ନାଟୋ

ଆନ୍ତସରକାରୀ ସଂଘ ଯେଉଁଥିଲେ ୨୯ଟି ଉତ୍ତର ଆମେରିକୀୟ ଓ ୟୁରୋପୀୟ ଦେଶର ସରକାରମାନଙ୍କର ମିଲିଟାରୀ ସନ୍ଧି ହୋଇଛି

ନାଟୋ ବା ଉତ୍ତର ଆଟଲାଣ୍ଟିକ ସନ୍ଧି ସଂଗଠନ (ଇଂରାଜୀ ଭାଷାରେ The North Atlantic Treaty Organization (NATO /ˈnt/; French: Organisation du traité de l'Atlantique nord; OTAN) ଅନ୍ୟ ଡାକ ନାମ ଉତ୍ତର ଆଟଲାଣ୍ଟିକ ଆଲିଆନ୍ସ/ North Atlantic Alliance), ଏକ ଆନ୍ତସରକାରୀ ସଂଘ ଯେଉଁଥିରେ ୨୯ଟି ଉତ୍ତର ଆମେରିକୀୟ ଓ ୟୁରୋପୀୟ ଦେଶର ସରକାରମାନଙ୍କର (intergovernmental) ସାମରିକ ସନ୍ଧି (military alliance) ହୋଇଛି । ସନ ୪ ଏପ୍ରିଲ ୧୯୪୯ରେ ଏହି ସଂଘ ଉତ୍ତର ଆଟଲାଣ୍ଟିକ ସନ୍ଧି ପତ୍ର କାର୍ଯ୍ୟକାରୀ କରିଥିଲା । [୨][୩] ନାଟୋ, ଏକ ସାମୁହିକ ସୁରକ୍ଷାତ୍ମକ ସଂଘ ଗଠନ କରି ତାହାଦ୍ୱାରା ଏହାର ନିଜସ୍ୱ ସ୍ୱାଧୀନ ସଭ୍ୟମାନେ ବାହ୍ୟ ସଂସ୍ଥାରୁ ଆକ୍ରମଣ ହେଲେ ଏହା ବିରୁଦ୍ଧରେ ପାରସ୍ପାରିକ ସୁରକ୍ଷା ନିମନ୍ତେ ପଦକ୍ଷେପ ନେବେ । ନାଟୋର ମୂଖ୍ୟ କାର୍ଯ୍ୟାଳୟ (NATO's Headquarters| ) ବ୍ରସେଲସ, (Brussels) ବେଲଜିଅମର ଏଭରେଠାରେ ଓ ସୁପ୍ରିମ ହେଡକ୍ୱାଟର ଆଲାଏଡ ପାୱାର ୟୁରୋପର (headquarters of Allied Command Operations|) ମୋନସରେ ସାମୁହିକ କାର୍ଯ୍ୟାଳୟ ସାମୁହିକ କମାଣ୍ଡ ଅବସ୍ଥିତ ଅଛି ।

North Atlantic Treaty Organization
Flag

Member states of NATO
ଛୋଟ ନାଆଁNATO, OTAN
ମୂଳ ଲକ୍ଷAnimus in consulendo liber
ସ୍ଥାପନା4 ଅପ୍ରେଲ 1949 (1949-04-04)
ପ୍ରକାରMilitary alliance
ମୁଖ୍ୟାଳୟBrussels, Belgium
ସଭ୍ୟପଦ
29 states
ମୁଖ୍ୟ ଭାଷା
Secretary GeneralJens Stoltenberg
Chairman of the NATO Military CommitteeAir Chief Marshal Stuart Peach, Royal Air Force
Supreme Allied Commander EuropeGeneral Tod D. Wolters, United States Air Force
Supreme Allied Commander TransformationGénéral André Lanata, French Air Force
ୱେବ୍‌ସାଇଟwww.nato.int

ଏହାର ପ୍ରତିଷ୍ଠ ପରଠାରୁ ଅନେକ ନୂଆ ସଭ୍ୟ ନାମ ଲେଖାଇବା ଫଳରେ ପ୍ରଥମରୁ ଥିବା ୧୨ ସଭ୍ୟ ସଂଖ୍ୟା ଇତିମଧ୍ୟରେ ବଢ଼ି ୨୯ ହୋଇଗଲାଣି । ୫ ଜୁନ ୨୦୧୭ରେ ଶେଷ ନୂଆ ସଭ୍ୟ ଭାବରେ ମୋଣ୍ଟେନିଗ୍ରୋ (Montenegro) ଯୋଗଦାନ କରଛି । ବୋସନିଆ ଓ ହେର୍ଜେଗୋଭିନା (Bosnia and Herzegovina), ଜର୍ଜିଆ (Georgia), ଉତ୍ତର ମାସିଡୋନିଆ (North Macedonia) ଓ ୟୁକ୍ରେନ‌କୁ (Ukraine) ସମ୍ଭାବ୍ୟ ସଭ୍ୟ ଭାବରେ ନାଟୋ ବିଚାର କରିଛି ।[୪] ନାଟୋର ଶାନ୍ତି ସ‌ହ‌ଯୋଗୀ କାର୍ଯ୍ୟକ୍ରମରେ ୨୧ଟି ଅଧିକ ଦେଶ ଯୋଗଦାନ କରୁଛନ୍ତି । ସମୁଦାୟ ପୃଥିବୀର ଖର୍ଚ୍ଚର ପ୍ରାୟ ୭୦% ସମସ୍ତ ନାଟୋ ସଭ୍ୟଙ୍କର ମିଲିଟାରୀ ବାବଦରେ ଖର୍ଚ୍ଚ ହେଉଛି ।[୫] ସନ ୨୦୨୪ ସୁଦ୍ଧା ପ୍ରତିରକ୍ଷା ଲକ୍ଷ ବାବଦ ଜିଡିପିର ୨% ଖର୍ଚ୍ଚ କରିବାକୁ ସମସ୍ତ ସଭ୍ୟ ରାଜି ହୋଇଛନ୍ତି ।[୬][୭]

ଇତିହାସ

ଦ୍ୱିତୀୟ ଯୁଦ୍ଧ ପରିପ୍ରେକ୍ଷୀରେ ସୋଭିଏଟ ୟୁନିଅନ ଓ ଜର୍ମାନୀର ଆକ୍ରମଣ ଆଶଙ୍କାରେ ଫ୍ରାନସ ଓ ସଂଯୁକ୍ତ ରାଷ୍ଟ୍ର ଦୁହେଁ ସନ୍ଧି ଓ ପାରଷ୍ପରିକ ସ‌ହାୟତା ନିମନ୍ତେ ୪ ମାର୍ଚ୍ଚ, ୧୯୪୭ରେ ଏକ ଚୁକ୍ତି ସମ୍ପାଦନ କରିଥିଲେ ଯାହାକୁ ଟ୍ରିଟି ଅଫ ଡନ‌କିନ (Treaty of Dunkirk) କୁହାଯାଏ । ସନ ୧୯୪୮ରେ ଏହି ସନ୍ଧିରେ ବେନେଲକ୍ସ (Benelux) ଦେଶମାନେ ଯୋଗଦାନ କରି ଏହାକୁ ପଶ୍ଚିମ ୟୁନିଅନ (Western Union) ନାମ ଦେଲେ ଓ ପରେ ଏହାକୁ ବ୍ରସେଲସ ଟ୍ରିଟି ଅର୍ଗାନାଇଜେସନ ଭାବରେ ସୂଚନା ଦିଆଗଲା ଓ ଟ୍ରିଟି ଅଫ ବ୍ରସେଲସ (Treaty of Brussels) ନାମ କରଣ କରାଗଲା । ଅଧିକ ମିଲିଟାରୀ ସ‌ହ‌ଯୋଗ ନିମନ୍ତେ ଉତ୍ତର ଆମେରିକା ସ‌ହିତ ସଂଯୁକ୍ତ ରାଷ୍ଟ୍ର, କାନାଡ଼ା, ପର୍ତୁଗାଲ, ଇଟାଲି, ନର‌ୱେ, ଡେନମାର୍କ ଓ ଆଇଲ୍ୟାଣ୍ଡ ଇତ୍ୟାଦି ଦେଶମାନଙ୍କୁ ସଭ୍ୟ କରିବା ନିମନ୍ତେ ବାର୍ତ୍ତାଳାପ କରି ସଭ୍ୟମାନେ ୪ ଏପ୍ରିଲ ୧୯୪୯ରେ ଉତ୍ତର ଆଟଲାଣ୍ଟିକ ସନ୍ଧି ପତ୍ରରେ ଦସ୍ତଖତ କଲେ । [୮]

ଆଧାର