ଜେମ୍‌ସ ଜଏସ

ଏକ ଆଇରିସ ଉପନ୍ୟାସକାର, ଛୋଟ ଗଳ୍ପ ଲେଖକ, କବି ଓ ସାହିତ୍ୟ ସମାଲୋଚକ ଥିଲେ ।

ଜେମ୍‌ସ ଜଏସ ବା ଜେମ୍‌ସ ଅଗସ୍ଟାଇନ (ଇଂରାଜୀ ଭାଷାରେ James Augustine[୧] Aloysius Joyce) ଆଲୋଏସିଅସ ଜଏସ (୨ ଫେବ୍ରୁଆରୀ ୧୮୮୨ – ୧୩ ଜାନୁଆରୀ ୧୯୪୧) ଏକ ଆଇରିସ (Irish) ଉପନ୍ୟାସକାର, ଛୋଟ ଗଳ୍ପ ଲେଖକ, କବି ଓ ସାହିତ୍ୟ ସମାଲୋଚକ ଥିଲେ । ଆଧୁନିକତାବାଦୀ ଅଣପରମ୍ପରାଗତ (modernist avant-garde) ଭାବ ନେଇ ସେ ଲେଖୁଥିଲେ ଓ ବିଂଶ ଶତାବ୍ଦୀର ସର୍ବାଧିକ ପ୍ରଭାବଶାଳୀ ଓ ମହତ୍ୱପୂର୍ଣ୍ଣ ଲେଖକ ଥିଲେ । ତାଙ୍କ ଲିଖିତ ଉଲିସେସ (୧୯୨୨) (Ulysses) ଏକ ଯୁଗାନ୍ତକାରୀ କାମ ଥିଲା ଯାହା ହୋମରଙ୍କ (Homer) ଲିଖିତ ଓଡିସି ଲେଖା ସ‌ହିତ ସମାନ୍ତରାଳ ବିବିଧତାପୂର୍ଣ୍ଣ ସ୍ଟାଇଲରେ ବିଖ୍ୟାତ ସ୍ଟ୍ରିମ ଅଫ କନସସ୍‌ନେସ (stream of consciousness) ଲେଖାହୋଇଥିଲା ଓ ସେଥି ପାଇଁ ସେ ବିଖ୍ୟାତ ହୋଇଥିଲେ । ତାଙ୍କର ଅନ୍ୟାନ୍ୟ ବିଖ୍ୟାତ ଛୋଟ ଗଳ୍ପ ସଂକଳନ ମଧ୍ୟରେ ଡବ୍ଲିନରସ (Dubliners) (୧୯୧୪), ଉପନ୍ୟାସ ମଧ୍ୟରେ ଏ ପୋର୍ଟ୍ରେଟ ଅଫ ଦି ଆର୍ଟିଷ୍ଟ ଆଜ ଏ ୟଙ୍ଗ ମ୍ୟାନ (A Portrait of the Artist as a Young Man) (୧୯୧୬) ଓ ଫିନେଗାନସ ୱେକ Finnegans Wake (୧୯୩୯) ଅନନ୍ୟ ଥିଲା । ଏହା ବ୍ୟତୀତ ତିନୋଟି କବିତା ପୁସ୍ତକ, ଗୋଟିଏ ନାଟକ ଲେଖିଥିଲେ: ଚିଠିପତ୍ର ଛପେଇଥିଲେ ଓ ସାମ୍ବାଦିକ କାମ କେତେବେଳେ କେମିତି କରୁଥିଲେ ।

James Joyce
Left profile photograph of bearded Joyce
Joyce in Zürich, c. 1918
ଜନ୍ମ ଓ ଜନ୍ମସ୍ଥାନ(1882-02-02)୨ ଫେବୃଆରୀ ୧୮୮୨
Rathgar, Dublin, Ireland
ମୃତ୍ୟୁ୧୩ ଜାନୁଆରୀ ୧୯୪୧(1941-01-13) (ବୟସ ୫୮)
Zürich, Switzerland
ସମାଧି ସ୍ଥଳFluntern Cemetery, Zürich
ବୃତ୍ତିNovelist
ଭାଷାEnglish
ବାସସ୍ଥଳୀTrieste, Paris, Zürich
ଜାତୀୟତାIrish
ନାଗରିକତାBritish
ଶିକ୍ଷାନୁଷ୍ଠାନUniversity College Dublin
ସମୟ1914–1939
ଶୈଳୀNovels, Short stories, Poetry
ସାହିତ୍ୟର ଆନ୍ଦୋଳନModernism
ସାହିତ୍ୟ କୃତିDubliners
Ulysses
A Portrait of the Artist as a Young Man
Finnegans Wake
କାର୍ଯ୍ୟକାଳ1904–1940
ଜୀବନସାଥୀNora Barnacle (1931–his death)
ସନ୍ତାନLucia, Giorgio

ଦସ୍ତଖତJames Joyce

ଡବ୍ଲିନର ଏକ ମଧ୍ୟବିତ୍ତ ପରିବାରରେ ଜଏସ ଜନ୍ମ ଗ୍ରହଣ କରିଥିଲେ । ଦୀପ୍ତିମାନ ଛାତ୍ର ସ୍ୱଳ୍ପ କାଳ ପାଇଁ ଖୀରସ୍ଥାନ ଭାଇ-ପରିଚାଳିତ ଓ କୋନେଲ ସ୍କୁଲରେ ପଢ଼ିଥିଲେ ଓ ପରବର୍ତ୍ତୀ ସମୟରେ କ୍ଲଙ୍ଗୋୱେସ ଉଡ କଲେଜ (Clongowes) ଓ ବେଲଭେଡେରେ (Belvedere) କଲେଜରେ ଶିକ୍ଷା ଲାଭ କରିଥିଲେ । ଏହି ସମୟରେ ତାଙ୍କର ପିତାଙ୍କର ଅର୍ଥନୈତିକ ଅବସ୍ଥା ଅତି ଅବ୍ୟବସ୍ଥାତ୍ମକ ଥିଲେ ସତ୍ତ୍ୱେ ସେ ଶିକ୍ଷା ଲାଭ କରିପାରିଥିଲେ । ତା'ପରେ ସେ ଯୁନିଭରସିଟି କଲେଜ ଡବ୍ଲିନରେ (University College Dublin) ଶିକ୍ଷା ଲାଭ କରିଥିଲେ ।

ସନ ୧୯୦୪ରେ ପ୍ରାକ ବିଂଶ ବୟସରେ ସେ ତାଙ୍କ ସାଥୀ (ପରବର୍ତ୍ତୀ ସମୟରେ ପତ୍ନୀ ନୋରା ବାର୍ଣ୍ଣାକ୍ଲ) ସ‌ହିତ କଣ୍ଟିନେଣ୍ଟାଲ ୟୁରୋପକୁ ଦେଶାନ୍ତର ହୋଇ ଚାଲିଗଲେ । ସେ ସେଠାରେ ଟ୍ରିଏସ୍ଟ (Trieste), ପ୍ୟାରିସ୍ ଓ ଜୁରିକରେ ବାସ କରିଥିଲେ । ଯୁବାବସ୍ଥରେ ଅଧିକାଂଶ ସମୟ ବିଦେଶରେ କଟିଥିଲେ ମଧ୍ୟ ଜଏସଙ୍କର କାହାଣୀ ଡବ୍ଲିନ ସ‌ହରରେ କେନ୍ଦ୍ରିଭୁତ ହୋଇଥିଲା । ତାଙ୍କ ଚରିତ୍ରଗୁଡ଼ିକରେ ତାଙ୍କ ସମୟର ପରିବାରର ସଦସ୍ୟ, ଶତ୍ରୁ ଓ ବନ୍ଧୁମାନଙ୍କ ସ‌ହିତ ସାମଞ୍ଜସ୍ୟ ଥିଲା । ସ‌ହରର ଗଳିକନ୍ଦିରେ ଉଲିସେସ କାହାଣୀ ସ୍ପଷ୍ଟ ନ‌ଜର ଆସୁଥିଲା । ଉଲିସେସର ପ୍ରକାଶନ ପରେ ସେ କ‌ହିଥିଲେ ଯେ ଡବ୍ଲିନ ଉପରେ ସେ ତନ୍ମୟ ରହିବାର କାରଣ, "ମୋ ମତରେ ମୁଁ ଡବ୍ଲିନର ହୃଦୟକୁ ଯାଇପାରିଲେ ସାରା ପୃଥିବୀରେ ପ‌ହଞ୍ଚି ପାରିବି" । [୨]

ପ୍ରାକ୍ ଜୀବନ

Joyce's birth and baptismal certificate

ସନ ୨ ଫେବ୍ରୁଆରୀ ୧୮୮୨ରେ ୪୧ ବ୍ରାଇଟନ ସ୍କୋୟାର, ରାଥଗର, ଡବଲିନ, ଆୟାର୍ଲ୍ୟାଣ୍ଡ ସ‌ହରରେ ଜଏସ୍ ଜନ୍ମ ଗ୍ରହଣ କରିଥିଲେ [୩] ତାଙ୍କ ପିତାଙ୍କ ନାମ ଜନ ସ୍ଟାନିସଲସ ଜଏସ ଓ ତାଙ୍କ ମାତାଙ୍କ ନାମ ମେରୀ ଜଣେ ମଇ ମରେ ଥିଲା । ତାଙ୍କ ପିତାଙ୍କର ୧୨ଟି ସନ୍ତାନ ମଧ୍ୟରୁ ୨ଟି ଟାଇଫଏଡ ରୋଗରେ ମୃତ୍ୟୁ ବରଣ କରିଥିଲେ ଓ ଅବଶିଷ୍ଟ ୧୦ ଜଣଙ୍କ ମଧ୍ୟରେ ସେ ସବୁଠାରୁ ବଡ଼ ଥିଲେ । ତାଙ୍କୁ କ୍ୟାଥିଲିକ ଚର୍ଚ୍ଚର ନିୟମ ଅନୁସାରେ ପାର୍ଶ୍ୱବର୍ତ୍ତୀ ସେଣ୍ଟ ଜୋସେଫ ଚର୍ଚ୍ଚରେ ୫ ଫେବ୍ରୁଆରୀ ୧୮୮୨ ତାରିଖ ଦିନ ରେଭ। ଜନ ଓ ମୁଲ‌ୟେଙ୍କଦ୍ୱାରା ବାପଟାଇଜ କରାଯାଇ ଥିଲା ।

ସାହିତ୍ୟ କୃତି

ଗଦ୍ୟ

  • ଡବ୍ଲିନରସ (Dubliners) (ଛୋଟ ଗଳ୍ପ ସଂଗ୍ରହ ୧୯୧୪)
  • ଏ ପୋର୍ଟ୍ରେଟ ଅଫ ଦି ଆର୍ଟିଷ୍ଟ ଆଜ ଏ ୟଙ୍ଗ ମ୍ୟାନ (A Portrait of the Artist as a Young Man) (ଉପନ୍ୟାସ, ୧୯୧୬)
  • ଉଲିସେସ (Ulysses) (ଉପନ୍ୟାସ, ୧୯୨୨)
  • ଫିନେଗାନସ ୱେକ (Finnegans Wake) (୧୯୩୯, ପୁନର୍ବାର ୨୦୧୨)

କବିତା ସଂଗ୍ରହ

Play

Posthumous publications and drafts

Fiction

Non-Fiction

  • The Critical Writings of James Joyce (Eds. Ellsworth Mason and Richard Ellmann, 1959)
  • Letters of James Joyce Vol. 1 (Ed. Stuart Gilbert, 1957)
  • Letters of James Joyce Vol. 2 (Ed. Richard Ellmann, 1966)
  • Letters of James Joyce Vol. 3 (Ed. Richard Ellmann, 1966)
  • Selected Letters of James Joyce (Ed. Richard Ellmann, 1975)

ଆଧାର