ଇବୋଲା ଭୂତାଣୁ ରୋଗ

ଇବୋଲା ଭୂତାଣୁ ରୋଗ (English: Ebola virus disease ବା EVD କିମ୍ବା Ebola hemorrhagic fever ବା EHF) ମଣିଷ ଦେହରେ ହେଉଥିବା ଏକ ରୋଗ ଯାହା ଇବୋଲା ଭୂତାଣୁ ଦ୍ୱାରା ହୁଏ । ଭୂତାଣୁ ସଂସ୍ପର୍ଶରେ ଆସିବାର ୨ ଦିନଠାରୁ ୩ ସପ୍ତାହ ମଧ୍ୟରେ ଲକ୍ଷଣ ପ୍ରକାଶ ପାଏ । ଜ୍ୱର, ତଣ୍ଟି ଘାଆ, ମାଂସ ପେଶୀ ଯନ୍ତ୍ରଣା, ଓ ମୁଣ୍ଡ ବ୍ୟଥା ଏହାର ମୂଖ୍ୟ ଲକ୍ଷଣ । ଏହା ପରେ ପରେ ଓକାଳ, ବାନ୍ତି, ଡାଇରିଆ ବା ତରଳ ଝାଡା ହୁଏ ଓ ଏହା ସହ ଯକୃତବୃକକ ଦ୍ୱୟର କାର୍ଯ୍ୟ କ୍ଷମତା କମିଯାଏ । ଏହି ସମୟରେ ଦେହ ଭିତରେ ଓ ବାହାରେ ରକ୍ତ ସ୍ରାବ ମଧ୍ୟ ଆରମ୍ଭ ହୁଏ ।.[୧]

Ebola virus disease
1976 photograph of two nurses standing in front of Mayinga N., a person with Ebola virus disease; she died only a few days later due to severe internal hemorrhaging.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦A98.4
ଆଇସିଡ଼ି-୯-ସିଏମ୍065.8
ରୋଗ ଡାଟାବେସ18043
ମେଡ଼ିସିନ-ପ୍ଲସ001339
ଇ-ମେଡ଼ିସିନmed/626
MeSHD019142

ସଂକ୍ରମିତ ପଶୁମାନଙ୍କ (ମାଙ୍କଡ କିମ୍ବା ଫୃଟ ବ୍ୟାଟ/ fruit bat )[୧] ରକ୍ତ ବା ଦେହର ତରଳ ପଦାର୍ଥର ସଂସ୍ପର୍ଶରେ ଆସିଲେ ଏହି ଜୀବାଣୁ ସୁସ୍ଥ ଲୋକ ଦେହକୁ ଯାଏ । ବାୟୁ ମାଧ୍ୟମକୁ କିନ୍ତୁ ଏହାର ବିସ୍ତାରର ପ୍ରମାଣ ମିଳି ନାହିଁ ।.[୨] । ଫୃଟ ବ୍ୟାଟଦ୍ୱାରା (fruit bat) ଏହି ଜୀବାଣୁ ବ୍ୟାପିଲେ ମଧ୍ୟ ତାହାକୁ ରୋଗ ହୁଏ ନାହିଁ । ସଂକ୍ରମିତ ମଣିଷଠାରୁ ଅନ୍ୟ ମଣିଷ ସଂକ୍ରମିତ ହୁଏ । ବୀର୍ଯ୍ୟ ମାଧ୍ୟମରେ ପୁରୁଷ ଦୁଇ ମାସ ପର୍ଯ୍ୟନ୍ତ ଏହି ରୋଗ ସଂକ୍ରମିତ କରି ପାରିବ । ଏହି ରୋଗ ନିର୍ଣ୍ଣୟ ନିମନ୍ତେ ପ୍ରଥମେ ମ୍ୟାଲେରିଆ, କଲେରା ଓ ଅନ୍ୟାନ୍ୟ ଭୂତାଣୁ ରକ୍ତସ୍ରାବୀ ରୋଗ ନ ଥିବା ସ୍ଥିର କରିବାକୁ ହୁଏ । ରୋଗ ନିର୍ଣ୍ଣୟ ନିମନ୍ତେ ଭୂତାଣୁ ଆଣ୍ଟିବଡି, ଭୂତାଣୁ ଆର.ଏନ.ଏ. ଓ ଭୂତାଣୁ ଉପସ୍ଥିତି ନିମନ୍ତେ ରକ୍ତ ପରୀକ୍ଷା କରି ସିଦ୍ଧାନ୍ତରେ ଉପନିତ ହେବାକୁ ପଡେ । [୧]

ସଂକ୍ରମିତ ମାଙ୍କଡ ଓ ଘୁଷୁରିଠାରୁ ରୋଗ ବିସ୍ତାର ରୋକି ପାରିଲେ ଏହି ରୋଗକୁ ପ୍ରତିରୋଧ କରିହେବ । ରୋଗାକ୍ରାନ୍ତ ପଶୁଙ୍କୁ ମାରି ଶବକୁ ଉପଯୁକ୍ତ ଭାବରେ ନଷ୍ଟ କଲେ ଏହା ସମ୍ଭବ ହେବ । ଭଲ ଭାବରେ ମାଂସ ରାନ୍ଧିଲେ ଓ ମାଂସ ଧରିବା ବେଳେ ନିଜ ହାତରେ ଦସ୍ତାନା ପିନ୍ଧିଲେ, ରକ୍ଷାକାରୀ ପୋଷାକ ପିନ୍ଧିଲେ ଓ ରୋଗାକ୍ରାନ୍ତ ଲୋକ ଭଲ ଭାବରେ ହାତ ଧୋଇଲେ ରୋଗ ସଂକ୍ରମଣରୁ ରକ୍ଷା ମିଳେ । ଦେହ ନିର୍ଗତ ପଦାର୍ଥ ଓ ତନ୍ତୁ ସମୂହ ଅତି ଯତ୍ନ ସହକାରେ ଧରିବାକୁ ହୁଏ । .[୧]

ଏହି ରୋଗ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ; କେବଳ ପାଟିରେ ସ୍ୱଳ୍ପ ମିଠା ମିଶ୍ରିତ ଲୁଣିଆ ଜଳ ଦେଇ ନିର୍ଜଳନ (dehydration) ଚିକିତ୍ସା କରାଯାଏ । ଏହା ସହ ଶିରା ମାଧ୍ୟମରେ ତରଳ ପଦାର୍ଥ ପ୍ରବେଶ କରେଇ ଦିଆଯାଏ । [୧] ଏହି ରୋଗର ମୃତ୍ୟୁ ହାର ବହୁତ ଅଧିକ, ୫୦ %ରୁ ୯୦ % ଲୋକ ଭୂତାଣୁ ସଂକ୍ରମଣରେ ମରିଯାଆନ୍ତି । [୧][୩] ଏହି ରୋଗ ପ୍ରଥମେ ସୁଦାନ/ Sudan ଓ କଙ୍ଗୋରେ/ Democratic Republic of the Congo ଆବିଷ୍କୃତ ହୋଇଥିଲା । ସବ-ସାହାରାର ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରେ ଏହି ରୋଗ ବ୍ୟାପେ । ୧୯୭୬ ମସିହାର ପ୍ରଥମ ଆବିଷ୍କାର ପରଠାରୁ ୨୦୧୩ ପର୍ଯ୍ୟନ୍ତ ୧୭୧୬ ଲୋକ ସଂକ୍ରମିତ ହେବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଦେଇଛି । [୧][୪] ଅଧୁନା ୨୦୧୪ ମସିହାରେ ଏହି ରୋଗର ସବୁଠାରୁ ବଡ଼ ‘ପଶ୍ଚିମ ଆଫ୍ରିକା ଇବୋଲା ମଡକ’ ପ୍ରସାର ଲାଭ କରି ଗିନି/ Guinea, ସିଏରା ଲିଓନ/Sierra Leone, ଳିବେରିଆ/ Liberia ଓ ନାଇଜେରିଆକୁ/Nigeria ବ୍ୟାପିଛି । [୫][୬] ୨୦୧୪ ମସିହା ସୁଦ୍ଧା ୧୬୦୦ ଲୋକଙ୍କର ଏହି ରୋଗ ଥିବା ଚିହ୍ନଟ ହୋଇଛି । [୭] ଏହାର ଟୀକା ଉଦ୍ଭାବନ ନିମନ୍ତେ ଚେଷ୍ଟା ଚାଲିଛି କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ହୋଇନାହିଁ । [୧]

References

Bibliography

External links