ମାନବାଧିକାରସମୂହ

ଜଣେ ବ୍ୟକ୍ତି ଆପେଆପେ ପାଇବାକୁ ହକଦାର ଥିବା ଅବିଚ୍ଛେଦ୍ୟ ମୌଳିକ ଅଧିକାର

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ମାଗ୍ନା କାର୍ଟା ବା "ବିଶାଳ ଚାର୍ଟର" ଏକ ସାର୍ବଭୌମ୍ୟଦ୍ୱାରା ତାହାର ଲୋକମାନଙ୍କୁ କେତେକ ଆଇନଗତ ଅଧିକାର ଦେଇଥିବା ପୃଥିବୀର ପ୍ରଥମ ନଥି

ମାନବିକ ଅଧିକାରସମୂହ ନୈତିକ ନିୟମାବଳୀ ବା ମାନଦଣ୍ଡ[୧] ମନୁଷ୍ୟର ଆଚରଣର ନିର୍ଦ୍ଦିଷ୍ଟ ମାନକ ବର୍ଣ୍ଣନା କରେ ଏବଂ ନିୟମିତ ଭାବେ ପୌର ଓ ଆନ୍ତର୍ଜାତିକ ଆଇନର ପ୍ରାକୃତିକ ଏବଂ ଆଇନଗତ ଅଧିକାର ଭାବେ ସୁରକ୍ଷିତ ରଖାଯାଏ ।[୨] ସେଗୁଡ଼ିକ ସାଧାରଣତଃ ଅବିଚ୍ଛେଦ୍ୟ,[୩] ମୌଳିକ ଅଧିକାର "ଯାହା ଜଣେ ବ୍ୟକ୍ତି କେବଳ ଜଣେ ମଣିଷ ହୋଇଥିବାରୁ ଆପେଆପେ ପାଇଥାଏ"[୪] ଏବଂ ଯାହା ସେମାନଙ୍କ ବୟସ, ଜନ୍ମଦେଶ, ଅବସ୍ଥିତି, ଭାଷା, ଧର୍ମ, ଜନ୍ମଜାତି ବା ଅନ୍ୟ କୌଣସି ସ୍ଥିତି ନିର୍ବିଶେଷରେ[୩] "ସମସ୍ତ ମଣିଷଙ୍କ ସହଜାତ" ।[୫] ସେସବୁ ସବୁଠି ଓ ସଦା ସାର୍ବଜନୀନତା ଗ୍ରହଣୀୟ[୧] ଓ ସେସବୁ ସମସ୍ତଙ୍କ ପାଇଁ ସମାନ ।[୩]

ଆଧାର