ପରିବା

ପରିବାକୁ ଗଛର ସେହି ଭାଗକୁ କୁହାଯାଏ ଯାହାକୁ ନିଆଁରେ ରନ୍ଧାହୋଇ ଖାଦ୍ୟ ରୂପେ ଗ୍ରହଣ କରାଯାଏ । ବୀଜ ଏବଂ ମିଠା ଫଳକୁ ପ୍ରାୟତଃ ପରିବା କୁହାଯାଏ ନାହିଁ। ଖିଆ ଯାଉଥିବା ପତ୍ର, ତଳି, ମୂଳ ଇତ୍ୟାଦିକୁ ପ୍ରାୟତଃ ପରିବା କୁହାଯାଏ । ସାଂସ୍କୃତିକ ଦୃଷ୍ଟିରେ "ପରିବା"ର ପରିଭାଷା ସ୍ଥାନୀୟ ପ୍ରଥା ଅନୁସାରେ ଅଲଗା ଅଲଗା ହୋଇଥାଏ । ଉଦାହରଣ ସ୍ୱରୂପ: ବହୁତ ଲୋକ ଛତୁକୁ ପରିବା ବୋଲି ମାନିଥାନ୍ତି , କିନ୍ତୁ ଜୀବ ବିଜ୍ଞାନ ଦୃଷ୍ଟିରୁ ଏହାକୁ "ପତ୍ର" ଭାବେ ଗ୍ରହଣ କରାଯାଏ ନାହିଁ ଏବଂ ଅନ୍ୟ ଲୋକମାନଙ୍କ ଅନୁସାରେ ଏହା ପରିବା ନୁହେଁ; ଏହା ଏକ ଅନ୍ୟ ଖାଦ୍ୟ ଶ୍ରେଣୀ ଯୁକ୍ତ ଅଟେ ।[୧][୨]

ଫାଇଲ:The farmer's market near the Potala in Lhasa.jpg
ତିବତ୍ତ ସହରର ପରିବା ହାଟ

କିଛି ପରିବାକୁ କଞ୍ଚା ଖିଆ ଯାଇପାରେ , ଅନ୍ୟ ପରିବାକୁ କେବଳ ରାନ୍ଧିକରି ଖିଆ ଯାଇପାରେ । ସାଧାରଣତଃ ପରିବାକୁ ଲୁଣ ସହିତ ରନ୍ଧାଯାଏ , କିନ୍ତୁ କିଛି ପରିବାକୁ ଚିନି ସହିତ ରାନ୍ଧି ତା'ର ମିଠା ହାଲୁଆ ତିଆରି କରାଯାଏ (ଯେପରି: ଗାଜର) ।

ଶବ୍ଦର ମୂଳ ଅର୍ଥ

"ପରିବା"ର ଅର୍ଥ "ଭୋଜନ ପାଇଁ ବିକଶିତ କରାଯାଉଥିବା ଗଛ" ଅଟେ ଯାହା, ୧୮ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ସ୍ଥାପିତ ନଥିଲା ।[୩] ୧୭୬୭ ମସିହାରେ, ବିଶେଷ ରୂପେ "ଭୋଜନ" ଏକ ଖାଦ୍ୟ ଜଡ଼ିବୁଟି କିମ୍ବା ଜଡ଼ ପାଇଁ ବିକଶିତ କରାଯାଇଥିବା ଗଛର ଅର୍ଥ ଥିଲା । ୧୯୫୫ ମସିହାରେ ଲଘୁ, ସ୍ଲେଙ୍ଗ ଶବ୍ଦ "ବେଜୀ"ର୍ ପ୍ରଥମ ଉପଯୋଗ ଦେଖାଯାଇଥିଲା ।

ଏକ ବିଶେଷଣ ରୂପେ, ପରିବା ଶବ୍ଦର ପ୍ରୟୋଗ ବୈଜ୍ଞାନିକ ଏବଂ ବୈଷୟିକ ସନ୍ଦର୍ଭରେ ଅଲଗା ଏବଂ ବହୁ ବ୍ୟାପକ ଅର୍ଥ ସହିତ କରାଯାଏ, ଯାହାର ଅର୍ଥ ହେଉଛି: "ଗଛରୁ ସମ୍ବନ୍ଧିତ" ସାମାନ୍ୟ ରୂପେ ଖାଦ୍ୟ ପଦାର୍ଥ କିମ୍ବା "ପରିବା ପଦାର୍ଥ", "ପରିବା ରାଜ୍ୟ", "ପରିବା ମୂଳ" ଇତ୍ୟାଦି ।[୪]

ହିନ୍ଦୀ ଭାଷାରେ "ସବ୍ଜ" ଶବ୍ଦର ଅର୍ଥ ଆଧୁନିକ ଫରାସୀରେ "ସବୁଜ" ତଥା କେବେ କେବେ "କଳା" ହୋଇଥାଏ । ଫରାସୀରେ (ହିନ୍ଦୀ: ସବ୍ଜୀ) "ପରିବା" କେବଳ ବାସ୍ତବରେ ସବୁଜ ରଙ୍ଗ ପତ୍ର - ପରିବାକୁ କୁହାଯାଏ, କିନ୍ତୁ ହିନ୍ଦୀ, ଉର୍ଦ୍ଦୁ, ପଞ୍ଜାବୀ, କାଶ୍ମୀରୀ ଓ ଉତ୍ତର ଭାରତୀୟ ଉପ-ମହାଦ୍ବୀପର ଅନ୍ୟ ଭାଷାରେ "ପରିବା" ଶ୍ରେଣୀରେ ବିଭିନ୍ନ ରଙ୍ଗର ପରିବା ସାମିଲ ରହିଛି । ସଂସ୍କୃତ ଓ ଫରାସୀ (ହିନ୍ଦୀ-ଇରାଣୀ ଭାଷା ପରିବାର) ଅନ୍ତର୍ଗତ ହୋଇଥିବା କାରଣରୁ ହଜାର ସଜାତୀୟ ଶବ୍ଦ ରଖିଥାନ୍ତି ଏବଂ ସବ୍ଜ ମଧ୍ୟ ଏମାନଙ୍କ ମଧ୍ୟରୁ ଗୋଟିଏ ଅଟେ । ସଂସ୍କୃତରେ ଏହି ଶବ୍ଦର ଅର୍ଥ "ଶସ୍ୟ" ଅଟେ, ଯାହାର ମୂଳ ଅର୍ଥ (ଖାଦ୍ୟ ରୂପେ ବ୍ୟବହାର କରା ଯାଉଥିବା ଦାନା କିମ୍ବା ଫଳ) ଅଟେ ।[୫]

ପ୍ରମୁଖ ଉତ୍ପାଦକ ଦେଶ

ଅନେକ ଫଳ ପରିବା ରୂପେ ପ୍ରଯୁଜ୍ୟ ହୋଇଥାଏ ।

୨୦୧୦ ମସିହାରେ ବିଶ୍ୱରେ ପରିବାର ସବୁଠାରୁ ବଡ଼ ଉତ୍ପାଦକ ଚୀନ ଥିଲା ଏବଂ ଏହାପରେ ଭାରତ ହେଲା ।[୬]

"ପରିବା"ର ସଠିକ ପରିଭାଷା ଭିନ୍ନ ହୋଇପାରେ କାରଣ ସମଗ୍ର ଦୁନିଆରେ ଭୋଜନରୂପେ ଉପଯୁକ୍ତ ଏକ ଗଛର ବହୁ ଅଂଶ ଯଥା: ମୂଳ, କାଣ୍ଡ, ପତ୍ର, ଫୁଲ, ଫଳ ଏବଂ ବୀଜ ରହିଛି । ସବୁଠାରୁ ବ୍ୟାପକ ପରିଭାଷା "ଗଛର ଉତ୍ପତ୍ତି"ର ଅର୍ଥ ବିଶେଷଣ ପାଇଁ ଶବ୍ଦର ଉପଯୋଗ ରହିଛି । ବିଶେଷ ରୂପେ, "ଏକ ପରିବାକୁ କୌଣସି ମଧ୍ୟ ଗଛ, ଯାହାର କିଛି ଅଂଶ ଭୋଜନ ପାଇଁ ଉପଯୋଗ କରାଯାଏ" ରୂପେ ପରିଭାଷିତ କରାଯାଇ ପାରେ ।[୭]

ଦେଶଜମିର କ୍ଷେତ୍ରଫଳ

ହଜାର ହେକ୍ଟର (୨,୫୦୦ ଏକର)

ଉତ୍ପାଦନ

ହଜାର କିଲୋ/ହେକ୍ଟର

ଉତ୍ପାଦନ

ହଜାର ଟନ

ଚୀନ୨୩,୪୫୮୨୩୦୫୩୯,୯୯୩
ଭାରତ୭,୨୫୬୧୩୮୧୦୦,୦୪୫
ସଂଯୁକ୍ତ ରାଜ୍ୟ୧,୧୨୦୩୧୮୩୫,୬୦୯
ତୁର୍କୀ୧,୦୯୦୨୩୮୨୫,୯୦୧
ଇରାନ୭୬୭୨୬୧୧୯,୯୯୫
ମିଶ୍ର୭୫୫୨୫୧୧୯,୪୮୭
ଇଟାଲୀ୫୩୭୨୬୫୧୪,୨୦୧
ରୁଷିଆ୭୫୯୧୭୫୧୩,୨୮୩
ସ୍ପେନ୩୪୮୩୬୪୧୨,୬୭୯
ମେକ୍ସିକୋ୬୮୧୧୮୪୧୨,୫୧୫
ନାଇଜେରିଆ୧୮୪୪୬୪୧୧,୮୩୦
ବ୍ରାଜିଲ୫୦୦୨୨୫୧୧,୨୩୩
ଜାପାନ୪୦୭୨୬୪୧୦,୭୪୬
ଇଣ୍ଡୋନେସିଆ୧୦୮୨୯୦୯,୭୮୦
ସାଉଥ କୋରିଆ୨୬୮୩୬୪୯,୭୫୭
ଭିଏତ ନାମା୮୧୮୧୧୦୮,୯୭୬
ଉକ୍ରାଇନେ୫୫୧୧୬୨୮,୯୧୧
ଉଜବେକିସ୍ତାନ୨୨୦୩୪୨୭,୫୨୯
ଫିଲିପାଇନ୍ସ୭୧୮୮୮୬,୨୯୯
ଫ୍ରାନ୍ସ୨୪୫୨୨୭୫,୫୭୨
ସମଗ୍ର ଦେଶ୫୫,୫୯୮୧୮୮୧,୦୪୪,୩୮୦