ଲାଇମ ରୋଗ

ଲାଇମ ରୋଗ ବା ଲାଇମ ବୋରେଲିଓସିସ ଏକ ପ୍ରକାର ସଂକ୍ରମକ ରୋଗ ଯାହା ବୋରେଲିଆ ଟାଇପର ଏକ ଜୀବାଣୁଦ୍ୱାରା ହୁଏ । [୧] ଏହି ସଂକ୍ରମଣର ମୂଖ୍ୟ ଲକ୍ଷଣ ହେଉଛି ବିସ୍ତାର ହେଉଥିବା ଏକ ଲାଲ କ୍ଷେତ୍ର ଯାହା ଏରିଦେମା ମାଇଗ୍ରାନସ ନାମରେ ପରିଚିତ; ଏକ ପ୍ରକାର ଟିଙ୍କ କାମୁଡ଼ିବାର ଏକ ସପ୍ତାହ ପରେ ଏହି କାମୁଡ଼ା ସ୍ଥାନରେ ଆରମ୍ଭ ହୁଏ । ଏହି ଲାଲ ଦାଗ ରାସ କଷ୍ଟପ୍ରଦ ନୁହେଁ ବା କୁଣ୍ଡେଇ ହୁଏ ନାହିଁ । ପ୍ରାୟ ୨୫ % ଲୋକଙ୍କର ଏହି ଦାଗ ମଧ୍ୟ ହୁଏନାହିଁ । ଅନ୍ୟ ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ଜ୍ୱର, ମୁଣ୍ଡବଥା, ଥକ୍କାଣ ଦେଖାଯାଏ । ଅଣଚିକିତ୍ସିତ ହେଲେ ମୁହଁର ଗୋଟିଏ ପାଖ ଚଳତ ଶକ୍ତିହୀନ, ଗଣ୍ଠିକଷ୍ଟ, ଦୃଢ଼ ବେକ ସ‌ହିତ ସାଙ୍ଘାତିକ ମୁଣ୍ଡବଥା ଓ ଦୃତ ହୃଦଗତି ଆଦି ଲକ୍ଷଣ ଦେଖାଯାଏ । ମାସ ମାସ ଓ ବର୍ଷ ବର୍ଷ ପରେ ଗଣ୍ଟି ଯନ୍ତ୍ରଣା ଓ ଫୁଲା ବାରମ୍ବାର ଦେଖାଯାଏ । ବାହୁ ଓ ଗୋଡ଼ରେ ସାମୟିକ ଗତିଶୀଳ ଯନ୍ତ୍ରଣା ହୁଏ । ଉପ‌ଯୁକ୍ତ ଚିକିତ୍ସା ସତ୍ତ୍ୱେ ୧୦ରୁ ୨୦ % ରୋଗୀଙ୍କର ଗଣ୍ଠି ଯନ୍ତ୍ରଣା, ସ୍ମରଣ ଶକ୍ତି ହ୍ରାସ ଓ ଅଧିକାଂଶ ସମୟରେ ଥକ୍କା ଅନୁଭବ ହୁଏ । [୨]

ଲାଇମ ରୋଗ
ଏକ ବୟଃପ୍ରାପ୍ତ ବାଘ ଟିଙ୍କ (Tiger tick)
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିInfectious disease
ଆଇସିଡ଼ି-୧୦A69.2
ଆଇସିଡ଼ି-୯-ସିଏମ୍088.81
ରୋଗ ଡାଟାବେସ1531
ମେଡ଼ିସିନ-ପ୍ଲସ001319
ଇ-ମେଡ଼ିସିନ330178
965922
786767
Patient UKଲାଇମ ରୋଗ
MeSHD008193

ଇକ୍ସୋଡେସ (Ixodes) ପ୍ରଜାତିର ଟିଙ୍କ (tick) କାମୁଡ଼ିଲେ ମାନବକୁ ଏହି ରୋଗ ବ୍ୟାପେ । [୩] ଜୀବାଣୁ ବ୍ୟାପିବା ନିମନ୍ତେ ଟିଙ୍କ ଅନ୍ୟୁନ ୩୬ରୁ ୪୮ ଘଣ୍ଟା ଲାଖି ରହିବା ଆବଶ୍ୟକ । [୪] ଉତ୍ତର ଆମେରିକାରେ ବୋରେଲିଆ ବରଡରଫେରି ସେନ୍ସୁ ସ୍ଟିକ୍ଟୋ (Borrelia burgdorferi sensu stricto) ଜୀବାଣୁଦ୍ୱାରା; ୟୁରୋପ ଓ ଏସିଆରେ ବୋରେଲିଆ ଆଫଜେଲି ଓ ବୋରେଲିଆ ଗାରିନିନି (Borrelia afzelii and Borrelia garinii) ଜୀବାଣୁଦ୍ୱାରା ଏହି ରୋଗ ହୁଏ । [୧] ମାନବ, ପଶୁ ବା ଖାଦ୍ୟ ମାଧ୍ୟମାରେ ଏହା ବ୍ୟାପେ ନାହିଁ । [୪] ଏହି ରୋଗର ଲକ୍ଷଣ, ଇତିହାସ, ଟିଙ୍କ ଲାଗିରହିବା ଇତିହାସ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରି ଏହାର ଆଣ୍ଟିବଡି ରକ୍ତରେ ପାଇଲେ ରୋଗ ନିଧାର୍ଯ୍ୟ ହୁଏ । [୫][୬] ପ୍ରାରମ୍ଭ କାଳରେ ରକ୍ତ ପରୀକ୍ଷାରେ ସଫଳତା ନ ମିଳି ପାରେ । [୧] ଟିଙ୍କ ପରୀକ୍ଷା ପ୍ରତ୍ୟେକ ଟିଙ୍କ ନିମନ୍ତେ ଦରକାର ହୁଏନି । [୭]

ଏହାର ପ୍ରତିଷେଧ ନିମନ୍ତେ ଟିଙ୍କ କାମୁଡ଼ାରୁ ରକ୍ଷା ପାଇବା ନିମନ୍ତେ ଚେଷ୍ଟା କରିବା ଆବଶ୍ୟକ: ଲମ୍ବା ପ୍ୟାଣ୍ଟ ପିନ୍ଧିବା ଓ ଡିଇଇଟି (DEET) ବ୍ୟବ‌ହାର କରିବା । [୧] ପୋକନାଶକ ଔଷଧ ଦେଇ ଟିଙ୍କ ମାରିବା ଫଳପ୍ରଦ ହୁଏ । [୧] ଟ୍ୱିଜର (tweezer) ବ୍ୟବ‌ହାର କରି ଟିଙ୍କ ନିର୍ମୁଳ କରିହେବ । [୮] ଟିଙ୍କ କାଢ଼ିବାବେଳେ ତାହା ଦେହରେ ରକ୍ତ ଭରିରହିଥିଲେ ଗୋଟିଏ ଡୋଜ ଡକ୍ସିସାଇକ୍ଲିନ ଦେଇ ସଂକ୍ରମଣ ପ୍ରତିରୋଧ କରିହୁଏ କିନ୍ତୁ ସଂକ୍ରମଣ କ୍ୱଚିତ ହେଉଥିବାରୁ ସାଧାରଣତଃ ଏହା ଦେବାକୁ ପରାମର୍ଶ ଦିଆଯାଏ ନାହିଁ । [୧] ସଂକ୍ରମଣ ଆରମ୍ଭ ହେଲେ ଆଣ୍ଟିବାୟୋଟିକ ଯେପରିକି ଡକ୍ସିସାଇକ୍ଲିନ, ଆମୋକ୍ସିସିଲିନ ଓ ସେଫୁରୋକ୍ସିମ ଭଳି ଆଣ୍ଟିବାୟୋଟିକ ଦିଆଯାଏ । [୧] ଦୁଇ ତିନି ସପ୍ତାହ ପର୍ଯ୍ୟନ୍ତ ଚିକିତ୍ସା କରାଯାଏ । [୧] କେତେକ ଲୋକଙ୍କର ଜ୍ୱର ଓ ମାଂସପେଶୀ ତ‌ଥା ଗଣ୍ଠିରେ ଯନ୍ତ୍ରଣା ହୁଏ ଯାହା ଦିନେ ଦୁଇ ଦିନ ରହେ । [୧] ଲଗାତାର ଲକ୍ଷଣ ରହିଲେ ଦୀର୍ଘସ୍ଥାୟୀ ଆଣ୍ଟିବାୟୋଟିକ ଦେଲେ ମଧ୍ୟ ଉପକାରୀ ସାବ୍ୟସ୍ତ ହୁଏ ନାହିଁ । [୧][୨]

ଉତ୍ତର ଗୋଲାର୍ଦ୍ଧରେ ଲାଇମ ରୋଗ ଟିଙ୍କଦ୍ୱାରା ସର୍ବାଧିକ ବ୍ୟାପେ । [୯] ଆମେରିକାରେ ହିସାବ ଅନୁସାରେ ବାର୍ଷିକ ୩୦୦,୦୦୦ ଲୋକ ଓ ୟୁରୋପରେ ୬୫,୦୦୦ ଲୋକଙ୍କୁ ଏହି ରୋଗ ହୁଏ । [୧][୧୦] ଗ୍ରୀଷ୍ମ ଆରମ୍ଭରେ ଏହି ରୋଗ ସାଧାରଣତଃ ହୁଏ । [୧] ଏହି ରୋଗ ପ୍ରଥମେ ୧୯୭୫ ମସିହାରେ କନେକ୍ଟିକଟଠାରେ (Old Lyme, Connecticut) ଏକ ସ୍ୱତନ୍ତ୍ର ରୋଗ ରୂପେ ଚିହ୍ନଟ ହୋଇଥିଲା ଯାହା ଭୂଲକ୍ରମେ ଜୁଭେନାଇଲ ରିଉମାଟଏଡ ଆର୍ଥ୍ରାଇଟିସ ରୋଗ ଭାବରେ ନିର୍ଣ୍ଣୟ କରାଯାଉଥିଲେ । [୧୧] ସନ ୧୯୮୧ରେ ଉଇଲି ବରଗରଫର (Willy Burgdorfer) ପ୍ରଥମେ ଏହି ଜୀବାଣୁ ବିଷୟରେ ବର୍ଣ୍ଣନା କରିଥିଲେ । [୧୨] କ୍ରନିକ ବା ଦୀର୍ଘସ୍ଥାୟୀ ଲକ୍ଷଣ‌ଗୁଡ଼ିକ ଭଲରୂପରେ ବର୍ଣ୍ଣନା କରାଯାଇଛି ଯାହାକୁ ପୋଷ୍ଟ-ଟ୍ରିଟମେଣ୍ଟ ଲାଇମ ରୋଗ କୁହାଯାଉଥିଲା କିନ୍ତୁ ସମ୍ପ୍ରତି କ୍ରନିକ ଲାଇମ ରୋଗ କୁହାଯାଉଛି । କେତେକ ସ୍ୱାସ୍ଥ୍ୟପ୍ରବନ୍ଧକ ମତରେ ଏହା ସଂକ୍ରମଣ ଚାଲୁ ରହିବା ଯୋଗୁ ହେଉଛି କିନ୍ତୁ ଏହା ସତ୍ୟ ବୋଲି ବିଶ୍ୱାସ ହେଉନି । [୧୩] ଆଗରୁ ମିଳୁଥିବା ଲାଇମ ଟିକା ଆଉ ମିଳୁନି । ନୂଆ ଟିକା ନିମନ୍ତେ ଗବେଷଣା ଚାଲିଛି । [୧]


ଆଧାର