ଜନ୍ ନ୍ୟାଶ୍ ଜୁନିଅର

ଆମେରିକୀୟ ଗଣିତଜ୍ଞ


ଜନ୍ ଫୋବ୍‌ସ୍ ନ୍ୟାଶ୍ ଜୁନିଅର (English: John Forbes Nash, Jr.; ଜନ୍ମ: ଜୁନ ୧୩, ୧୯୨୮) ଜଣେ ଆମେରିକୀୟ ଗଣିତଜ୍ଞ ଅଟନ୍ତି ।

ଜନ୍ ଫୋବ୍‌ସ୍ ନ୍ୟାଶ୍ ଜୁନିଅର
ଜନ୍ମ (1928-06-13) ଜୁନ ୧୩, ୧୯୨୮ (ବୟସ ୯୫)
ବ୍ଲୁଫିଲ୍‌ଡ, ୱେଷ୍ଟ ଭର୍ଜିନିଆ, ଯୁକ୍ତରାଷ୍ଟ୍ର ଆମେରିକା
ମୃତ୍ୟୁମଇ ୨୩, ୨୦୧୫(2015-05-23) (ବୟସ ୮୬)
Monroe Township, New Jersey, U.S.
ଜାତୀୟତାଆମେରିକୀୟ
ଶିକ୍ଷାନୁଷ୍ଠାନପ୍ରିନଷ୍ଟନ୍ ବିଶ୍ୱବିଦ୍ୟାଳୟ,
କାର୍ନେଗୀ ପ୍ରଯୁକ୍ତି ସଂସ୍ଥାନ
(ଏବେ କାର୍ନେଗୀ ମେଲ୍ଲନ୍ ବିଶ୍ୱବିଦ୍ୟାଳୟ)
ପ୍ରସିଦ୍ଧିନ୍ୟାଶ୍ ସୁସ୍ଥିତି
ନ୍ୟାଶ୍ ଏମ୍ବେଦିଙ୍ଗ ଉପପାଦ୍ୟ
ବୈବାହିକ-ସାଥୀଆଲିଷିଆ ଲୋପେଜ୍-ହାରିସନ୍ ଦେ ଲାର୍ଡ଼େ (m. 1957–1963; 2001–present)
ପୁରସ୍କାରଜନ୍ ୱୋନ ନ୍ୟୁମ୍ୟାନ୍ନ ତତ୍ତ୍ୱ ପୁରସ୍କାର (୧୯୭୮), ଅର୍ଥନୀତିରେ ନୋବେଲ୍ ପୁରସ୍କାର (୧୯୯୪)
ବିଜ୍ଞାନୀ ଜୀବନ
କ୍ଷେତ୍ରଗଣିତ, ଅର୍ଥନୀତି
କର୍ମାନୁଷ୍ଠାନଏମ୍ ଆଇ ଟି
ପ୍ରିନଷ୍ଟନ୍ ବିଶ୍ୱବିଦ୍ୟାଳୟ
ଡକ୍ଟରୀ ଉପଦେଷ୍ଟାଆଲ୍ବର୍ଟ ଟକର୍

୨୦୦୧ ମସିହାରେ ନିର୍ମିତ ଏ ବିୟୁଟିଫୁଲ୍ ମାଇଣ୍ଡ (A Beautiful Mind) ନାମକ ଇଂରାଜୀ କଥାଚିତ୍ର ଜନ୍ ନ୍ୟାଶ୍‌ଙ୍କ ଜୀବନୀ ଉପରେ ଆଧାରିତ ଥିଲା । ଏହି କଥାଚିତ୍ରଟି ସେହି ଏକା ନାମରେ ଥିବା ଏକ ଜୀବନୀ-ବହି (A Beautiful Mind (book)) ଉପରେ ଆଧାରିତ, ଏବଂ ଗଣିତରେ ତାଙ୍କ ପାଣ୍ଡିତ୍ୟ ଓ ତାଙ୍କ ସିଜୋଫ୍ରେନିଆ ବ୍ୟାଧି ଏହାର ମୁଖ୍ୟ ବିଷୟବସ୍ତୁ ଥିଲା ।[୨][୩][୪]

ପ୍ରାରମ୍ଭିକ ଜୀବନ

ଜୁନ ୧୩, ୧୯୨୮ରେ ୱେଷ୍ଟ ଭର୍ଜିନିଆର ବ୍ଲୁଫିଲ୍‌ଡଠାରେ ଜନ୍ ନ୍ୟାଶ୍ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଆପାଲାସିଆନ୍ ପାୱାର କମ୍ପାନୀରେ (Appalachian Electric Power Company) ଜଣେ ବିଦ୍ୟୁତ-ଯନ୍ତ୍ରୀ ଥିଲେ । ତାଙ୍କ ମା', ମାର୍ଗାରେଟ୍ ଭର୍ଜିନିଆ ମାର୍ଟିନ୍, ବିବାହ ପୂର୍ବରୁ ଜଣେ ସ୍କୁଲ ଶିକ୍ଷକ ଥିଲେ । ନ୍ୟାଶ୍‌ଙ୍କ ଛୋଟ ଭଉଣୀ, ମାର୍ଥା, ୧୬ ନଭେମ୍ବର ୧୯୩୦ରେ ଜନ୍ମ ହୋଇଥିଲେ ।

ଶିକ୍ଷା

ଜନ୍ ନ୍ୟାଶ୍ ପ୍ରଥମେ କିଣ୍ଡର୍‌ଗାର୍ଡେନ୍ ଓ ପବ୍ଲିକ୍ ସ୍କୁଲକୁ ଯାଇଥିଲେ । ସେ ତାଙ୍କ ପିତା ଓ ଜେଜେବାପା ଯୋଗେଇଦେଇଥିବା ବିଭିନ୍ନ ବହି ଓ ଜ୍ଞାନକୋଷ (ଏନ୍‌ସାଇକ୍ଲୋପିଡିଆ) ଆଦିରୁ ପଢ଼ିଥିଲେ । ନ୍ୟାଶ୍‌ଙ୍କ ଜେଜେମା' ଘରେ ପିଆନୋ ବଜାନ୍ତି ଏବଂ ନ୍ୟାଶ ଯେତେବେଳେ ତାଙ୍କ ପାଖକୁ ଯାଉଥିଲେ ତାଙ୍କୁ ମନଦେଇ ଶୁଣୁଥିଲେ ।[୫] ଉଚ୍ଚ ବିଦ୍ୟାଳୟର ଶେଷ ବର୍ଷରେ ପଢୁଥିଲା ବେଳେ ନ୍ୟାଶ୍‌ଙ୍କ ପିତା-ମାତା ତାଙ୍କ ପୁଅ ପାଇଁ ନିକଟସ୍ଥ କଲେଜରେ ଉନ୍ନତ ଗଣିତ ଶିକ୍ଷାର ବ୍ୟବସ୍ଥା କରିଦେଇଥିଲେ । ଜର୍ଜ୍ ୱେଷ୍ଟିଙ୍ଗ୍‌ହାଉସ୍ ବୃତ୍ତି ଓ ଅନୁଷ୍ଠାନର ସମ୍ପୁର୍ଣ୍ଣ ବୃତ୍ତି ସହ ସେ କ୍ରେନିଜ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଯୋଗ ଦେଇଥିଲେ (ବର୍ତ୍ତମାନ ଏହା କ୍ରେନିଜ୍ ମେଲୋନ୍ ୟୁନିଭର୍ସିଟି ଭାବେ ଜଣା) । ପ୍ରଥମେ ସେ କେମିକାଲ୍ ଇଞ୍ଜିନିଅରିଂକୁ ମୁଖ୍ୟ ବିଷୟ ଭାବେ (ମେଜର୍) ଚୟନ କରିଥିଲେହେଁ ପରେ ରାସାୟନବିଜ୍ଞାନ ଓ ପରିଶେଷରେ ଗଣିତକୁ ବାଛିନେଇଥିଲେ । ୧୯୪୮ରେ ଗଣିତରେ ସ୍ନାତକ ଓ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହେବାପରେ ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟ ପାଇଁ ବୃତ୍ତି ଗ୍ରହଣ କରିଥିଲେ ଏବଂ ସେଠାରେ ସେ ଗଣିତରେ ଉଚ୍ଚତର ଅଧ୍ୟୟନ କରିଥିଲେ ।[୫]

ନ୍ୟାଶ୍‌ଙ୍କ ପରାମର୍ଶଦାତା ଏବଂ ପୂର୍ବତନ କେନିଜ୍‌ର ପ୍ରଫେସର ଆର୍. ଜେ. ଡୁଫିନ୍ ଗୋଟିଏ ଧାଡ଼ି ବିଶିଷ୍ଟ ଏକ ସୁପାରିଶ ପତ୍ରରେ ଲେଖିଥିଲେ ଯେ: "This man is a genius."[୬] ତାଙ୍କୁ ହାୱାର୍ଡ ବିଶ୍ୱବିଦ୍ୟାଳୟରେ ଗ୍ରହଣ କରିନିଆଗଲା କିନ୍ତୁ ପ୍ରିନ୍ସଟନର ଗଣିତ ବିଭାଗର ଅଧକ୍ଷ, ସୋଲେମନ୍ ଲିଫେଜ୍, ତାଙ୍କୁ ଜନ୍ ଷ୍ଟିୱାର୍ଟ୍ କେନେଡି ଫେଲୋସିପ ପ୍ରଦାନ କରିଥିଲେ ଯାହାଦ୍ୱାରା ଏକଥା ନ୍ୟାଶ୍‌ଙ୍କ ପାଇଁ ସ୍ପଷ୍ଟ ହୋଇଯାଇଥିଲା ଯେ ହାୱାର୍ଡରେ ତାଙ୍କର ଯଥେଷ୍ଟ ସମ୍ମାନ ନାହିଁ । [୭] ସେ ପ୍ରିନ୍ସଟନ ଫେରିଆସିଲେ ଓ ସେଠାରେ ଇକ୍ୟୁଲିବ୍ରିଅମ୍ ଥିଓରି ଉପରେ କାମ ଆରମ୍ଭ କଲେ । ପ୍ରିନ୍ସଟନକୁ ବାଛିବା ପଛରେ ଆଉ ଏକ କାରଣ ଥିଲା ଯେ ଏହା ତାଙ୍କ ଘର ବ୍ଲୁ-ଫିଲ୍‌ଡ୍‌ର ନିକଟରେ ଥିଲା ।[୫]

ଗବେଷଣା

ମୃତ୍ୟୁ

୨୩ ମଇ ୨୦୧୫ରେ ଜନ୍ ନ୍ୟାଶ୍ ଓ ତାଙ୍କ ପତ୍ନୀ ଏଲିସିଆ ନ୍ୟାଶ୍‌ଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଇଥିଲା । ସେତେବେଳକୁ ନ୍ୟାଶ୍‌ଙ୍କୁ ୮୬ ବର୍ଷ ଓ ତାଙ୍କ ଏଲିସିଆଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ସେ ନରୱେରେ ଆବେଲ୍ ପୁରସ୍କାର ଗ୍ରହଣ କରିସାରି ଘରକୁ ଫେରୁଥିବା ବେଳେ ମୋନୋରେ ଟାଉନସିପ ନିକଟସ୍ଥ ନିଉ ଜର୍ସି ଟର୍ନ୍‌ପାଇକ୍ଠାରେ ଏହି ଦୁର୍ଘଟଣା ଘଟିଥିଲା । [୮][୯]

ଆଧାର

ସହାୟକ ଗ୍ରନ୍ଥ

  • Acocella, Nicola and Di Bartolomeo, Giovanni (2006), ‘Tinbergen and Theil meet Nash: controllability in policy games’, in: ‘Economics Letters’, 90(2): 213-218.
  • Acocella, Nicola and Di Bartolomeo, G. and Piacquadio, P.G. [2009], ‘Conflict of interest, (implicit) coalitions and Nash policy games’, in: ‘Economics Letters’, 105: 303-305.
  • Nasar, Sylvia (2011). A Beautiful Mind. Simon and Schuster. ISBN 9781439126493.

ବାହାର ଲିଙ୍କ