ସେବୋରିକ ଡର୍ମାଟାଇଟିସ


ସେବୋରିକ ଡର୍ମାଟାଇଟିସ (ଇଂରାଜୀ ଭାଷାରେ Seborrhoeic dermatitis, also known as seborrhoea) ଏକ ଦୀର୍ଘକାଳୀନ ଚର୍ମ ରୋଗ (skin disorder).[୨] ଏହି ରୋଗରେ ଚର୍ମ ଗଲୁ, କାତି ଛାଡ଼େ, ତେଲିଆ, ଲାଲ ଓ ପ୍ରଦାହ‌ଯୁକ୍ତ ଚର୍ମ ଆଦି ଲକ୍ଷଣ ଦେଖାଯାଏ ।[୨] ସେବମ (oil) ପ୍ରସ୍ତୁତକାରୀ ଗ୍ରନ୍ଥି (glands) ଥିବା ଚର୍ମ ଅଧିକ ପ୍ରଭାବିତ ହୁଏ ବିଶେଷତଃ ସ୍କାଲ୍ପ (scalp), ମୁହଁ ଓ ଛାତି । [୨] ରୋଗ ହେବା ଫଳରେ ସମାଜ ସମସ୍ୟା ଓ ଆତ୍ମାଭିମାନରେ ବାଧା ଆସେ ।[୨] ଶିଶୁମାନଙ୍କରେ ସ୍କାଲ୍ପରେ ରୋଗ ହେଲେ କ୍ରେଡଲ କ୍ୟାପ (cradle cap) କୁହାଯାଏ ।[୨] ସାମାନ୍ୟ ଧରଣର ଏହି ରୋଗକୁ ଡାଣ୍ଡ୍ରଫ (Dandruff) କୁହାଯାଏ । [୨]

ସେବୋରିକ ଡର୍ମାଟାଇଟିସ (Seborrheic dermatitis)
Seborrhoea, sebopsoriasis, seborrhoeic eczema, pityriasis capitis[୧]
ନାକ ଓ ପାଟି ମଧ୍ୟସ୍ଥ ସ୍ଥାନରେ ସେବୋରିକ ଡର୍ମାଟାଇଟିସ
ବିଭାଗଚର୍ମରୋଗ ବିଜ୍ଞାନ (Dermatology)
ଲକ୍ଷଣଗଲୁ, କାତି, ତେଲିଆ, ଲାଲ ଓ ପ୍ରଦାହ ଥିବା ଚର୍ମ [୨]
ଅବଧିଦୀର୍ଘକାଳୀନ[୨]
କାରଣଜେନେଟିକ ଓ ପରିବେଶ କାରକ [୨]
ବିପଦ କାରକମାନସିକ ଚାପ (Stress), ଶୀତ ଋତୁ, କମ ଇମ୍ମ୍ୟୁନିଟି (poor immune function), ପାର୍କିନସନ ରୋଗ, ପାର୍କିନସନ ସିଣ୍ଡ୍ରୋମ (Parkinson disease), ଅପସ୍ମାର ବାତ, ଡାଉନ ସିଣ୍ଡ୍ରୋମ[୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ[୨]
ସଠିକ ରୋଗ ନିର୍ଣ୍ଣୟସୋରିଆସିସ, ଆଟୋପିକ ଡର୍ମାଟାଇଟିସ, ଟିନିଆ କ୍ୟାପିଟିସ (tinea capitis), ରୋଜେସା, ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍[୨]
ଔଷଧଆଣ୍ଟିଫଙ୍ଗାଲ କ୍ରିମ (Antifungal cream), ଆଣ୍ଟିଇନଫ୍ଲାମେଟରି ଏଜେଣ୍ଟ (anti-inflammatory agents), କୋଲ ଟାର, ଫୋଟୋଥେରାପି (phototherapy)[୨]
ପୁନଃପୌନିକ~୨% (ଯୁବକ), ~୪୦% (ଶିଶୁ)[୨]

ଏହି ରୋଗର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ଜେନେଟିକ ଓ ପରିବେଶର ଭୂମିକା ଥିବା ଜଣାଯାଏ ।[୨] ଇମ୍ମ୍ୟୁନିଟି କମ (poor immune function) ଥିଲେ, ପାର୍କିନସନ ରୋଗ, (Parkinson disease), ଅପସ୍ମାର ବାତ, ଡାଉନ ସିଣ୍ଡ୍ରୋମ ଇତ୍ୟାଦି କାରକମାନ ଏହି ରୋଗ ସଙ୍କଟ ସୃଷ୍ଟି କରିପାରେ ।[୨] ମାନସିକ ଚାପ (Stress) ଥିଲେ ଓ ଶୀତ ଋତୁରେ ଏହା ସାଂଘାତିକ ହୋଇପାରେ ।[୨] ସ୍ୱାସ୍ଥ୍ୟରକ୍ଷା (hygiene) ଯୋଗୁ ଏହା ହୁଏନାହିଁ ।[୩] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୨]

ସାଧାରଣତଃ ଆଣ୍ଟିଫଙ୍ଗାଲ କ୍ରିମ (Antifungal cream) ଓ ଆଣ୍ଟିଇନଫ୍ଲାମେଟରି ଏଜେଣ୍ଟ (anti-inflammatory agents) ସାହାଯ୍ୟରେ ଚିକିତ୍ସା କରାଯାଏ ।[୨] ବିଶେଷତଃ କିଟୋକୋନାଜୋଲ (ketoconazole) ବା ସିକ୍ଲୋପାଇରକ୍ସ (ciclopirox) ଭଲ କାମ କରେ ।[୪] ଅନ୍ୟାନ୍ୟ ଆଣ୍ଟିଫଙ୍ଗାଲ କ୍ରିମମାନଙ୍କର ପ୍ରଭାବ ଭଲରୂପେ ଅନୁଶୀଳନ ହୋଇନାହିଁ ।[୪] କୋଲ ଟାର ଓ ଫୋଟୋଥେରାପି phototherapy) ସାହାଯ୍ୟରେ ମଧ୍ୟ ଚିକିତ୍ସା କରାଯାଏ । [୨]

ପ୍ରାୟ ୫୦ ବର୍ଷ ବୟସ ପାଖାପାଖି, ଯୁବାବସ୍ଥା ପ୍ରାରମ୍ଭରେ ଓ ୩ ମାସରୁ କମ ବୟସରେ ଏହି ରୋଗ ହୁଏ ।[୨] ଯୁବାବସ୍ଥାରେ ପ୍ରାୟ ୨% ଲୋକଙ୍କୁ ରୋଗ ହୁଏ । [୨] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୨] ଶିଶୁମାନଙ୍କ ମଧ୍ୟରୁ ପ୍ରାୟ ୪୦% କିଛି ପରିମାଣରେ ଆକ୍ରାନ୍ତ ହୁଅନ୍ତି ।[୨]

ଆଧାର

ବାହ୍ୟ ଲିଙ୍କ

ଶ୍ରେଣୀବିଭାଗ
ବାହାର ଉତ୍ସ
🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ