ହମ୍ପି କୋନେରୁ

ହମ୍ପି କୋନେରୁ ,  (ଜନ୍ମ ୩୧  ମାର୍ଚ ୧୯୮୭ , ବିଜଯବାଦାଠାରେ ) ଜଣେ ଭାରତୀୟ ମହିଳା ଚେସ ଖେଳାଳି । ସେ ଭାରତର ସର୍ବକନିଷ୍ଠ ମହିଳା ଗ୍ରାଣ୍ଡମାଷ୍ଟର । ସେ ୨୦୦୭ ମସିହାରେ ଆନ୍ତର୍ଜାତିକ ମହିଳା ଚେସରେ ୨୬୦୬ ରେଟିଙ୍ଗ ପାଏଣ୍ଟ ପାଇ ଶ୍ରେଷ୍ଠ ମହିଳା ଖେଳାଳି ଭାବରେ ବିବେଚିତ ହେଇଥିଲେ । .[୧][୨]

Humpy Koneru
Humpy in 2012
ନାମKoneru Humpy
ଦେଶIndia
ଜନ୍ମ (1987-03-31) ୩୧ ମାର୍ଚ୍ଚ ୧୯୮୭ (ବୟସ ୩୭)
Vijayawada, Andhra Pradesh, India
ଉପାଧୀGrandmaster
ଫିଡେ ମାନ୍ୟତା2597 (ଅପ୍ରେଲ ୨୦୨୪)
ସର୍ବଶ୍ରେଷ୍ଠ ରେଟିଂ2623 (July 2009)

୨୦୦୩ ମସିହାରେ ସେ ମାତ୍ର ୧୫ ବର୍ଷ ବୟସରେ ମହିଳା ଗ୍ରାଣ୍ଡମାଷ୍ଟର ଉପାଧି ପାଇ ଯୁଡିଥ ପୋଲାଗାରଙ୍କ ରେକର୍ଡ ଭାଙ୍ଗିଥିଲେ । ପରେ ୨୦୦୮ ମସିହାରେ ଚୀନର ହାଉ ୟିଫାନ ସେହି ରେକର୍ଡ ଭାଙ୍ଗି ଥିଲେ । ;[୩]  

କ୍ରୀଡ଼ା ଜୀବନୀ 

୧୯୯୭ ମସିହାରେ ହାମ୍ପି ବିଶ୍ୱ ଜୁନ ଚେସ ଚମ୍ପିଅଂଶିପରେ 10 ବର୍ଷରୁ କମ ବାଳିକା ବର୍ଗରେ ୩ଟି ସ୍ୱର୍ଣ୍ଣ ପଦକ ପାଇଥିଲେ । ସେ ୧୯୯୮ ମସିହାରେ ୧୨ ବର୍ଷ ବର୍ଗରେ ଓ ୨୦୦୦ ମସିହାରେ ୧୪ ବର୍ଷ ବର୍ଗରେ ଏସୀୟ ଚେସ ଚମ୍ପିୟାନଶିପରେ ପ୍ରତିଯୋଗିତା କରି ବାଳକମାନଙ୍କ [୪]ସହ ମଧ୍ୟ ଖେଳିଥିଲେ । ୨୦୦୧ ମସିହାରେ ସେ ବିଶ୍ୱ ଜୁନିଅର ବାଳିକା ଚମ୍ପିୟାନଶୀପରେ ବିଜୟୀ ହେଇଥିଲେ । ପର ବର୍ଷ ସେ ଚୀନର ଝଅ କ୍ଷୁଇଙ୍କ ସହ ସମାନ ପଏଣ୍ଟ  ରଖି ଦ୍ୱିତୀୟ ସ୍ଥାନରେ ରହିଥିଲେ ।[୫] ୨୦୦୪ ମସିହା ବିଶ୍ୱ ଚମ୍ପିୟାନଶିପରେ ସେ ବାଳକ ମାନଙ୍କ ସହ ଖେଳିଥିଲେ । ସେଥିରେ ଭାରତର ହରିକୃଷ୍ଣ ଚମ୍ପିୟାନ ହେଇଥିଲେ । ସେଥିରେ ହାମ୍ପି ୫ ମ ସ୍ଥାନ ପ୍ରାପ୍ତ ହେଇଥିଲେ । .[୬]

 ୨୦୦୦ ଓ ୨୦୦୨ ମସିହାରେ ସେ ବ୍ରିଟିଶ ମହିଳା ଚେସ ଚମ୍ପିୟାନଶୀପ , ୨୦୦୩ ମସିହାରେ ଏସୀୟ ମହିଳା ଚେସ ଚମ୍ପିୟାନଶୀପରେ ବିଜୟୀ ହେଇଥିଲେ । .[୭][୮]୨୦୦୫ ମସିହାରେ ସେ ରୁଷିଆର ବରିଷ୍ଠ ମହିଳା ପ୍ରତିଯୋଗୀ ମାନଙ୍କ ସହ ଖେଳି ନର୍ଥ ଉରାଲ କପରେ ବିଜୟିନୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । [୯]

ହାମ୍ପି ବିଶ୍ୱ ମହିଳା ଚେସ ଚମ୍ପିୟାନଶୀପରେ ୨୦୦୪ ମସିହାରେ ପ୍ରଥମେ ଅଂଶ ଗ୍ରହଣ କରି ତାହା ପରବର୍ତ୍ତୀ ସମସ୍ତ ବିଶ୍ୱ କପରେ ଭାଗ ନେବା ସହ ୨୦୦୪ , ୨୦୦୮ ଓ ୨୦୧୦ ମସିହାରେ ସେମିଫାଇନାଲ ଯାଏ ପହଞ୍ଚିଥିଲେ । .

ମୁମ୍ବାଇଠାରେ ସେ ୨୦୦୯ ମସିହା ମେୟର କପରେ ସେ ବିଶ୍ୱର ପୋଖତ ପୁରୁଷ ଚେସ ଖେଳାଳିଙ୍କ ସହ ମଧ୍ୟ ଖେଳି ପ୍ରଥମ ୪ଟି ସ୍ଥାନ ମଧ୍ୟରେ ରହିଥିଲେ । .<[୧୦]

୨୦୦୯ ମସିହାରେ ତାଙ୍କୁ ତୁରୀଣଠାରେ ଚାଲିଥିବା ୩୭ ତମ ବିଶ୍ୱ ଚେସ ଅଲିମ୍ପିଆଡରେ  ଜାଣି ଶୁଣି ଭାଗ ନ ନେଇଦେବାର ଅଭିଯୋଗ ଭାରତୀୟ ଚେସ ଫେଡେରେସନ ବିରୁଦ୍ଧରେ ଆଣିଥିଲେ । [୧୧][୧୨] ତାଙ୍କ କୋଚ ଭାବରେ ରହିଥିବା ତାଙ୍କ ପିତା କୋନେରୁ ଅଶୋକଙ୍କୁ ତାଙ୍କ ସଙ୍ଗେ ଯିବାକୁ ନ ଦେବାର ଅଭିଯୋଗ ମଧ୍ୟ ସେ କରିଥିଲେ ଓ ସେହି ବିବାଦ ବର୍ତ୍ତମାନ ଯାଏ ରହିଛି । 

ବ୍ୟକ୍ତିଗତ ଜୀବନୀ 

ତାଙ୍କ ପିତା କୋନେରୁ ଅଶୋକ ଓ ମାତା ଲତା ଅଶୋକ ଥିଲେ ।ସେ ୨୦୧୪ ମସିହାରେ ଦସାରୀ ଅନ୍ୱେଷଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ସେ ONGC ଅଧୀନରେ କାର୍ଯ୍ୟରତ । [୧୩][୧୪]

ପୁରସ୍କାର ଓ ଅବଦାନ ସବୁ 

Wijk aan Zee, 2006
  •  ୧୯୯୦ ମସିହାରେ ସେ ଏସିଯାର ସର୍ବକନିଷ୍ଠ ମହିଳା ଇଣ୍ଟରନାସନାଳ ମାଷ୍ଟର ( WIM) ହେଇଠିଲେ । 
  • ୨୦୦୧ମସିହାରେ ସେ ଭାରତର ସର୍ବକନିଷ୍ଠ ମହିଳା ଗ୍ରାଣ୍ଡମାଷ୍ଟର ହେଇଥିଲେ ।
  • ୨୦୦୩ ମସିହାରେ ତାଙ୍କୁଅର୍ଜୁନ ପୁରସ୍କାର ମିଳିଥିଲା । i
  • ୨୦୦୭ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା । 
    [୧୫]

ଆଧାର 

ବାହାର ଲିଙ୍କ