ଜୋଆନ ଅଫ ଆର୍କ

ଜୋଆନ ଅଫ ଆର୍କ ବା ସନ୍ଥ ଜୋଆନ ଅଫ ଆର୍କ, ବା ଓରଲିଆନସ କନ୍ୟା (ଇଂରାଜୀ ଭାଷାରେ Joan of Arc (French: Jeanne d'Arc,[୫] IPA: [ʒan daʁk]; 6 January c. 1412[୬] – 30 May 1431), ଡାକ ନାମ ବା ନିକନେମ ଥିଲା ମେଡ ଅଫ ଓରଲିନସ ("The Maid of Orléans" ଫରାସୀ ଭାଷାରେ French: La Pucelle d'Orléans) ଓ ତାଙ୍କୁ ଶହେ ବର୍ଷର ଯୁଦ୍ଧରେ (Hundred Years' War, ୧୪୩୫-୫୩) ଫ୍ରାନସର ହିରୋଇନ ବା ନାୟିକା ଅଭିହିତ କରାଯାଇଥିଲା । ତାଙ୍କୁ ରୋମାନ କାଥିଲିକ ଚର୍ଚ୍ଚର ସନ୍ଥ ମାନୁଥିଲେ । ତାଙ୍କ ପିତା ମାତାଙ୍କ ନାମ ଯଥାକ୍ରମେ ଜାକୁଇସ ଡି ଆର୍କ (Jacques d'Arc) ଓ ଇସାବେଲା ରୋମି (Isabelle Romée) ଥିଲା ଓ ସେମାନେ ଉତ୍ତର-ପୂର୍ବ ଫ୍ରାନସରେ ବାସ କରୁଥିଲେ ।

Saint Joan of Arc
Miniature (15th century)[୧]
Saint
Born6 January c. 1412[୨]
Domrémy, Duchy of Bar, France[୩]
Died30 May 1431 (aged approx. 19)
Rouen, Normandy
(then under English rule)
Venerated inRoman Catholic Church
Anglican Communion[୪]
Beatified18 April 1909, Notre Dame de Paris by Pope Pius X
Canonized16 May 1920, St. Peter's Basilica, Rome by Pope Benedict XV
Feast30 May
Attributesarmor, banner, sword
PatronageFrance; martyrs; captives; military personnel; people ridiculed for their piety; prisoners; soldiers, women who have served in the WAVES (Women Accepted for Volunteer Emergency Service); and Women's Army Corps
Native name
ଜୋଆନ ଅଫ ଆର୍କ (Jeanne d'Arc)
Nickname(s)ଲା ପୁସେଲେ (La Pucelle)
ଅରଲିଆନସର କନ୍ୟା (The Maid of Orléans)
(French: La Pucelle d'Orléans)
ନିଯୁକ୍ତିଦାତାଫ୍ରାନ୍‌ସ
କାର୍ଯ୍ୟକାଳ୧୪୨୮-୧୪୩୦
ସଂଘର୍ଷ/ଯୁଦ୍ଧଏକ ଶହ ବର୍ଷର ଯୁଦ୍ଧ|
  • Loire Campaign:
    • Siege of Orléans
    • Battle of Jargeau
    • Battle of Meung-sur-Loire
    • Battle of Beaugency
    • Battle of Patay
  • March to Reims
  • Siege of Paris
  • Siege of La Charité
  • Siege of Compiègne
ଦସ୍ତଖତ

ଜୋଆନ କ‌ହୁଥିଲେ, ସେ ଅନ୍ତର୍ଦୃଷ୍ଟିରେ ଆରକାଞ୍ଜେଲ, ମାଇକେଲ, ସନ୍ଥ ମାର୍ଗାରେଟ ଓ ଆଲେକଜାଣ୍ଡ୍ରିଆର ସନ୍ଥ କାଥେରିନ ଇତ୍ୟାଦି ଲୋକ ତାଙ୍କୁ ଚାର୍ଲସ ୭ଙ୍କୁ ସମର୍ଥନ ଦେଇ ଇଂଲଣ୍ଡ କବଳରୁ ଫ୍ରାନସକୁ ମୁକ୍ତ କରିବାକୁ କ‌ହୁଥିଲେ । ରିଲିଫ ଦେବା ଆଳରେ ମୁକୁଟ ବିହୀନ ରାଜା ଚାର୍ଲସ ୭ ତାଙ୍କୁ ଅର୍ଲିନସକୁ ମୁକ୍ତ କରିବାକୁ ପଠେଇଥିଲେ । କେବଳ ୯ ଦିନ ପରେ ଅର୍ଲିନସ ମୁକ୍ତ ହୋଇଥିଲା । ଶୀଘ୍ରାତିଶୀଘ୍ର ଅନ୍ୟ କେତେକ ଅଞ୍ଚଳ ମୁକ୍ତ ହେବା ପରେ ଚାର୍ଲସ ୭ଙ୍କର ରେମ ସ୍ଥାନରେ ରାଜ୍ୟାଭିଷେକ ହୋଇଥିଲା । ଏହି ଘଟଣା ପରେ ଫରାସୀ ଲୋକଙ୍କର ମନୋବଳ ବୃଦ୍ଧି ପାଇଲା ଓ ଅବଶେଷରେ ଫ୍ରାନସର ବିଜୟ ହେଲା ।

କମ୍ପିୟେନ ସ୍ଥାନରେ ଇଂରେଜମାନେ ତାଙ୍କୁ ଧରି ନେଇ ଡାହାଣୀ ଆଖ୍ୟା ଦେଇ ଜୀବାନ୍ତ ଜଳେଇ ଦେଇଥିଲେ । ସେତେବେଳେ ତାଙ୍କର ମାତ୍ର ୧୯ ବର୍ଷ ବୟସ ହୋଇଥିଲା । ଏହି ଘଟଣାର ୨୪ ବର୍ଷ ପରେ ଚାର୍ଲସ୍ ୭ଙ୍କର ଅନୁରୋଧକ୍ରମେ ପୋପ କଲିକ୍ଟସ ତୃତୀୟଙ୍କୁ ଅନୁରୋଧ କଲେ ଜୋଆନଙ୍କୁ ନିର୍ଦ୍ଦଷ ଘୋଷଣା କରି ଥିଲେ ଓ ସ‌ହୀଦ ଘୋଷଣା କରିଥିଲେ । ସନ ୧୯୨୦ରେ ତାଙ୍କୁ ସନ୍ଥ ଉପାଧୀ ଦେଇ ସମ୍ମାନିତ କରାଯାଇଥିଲା।


ଆଧାର