ଗର୍ଭପାତ

ଇଛାକୃତ ଗର୍ଭ ନଷ୍ଟ
Induced abortion
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିପ୍ରସୂତୀ ବିଜ୍ଞାନ[*]
ଆଇସିଡ଼ି-୧୦O04.
ଆଇସିଡ଼ି-୯-ସିଏମ୍779.6
ରୋଗ ଡାଟାବେସ4153
ମେଡ଼ିସିନ-ପ୍ଲସ002912
ଇ-ମେଡ଼ିସିନarticle/252560
Patient UKଗର୍ଭପାତ

ନାମକରଣ

ଗର୍ଭପାତ ଏକ ପଦ୍ଧତି ଯାହାଦ୍ୱାରା ବର୍ଭସ୍ଥ ଶିଶୁ ବା (ଫିଟସ୍)କୁ ଓ ଭୃଣକୁ ତାର ନିଜସ୍ୱ ଜୀବନ ନିର୍ବାହ ଶକ୍ତି ପାଇବା ପୂର୍ବରୁ ଗର୍ଭଚ୍ୟୁତ କରାଯାଏ । ସ୍ୱତଃ ଗର୍ଭପାତ ହେଲେ ତାହାକୁ ଇଂରାଜୀରେ ମିସ୍‌କ୍ୟାରେଜ (miscarriage) ନାମ ଦିଆଯାଏ । ଇଚ୍ଛାନୁଯାୟୀ କଲେ ଏହାକୁ ଇନ୍‌ଡ୍ୟୁସ୍‌ଡ୍ ଗର୍ଭପାତ (ଇଂରାଜୀରେ induced abortion) କୁହାଯାଏ । ସାଧାରଣ ଭାବେ ଇଚ୍ଛାକୃତ ଗର୍ଭାପାତକୁ ହିଁ ଗର୍ଭପାତ ବୋଲି ବୁଝାଯାଏ । ବଞ୍ଚିବା ଶକ୍ତି ଆସିବା ପରେ ଗର୍ଭାବସ୍ଥାକୁ ସମାପ୍ତ କଲେ ତାହାକୁ ବିଳମ୍ବିତ ଗର୍ଭାବସ୍ଥା ସମାପ୍ତି (ଇଂରାଜୀରେ late termination of pregnancy) କୁହାଯାଏ ।[୧]

ପଦ୍ଧତି ଓ ସୁରକ୍ଷା

ଆଧୁନିକ ଚିକିତ୍ସାଶାସ୍ତ୍ରରେ ଇଚ୍ଛାକୃତ ଗର୍ଭପାତ ନିମନ୍ତେ ଔଷଧ ବା ଅପରେଶନର ସାହାଯ୍ୟ ନିଆଯାଏ । ପ୍ରଥମ ତ୍ରୈମାସିକରେ ଅପରେଶନ ସଦୃଶ ଫଳପ୍ରଦ ହେଉଥିବା ଦୁଇଟି ଔଷଧ 'ମିଫେପ୍ରିସ୍ଟୋନ' ( mifepristone) ଓ 'ପ୍ରୋସ୍ଟାଗ୍ଲାନ୍‌ଡୋମ' (prostaglandin) ଉପଲବ୍‌ଧ ହେଉଛି ।[୨][୩] ଦ୍ୱିତୀୟ ତ୍ରୈମାସିକରେ ଔଷଧ ଫଳପ୍ରଦ[୪] ହେଲେ ମଧ୍ୟ ଅପରେଶନ କଲେ ପାର୍ଶ୍ୱପ୍ରତିକ୍ରିୟା ସଙ୍କଟ କମ୍ ରହୁଛି ।[୩] ଗର୍ଭପାତ ପରେ ସଙ୍ଗେ ସଙ୍ଗେ ଜନ୍ମ ନିରୋଧ ବଟିକା ବା ଇଣ୍ଟ୍ରାୟୁଟେରାଇନ ଡିଭାଇସ୍ ବ୍ୟବ‌ହାର କରିବାକୁ ଉପଦେଶ ଦିଆଯାଏ ।[୩] ସ୍ଥାନୀୟ ନିୟମ ଅନୁକୂଳରେ ବିକଶିତ ଦେଶମାନଙ୍କରେ ଦୀର୍ଘକାଳୀନ ଇତିହାସରେ ଗର୍ଭପାତ ଏକ ନିରାପଦ ପ୍ରକ୍ରିୟା ଭାବେ ସ୍ୱକୃତି ପାଇଛି ।[୫][୬] ଅଣଜଟିଳ ଗର୍ଭପାତଦ୍ୱାରା ଦୀର୍ଘକାଳୀନ ମାନସିକ ଓ ଶାରୀରିକ ଅସୁବିଧା ହୁଏ ନାହିଁ ।[୭] ପୃଥିବୀରେ ସମସ୍ତ ମହିଳାଙ୍କୁ ସମାନ ସ୍ତରର ନିରାପଦ ଓ କାନୁନୀ ଗର୍ଭପାତ କରେଇବାକୁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଉଛି ।[୮] ପ୍ରତିବର୍ଷ ଅସୁରକ୍ଷିତ ବର୍ଭପାତ ଯୋଗୁ ପୃଥିବୀରେ ପ୍ରାୟ ୪୭.୦୦୦ ମାତୃ ମୃତ୍ୟୁ[୭] ଓ ୫ ନିୟୁତ ଡାକ୍ତରଖାନା ଆଡ୍‌ମିସନ୍ ହେଉଛି ।[୯]

ରୋଗନୁଶୀଳନ

ପ୍ରତିବର୍ଷ ପୃଥିବୀରେ ପ୍ରାୟ ୪୪ ନିୟୁତ ଗର୍ଭପାତ କରାଯାଉଛି ଓ ତନ୍ମମଧ୍ୟରୁ ଅଧାରୁ କମ୍ ଅସୁରକ୍ଷିତ ଅଟେ ।[୧୦] ଦଶବର୍ଷାଧିକର ପରିବାର ନିୟନ୍ତ୍ରଣ ଓ ଜନ୍ମ ନିୟନ୍ତ୍ରଣ ଶିକ୍ଷା ସତ୍ତ୍ୱେ ସନ ୨୦୦୩ରୁ ୨୦୦୮ ମଧ୍ୟରେ ଗର୍ଭପାତ ହାର କିଛି କମ୍ ହୋଇନି ।[୧୧] ସନ ୨୦୦୮ରେ ପୃଥିବୀର ମହିଳାମାନେ କୌଣସି ପ୍ରଶ୍ନ ବିନା କାନୁନୀ ଗର୍ଭପାତ କରାଇଛନ୍ତି, [୧୨] କିନ୍ତୁ କେତେ ପର୍ଯ୍ୟନ୍ତ କରିପାରିବେ, ତାହାର ଏକ ସୀମା ଅଛି ।[୧୨]

ଇତିହାସ, ସମାଜ ଓ ସଂସ୍କୃତି

ଇନ୍‌ଡ୍ୟୁସ୍‌ଡ ଗର୍ଭପାତର ଲମ୍ବା ଇତିହାସ ଅଛି । ବିବିଧ ଉପାୟ ଯଥା ବୃକ୍ଷଲତା ସମ୍ବନ୍ଧୀୟ, ମୂନିଆ ଯନ୍ତ୍ର ସାହାଯ୍ୟରେ, ଶାରୀରିକ ଆଘାତଦ୍ୱାରା ଓ ପୁରାତନ କାଳରୁ ଗତାନୁଗତିକ ପଦ୍ଧତି ସାହାଯ୍ୟରେ ଏହା ଚାଲିଛି ।[୧୩] ପୃଥିବୀର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ନିୟମରେ, କେତେ ଅନ୍ତରରେ ଓ ସାଂସ୍କୃତିକ ତ‌ଥା ଧାର୍ମିକ ନିୟମରେ କରାଯିବ ତାହାର ଭିନ୍ନ ଭିନ୍ନ ମତ ଅଛି । ଧର୍ଷଣ, ଫିଟସ ଅସୁବିଧା, ସାମାଜିକ-ଅର୍ଥନୈତିକ କାରଣ ଓ ମାତାର ସ୍ୱାସ୍ଥ୍ୟ ସଙ୍କଟ ହେଲେ ଏହା ନ୍ୟାୟିକ ଭାବରେ କରାଯାଏ ।[୧୪] ପୃଥିବୀର ଅନେକ ସ୍ଥାନରେ ନୈତିକ, କାନୁନୀ ଓ ନୀତିଗତ କାରଣରୁ ଜନସାଧରଣଙ୍କ ମତର ଭିନ୍ନତା ଦେଖାଯାଏ । ବିରୁଦ୍ଧାଚରଣ କରୁଥିବା ଲୋକଙ୍କ ମତ: ଗର୍ଭରେ ଥିବା ପ୍ରାଣ ଜୀବନ୍ତ ଅଟେ, ତାହାର ବଞ୍ଚିବା ଅଧିକାର ଅଛି ଓ ତାହାକୁ ମାରିବା ହତ୍ୟା ସାଥିରେ ସମାନ ।[୧୫][୧୬] ଏହା ସପକ୍ଷରେ ଥିବା ଲୋକଙ୍କ ମତ: ମହିଳାମାନଙ୍କର ନିଜସ୍ୱ ଶରୀରର ସମସ୍ୟା ନିଜେ ନିର୍ଦ୍ଧରଣ କରିବାର ଅଧିକାର ଅଛି[୧୭] ଓ ଏହା ମାନବିକ ଅଧିକାର ଅନ୍ତର୍ଭୁକ୍ତ ।[୮]

ଆଧାର