ଖେଚେଡ଼ି
ଭାରତୀୟ ଖାଦ୍ୟ
(ଖେଚୁଡ଼ିରୁ ଲେଉଟି ଆସିଛି)
ଖେଚେଡ଼ି(ବା ଖେଚୁଡ଼ି) ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ, ତେବେ ଭାରତର ବାକି ଜାଗାରେ ମଧ୍ୟ ଏହା ଖିଆଯାଇଥାଏ । ତିଆରି କରିବାର ପ୍ରଣାଳୀ ଅଲଗା ଅଲଗା ଜାଗାରେ ଅଲଗା ପ୍ରକାର ହୋଇଥାଏ ଓ ନାମ ମଧ୍ୟ ଅଲଗା ହୋଇଥାଏ । ଓଡ଼ିଶାରେ ତିଆରି ଖେଚେଡ଼ି ଶୁଖିଲା ହୋଇଥାଏ ଓ ଏଥିରେ ଚିନିର ବ୍ୟବହାର ହୋଇଥାଏ ।
[[File:|frameless|alt=]] | |
ଆରମ୍ଭ | |
---|---|
ମୂଳ ଜାଗା | ଭାରତୀୟ ଉପମହାଦେଶ |
ଅଞ୍ଚଳ | ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗଳା, ପଞ୍ଜାବ |
ଖାଇବାର ସବିଶେଷ | |
ମୂଳ ଉପାଦାନ | ଚାଉଳ, ଡାଲି, ମସଲା |
ଉପାଦାନ
ପ୍ରଣାଳୀ
ପରିବା (ବିନ, ଗାଜର, ବିଟ ଆଦି)କୁ ଧୋଇ ତେଲ/ଘିଅରେ ଭାଜି ଦିଆଯାଏ । ଚାଉଳକୁ ଧୋଇ ଘିଅ/ତେଲରେ ଭାଜି ପରିବା, ଘିଅରେ ମସଲା ଭାଜି ଡାଲି ସହ ମିଶାଇ ପାଣି ଦେଇ ସିଝାଇ ଦିଆଯାଏ । ପରଷିବା ପୂର୍ବରୁ କିଛି ଚିନି ପକାନ୍ତୁ ।
ପ୍ରକାର
ଜଗନ୍ନାଥ ମନ୍ଦିରରେ ଭୋଗରେ ଲାଗୁଥିବା ଖେଚେଡ଼ି
ଶ୍ରୀମନ୍ଦିରରେ ସକାଳ ଧୂପରେ, ଷୋଡ଼ଶୋପଚାର ବିଧିରେ ରତ୍ନବେଦିରେ ଅର୍ପଣ କରାଯାଉଥିବା ବିଭିନ୍ନ ପ୍ରକାର ଖେଚେଡ଼ି ହେଲା:
- ନୁଖୁରା ଖେଚୁଡ଼ି
- ସାନ ଖେଚୁଡ଼ି
- ଶ୍ରୀ ବଳଭଦ୍ର ଖେଚୁଡ଼ି
- ତୈଳ ଖେଚୁଡ଼ି
ଅନ୍ୟାନ୍ୟ
- ପଞ୍ଚୁବର୍ଣ୍ଣ ଖେଚେଡ଼ି
- ନାନା ପ୍ରକାରର ପରିବାକୁ ଡାଲି ଓ ଚାଉଳ ସହ ମିଶାଇ ଏହା ତିଆରି କରାଯାଏ । ଏହା ଶୁଖିଲା ହୋଇଥାଏ । ପଞ୍ଚୁବର୍ଣ୍ଣ ଖେଚେଡ଼ି ପର୍ବ ପର୍ବାଣିରେ ତିଆରି କରାଯାଇଥାଏ ।
- କାଦୁଆ ଖେଚେଡ଼ି
- ଏହା ସାଧାରଣତଃ ବହଳିଆ ହୋଇଥାଏ ।
- ସିମେଇ ଖେଚେଡ଼ି/ପଲଉ: ଏହା ସିମେଇ, ଗାଜର, କ୍ୟାପ୍ସିକମ, ପିଆଜ ଆଦି ପକାଇ ଓଡ଼ିଆ ରାନ୍ଧଣା ପ୍ରଣାଳୀରେ ତିଆରି କରାଯାଇଥାଏ ।
- ଦଳା ଖେଚୁଡ଼ି ତିଆରି ପାଇଁ ଅରୁଆ ଚାଉଳ ଓ ମୁଗ ଡାଲି ମିଶାଇ ଧୋଇ ଶୁଖାଇ, ତା ସହିତ ହଳଦି ଗୁଣ୍ଡ, ଧନିଆ ଗୁଣ୍ଡ, ନଡିଆ କୋରା ଓ ଘିଅ ଦେଇ ଦଳାଯାଏ । ତା ପରେ ପାଣିରେ ତେଜପତ୍ର ପକାଇ ଫୁଟାଇ ସେଥିରା ଦଳା ଚାଉଳ ଓ ଡାଲି ପକାଯାଏ । ଡାଲି ଓ ଚାଉଳ ଫୁଟି ନରମ ହୋଇଗଲେ ଓହ୍ଲାଇ ଘିଅର ଛୁଙ୍କ ଦିଆଗଲେ ଦଳା ଖେଚୁଡି ତିଆରି ସମ୍ପୂର୍ଣ୍ଣ ହୁଏ ।[୧]
ପରଷା
ପଞ୍ଚୁବର୍ଣ ଖେଚେଡ଼ିକୁ ଘୁଗୁନି, ଆଳୁଦମ ଓ ବାକି ଅନେକ ତରକାରି ସହ ପରଷାଯାଇପାରେ ।
ଆଧାର
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ