରାୟ ଊନବିଂଶ ଶତାବ୍ଦୀର ମଧ୍ୟରୁ ଏହା ସର୍ବପ୍ରଥମ ପକ୍ଷୀ (ଆଭିଆଲେ ଗୋଷ୍ଠୀ ଅନ୍ତର୍ଭୁକ୍ତ) ବିଦିତ ହୋ‍ଇସାରିଥିଲା [୧] ଯଦିଓ ପରେ ଆହୁରି ପୁରାତନ ସମ୍ଭାବ୍ୟ ପକ୍ଷୀ ଯଥା ଆଙ୍କିଓର୍ନିସ, ଜିଆଓଟିଞ୍ଜିଆ, ଆଉରର୍ନିସ ଆଦି ଆବିଷୃତ ହୋ‍ଇଥିଲେ ।[୨]

ଆର୍କିଓପ୍ଟେରିକ୍ସ ପ୍ରାୟ ୧୫କୋଟି ବର୍ଷ ପୂର୍ବେ ଜୁରାସିକ ଯୁଗର ଶେଷଆଡେ ବର୍ତ୍ତମାନର ଦକ୍ଷିଣ ଜର୍ମାନୀ ଅଞ୍ଚଳରେ ବସବାସ କରୁଥିଲେ । ସେତେବେଳେ ଇଉରୋପ ଏକ ଦ୍ୱୀପପୁଞ୍ଜ ଥିଲା । ଆର୍କିଓପ୍ଟେରିକ୍ସର ଦେଖିବାକୁ କାଉ ଆକାରର ଥିଲା । [୩] ଏହାର ସବୁଠୁ ବଡ଼ ଜାତି ପ୍ରାୟ ୦.୫ ମିଟର ଆକାରର ଥିଲା । ଛୋଟ ଆକାର, ଚ‍ଉଡା ପକ୍ଷ ଓ ସମ୍ଭାବ୍ୟ ଉଡିବାର କ୍ଷମତା ସତ୍ତ୍ୱେ ଏଗୁଡିକର ଆଜିର ପକ୍ଷୀଙ୍କ ତୁଳନାରେ ତତ୍କାଳୀନ ଡାଇନୋସରଙ୍କ ସହ ଅଧିକ ସମାନତା ଥିଲା । ପାଟିରେ ଥିବା ତୀକ୍ଷ୍ଣ ଦାନ୍ତ, ତିନି ନଖ ବିଶିଷ୍ଟ ପଞ୍ଝା, ହାଡ ବିଶିଷ୍ଟ ଲମ୍ବା ଲାଞ୍ଜ, କଙ୍କାଳ ସଂରଚନା ଆଦି ବିଭିନ୍ନ ଦୃଷ୍ଟିରୁ ସେମାନେ ଡ୍ରୋମାୟୋସର ଓ ଟ୍ରୁଡଣ୍ଟିଡ ପରି ଡାଇନୋସରର ସମତୁଲ୍ୟ ଥିଲେ ।[୪][୫]

ଏହା ପକ୍ଷୀଙ୍କ କ୍ରମବିକାଶ (evolution) ଓ ଡାଇନୋସରର ଅଧ୍ୟୟନରେ ସହାୟକ । ଆର୍କିଓପ୍ଟେରିକ୍ସର ଗୋଟିଏ ପର ୧୮୬୧ରେ ମିଳିଥିଲା ଓ ସେଇଥିରୁ ନାମକରଣ ମଧ୍ୟ ହୋ‍ଇଥିଲା । [୬] ସେଇ ବର୍ଷ ଏହାର ଗୋଟେ ସମ୍ପୂର୍ଣ୍ଣ କଙ୍କାଳ ମଧ୍ୟ ମିଳିଥିଲା । ଆଗାମୀ ବର୍ଷ ମାନଙ୍କରେ ଏହାର ଆହୁରି ୧୦ଗୋଟି ଜୀବାଶ୍ମ ମିଳିଛି । ଏହି ପ୍ରଥମ କଙ୍କାଳ, ଚାର୍ଲ୍ସ ଡାର୍ୱିନଙ୍କ On the Origin of Speciesର ପ୍ରକାଶନର ଦୁଇ ବର୍ଷ ପରେ ଆବିଷୃତ ହୋ‍ଇଥିଲା ଓ ତାଙ୍କ କ୍ରମବିକାଶ ମତର ଦୃଢ଼ ପ୍ରମାଣ ହୋ‍ଇଥିଲା ।

Archaeopteryx sizes ranging between about 25 and 50 cm long and between 25 and 60 cm in wingspan
ଆଠଟି ଆର୍କିଓପ୍ଟେରିକ୍ସ ନମୁନା ମନୁଷ୍ୟ ତୁଳନାରେ

ବର୍ଣ୍ଣନା

ଜୀବାଶ୍ମ ବିଜ୍ଞାନ

ଉଡାଣ

ବୃଦ୍ଧି

ଇତିହାସ

ଶ୍ରେଣୀ ବିଭାଗ

ନିମ୍ନୋକ୍ତ cladogramଟି ୨୦୧୩ରେ Godefroit ଓ ଅନ୍ୟମାନଙ୍କଦ୍ୱାରା ପ୍ରକାଶ କରାଯାଇଥିଲା ।[୭]


Avialae

Aurornis




Anchiornis




Archaeopteryx




Xiaotingia





Shenzhouraptor



Rahonavis





Balaur




Avebrevicauda









ପ୍ରଜାତି

ବିବାଦ

ଜୀବାଶ୍ମ-ବିଜ୍ଞାନ ଅନୁସାରେ ଅବସ୍ଥାନ

ଆଧାର

ଆହୁରି ପଢନ୍ତୁ

  • G. R. de Beer (1954). Archaeopteryx lithographica: a study based upon the British Museum specimen. Trustees of the British Museum, London.
  • P. Chambers (2002). Bones of Contention: The Fossil that Shook Science. John Murray, London. ISBN 0-7195-6059-4.
  • A. Feduccia (1996). The Origin and Evolution of Birds. Yale University Press, New Haven. ISBN 0-300-06460-8.
  • Heilmann, G. (1926). The Origin of Birds. Witherby, London.
  • T. H. Huxley. (1871). Manual of the anatomy of vertebrate animals. London.
  • H. von Meyer (1861). Archaeopterix lithographica (Vogel-Feder) und Pterodactylus von Solenhofen. Neues Jahrbuch für Mineralogie, Geognosie, Geologie und Petrefakten-Kunde. 1861: 678–679, plate V. [Article in German]. Full text, Google Books.
  • P. Shipman (1998). Taking Wing: Archaeopteryx and the Evolution of Bird Flight. Weidenfeld & Nicolson, London. ISBN 0-297-84156-4.
  • P. Wellnhofer (2008). Archaeopteryx — Der Urvogel von Solnhofen (in German). Verlag Friedrich Pfeil, Munich. ISBN 978-3-89937-076-8.

ବାହାର ଲିଙ୍କ