ଜେ. କେ ରୋଲିଙ୍ଗ

ବ୍ରିଟିଶ୍ ଲେଖିକା

ଜେ. କେ ରୋଲିଙ୍ଗ CH, OBE, FRSLE, FRCPE, FRSE, (/ ʊroʊl ଏବଂ Rolling ; [୧] ଜନ୍ମ 31 ଜୁଲାଇ 1965), ଜଣେ ବ୍ରିଟିଶ ଲେଖିକା ଥିଲେ । ସେ "ହେରୀ ପୋଟର" ନାମକ ପୁସ୍ତକ ରଚନା କରିଥିଲେ । ସେ ନିଜ ପୁସ୍ତକ ପାଇଁ କେବଳ "ଜେ" ନାମ ବ୍ୟବହାର କରନ୍ତି । ରୋଲିଙ୍ଗ : "କେ"ର ଅର୍ଥ କ୍ୟାଥଲୀନ ଅଟେ , ଏହା ତାଙ୍କ ଜେଜେମାଙ୍କ ପ୍ରଥମ ନାମ ଅଟେ ।

ଜେ. କେ ରୋଲିଙ୍ଗ
ଏକ ଡିଗ୍ରୀ ସେରିମନୀରେ ରୋଲିଙ୍ଗ
ଏକ ଡିଗ୍ରୀ ସେରିମନୀରେ ରୋଲିଙ୍ଗ
ଜନ୍ମ ଓ ଜନ୍ମସ୍ଥାନଜୋଆନେ ରୋଲିଙ୍ଗ
(1965-07-31) ୩୧ ଜୁଲାଇ ୧୯୬୫ (ବୟସ ୫୮)
Yate, Gloucestershire, England
ଛଦ୍ମନାମ
  • J. K. Rowling
  • Robert Galbraith
ବୃତ୍ତିଉପନ୍ୟାସ କାର, ପରୋପକାରୀ, ଫିଲ୍ମ ନିର୍ମାତା, ଟେଲିଭିଜନ ନିର୍ମାତା, ପଟକଥା ଲେଖକ
ଜାତୀୟତାବ୍ରିଟିଶ
ଶିକ୍ଷାUniversity of Exeter (1986, BA)
ସମୟ1997–ବର୍ତ୍ତମାନ
ଶୈଳୀକାଳ୍ପନିକ, ନାଟକ, ଯୁବ ବୟସ୍କ କଥା, ଦୁଃଖଦ,ଅପରାଧ କଥା
ସାହିତ୍ୟ କୃତିHarry Potter series
ଜୀବନସାଥୀ
  • Jorge Arantes
    (m. ୧୯୯୨; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
  • Neil Murray
    (m. ୨୦୦୧)
ସନ୍ତାନ3

ଦସ୍ତଖତ
ୱେବସାଇଟ
jkrowling.com

ପ୍ରାରମ୍ଭିକ ଓ ବ୍ୟକ୍ତିଗତ ଜୀବନ

ରୋଲିଙ୍ଗଙ୍କ ଜନ୍ମ 31 ଜୁଲାଇ 1965 ମସିହାରେ ଚିପିଙ୍ଗ ଷୋଡ଼ବରୀ, ବ୍ରିଷ୍ଟଲ, ଇଂଲଣ୍ଡରେ ହୋଇଥିଲା ।[୨] ସେ ଟୂଟଶୀଲ, ଗ୍ଲାଷ୍ଟର ଶାୟରରେ ବଡ଼ ହୋଇଥିଲେ ଏବଂ ବେଡୀୟନ କାମ୍ପ୍ରିହେଂସିବ ସ୍କୁଲରେ ପାଠ ପଢ଼ିଥିଲେ । ସେ ଏକ୍ଜେଟର ବିଶ୍ୱବିଦ୍ୟାଳୟରେ ଫ୍ରେଞ୍ଚ କ୍ଲାସିକ୍ସରେ ଡିଗ୍ରୀ ହାସଲ କରିଥିଲେ । ସେ ଏମନେଷ୍ଟି ଇଣ୍ଟରନ୍ୟାସନାଲ ଲଣ୍ଡନରେ କାମ କରିଥିଲେ । [୩] "ହେରୀ ପୋଟର" ପାଇଁ ମୂଳ ବିଚାର ଏକ ଟ୍ରେନରେ ଆସିଥିଲା ଯାହା 1990 ମସିହାରେ ଚାରି ଘଣ୍ଟା ଡେରୀରେ ଆସିଥିଲା ।[୪] ସେ 1990 ମସିହାରେ ଇଂରାଜୀ ପଢ଼ିବା ପାଇଁ ପୂର୍ତ୍ତଗାଲ ଚାଲି ଯାଇଥିଲେ । ସେ 1992 ମସିହାରେ "ଜର୍ଜ ଆରନଟେସ" (Jorge Arantes)ଙ୍କୁ ବିବାହ କରିଥିଲେ । 1993 ମସିହାରେ ତାଙ୍କର ପ୍ରଥମ ସନ୍ତାନ "ଜେସୀକା" ଜନ୍ମ ହୋଇଥିଲେ । ବିବାହ, ଛାଡପତ୍ରରେ ସମାପ୍ତ ହୋଇଥିଲା ; ପରେ ରୋଲିଙ୍ଗ ଏଡିନବର୍ଗ, ସ୍କଟଲ୍ୟାଣ୍ଡ ଚାଲିଆସିଲେ । ହେରୀ ପୋଟର ଓ ଦି ଫିଲୋସଫର ଷ୍ଟୋନ (ବ୍ରିଟିଶ ସଂସ୍କରଣ) (ଆମେରିକା ସଂସ୍କରଣ: "ହେରୀ ପୋଟର ଆଣ୍ଡ ଦି ସୋରସେର ଷ୍ଟୋନ) ପ୍ରଥମ ଥର 1997 ମସିହାରେ ୟୁନାଇଟେଡ କିଙ୍ଗଡମରେ ପ୍ରକାଶିତ ହୋଇଥିଲା । ସେ 2001 ମସିହାରେ ନୀଲ ମ୍ୟୁରିଙ୍କୁ ବିବାହ କରିଥିଲେ । 2003 ମସିହାରେ ତାଙ୍କର ଦ୍ୱିତୀୟ ସନ୍ତାନ ଦେବିଡ଼ ଏବଂ 2005 ମସିହାରେ ତୃତୀୟ ସନ୍ତାନ ମୋୖଙ୍କେଜ ଥିଲେ । [୩] ରୋଲିଙ୍ଗ ଜଣେ ଖ୍ରୀଷ୍ଟିଆନ ମହିଳା ଅଟନ୍ତି ।

ପୁସ୍ତକ

ରୋଲିଙ୍ଗ, ହେରୀ ପୋଟର ପୁସ୍ତକର ଶୃଙ୍ଖଳା ପାଇଁ ବହୁ ପୁରସ୍କାର ପାଇଥିଲେ ଏବଂ $ 1 ବିଲୀୟନରୁ ଅଧିକ ରୋଜଗାର କରିଥିଲେ । ଶୃଙ୍ଖଳାର ଅନ୍ତିମ ପୁସ୍ତକ, ହେରୀ ପୋଟର ଆଣ୍ଡ ଦି ଡେଥଲୀ ହେଲୋଜ, 21 ଜୁଲାଇ 2007 ମସିହାରେ ଜାରୀ କରାଯାଇଥିଲା । ପୁସ୍ତକର ଲୋକପ୍ରିୟତା କାରଣରୁ ରୋଲିଙ୍ଗ ବହୁତ ଧନୀ ହୋଇଗଲେ । ପୁସ୍ତକର 500 ମିଲିୟନରୁ ଅଧିକ ପତ୍ରିକା ବିକ୍ରୀ ହୋଇଥିଲା । ରୋଲିଙ୍ଗ, ହେରୀଙ୍କ ଦୁନିଆରେ ଯାଦୁ ବିଷୟରେ ବହୁ ପୁସ୍ତକ ଲେଖିଥିଲେ ।

ସାରାଂଶ

ଜେ. କେ ରୋଲିଙ୍ଗଙ୍କ ଉପନ୍ୟାସରେ, ହେରୀ ପୋଟର ନାମକ ଜଣେ କିଶୋର ବାଳକ ଅଛନ୍ତି ଯିଏ ନିଜ ଦାଦା, ଖୁଡୀ ଏବଂ ଦାଦା-ପୁଅ-ଭାଇ ଡୁଡଲେ ସହିତ ଏକ ଛୋଟ ଦୁନିଆରେ ବଢିଥିଲେ । ଯେତେବେଳେ ସେ 11 ବର୍ଷର ହୁଅନ୍ତି, ସେତେବେଳେ ତାଙ୍କୁ ଜଣାପଡ଼େ କି ସେ ଜଣେ ଜାଦୁଗର ଅଟନ୍ତି । ପରେ ସେ "Hogwarts school of witchcraft and wizardry" ନାମକ ଜାଦୁ ଏକାଡେମୀକୁ ଯାଇଥିଲେ, ଯେଉଁଠାରେ " ଆଲବସ ଡ଼ମବ୍ଲେଡ଼ର" (Albus Dumbledore) ଜଣେ ପ୍ରଧାନ ଶିକ୍ଷକ ଥିଲେ । ହେରୀ ଏକ ଅନ୍ଧାର ଜାଦୁଗରଦ୍ୱାରା ନିଜ ଅତୀତ ବିଷୟରେ ଜ୍ଞାତ ହୋଇଥାନ୍ତି ଓ ନିଜର ସବୁଠୁ ଭଲ ସାଙ୍ଗ ରୋନାଲ୍ଡ ବୀସଲୀ ଓ ଗ୍ରେଞ୍ଜରଙ୍କ ସାହାଯ୍ୟରେ ସେ ସଭିଙ୍କ ପାଇଁ, ସବୁ ସମୟର ସବୁଠାରୁ କଳା ଜାଦୁଗର, ବୋଲ୍ଡେମାର୍ଟକୁ ନଷ୍ଟ କରିବା ପାଇଁ ପ୍ରୟାସ କରିଥାନ୍ତି ।

ଆଧାର