ଦଗ୍ଧ

ଦଗ୍ଧ ଶବ୍ଦ ଚର୍ମ ବା ଅନ୍ୟାନ୍ୟ ତନ୍ତୁମାନଙ୍କର ଉତ୍ତାପ, ବିଦ୍ୟୁତ, ରାସାୟନିକ ପଦାର୍ଥ, ଘର୍ଷଣ ବା ରାଡିଏସନ‌ଦ୍ୱାରା ଆଘାତକୁ କୁହାଯାଏ ।[୧] ଗରମ ତରଳ ବା କଠିନ ପଦାର୍ଥ କିମ୍ବା ଅଗ୍ନି ସଂସ୍ପର୍ଶରେ ଆସିବା ଫଳରେ ଦଗ୍ଧ ହୁଏ । ପୃଥିବୀର ଅଧିକାଂଶ ମହିଳା ଖୋଲା ଚୁଲି ବା ବିପଦ ଜନ‌କ ରନ୍ଧା ସ୍ଟୋଭ ଯୋଗୁ ସଙ୍କଟରେ ପଡ଼ନ୍ତି । ଆଲକୋହୋଲିଜ୍ମ ବା ଧୁଆଁ ଏହାର ଅନ୍ୟ ସଙ୍କଟଦାୟୀ ଅବସ୍ଥା । ଆତ୍ମଘାତୀ ଦଗ୍ଧ ବା ଲୋକମାନଙ୍କ ମଧ୍ୟରେ ହିଂସା ଯୋଗୁ ମଧ୍ୟ ଏହା ହୁଏ ।[୨]

ଦଗ୍ଧ
ହାତର ଦ୍ୱିତୀୟ ଡିଗ୍ରୀ ଦଗ୍ଧ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିଆଶୁ ଚିକିତ୍ସା[*]
ଆଇସିଡ଼ି-୧୦T20.–T31.
ଆଇସିଡ଼ି-୯-ସିଏମ୍940949
ରୋଗ ଡାଟାବେସ1791
ମେଡ଼ିସିନ-ପ୍ଲସ000030
ଇ-ମେଡ଼ିସିନarticle/1278244
MeSHD002056

ଚର୍ମର ବାହ୍ୟ ସ୍ତରର ଦଗ୍ଧକୁ ବାହ୍ୟ ବା ପ୍ରଥମ ଡିଗ୍ରୀ(ପରିମାଣ) ଚର୍ମ ଦଗ୍ଧ କୁହାଯାଏ । ଏହା ଲାଲ ଦେଖାଯାଏ, ଏଥିରେ ଫୋଟକା ହୁଏ ନାହିଁ ଓ ଯନ୍ତ୍ରଣା ପ୍ରାୟ ୩ ଦିନ ରହେ ।[୩][୪] ଦଗ୍ଧ ଆଘାତ କିଛି ସ୍ତର ଗଭୀର ହୋଇଥିଲେ ତାହାକୁ ଆଂଶିକ ମୋଟେଇ ବା ୨ୟ ଡିଗ୍ରୀ ଦଗ୍ଧ କୁହାଯାଏ । ଏଥିରେ ଫୋଟକା ହୁଏ ଓ ଅତ୍ୟନ୍ତ କଷ୍ଟ ହୁଏ । କ୍ଷତ ପୂରଣ ହେବାକୁ ପ୍ରାୟ ୮ ସପ୍ତାହ ଲାଗେ ଓ କ୍ଷତ ଚିହ୍ନ (scar) ରହିଯାଏ । ସ୍ଥୁଳ ବା ସମସ୍ତ ସ୍ତର ଚର୍ମ ଦଗ୍ଧ ହେଲେ ତାହାକୁ ୩ୟ ଡିଗ୍ରୀ ଦଗ୍ଧ କୁହାଯାଏ । ଅନେକ ସମୟରେ ଏଥିରେ କଷ୍ଟ ହୁଏନି ଓ ସେ ସ୍ଥାନଟି ଶକ୍ତ ବା ସ୍ଟିଫ ହୋଇଯାଏ । ଏହା ଛାଏଁ ଶୁଖିଯାଏନି । ଚତୁର୍ଥ ଡିଗ୍ରୀ ଦଗ୍ଧରେ ଚର୍ମ ସ‌ହିତ ମାଂସପେଶୀ, ପେଶୀ ରଜ୍ଜୁ ଓ ଅସ୍ଥି ମଧ୍ୟ ଆଘାତ ପ୍ରାପ୍ତ ହୋଇଥାଏ ।[୩] ଏହି ପ୍ରକାର ଦଗ୍ଧରେ ଆଘାତ ସ୍ଥାନ କଳା ପଡ଼ିଯାଏ ଓ ନଷ୍ଟ ହୋଇଯାଏ । [୩][୫]

ଦଗ୍ଧକୁ ସାଧାରଣତଃ ପ୍ରତିରୋଧ କରିହୁଏ ।[୨] ସାଂଘାତିକତା ଉପରେ ଏହାର ଚିକିତ୍ସା ନିର୍ଭର କରେ । ବାହ୍ୟ ଦଗ୍ଧ ଥିଲେ କଷ୍ଟ ନିବାରକ ଔଷଧ ଓ ସାମାନ୍ୟ ଉପଚାର ଯଥେଷ୍ଟ ହୁଏ କିନ୍ତୁ ସାଂଘାତିକ ଦଗ୍ଧ ଥିଲେ ସ୍ପେସିଆଲ ବର୍ଣ୍ଣ କେନ୍ଦ୍ରରେ ଲମ୍ବା ସମୟ ଧରି ଚିକିତ୍ସା ଚିକିତ୍ସା କରାଯାଏ ।[୩] ଟ୍ୟାପ ପାଣିରେ ଥଣ୍ଡା କରିଲେ କଷ୍ଟ ଓ କ୍ଷତି କମିଯାଏ ; କିନ୍ତୁ ଅତ୍ୟଧିକ ସମୟ ଥଣ୍ଡା କରିଲେ ଶରୀରରେ ସ୍ୱଳ୍ପ ଉତ୍ତାପ ହୁଏ ।[୩][୪] ଆଂଶିକ ଚର୍ମ ଦଗ୍ଧ ଥିଲେ ସାବୁନ ଓ ପାଣିଦେଇ ପରିସ୍କାର କରାଯାଏ ଓ ତାପରେ ଡ୍ରେସିଙ୍ଗ କରାଯାଏ । ଫୋଟକାର ସଠିକ ଚିକିତ୍ସା ନିଶ୍ଚିତ ନ ଥିଲେ ମଧ୍ୟ ଛୋଟ ଆକାର ଥିଲେ ତାକୁ ଛାଡ଼ି ଦିଆଯାଏ, ବଡ଼ ଆକାର ଥିଲେ ତାହାକୁ ନିଷ୍କାସନ କରିଦିଆଯାଏ । ସମ୍ପୁର୍ଣ୍ଣ ଦଗ୍ଧ ଥିଲେ ଚର୍ମ ଗ୍ରାଫ୍ଟ ଅପରେଶନ ଆବଶ୍ୟକ ହୁଏ ।[୩] ଅତ୍ୟଧିକ ଦଗ୍ଧ ହୋଇ ଫୁଲିଯାଇ ଥିଲେ ବା କ୍ୟାପିଲାରି ଲିକ ଥିଲେ ବ‌ହୁତ ପରିମାଣର ତରଳ ପଦାର୍ଥ ଦିଆଯାଏ ।[୪] ଏହାର ଜଟିଳତାରେ ସଂକ୍ରମଣ ସବୁଠାରୁ ସାଧାରଣ । [୬] ଟିଟାନସ ଟକ୍‌ସଏଡ ଆବଶ୍ୟକ ସ୍ଥଳେ ଦିଆଯାଏ । [୩]

ସନ ୨୦୧୩ରେ ନିଆଁ ଓ ଉତ୍ତାପ ଯୋଗୁ ୩୫ ନିୟୁତ ଲୋକ ଦଗ୍ଧଦ୍ୱାରା ଆଘାତ ପ୍ରାପ୍ତ ହୋଇଥିଲେ ।[୭] ଏହା ଫଳରେ ୨.୯ନିୟୁତ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଓ ୨୩୮,୦୦୦ ମୃତ୍ୟୁ ବରଣ କରିଥିଲେ । [୮] ବିକାଶଶୀଳ ଦେଶ ଯେପରିକି ଦକ୍ଷିଣ-ପୂର୍ବ ଏସିଆରେ ଅଧିକାଂଶ ମୃତ୍ୟୁ ହୋଇଥିଲା ।[୨] ବଡ଼ ଦଗ୍ଧ ଘାତକ ହୋଇଥିଲେ ମଧ୍ୟ ସନ ୧୯୬୦ ପରଠାରୁ ଶିଶୁ ଓ ଅଳ୍ପ ବୟସ୍କ ଯୁବକମାନଙ୍କର ଚିକିତ୍ସାର ଫଳାଫଳରେ ଉନ୍ନତି ହୋଇଛି ।[୯] ଯୁକ୍ତରାଷ୍ଟ୍ର ଆମେରିକାରେ ଦଗ୍ଧ କେନ୍ଦ୍ରରେ ଆଡମିଶନ ହେଉଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୯୬% ବଞ୍ଚିଯା‌ଉଛନ୍ତି ।[୧୦] ପୁରୁଷ ଓ ମହିଳା ସମ ଭାବରେ ଆଘାତ ପ୍ରାପ୍ତ ହୁଅନ୍ତି । [୨] ବୟସ ଓ ଦଗ୍ଧର ଆକାର ଅନୁସାରେ ଦିର୍ଘକାଳୀନ ଫଳ ନିର୍ଭର କରେ ।[୩]

ଆଧାର