ପିଆଜ

ପିଆଜ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ଏକ ଭଲ ମସଲା ଭାବେ ମଧ୍ୟ ଲୋକପ୍ରିୟ । ଏହାର ମୂଳକୁ ମୁଖ୍ୟତଃ ବ୍ୟବହାର କରାଯାଏ । କଅଁଳିଆ ପିଆଜ ପତ୍ର ଯାହାକୁ ପିଆଜ ଶଣ୍ଢା କହିଥାନ୍ତି, ତାହା ମଧ୍ୟ କେତେକ ବ୍ୟଞ୍ଜନରେ ବ୍ୟବହାର କରାଯାଏ । କୋଷ

ପିଆଜ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ:ଉଦ୍ଭିଦ ସାମ୍ରାଜ୍ୟ
ଗୋଷ୍ଠୀ:ଟ୍ରାକିଓଫାଇଟା
ଗୋଷ୍ଠୀ:ସ୍ପର୍ମାଟୋଫାଇଟା
ଗୋଷ୍ଠୀ:ଆବୃତବୀଜୀ
ଗୋଷ୍ଠୀ:ଏକବୀଜପତ୍ରୀ
ଗଣ:ଆସ୍ପାରାଗେଲ
Family:{{{1}}}
Subfamily:{{{1}}}
Genus:{{{1}}}
ଜାତି:A. cepa
ବାଇନୋମିଆଲ ନାମ
Allium cepa

ବିବିଧ ଭାଷାରେ ନାମ

ଭାଷାନାମ
ଓଡ଼ିଆପିଆଜ
ସଂସ୍କୃତପଲାଣ୍ଡୁ
ହିନ୍ଦୀପ୍ୟାଜ
ଗୁଜରାଟୀଦୁଂଗାରୀ
ତାମିଲୱେଂଗୟମ୍
ତେଲୁଗୁନିରୁଲ୍ଲୀ
ବଙ୍ଗଳାପ୍ଯାଞ୍ଜ୍
ମରାଠିକନ୍ଦା
ମାଲୟାଲମଚୁବନ୍ନାଉଲୀ
ବର୍ମିଜKyiat-Thwon-ni
EnglishOnin

ବ୍ୟବହାର

ଔଷଧୀୟ

  • ଏକ ଉତ୍ତେଜକ ଦ୍ରବ୍ୟରୂପେ
  • ପରିସ୍ରାର ପ୍ରବାହକୁ ସୁଗମ କରାଇବାରେ
  • ଋତୁକାଳରେ ରକ୍ତର ପ୍ରବାହକୁ ସୁଗମ କରାଇବାରେ
  • ଖାଦ୍ୟନଳୀର ଯାବତୀୟ ଦୋଷ ଦୂର କରିବାରେ ଓ ଏହାକୁ ସୁରକ୍ଷା ପ୍ରଦାନ କରିବାରେ
  • ରକ୍ତ ପରିସ୍କାର କରିବାରେ
  • ଯକ୍ଷ୍ମା, ବିଭିନ୍ନପ୍ରକାରର ଆନ୍ତରିକ କ୍ଷତ, ଟାଇଫଏଡ଼ ଜ୍ୱର, ଟିସୁ ଭିତରେ ଅତ୍ୟଧିକ ତରଳ ଦ୍ରବ୍ୟ ଜମା ହୋଇଥିଲେ, ମଧୁମେହ, କାଶ, ଛାତି ଓ ଫୁସଫୁସର ଦୋଷ, ଥଣ୍ଡା-ସର୍ଦ୍ଦି, ଆଣ୍ଠୁ-ଗଣ୍ଠି ବାତ (ରିଉମାଟିଜମ), ଚର୍ମ ରୋଗ, ବୃକକ/ପଥର, ଯକୃତ ବିକାର, ପାଳିଜ୍ୱର, ଶ୍ୱାସ, କୋଷ୍ଠବଦ୍ଧତା ଓ ବାନ୍ତି ଆଦି ଦୂର କରିବାରେ ଏହାର ପ୍ରୟୋଗ ହୋଇଥାଏ।
  • ବିଷାକ୍ତ କୀଟ ଦଂଶନରେ, ଆବୁ, ଫୁଲା-ଦରଜ ଆଦିରେ, ପୂଜଯୁକ୍ତ ବଥରେ, କ୍ଷତ ଓ ଘାଆରେ, ନାକରୁ ରକ୍ତ ସ୍ରାବରେ ମଧ୍ୟ ଏହାର ପ୍ରୟୋଗ ହୋଇଥାଏ। ଏଥିପାଇଁ କଞ୍ଚା ପିଆଜର ରସକୁ ମହୁ ସହିତ ସିଧା କ୍ଷତ ଉପରେ ପ୍ରୟୋଗ କରାଯାଏ।
  • କଞ୍ଚା ପିଆଜର ରସ ଚନ୍ଦାମୁଣ୍ଡରେ ନୂଆ ବାଳ ସୃଷ୍ଟି କରିବାରେ ସାହାଯ୍ୟ କରେ ଓ ବାଳର ବୃଦ୍ଧିରେ ସହାୟକ ହୋଇ ଥିବାରୁ ଏହା ଚନ୍ଦାପଣର ପ୍ରତିଷେଧକ।

କଞ୍ଚା ପିଆଜକୁ ଖାଇଲେ ଉପରୋକ୍ତ ଅନେକ ରୋଗ ଦୂର ହୋଇଥାଏ।

ଅନ୍ୟାନ୍ୟ

  • ପିଆଜ ଏକ ଭଲ ମସଲା। ପ୍ରାୟ ପ୍ରତ୍ୟେକ ଭାରତୀୟ ବ୍ୟଞ୍ଜନରେ ଏହା ବ୍ୟବହାର କରାଯାଏ।

ଆଧାର

ପୁସ୍ତକ

  • Plants That Heal by Dr. J C Kurian, Oriental Watchman Publishing House, Pune, India

ଅଧିକ ତଥ୍ୟ