କଲେରା ଟିକା

କଲେରା ଟିକା କଲେରା ରୋଗ ପ୍ରତିଷେଧ ନିମନ୍ତେ ସୁଫଳ ଦିଏ । [୧] ଜନ୍ମର ୬ ମାସ ମଧ୍ୟରେ ଏହା ୮୫ % କାର୍ଯ୍ୟକାରୀ ହୁଏ ଓ ଏକ ବର୍ଷ ପର୍ଯ୍ୟନ୍ତି ୬୦ % କାର୍ଯ୍ୟକାରୀ ହୁଏ । [୧][୨][୩] ଦୁଇ ବର୍ଷ ପରେ ଏହାର କାମ ୫୦ %ରୁ କମ ହୁଏ । ଜନସଂଖ୍ୟାର ଯଥେଷ୍ଟ ଲୋକ ଟିକା ନେଲେ ବାକି ଟିକା ନ ନେଇଥିବା ଲୋକ ଗୋଷ୍ଠୀ ଇମ୍ମ୍ୟୁନିଟିର ଉପକାରୀତା ପାଆନ୍ତି । ରୋଗ ସଂକଟ ଥିବା ସ୍ଥାନମାନଙ୍କରେ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକ୍ରମ ସ‌ହିତ ଏହା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିସ କରନ୍ତି । ପାଟିରେ ଦିଆଯାଉଥିବା ଟିକାର ଦୁଇ ବା ତିନି ଡୋଜ ଦେବାକୁ ସୁପାରିସ କରାଯାଏ । [୧] ପୃଥିବୀର କେତେକ ସ୍ଥାନରେ ଇଞ୍ଜେକସନ ଆକାରର ଟିକା ମିଳେ । [୨][୧]

କଲେରା ଟିକା
Vaccine description
Target diseaseକଲେରା
TypeKilled/Inactivated
Clinical data
AHFS/Drugs.comMicromedex Detailed Consumer Information
Pregnancy
category
  • US: C (Risk not ruled out)
ATC code
Identifiers
ChemSpider
 ☒NcheckY (what is this?)  (verify)

ପାଟି ଟିକା ସାଧାରଣତଃ ନିରାପଦ । ସାମାନ୍ୟ ପେଟ କଷ୍ଟ ବା ତରଳ ଝାଡ଼ା ହୋଇପାରେ । ଇମ୍ମ୍ୟୁନିଟି ଅଭାବ ଥଲେ ଓ ଗର୍ଭାବସ୍ଥାରେ ମଧ୍ୟ ଏହା ନିରାପଦ । ଷାଠିଏଟି ଦେଶରେ ଏହାର ବ୍ୟବ‌ହାର ନିମନ୍ତେ ଲାଇସେନ୍ସ ମିଳିଛି । କଲେରା ହେଉଥିବା ଦେଶମାନଙ୍କରେ ଏହି ଟିକା ଶସ୍ତାରେ ମିଳେ । [୧]

୧୮୦୦ଶ ଶତାବ୍ଦୀର ଶେଷ ଭାଗରେ ପ୍ରଥମ କଲେରା ଟିକା ବିକଶିତ ହୋଇଥିଲା । ଲାବୋରେଟୋରିରେ ତିଆରି ହୋଇଥିବା ସେହି ଟିକା ବ୍ୟାପକ ଭାବେ ବ୍ୟବ‌ହୃତ ହୋଇଥିଲା । [୪] ପାଟିରେ ଦିଆଯାଉଥିବା ଟିକା ବା ପାଟି ଟିକା ୧୯୯୦ ମସିହାରେ ପ୍ରବର୍ତ୍ତନ କରାଯାଇଥିଲା । [୧] ମୌଳିକ ସ୍ୱାସ୍ଥ୍ୟ ଶୃଙ୍ଖଳା ନିମନ୍ତେ ଆବଶ୍ୟକ ଔଷଧ ଚିଠାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠାନ ଏହାକୁ ଅତି ଆବଶ୍ୟକ ମାନ୍ୟତା ଦେଇଛି । [୫] ଆମେରିକାରେ ଏହି ଟିକା ବାବଦ ଖର୍ଚ୍ଚ 0.୧ରୁ ୪.0 ଡଲାର ମଧ୍ୟରେ ଲାଗେ । [୬]

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ