ସମୀପଦୃଷ୍ଟି

ସମୀପଦୃଷ୍ଟି (ଇଂରାଜୀ ଭାଷାରେ Near-sightedness ବା myopia) ଏକ ପ୍ରକାର ଦୃଷ୍ଟି ଦୋଷ ଯେଉଁଥିରେ ଆଲୋକ ରେଖାମାନ ଚକ୍ଷୁରେ ପ୍ରବେଶ କରିବା ପରେ ରେଟିନା/ନେତ୍ରପଟଳ ଉପରେ ଫୋକସ୍ ନ ହୋଇ ତା' ସମ୍ମୁଖରେ ଫୋକସ୍ ହୁଅନ୍ତି । [୧] ଫଳରେ ଦୂରରେ ଥିବା ବସ୍ତୁ ଝାପସା (blurry) ଦେଖାଯାଏ, କିନ୍ତୁ ପାଖରେ ଥିବା ବସ୍ତୁ ସାଧାରଣ ଦେଖାଯାଏ । ମୁଣ୍ଡବଥା ଓ ଚକ୍ଷୁ କ୍ଳେଶ (eye strain) ଇତ୍ୟାଦି ଅନ୍ୟାନ୍ୟ ଲକ୍ଷଣମାନ ଦେଖାଯାଏ ।[୧] ସମୀପଦୃଷ୍ଟି ସାଂଘାତିକ ହୋଇଥିଲେ ନେତ୍ରପଟଳ ସ୍ଖଳନ, ପରଳଗ୍ଲକୋମା ହେବା ସଙ୍କଟ ଅଧିକ ରହେ ।[୨]

ସମୀପଦୃଷ୍ଟି
ପ୍ରତିଶବ୍ଦ - (ଇଂରାଜୀ ଭାଷାରେ) myopia, short-sightedness, near-sighted
ସମୀପଦୃଷ୍ଟି ଥିଲେ ଦୃଷ୍ଟିର ପରିବର୍ତ୍ତନ କିପରି ହୁଏ, ଦେଖାଯାଇଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିOphthalmology
ଆଇସିଡ଼ି-୧୦H52.1
ଆଇସିଡ଼ି-୯-ସିଏମ୍367.1
ରୋଗ ଡାଟାବେସ8729
ମେଡ଼ିସିନ-ପ୍ଲସ001023
MeSHD009216

ଉଭୟ ଜେନେଟିକ ଓ ପରିବେଶ କାରକମାନଙ୍କ ଯୋଗୁ ଏହି ରୋଗ ହେଉଥିବା ବିଶ୍ୱାସ କରାଯାଏ ।[୨] ପରିବାରରେ ଏହି ରୋଗ ଥିବାର ଇତିହାସ, ଅଧିକ ସମୟ ଗୃହରେ ରହିବା ଓ କୌଣସି ବସ୍ତୁକୁ ନିରୀକ୍ଷଣ କରି କର୍ମ କରୁଥିବା ଲୋକର ଏହି ରୋଗ ସଙ୍କଟ ଅଧିକ ରହେ । [୨][୩] ଉଚ୍ଚ ସାମାଜିକ-ଅର୍ଥନୈତିକ ଶ୍ରେଣୀର ଲୋକଙ୍କଠାରେ ଏହା ଅଧିକ ଦେଖାଯାଏ ।[୨] ଏହି ଚକ୍ଷୁ ଦୋଷର ଅନ୍ତର୍ନିହିତ କାର୍ଯ୍ୟପ୍ରଣାଳୀରେ ଚକ୍ଷୁ ଡୋଳା ଅଧିକ ଲମ୍ବା ଥିବା ଓ ଅଳ୍ପ କେତେକ କ୍ଷେତ୍ରରେ ଚକ୍ଷୁର ଯବକାଚ (lens) ଅଧିକ ଶକ୍ତ ଥିବା ଦେଖାଯାଏ ।[୧][୪] ଏହା ଏକ ପ୍ରକାର ଚକ୍ଷୁ ପ୍ରତିସରଣ ଦୋଷ । ଚକ୍ଷୁ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧]

ପିଲାମାନେ ଅଧିକ ସମୟ ବାହାରେ ରହିଲେ ସମୀପଦୃଷ୍ଟି ପ୍ରତିରୋଧ କରିହେବାର ଏକ ଅନିଶ୍ଚିତ ପ୍ରମାଣ ମିଳୁଛି ।[୫][୬] ଏହା ପ୍ରାକୃତିକ ଆଲୋକ ସଂସ୍ପର୍ଶରେ ଆସୁଥିବା ଯୋଗୁ ହୋଇପାରେ ।[୭] ଚଷମା, କଣ୍ଟାକ୍ଟ ଲେନ୍ସ ବା ଅପରେଶନ କରି ଏହି ଦୋଷକୁ ସଜାଡ଼ି ହୁଏ । ଚଷମା ଏକ ନିରାପଦ ଓ ସ‌ହଜ ଉପାୟ । କଣ୍ଟାକ୍ଟ ଲେନ୍ସ ବ୍ୟବ‌ହାର କଲେ ସଂକ୍ରମଣର ସମ୍ଭାବନା ଥାଏ । ରିଫ୍ରାକ୍ଟରି ଅପରେଶନ (Refractive surgery) କରି ସ୍ୱଚ୍ଛ ପଟଳ ବା କର୍ନିଆ ଆକୃତିର ସ୍ଥାୟୀ ପରିବର୍ତ୍ତନ କରିହୁଏ । [୧]

ସମୀପଦୃଷ୍ଟି ଦୋଷ ଏକ ସାଧାରଣ ସମସ୍ୟା ଓ ଜନସଂଖ୍ୟାର ୨୨% ବା ୧.୫ ବିଲିଅନ ଲୋକଙ୍କର ସମସ୍ୟା ।[୨][୮] ପୃଥିବୀର ବିଭିନ୍ନ ସ୍ଥାନରେ ଏହି ରୋଗ ହାର ପରିବର୍ତ୍ତିତ ଥାଏ ।[୨] ବ‌ୟଃପ୍ରାପ୍ତ ଲୋକଙ୍କ ଏହି ରୋଗ ହାର ୧୫ରୁ ୪୯% ।[୩][୯] ପୁରୁଷ ଓ ମହିଳାଙ୍କର ସମ ଭାବରେ ଏହି ରୋଗ ହୁଏ ।[୯] ଗ୍ରାମୀଣ ନେପାଳରେ ୧.୨%, ଦକ୍ଷିଣ ଆଫ୍ରିକାରେ ୪%, ଆମେରିକାରେ ୧୨% ଓ ଚୀନ ଦେଶରେ ୩୭% ଲୋକଙ୍କୁ ଏହି ରୋଗ ହୁଏ ।[୨][୩] ଏହି ରୋଗ ହାର ସନ ୧୯୫୦ରୁ ବୃଦ୍ଧି ପ୍ରାପ୍ତ ହୋଇଚାଲିଛି ।[୯] ଅନ୍ଧତ୍ୱର କାରଣ ରୂପେ ପୃଥିବୀରେ ଅଣଚିକିତ୍ସିତ ସମୀପ ଦୃଷ୍ଟି ସ‌ହିତ ପରଳ, ଭିଟାମିନ ଏ ଅଭାବ, ମାକୁଲାର ଡିଜେନେରେସନ ଇତ୍ୟାଦି ଗଣ୍ୟ ହୁଏ ।[୯]

ଆଧାର