ଅଣଧର୍ମବାଦ

ଅଣଧର୍ମବାଦ କିମ୍ବା ଅଧର୍ମବାଦ ଧର୍ମର ଅନୁପସ୍ଥିତି, ପ୍ରତ୍ୟାଖ୍ୟାନ କିମ୍ବା ଏହା ପ୍ରତି ଉଦାସୀନତାକୁ ବୁଝାଏ ।[୧] ପିଉ ରିସର୍ଚ୍ଚ ସେଣ୍ଟରର ୨୦୧୨ ମସିହାର ୨୩୦ଟି ଦେଶ ଏବଂ ଅଞ୍ଚଳ ଉପରେ ବିଶ୍ୱସ୍ତରୀୟ ଅଧ୍ୟୟନ ଅନୁସାରେ ବିଶ୍ୱର ୧୬% ଜନସଂଖ୍ୟା କୌଣସି ଧର୍ମ ସହିତ ଜଡ଼ିତ ନୁହଁନ୍ତି ।[୨] ଧାର୍ମିକ ଭାବରେ ଚିହ୍ନଟ ହୋଇନଥିବା ଲୋକଙ୍କ ଜନସଂଖ୍ୟାକୁ ବେଳେବେଳେ "କିଛି ନୁହେଁ" (none) ବୋଲି କୁହାଯାଇଥାଏ ନିକଟ ବର୍ଷଗୁଡ଼ିକରେ ଯଥେଷ୍ଟ ବୃଦ୍ଧିପାଇଛି । ତେବେ ଏହାର ଭବିଷ୍ୟତ ଅଭିବୃଦ୍ଧି ଅନିଶ୍ଚିତ ।[୩]

ପୃଷ୍ଠସ୍ତରୀୟ ଏବଂ ଅଜ୍ଞତାଠାରୁ ଆରମ୍ଭ କରି ଧର୍ମନିରପେକ୍ଷ ମାନବବାଦ ପରି ପୂର୍ଣ୍ଣ ଦର୍ଶନ ପର୍ଯ୍ୟନ୍ତ ଅଣଧର୍ମବାଦ ବହୁ ରୂପରେ ରହିଛି । ଅନ୍ୟ ଉଦାହରଣଗୁଡ଼ିକ ହେଉଛି ନାସ୍ତିକତା, ଅଜ୍ଞୈୟବାଦ ଏବଂ ଧର୍ମବିରୋଧ । ସାମାଜିକ ବିଜ୍ଞାନୀମାନେ ଅଣଧର୍ମବାଦକୁ ଏକ ସମ୍ପୂର୍ଣ୍ଣ ପ୍ରକୃତିବାଦୀ ବିଶ୍ୱଦୃଷ୍ଟି ଭାବରେ ଏବଂ କୌଣସି ଅଲୌକିକ ବିଷୟର ବିଶ୍ୱାସକୁ ବାଦ ଦେଉଥିବା ଦୃଷ୍ଟିକୋଣ ଭାବେ ସଂଜ୍ଞାବଦ୍ଧ କରିଥାନ୍ତି । ଧାର୍ମିକ ପରିଚୟର ଅଭାବ ହେଉଛି ଅଣଧର୍ମବାଦର ଏକ ବ୍ୟାପକ ଏବଂ ମୋଟାମୋଟି ସଂଜ୍ଞା । ତେବେ ଅନେକ ଅଣଧାର୍ମିକ ପରିଚୟଧାରୀମାନେ ଆଦିଭୌତିକ ଏବଂ ଏପରିକି ଧାର୍ମିକ ବିଶ୍ୱାସ ମଧ୍ୟ ରଖିଥାନ୍ତି । ସବୁଠାରୁ ସଂକୀର୍ଣ୍ଣ ଏବଂ କଠୋର ହେଉଛି ସକରାତ୍ମକ ନାସ୍ତିକତା ଉପରେ ବିଶ୍ୱାସ । ଅଣଧର୍ମବାଦ ପାଇଁ ବିଶେଷ କରି ପାଶ୍ଚାତ୍ୟ ଦେଶ ବାହାରେ ବିଶାଳ ସାଂସ୍କୃତିକ ସମ୍ବେଦନଶୀଳତା ଆବଶ୍ୟକ କାରଣ ପ୍ରାଚ୍ୟରେ "ଧର୍ମ" କିମ୍ବା "ଧର୍ମନିରପେକ୍ଷ" ଧାରଣା ସ୍ଥାନୀୟ ସଂସ୍କୃତି ସହ ପୂରା ଜଡ଼ିତ ନୁହେଁ ।[୪]

ଆଧାର