ମାର୍ଟିନ ଲୁଥର କିଙ୍ଗ ଜୁନିଅର
ମାର୍ଟିନ ଲୁଥର କିଙ୍ଗ ଜୁନିଅର (ଇଂରାଜୀ ଭାଷାରେ Martin Luther King Jr. (ଜାନୁଆରୀ ୧୫, ୧୯୨୯ – ଏପ୍ରିଲ ୪, ୧୯୬୮) ଜଣେ ଆମେରିକୀୟ ଖ୍ରୀଷ୍ଟିଆନ ମନ୍ତ୍ରୀ ଓ କର୍ଯ୍ୟକର୍ତ୍ତା ଥିଲେ ଯିଏ ସନ ୧୯୫୫ରୁ ୧୯୬୮ ପର୍ଯ୍ୟନ୍ତ ନାଗରିକ ଅଧିକାର ଅନ୍ଦୋଳନର ନେତା ଭାବରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସକ୍ରିୟ ଥିଲେ । ଆଟଲାଣ୍ଟା, ଜର୍ଜିଆରେ (Atlanta, Georgia) ଜନ୍ମ ଗ୍ରହଣ କରି ନାଗରିକ ଓ ରାଜନୈତିକ ଅଧିକାର (civil rights) ଆନ୍ଦୋଳନକୁ ଅହିଂସା ମାଧ୍ୟମରେ ଆଗେଇ ନେବା ନିମନ୍ତେ ବିଖ୍ୟାତ ଥିଲେ; ଏଥି ନିମନ୍ତେ ସେ ଖ୍ରୀଷ୍ଟିଆନ ବିଶ୍ୱାସ ଓ ମହାତ୍ମା ଗାନ୍ଧୀଙ୍କର ଅହିଂସା ପଥରୁ ପ୍ରେରଣା ପାଇଥିଲେ ।
ସନ ୧୯୨୯, ଜାନୁଆର ୧୫ତାରିଖରେ ଆଟଲାଣ୍ଟା, ଜର୍ଜିଆରେ (Atlanta) ସେ ରେଭରେଣ୍ଡ ମାର୍ଟିନ ଲୁଥର କିଙ୍ଗ ସିନିଅର (Martin Luther King Sr.) ଓ ଆଲବେର୍ଟା ଉଇଲିଅମସ କିଙ୍ଗ (Alberta Williams King) ଔରଷରୁ ଜନ୍ମ ଗ୍ରହଣ କରିଥିଲେ । [୧] ତାଙ୍କ ଜନ୍ମ ସମୟର ନାମ ମାଇକେଲ କିଙ୍ଗ ଥିଲା ଓ ତାଙ୍କ ପିତାଙ୍କ ନାମ ମଧ୍ୟ ମାଇକେଲ କିଙ୍ଗ ଥିଲା କିନ୍ତୁ କିଛି କାଳ ଅନ୍ତରରେ ପିତା ଉଭୟ ତାଙ୍କର ଓ ତାଙ୍କ ପୁତ୍ରର ନାମ ସନ ୧୯୩୪ରେ ପରିବର୍ତ୍ତନ କରିଦେଲେ । [୨]
ସନ ୧୯୫୫ରେ ମଣ୍ଟଗୋମରୀ ବସ ଏକଘରିକିଆ ଆନ୍ଦୋଳନକୁ କିଙ୍ଗ ନେତୃତ୍ୱ ଦେଇଥିଲେ ଓ ସନ ୧୯୫୭ରେ ସେ ଦକ୍ଷିଣ ଖ୍ରୀଷ୍ଟିଆନ ନେତୃତ୍ୱ ସମ୍ମିଳନୀରେ (Southern Christian Leadership Conference (SCLC) ପ୍ରଥମ ସଭାପତି ହୋଇଥିଲେ । ଏହି ଏସସିଏଲସି ମାଧମରେ ସେ ଆଲବାନି, ଜର୍ଜିଆକୁ (Albany) ପୃଥକ କରିବା ପ୍ରଚେଷ୍ଟାରେ ସେ ଅକୃତକାର୍ଯ୍ୟ ହେଲେ ମଧ୍ୟ ବିରମିଙ୍ଗହାମ, ଆଲବାମାର (Birmingham) ଅହିଂସା ଆନ୍ଦୋଳନକୁ ସଂଗଠିତ କରିଥିଲେ । ସନ ୧୯୬୩ରେ ସେ ୱାସିଙ୍ଗଟନ ଅଭିଯାନ (March on Washington) ସଂଗଠିତ କରି ତାଙ୍କର ବିଖ୍ୟାତ "ମୋର ଗୋଟିଏ ସ୍ୱପ୍ନ ଅଛି" ("I Have a Dream") ବକ୍ତୃତା ଦେଇଥିଲେ ।
ଅହିଂସା ମାର୍ଗରେ ଯାଇ ଜାତି ବିଷମତା (racial inequality) ବିରୁଦ୍ଧରେ ସଂଗ୍ରାମ କରିବାଯୋଗୁ ଅକ୍ଟୋବର ୧୪, ୧୯୬୪ରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର (Nobel Peace Prize) ଦିଆଯାଇଥିଲା । ସନ ୧୯୬୫ରେ ସେଲମାରୁ ମଣ୍ଟଗୋମରୀ ଯାତ୍ରାକୁ (Selma to Montgomery marches) ସଂଗଠିତ କରିବାରେ ସେ ସାହାଯ୍ୟ କରିଥିଲେ । ତା ପରବର୍ତ୍ତୀ ବର୍ଷ ସେ ଓ ଏସସିଏଲସି ଏହି ଆନ୍ଦୋଳନକୁ ସିକାଗୋର ଉତ୍ତର ପର୍ଯ୍ୟନ୍ତ ନେଇଥିଲେ । ତାଙ୍କର ଅନ୍ତିମ ବର୍ଷରେ ଯୁକ୍ତରାଷ୍ଟ୍ରର ଦାରିଦ୍ର୍ୟ (poverty) ଓ ଭିଏଟନାମ ଯୁଦ୍ଧକୁ (Vietnam War) ବିରୋଧ କରିବାକୁ ତାଙ୍କର ଦୃଷ୍ଟି କେନ୍ଦ୍ରିଭୂତ ହୋଇଥିଲା । ତାଙ୍କର 'ଭିଏଟନାମ ପରବର୍ତ୍ତୀ ନିରବ' ("Beyond Vietnam") ବକ୍ତୃତାରେ ସେ ଆଧିନିକ ଉଦାରପନ୍ଥୀ ସହଯୋଗୀତାକୁ (liberal) ବିରୋଧ କରିଥିଲେ । ଜେ ହୁଭର (J. Edgar Hoover) ତାଙ୍କୁ ଉଗ୍ରପନ୍ଥୀ ବିବେଚନା କରୁଥିଲେ ଓ ଅନ ୧୯୬୩ ପରଠାରୁ ତାଙ୍କ ପଛରେ ଏଫବିଆଇ ଲଗେଇଥିଲେ । ତାଙ୍କର ସମ୍ଭାବ୍ୟ କମ୍ୟୁନିଷ୍ଟ ସମ୍ପର୍କ ଜାଣିବା ଲାଗି ତାଙ୍କର ବିବାହ ଅତିରିକ୍ତ ସମ୍ପର୍କ ବିଷୟରେ ଖୋଳତାଡ଼ କଲେ ଓ ସରକାରକୁ ରିପୋର୍ଟ କରିଦେଲେ । ଗୋଟିଏ ଘଟଣାରେ ତାଙ୍କୁ ଗୋଟିଏ ବେନାମୀ ଧମକ ଚିଠି ଦେବାରୁ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିବାକୁ ଚାହୁଁଥିବା କଥା କିଙ୍ଗ ଭାବିଲେ ।