ଗାଜର

ପନିପରିବା

ଗାଜର ଏକ ପରିବା ଅଟେ, ଏହା ଲାଲ, କଳା, ନାରଙ୍ଗୀ, ଧଳା ଏବଂ ହଳଦିଆ ପରି ବିଭିନ୍ନ ରଙ୍ଗରେ ମିଳିଥାଏ ।[୧] ଏହା ଏକ ବଣୁଆ ଗାଜର ଘରୋଇକରଣ ଉତ୍ପାଦ । ଏହା ବୋଧେ ପ୍ରାରମ୍ଭରେ ପର୍ସିଆରେ ଏହାର ମଞ୍ଜି ଏବଂ ପତ୍ର ପାଇଁ ଚାଷ କରାଯାଉଥିଲା ।

Carrot
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ:ଉଦ୍ଭିଦ ସାମ୍ରାଜ୍ୟ
ଗୋଷ୍ଠୀ:ଟ୍ରାକିଓଫାଇଟା
ଗୋଷ୍ଠୀ:ସ୍ପର୍ମାଟୋଫାଇଟା
ଗୋଷ୍ଠୀ:ଆବୃତବୀଜୀ
ଗୋଷ୍ଠୀ:ୟୁଡିକୋଟ
Clade:Asterids
Order:Apiales
Family:Apiaceae
Genus:Daucus
ଜାତି:D. carota
ଉପଜାତି:D. c. subsp. sativus
ଟ୍ରାଇନୋମିଆଲ ନାମ
Daucus carota subsp. sativus
(Hoffm.) (Schübl.) & (G. Martens)

ସଂଯୁକ୍ତ ରାଷ୍ଟ୍ରର ଖାଦ୍ୟ ଏବଂ କୃଷି ସଂଗଠନ (ଏଫଏଓ)ର ରିପୋର୍ଟ ଅନୁସାରେ କ୍ୟାଲେଣ୍ଡର ବର୍ଷ ୨୦୧୩ ମସିହା ପାଇଁ ଗାଜର ଏବଂ ଉଦ୍ଭିଦ ମୂଳ (ଏହି ଗଛ ଗୁଡିକୁ ଏଫଏଓଦ୍ୱାରା ସଂଯୁକ୍ତ କରାଗଲା)ର ବିଶ୍ୱ ଉତ୍ପାଦନ ୩୭.୨ ମିଲିୟନ ଟନ ଥିଲା; ପାଖାପାଖି ଅଧା (~ ୪୫%) ଚୀନରେ ବିକଶିତ କରାଯାଇଥିଲା । ଗାଜର ବ୍ୟାପକ ରୂପରେ ବହୁ ବ୍ୟଞ୍ଜନରେ ବ୍ୟବହାର କରାଯାଏ । ବିଶେଷ ରୂପେ ସାଲଡ଼ର ପ୍ରସ୍ତୁତିରେ ଏବଂ ବହୁ ପାରମ୍ପରିକ ବ୍ୟଞ୍ଜନରେ ଗାଜର ଯୁକ୍ତ ସାଲଡ଼ ଏକ ପରମ୍ପରା ଅଟେ ।

ଇତିହାସ

ବିଭିନ୍ନ ରଙ୍ଗର ଗାଜର

ଲିଖିତ ଇତିହାସ ଏବଂ ଆଣବିକ ଅନୁବଂଶୀକ ଅଧ୍ୟୟନଦ୍ୱାରା ଜଣାଯାଏ କି, ଘରୋଇ ଗାଜରର ମଧ୍ୟ ଏସିଆରେ ଏକମାତ୍ର ହିଁ ମୂଳ ରହିଛି । ୮ବିଂଶ ଶତାବ୍ଦୀରେ "ମୁର୍ସ"ଦ୍ୱାରା ଏହି ଗଛକୁ ସ୍ପେନରେ ପରିଚୟ କରାଯାଇଥିଲା । ୧୦ବିଂଶ ଶତାବ୍ଦୀରେ ପଶ୍ଚିମ ଏସିଆ, ଭାରତ ଏବଂ ୟୁରୋପରେ ଗଛର ମୂଳ ବାଇଗେଣି ଥିଲା ।[୨] ଆଧୁନିକ ଗାଜରର ଉତ୍ପତ୍ତି ଏହି ସମୟରେ ଆଫଗାନିସ୍ତାନରେ ହୋଇଥିଲା।[୩] ୧୧ବିଂ ଶତାବ୍ଦୀରେ ୟହୁଦୀ ବିଦ୍ୱାନ "ଶୀମୋନ ସେଠ" , ଲାଲ ଏବଂ ହଳଦିଆ ରଙ୍ଗର ଗାଜର ବିଷୟରେ ବର୍ଣ୍ଣନା କରିଥିଲେ ।


ସ୍ୱାସ୍ଥ୍ୟ ବର୍ଦ୍ଧକ

ଗୋଟେ ଗ୍ଲାସ ଗାଜର ରସ ମଣିଷ ଶରୀର ପାଇଁ ଏକ ପୂର୍ଣ୍ଣ ଭୋଜନ ଅଟେ । ଏହାର ସେବନଦ୍ୱାରା ରକ୍ତରେ ବୃଦ୍ଧି ଆସିଥାଏ ।[୪] ମଧୁମେହ ଆଦି ରୋଗକୁ ଛାଡି ଗାଜର ପ୍ରାୟତଃ ସବୁ ରୋଗରେ ସେବନ କରାଯାଇ ପାରେ । ଗାଜର ରସରେ ଭିଟାମିନ "ଏ", "ବି", "ସି", "ଇ", "ଜୀ", ଏବଂ "କେ" ମିଳିଥାଏ । ଗାଜର ଜୁସ ପିଇବା କିମ୍ବା କଞ୍ଚା ଗାଜର ଖାଇବାଦ୍ୱାରା ମଳକଣ୍ଟକର ଅସୁବିଧାରୁ ମୁକ୍ତି ମିଳିଥାଏ । ଏହା ଜଣ୍ଡିସ ରୋଗର ପ୍ରାକୃତିକ ଔଷଧ ଅଟେ । ଏହାର ସେବନ ଲ୍ୟୁକେମିୟା (ବ୍ଲଡ଼ କ୍ୟାନ୍ସର) ଏବଂ ପେଟର କ୍ୟାନ୍ସର ପାଇଁ ଲାଭ ଦାୟକ ଅଟେ । ଏହାର ସେବନଦ୍ୱାରା କୋଷ ଏବଂ ଧମନୀକୁ ସଂଜୀବନି ମିଳିଥାଏ । ଗାଜରରେ ବିଟା-କେରୋଟିନ ନାମକ ଔଷଧୀୟ ତତ୍ତ୍ୱ ରହିଥାଏ , ଯାହା କ୍ୟାନ୍ସର ଉପରେ ନିୟନ୍ତ୍ରଣ କରିବା ପାଇଁ ସାହାଯ୍ୟ କରିଥାଏ । [ଆଧାର ଲୋଡ଼ା] ଏହାର ସେବନଦ୍ୱାରା ଇମ୍ୟୁନିଟି ସିଷ୍ଟମ ଦୃଢ଼ ହୋଇଥାଏ ଏହା ସହିତ ଆଖିର ପାୱାର ବଢିଥାଏ । ଗାଜର ସେବନଦ୍ୱାରା ଶରୀରକୁ ଉର୍ଜା ମିଳିଥାଏ ।[୫][୬]

ଆଧାର