ଉର୍ଦ୍ଧ୍ୱଶ୍ୱାସନଳୀ ପ୍ରଦାହ

ଏକ ପ୍ରକାର ଶ୍ୱାସନଳୀ ସଂକ୍ରମଣ ଯାହା ଏକ ପ୍ରକାର ଭୁତାଣୁଦ୍ୱାରା ହୁଏ

କୃପ ଏକ ପ୍ରକାର ଶ୍ୱାସନଳୀ ସଂକ୍ରମଣ ଯାହା ଏକ ପ୍ରକାର ଭୁତାଣୁଦ୍ୱାରା ହୁଏ ।[୧] ଏହି ସଂକ୍ରମଣ ହେଲେ ଟ୍ରାକିଆ ବା ଶ୍ୱାସନଳୀର ଭିତର ପାର୍ଶ୍ୱ ଫୁଲିଯାଇ ଶ୍ୱାସକ୍ରିୟା ବ୍ୟାହତ ହୁଏ ଓ ଏକ ନିର୍ଦ୍ଦିଷ୍ଟ ଶବ୍ଦ ବାହାରେ ଯାହା ଲକ୍ଷଣକୁ ଭୁକିଲା କାଶ, ସ୍ଟ୍ରାଇଡର ଓ କର୍କଶ ସ୍ୱର କୁହାଯାଏ । ଜ୍ୱର ଓ ନାକରୁ ପାଣି ବୁହେ ।[୧] ଏହାର ଲକ୍ଷଣ ତିନି ପ୍ରକାର ହୋଇପାରେ ଯଥା:- ସାଧାରଣ, ମଧ୍ୟମ ଓ ସାଂଘାତିକ ।[୨] ଅଧିକାଂଶ ସମୟରେ ଏହା ରାତିରେ ଆରମ୍ଭ ହୁଏ ବା ଅତିଶୟ ହୁଏ ।[୨][୧] ଏହି ରୋଗ ଦିନେ ବା ଦୁଇ ଦିନ ରହେ ।[୩]

କୃପ ବା ଉର୍ଦ୍ଧ୍ୱଶ୍ୱାସନଳୀ ପ୍ରଦାହ
ଗୋଟିଏ ଶିଶୁର ବେକ ଏକ୍ସ-ରେ (ଏ.ପି. ଭିୟୁ) ଫୋଟୋରେ ଷ୍ଟିପ୍ଲ ଚିହ୍ନ ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିpulmonology[*], pediatrics[*]
ଆଇସିଡ଼ି-୧୦J05.0
ଆଇସିଡ଼ି-୯-ସିଏମ୍464.4
ରୋଗ ଡାଟାବେସ13233
ମେଡ଼ିସିନ-ପ୍ଲସ000959
ଇ-ମେଡ଼ିସିନped/510 emerg/370 radio/199
Patient UKଉର୍ଦ୍ଧ୍ୱଶ୍ୱାସନଳୀ ପ୍ରଦାହ
MeSHD003440

ପାରାଇନଫ୍ଲୁଏଞ୍ଜା ଓ ଇନଫ୍ଲୁଏଞ୍ଜା ଭଳି ଅନେକ ଭୁତାଣୁଦ୍ୱାରା ଏହି ରୋଗ ହୁଏ ।[୧] କ୍ୱଚିତ୍ ଏହା ଜୀବାଣୁ ସଂକ୍ରମଣଦ୍ୱାରା ହୁଏ ।[୪] ସାଂଘାତିକ ଏପିଗ୍ଲୋଟାଇଟିସ କିମ୍ବା ଶ୍ୱାସନଳୀରେ ବାହ୍ୟ ପଦାର୍ଥମାନଙ୍କର ଉପସ୍ଥିତି ଖୋଜିବାକୁ ପଡ଼େ ଓ ଏ ସମସ୍ତ ନଥିଲେ ଚିହ୍ନ ଓ ଲକ୍ଷଣ ଦେଖି କୃପ ରୋଗ ନିର୍ଣ୍ଣୟ କରାଯାଏ । ରକ୍ତ ପରୀକ୍ଷା, ଏକ୍ସ-ରେ ଓ କଲଚର ଇତ୍ୟାଦି ସାଧାରଣତଃ ଦରକାର ହୁଏ ନାହିଁ ।[୫]

ଇନ୍‌ଫ୍ଲୁଏଞ୍ଜାଡିଫ୍‌ଥେରିଆ ଟିକା ଦେବାଦ୍ୱାର ଅନେକ କୃପ ରୋଗ ପ୍ରତିରୋଧ କରାଯାଇ ପାରୁଛି ।[୪] ଗୋଟିଏ ମାତ୍ରା (ଡୋଜ) ସ୍ଟୋରଏଡ ପାଟିରେ ଦେଇ ଏହାର ଚିକିତ୍ସା କରାଯାଏ ।[୧] ଅଧିକ ସାଂଘାତିକ ରୋଗୀଙ୍କୁ ଏପିନେଫ୍ରିନ ଶୁଙ୍ଘିବାକୁ ଦିଆଯାଏ ।[୧][୬] ମାତ୍ର ୧ରୁ ୫ % ରୋଗୀଙ୍କର ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ ହୁଏ ।[୭]


ଡାକ୍ତରୀ ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ, କିନ୍ତୁ ଏହା ପୂର୍ବରୁ କୌଣସି ବାହ୍ୟ ପଦାର୍ଥ ତଣ୍ଟିରେ ନ ଥିବା ଓ ଏପିଗ୍ଲୋସାଇଟିସ ନ ଥିବା ଦେଖାଯାଏ । ରକ୍ତ ପରୀକ୍ଷା, ଏକ୍ସ-ରେ ଓ କଲଚର ଇତ୍ୟାଦି ସାଧାରଣତଃ ଦରକାର ହୁଏ ନାହିଁ । ଏହା ଏକ ସାଧାରଣ ରୋଗ ଯାହା ୬ ମାସରୁ ୫/୬ ବର୍ଷ ବୟସ୍କ ପିଲାଙ୍କଠାରେ ଦେଖାଯାଏ, କ୍ୱଚିତ ୧୫ ବର୍ଷ ବୟସ୍କ ପିଲାଙ୍କର ହୁଏ ।.[୭][୫][୨] ମହିଳାଙ୍କ ଅପେକ୍ଷା ପୁରୁଷଙ୍କର ଏହି ରୋଗ ସାମାନ୍ୟ ଅଧିକ ହୁଏ ।. ଟିକା ଉଦ୍ଭାବନ ପୂର୍ବରୁ ଏହା ଡିଫଥେରିଆଦ୍ୱାରା ହେବା ଦେଖାଯାଉଥିଲା ଯାହା ଅତ୍ୟନ୍ତ ମାରାତ୍ମକ ଥିଲା । ଅଧୁନା ଡି.ପି.ଟି. ଟିକା ଓ ଉନ୍ନତ ସ୍ୱାସ୍ଥ୍ୟରକ୍ଷାଯୋଗୁ ଏହି ରୋଗ ପଶ୍ଚିମ ପୃଥିବୀରେ ଐତିହାସିକ ହୋଇଛି ।[୮]

ଚିହ୍ନ ଓ ଲକ୍ଷଣ

ସ୍ୱରପେଟିକା-ଶ୍ୱାସନଳୀ-ଲଘୁଶ୍ୱାସନଳୀ ପ୍ରଦାହ ରୋଗରେ ନିର୍ଦ୍ଦିଷ୍ଟ ଭୁକା କାଶ, ସମ ସମ ହୁଏ, କଷ୍ଟଦାୟକ ଶ୍ୱାସ କ୍ରିୟା ଓ କର୍କଶ ସ୍ୱର ହୁଏ ଓ ଏ ସମସ୍ତ ରାତିରେ ଅଧିକ ହୁଏ ।[୧] ସିଲ ମାଛ(seal) ବା ସାମୁଦ୍ରିକ ସିଂହର ବୋବାଳି ଭଳି ଭୁକା କାଶ ଶୁଣାଯାଏ । କ୍ରନ୍ଦନ କଲେ ଓ ଉତ୍ତ୍ୟକ୍ତ ହେଲେ ସଁ ସଁ ହେବା ବଢିଯାଏ ଓ ବିଶ୍ରାମ ସମୟରେ ଶୁଣାଗଲେ ଶ୍ୱାସନଳୀ ଅତ୍ୟନ୍ତ ସଂକୀର୍ଣ୍ଣ ହୋଇଥିବା ଜଣାଯାଏ । ରୋଗ ଅଧିକ ହେଲେ ସଁ ସଁ କମିଯାଏ [୧]

ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଜ୍ୱର, ସର୍ଦ୍ଦି, ଓ ଛାତିକାନ୍ଥ ଭିତରକୁ ପଶିଯାଏ । [୯] ପାଟିରୁ ଲାଳ (Drooling) ଗଡ଼ୁଥିଲେ ବା ଅତି ରୋଗା ଦେଖାଯାଉଥିଲେ ଅନ୍ୟ ରୋଗ ହୋଇଥିବା ସମ୍ଭାବନା ଥାଏ ।

କାରଣ

ସାଧାରଣତଃ ଏହି ରୋଗ ଭୂତାଣୁ ଯୋଗୁ ହୁଏ । [୧] ଏହାର ଅନ୍ୟ ନାମକରଣ ମଧ୍ୟ କରାଯାଇଛି ଯଥା ଲାରିଙ୍ଗୋଟ୍ରାକିଆଇଟିସ, ଷ୍ପାଜମୋଡିକ କୃପ, ଲାରିଞ୍ଜିଆଲ ଡିଫଥେରିଆ, ବ୍ୟାକ୍ଟେରିଆଲ ଟ୍ରାକିଆଇଟିସ ଓ ଲାରିଙ୍ଗୋଟ୍ରାକିଓବ୍ରଙ୍କୋନିମୋନିଆ । ପ୍ରଥମ ଦୁଇଟି ଭୂତାଣୁ ଯୋଗୁ ହୁଏ ତଥା ଲକ୍ଷଣ ସାମାନ୍ୟ ହୁଏ; ଶେଷ ଚାରୋଟି ଜୀବାଣୁ ଯୋଗୁ ହୁଏ ଓ ଭୟାବହ ହୁଏ ।

ଭୂତାଣୁ

ଭୂତାଣୁ କୃପ ବା ଲାରିଙ୍ଗୋଟ୍ରାକିଆଇଟିସ ରୋଗ ୭୫ % କ୍ଷେତ୍ରରେ ଟାଇପ ୧ ଓ ୨ ପାରାଇନଫ୍ଳୁଏଞ୍ଜା ଭୂତାଣୁ ଯୋଗୁ । ଅନ୍ୟାନ୍ୟ ଭୂତାଣୁମାନଙ୍କ ନାମ – ଇନଫ୍ଳୁଏଞ୍ଜା କ ଓ ଖ, ମିଳିମିଳା, ଆଡେନୋଭୂତାଣୁ ଓ ରେସ୍ପିରେଟରୀ ଶିନ୍ସିଟିଆଲ ଭୂତାଣୁ (RSV) । ଷ୍ପାଜମୋଡିକ କୃପ ରୋଗ ଓ ଲାରିଙ୍ଗୋଟ୍ରାକିଆଇଟିସ ଏକା ଦଳୀୟ ଭୂତାଣୁ ଯୋଗୁ ହୁଏ କିନ୍ତୁ ସଂକ୍ରମଣ ଚିହ୍ନ ଜ୍ୱର, ତଣ୍ଟି ଦରଜ ଓ ଶ୍ୱେତ ରକ୍ତକଣିକା ଇତ୍ୟାଦି ଅଧିକ ହୁଏ ନାହିଁ । ଚିକିତ୍ସା ଓ ଏହାର ଫଳାଫଳ ସମାନ ଧରଣର ହୁଏ ।

ଜୀବାଣୁ

ସ୍ୱରପେଟିକା ଡିଫଥେରିଆ ରୋଗ କୋରାଇନୋବ୍ୟାକ୍ଟେରିଅମ୍ ଡିଫଥେରି ଜୀବଣୁ ଯୋଗୁ; ବ୍ୟକ୍ଟେରିଆଲ୍ ଟ୍ରାକିଆଇଟିସ, ଲାରିଙ୍ଗୋଟ୍ରାକିଓବ୍ରୋଙ୍କାଇଟିସ ଓ ଲାରିଙ୍ଗୋଟ୍ରାକିଓବ୍ରୋଙ୍କୋନିମୋନାଇଟିସ ରୋଗତ୍ରୟ ପ୍ରାଥମିକ ସ୍ତରରେ ଭୁତାଣୁ ଯୋଗୁ ହେବା ପରେ ସେକଣ୍ଡାରି ବ୍ୟାକ୍ଟେରିଆ ସଂକ୍ରମଣ ହୁଏ । ସାଧାରଣତଃ ସ୍ଟାଫିଲୋକୋକସ୍ ଅରିଅସ୍, ସ୍ଟ୍ରେପ୍ଟୋକୋକସ୍ ନିମୋନି, ହେମୋଫାଇଲସ୍ ଇନଫ୍ଲୁଏଞ୍ଜି ଓ ମୋରାକ୍ସେଲା କାଟାରାଲିସ୍ ଜୀବଣୁମାନଙ୍କଦ୍ୱାରା ରୋଗ ହୁଏ ।

ବିକାରୀଶରୀରକ୍ରିୟା

ଭୁତାଣୁ ସଂଙ୍କ୍ରମଣ ଯୋଗୁ ସ୍ୱର ପେଟିକା, ଶ୍ୱାସନଳୀ ଓ ବଡ୍ ବ୍ରୋଙ୍କସରେ ଶ୍ୱେତ ରକ୍ତ କଣିକା (ହିସ୍ଟିଓସାଇଟ, ଲିମ୍ଫୋସାଇଟ, ପ୍ଲାଜ୍ମାସେଲ୍ ଓ ନିଉଟ୍ରୋଫିଲ) ପ୍ରବେଶ ହୋଇ ସେଗୁଡିକ ଫୁଲି ଯାଏ । ଏହି ଫୁଲିବାଦ୍ୱାରା ଶ୍ୱାସନଳୀ ସରୁ ହୋଇଯାଏ ଯାହା ଫଳରେ ଶ୍ୱାସକ୍ରିୟ ନିମନ୍ତେ ଅଧିକ ବଳ ଆବଶ୍ୟକ ହୁଏ ଓ ଏହା ନିମନ୍ତେ ଯେଉଁ ଶବ୍ଦ ବାହାରେ ତାହାକୁ ସ୍ଟ୍ରାଇଡର କୁହାଯାଏ ।

ରୋଗ ନିର୍ଣ୍ଣୟ

ୱେଷ୍ଟଳୀ ସ୍କୋର: ଉଗ୍ରତାର ବର୍ଗୀକରଣ
ଲକ୍ଷଣଲକ୍ଷଣ ନିମନ୍ତେ ସଂଖ୍ୟା
0
ଛାତି କାନ୍ଥ
ଭିତରକୁ
ନାହିଁସାମାନ୍ୟମଧ୍ୟମଉଗ୍ର
ଷ୍ଟ୍ରାଇଡରକିଛି ନାହିଁଉତ୍ୟକ୍ତବିଶ୍ରାମବେଳେ
ନୀଳାଭ ନାହିଁଉତ୍ୟକ୍ତବିଶ୍ରାମ ବେଳେ
ଚେତନା
ସ୍ତର
ସାଧାରଣମାନସିକ ଭାରସାମ୍ୟ ଅଭାବ
ବାୟୁ ପ୍ରବେଶସାଧାରଣକମଉଲ୍ଲେଖନୀୟ କମ

ଏହି ରୋଗ ନିଣ୍ଣୟ ଏକ ରୋଗୀ ପରୀକ୍ଷାଜନିତ ନିର୍ଣ୍ଣୟ । [୫] ଏହି ନିର୍ଣ୍ଣୟର ପ୍ରଥମ ପାହାଚରେ ଉର୍ଦ୍ଧ୍ୱ ଶ୍ୱାସନଳୀର ଅନ୍ୟ ଅବରୋଧକାରୀ ରୋଗ ଉପସ୍ଥିତି ନ ଥିବା ନିମନ୍ତେ ନିର୍ଣ୍ଣୟ କରାଯାଏ ଯେପରିକି ଏପିଗ୍ଲୋଟ୍ଟାଇଟିସ, ବାହାର ବସ୍ତୁ, ସବ୍‌ଗଲୋଟ୍ଟିକ ସ୍ଟେନିସିସ, ଆଞ୍ଜିଓଇଡିମା, ରେଟ୍ରୋଫାରିଞ୍ଜିଆଲ ଆବସେସ ଓ ବ୍ୟାକ୍ଟେରିଆଲ ଟ୍ରାକିଆଇଟିସ । [୧୦][୫]

ବେକର ଫ୍ରଣ୍ଟାଲ ଏକ୍ସ-ରେ ନିୟମିତ ଭାବରେ କରାଯାଏ ନାହିଁ । [୫] କିନ୍ତୁ ଏହା କଲେ ସଟିପ୍ଲ ଚିହ୍ନ ବା ଉର୍ଦ୍ଧ୍ୱଶ୍ୱାସନଳୀର ଉପର ଭାଗ ଅଣଓସାରିଆ ଦେଖାଯାଏ । ଏହି ଚିହ୍ନ ନିର୍ଣ୍ଣୟାତ୍ମକ ହେଲେ ମଧ୍ୟ ଅର୍ଦ୍ଧେକ ରୋଗୀଙ୍କର ନ ଥାଏ । [୯]

Other investigations (such as ରକ୍ତ ପରୀକ୍ଷାs and ଭୁତାଣୁ କଲ୍‌ଚର) ଇତ୍ୟାଦି କରିବାକୁ ମନାକରାଯାଏ କାରଣ ରୋଗୀ ଅଯଥା ଉତ୍ତେଜିତ ହେବା ସମ୍ଭାବନା ଥାଏ । [୫] ଭୁତାଣୁ କଲ୍‌ଚର କେବଳ ଗବେଷଣା ନିମନ୍ତେ କରାଯାଏ । [୧] ନିର୍ଦ୍ଦିଷ୍ଟ ଚିକିତ୍ସାଦ୍ୱାରା ଭଲ ନ ହେଲେ ବ୍ୟାକ୍ଟେରିଆଲ ସଂକ୍ରମଣ ସମ୍ଭାବନା ହୁଏ ଓ ଅନ୍ୟ ପରୀକ୍ଷା କରାଯାଏ । [୧୦]

ପ୍ରକୋପ

ପ୍ରକୋପର ବର୍ଗୀକରଣ କରିବା ନିମନ୍ତେ ୱେଷ୍ଟଲି ସ୍କୋର ସାହାଯ୍ୟ ନିଆଯାଏ । ଏହା ସାଧାରଣତଃ ଗବେଷଣା ନିମନ୍ତେ ବ୍ୟବହାର କରାଯାଏ ।[୧୦] ପାଞ୍ଚୋଟି କାରକର ସଂଖ୍ୟାକୁ ନେଇ ଏହା ହିସାବ କରାଯାଏ; ସେ ଗୁଡ଼ିକ ଚେତନ ସ୍ତର, ସ୍ୟାନୋସିସ/ ନୀଳ ରଙ୍ଗ, ସ୍ଟ୍ରାଇଡର, ବାଯୁ ପ୍ରବେଶ ଓ ରିଟ୍ରାକସନ ।[୧୦] ଟେବୁଲରେ ଦିଆଯିବା ମତେ ନମ୍ବର ଦିଆଯାଏ । ଏହି ସ୍କୋର ୦ରୁ ୧୭ ପର୍ଯ୍ୟନ୍ତ ଥାଏ । [୧୧]

  • ସମୁଦାୟ ସ୍କୋର ≤ ୨ ଥିଲେ ସାଧାରଣ କ୍ରୁପ । ବିଶ୍ରାମ ବେଳେ ସ୍ଟ୍ରାଇଡର୍ ହୁଏ ନାହିଁ ଯଦିଓ ଭୁକା କାଶ ଓ କର୍କଶ ସ୍ୱର ଥାଏ ।
  • ସମୁଦାୟ ସ୍କୋର ≤ ୩-୫ ଥିଲେ ମଧ୍ୟମ ଧରଣର । ସ୍ଟ୍ରାଇଡର୍ ଶୁଣାଯାଏ ଓ ସ୍ୱଳ୍ପ ଅନ୍ୟ ଲକ୍ଷଣ ଥାଏ ।[୨]
  • ସମୁଦାୟ ସ୍କୋର ≤ ୬-୧ ଥିଲେ ଅତ୍ୟଧିକ ଧରଣର । ଅନ୍ୟ୍ ଲକ୍ଷଣ ସହ ଛତି କାନ୍ଥ ପଶିଯାଇଥାଏ ।
  • ସମୁଦାୟ ସ୍କୋର ≤ ୧୨ଏହା ଆସନ୍ନ ଶ୍ୱାସ ଫେଲ ସମ୍ଭାବନା ଥାଏ ।[୨]

୮୫% ପିଲା ସାଧାରଣ କିସମର ରୋଗରେ ଆକ୍ରାନ୍ତ ହୁଅନ୍ତି, ଅତ୍ୟଧିକ କୃପ କ୍ୱଚିତ୍ ଦେଖାଯାଏ । [୨]

ପ୍ରତିଷେଧ

ଅନେକ ସ୍ଥଳରେ ଇନ୍‌ଫ୍ଲୁଏଞ୍ଜା ଓ ଡିଫ୍‌ଥେରିଆ ଟିକାଦ୍ୱାରା କୃପ ରୋଗ ପ୍ରତିରୋଧ କରିହେବା ଦେଖାଯାଏ । [୧୦]

ଚିକିତ୍ସା

ଏହି ରୋଗ ଭୋଗୁଥିବା ପିଲାମାନଙ୍କୁ ଶାନ୍ତ ରଖିବାକୁ ହୁଏ ।[୫] ଉତ୍କଟ ରୋଗରେ ସ୍ଟିରଏଡ ସହ ଏପିନେଫ୍ରିନ୍ ରୁଟିନ୍ ହିସାବରେ ଦିଆଯାଏ ।[୫] ଅମ୍ଳଜାନ ସାଚୁରେସନ୍ ୯୨% ତଳକୁ ଥିଲେ ଅମ୍ଳଜାନ ଦିଆଯାଏ ।[୧୦] ରୋଗ ଉତ୍କଟ ଥିଲେ ଡାକ୍ତରଖାନାରେ ଆଡମିସନ୍ କରିଦିଆଯାଏ ।[୯] ପିଲାର ମୁହଁ ଉପରେ ମାସ୍କ ଦିଆ ନ ଯାଇ ସାମାନ୍ୟ ଦୂରରେ ରଖିଲେ ପିଲା ଉତ୍ୟକ୍ତ ହୁଏନାହିଁ ।[୧୦] ଉପଯୁକ୍ତ ଚିକିତ୍ସା ସହିତ ୦.୨% ପିଲାଙ୍କର ଏଣ୍ଡୋଟ୍ରକିଆଲ ଇନ୍‌‌ଟ୍ୟୁବେସନ୍ ଆବଶ୍ୟକ ହୁଏ । [୧୧]

ସ୍ଟିରଏଡ

ଡେକ୍ସାମେଥାଜୋନ୍ ଓ ବୁଡେସୋନାଇଡ୍ ଭଳି କର୍ଟିକୋସ୍ଟିରଏଡ୍ ବ୍ୟବହାରଦ୍ୱାରା ସମସ୍ତ ଉତ୍କଟ କୃପ ରୋଗର ଫଳ ଉନ୍ନତ ହୁଏ ।[୧୨] ଏହି ଔଷଧ ଦେବାର ୬ଘଣ୍ଟା ମଧ୍ୟରେ ଆରାମ ଲାଗେ ।[୧୨] ଶୁଙ୍ଘେଇକରି ଦେବା, ଇଞ୍ଜେକ୍‌ସନ୍ ଓ ପାଟିବାଟେ ଦେବା ପ୍ରଥା ଥିଲେ ମଧ୍ୟ ପାଟିବାଟେ ଦେବା ପସନ୍ଦ କରାଯାଏ ।[୫] ଗୋଟିଏ ଡୋଜ୍ ପ୍ରାୟ ଦରକାର ହୁଏ ଓ ବିପଦମୁକ୍ତ ଥାଏ ।[୫] ଡେକ୍ସାମେଥାଜୋନ୍ ଡୋଜ୍ ୦.୧୫, ୦.୩, ଓ ୦.୬ ମି.ଗ୍ରା./କେ.ଜି. ଉପକାରୀ ସାବ୍ୟସ୍ତ ହୁଏ ।[୧୩]

ଏପିନେଫ୍ରିନ୍

ମଧ୍ୟମ ଓ ଉତ୍କଟ ରୋଗରେ ନେବୁଲାଇଜର୍ଦ୍ୱାରା ଏପିନେଫ୍ରିନ୍ ଦେଲେ ସାମୟିକ ଉନ୍ନତି ପରିଲକ୍ଷିତ ହୁଏ ।[୫] ଏହାଦ୍ୱାରା ୧୦ରୁ ୩୦ ମିନିଟ ମଧ୍ୟରେ ଉପଶମ ହୁଏ ଓ ୨ ଘଣ୍ଟା ପର୍ଯ୍ୟନ୍ତ ପ୍ରଭାବ ରହେ ।[୧][୫] ଚିକିତ୍ସା ପରେ ୨-୪ ଘଣ୍ଟା ପର୍ୟ୍ୟନ୍ତ ଉନ୍ନତି ହେଲେ ଓ ଅନ୍ୟ କୌଣସି ଅସୁବିଧା ନ ହେଲେ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରିଦିଆଯାଏ ।[୧][୫]

ଅନ୍ୟାନ୍ୟ

କୃପ ନିମିତ୍ତ ଅନେକ ଚିକିତ୍ସା ବିଷୟ ଉଲ୍ଲେଖ ଥିଲେ ମଧ୍ୟ ସେମାନଙ୍କ ବ୍ୟବହାର ସମ୍ପର୍କରେ ବିଶେଷ ସମର୍ଥନ ନାହିଁ । ଚିରାଚରିତ ଭାବେ ସ୍ୱୟଂ ଗରମ ବାମ୍ଫ ଓ ଆର୍ଦ୍ର ବାୟୁ ପ୍ରଶ୍ୱାସରେ ନେବା ପ୍ରଥାଟି ଅନୁଶୀଳନ ଅନୁସାରେ ଫଳପ୍ରଦ ଥିବା ଜଣାଯାଏ ନାହିଁ[୧୦][୫] ଓ ଅଧୁନା ଏହା କ୍ୱଚିତ ବ୍ୟବହାର ହେଉଛି ।[୧୪] ଡେକ୍ସ‌ଟ୍ରୋମେଥୋର୍ଫେନ୍ ଓ/କିମ୍ବା ଗୁଆଫେନେସିନ୍ ମିଶ୍ରିତ କଫ ଔଷଧ ବ୍ୟବହାରକୁ ପ୍ରୋତ୍ସାଗନ ଦିଆଯାଉ ନାହିଁ ।[୧] ଅତୀତରେ ଶ୍ୱାସକର୍ମ ଉଣା କରିବାକୁ ହେଲିଓକ୍ସ୍ର (ହିଲିଅମ୍ ଓ ଅମ୍ଳଜାନ ମିଶ୍ରଣ) ବ୍ୟବହାର ମଧ୍ୟ ଅନୁଶୀଳନରେ ସମର୍ଥନ ମିଳୁନି ।[୧୫] କୃପ ଗୋଟିଏ ଭୁତାଣୁ ରୋଗ ହୋଇଥିବାରୁ ଅନ୍ୟ କୌଣସି ସଂକ୍ରମଣ ସନ୍ଦେହ ନ ଥିଲେ ଆଣ୍ଟିବାୟୋଟିକ ଦିଆଯାଏ ନାହିଁ[୧] ଓ ସଂକ୍ରମଣ ଥିଲେ ଭାଙ୍କୋମାଇସିନ୍ ଓ ସେଫୋଟାକ୍ସିମ୍ ଦିଆଯାଏ ।[୧୦] ଇନ୍‌ଫ୍ଲୁଏଞ୍ଜା ଏ ଓ ବି ମିଶ୍ରିତ କୃପ ହେଲେ ଆଣ୍ଟିଭାଇରାଲ୍ ନିଉରାମିନିଡେଜ୍ ଇନିହିବିଟର୍ ଦିଆଯାଏ । [୧୦]

ପୂର୍ବାନୁମାନ

ଭୁତାଣୁଜନିତ କୃପ ଏକ ସ୍ୱୟଂ ସୀମିତ ରୋଗ,[୧] ଅର୍ଦ୍ଧେକ ସଂଖ୍ୟକ ରୋଗୀ ଏକ ଦିନରେ ଓ ୮୦% ଦୁଇ ଦିନରେ ଚାଲିଯାଆନ୍ତି ।[୧୬] ଶ୍ୱାସ ବନ୍ଦ ବା ହୃତକ୍ରିୟା ବନ୍ଦ ଯୋଗୁ କ୍ୱଚିତ ରୋଗୀ ମରନ୍ତି ।[୧] ଦୁଇ ଦିନ ମଧ୍ୟରେ ଲକ୍ଷଣରେ ଉନ୍ନତି ହୁଏ କିନ୍ତୁ ଏହା ୭ ଦିନ ପର୍ଯ୍ୟନ୍ତ ରହିପାରେ ।[୨] ଏହି ରୋଗର ଜଟିଳତା ଆକାରରେ ଟ୍ରାକିଆଇଟିସ୍, ନିମୋନିଆ ଓ ପଲ୍‌ମୋନାରି ଇଡିମା ଆଦି ରୋଗ କ୍ୱଚିତ୍ ହୁଏ ।[୨]

ସଂକ୍ରମଣ ଅନୁଶୀଳନ

ପାଞ୍ଚରୁ ଛଅ ବର୍ଷ ବୟସର ଛୁଆମାନଙ୍କ ମଧ୍ୟରୁ ପନ୍ଦର ପ୍ରତିଶତ ପିଲାଙ୍କୁ ଏହି ରୋଗ ଆକ୍ରମଣ କରେ ।[୧୦][୫] ଏହି ବୟସର ପିଲାଙ୍କ ମଧ୍ୟରୁ ୫% ପିଲା ଏହି ରୋଗ ନିମନ୍ତେ ଡାକ୍ତରଖାନାରେ ଆଡମିସନ ହୁଅନ୍ତି ।[୨] ୩ମାସର ପିଲା ଓ ୧୫ ବର୍ଷର ପିଲାଙ୍କୁ କ୍ୱଚିତ ଏହି ରୋଗ ହୁଏ ।[୨] ଝିଅଙ୍କ ଅପେକ୍ଷା ପୁଅମାନେ ୫୦% ଅଧିକ ଆକ୍ରାନ୍ତ ହୁଅନ୍ତି ଓ ଶରତ୍ ଋତୁରେ ରୋଗ ଅଧିକ ହୁଏ ।[୧୦]

ଇତିହାସ

ଏହି ରୋଗର ଇଂରାଜୀ ନାମ କୃପ୍ ଆଧୁନିକ ଇଂରାଜୀର ଆଦ୍ୟ ସମୟର କ୍ରିୟା ପଦ 'croup'ଶବ୍ଦରୁ ନିଆହୋଇଛି ଯାହାର ଅର୍ଥ କର୍କଶ ସ୍ୱରରେ କ୍ରନ୍ଦନ ଓ ଏହି ଶବ୍ଦଟି ସ୍କଟଲ୍ୟାଣ୍ଡରେ ଦିଆଯାଇଥିଲା ଓ ୧୮ଶ ଶତାବ୍ଦୀରେ ଲୋକପ୍ରିୟ ହୋଇଥିଲା ।[୧୭] ଡିଫ୍‌ଥେରିଆ କୃପ ନାମଟି ହୋମର୍ ଅମଳରେ ପୁରାତନ ଗ୍ରୀସରେ ଜଣାଥିଲା କିନ୍ତୁ ୧୮୨୬ ମସିହାରେ ବ୍ରେଟୋନୋଙ୍କଦ୍ୱାରା(Bretonneau) ଭୁତାଣୁ କୃପ ଡିଫ୍‌ଥେରିଆ କୃପଠାରୁ ଅଲଗାବୋଲି ଜଣାଯାଇଥିଲା ।[୧୪][୧୮] ଭୁତାଣୁ କୃପକୁ ଫ୍ରାନ୍ସରେ ଫକ୍ସ୍ କୃପ("faux-croup") ଓ ଇଂଲଣ୍ଡରେ ଫଲ୍ସ୍ କୃପ("false croup")[୧୯][୨୦] କୁହାଯାଉଥିଲା ଓ ଡିଫ୍‌ଥେରିଆ କୃପକୁ ସତ କୃପ୍ ବା କୃପ୍ କୁହାଯାଉଥିଲା ।[୨୧][୨୨] ବହୁଳ ଟିକା ଦେବା ଫଳରେ ଡିଫ୍‌ଥେରିଆ କୃପ୍ ଆଜିକାଲି ଉନ୍ନତ ଦେଶମାନଙ୍କରେ ଅଜଣା ହୋଇ ରହିଛି ।[୮][୧୮]

ଆଧାର

External links