ତମାଖୁର ସ୍ଵାସ୍ଥ୍ୟ ଉପରେ ପ୍ରଭାବ

ତମ୍ବାଖୁର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ଆଲୋଚନାରେ ଏହାର ସ୍ଥିତି, ପ୍ରକ୍ରିୟା ଓ ଅନ୍ୟାନ୍ୟ ବିଷୟ ରହିବ । ପ୍ରାଥମିକ ସ୍ତରରେ ସିଗାରେଟ ତମ୍ବାଖୁ ବା ଟବାକୋ ଉପରେ ଏହାର ଅନୁଶୀଳନ କେନ୍ଦ୍ରୀଭୁତ ହୋଇଛି ଓ ଅନ୍ୟାନ୍ୟ ତମ୍ବାଖୁ ଅପେକ୍ଷା ଏହା ଉପରେ ଏହାର ଅଧିକ ଅନୁଶୀଳନ ହୋଇଛି।
ସଂସାରରେ ତମ୍ବାଖୁ ହେଉଛି ଏକ ମାତ୍ର ସର୍ବାଧିକ ମୃତ୍ୟୁ ସଙ୍କଟ କାରକ ପଦାର୍ଥ[୧]ହୃତପିଣ୍ଡ, କଲିଜା ଓ ଫୁସଫୁସ ଏହାର ପ୍ରଭାବରେ ଆକ୍ରାନ୍ତ ହୁଅନ୍ତି । ଧୁମ୍ରପାନ ଯୋଗୁ ହୃଦଘାତ, ଷ୍ଟ୍ରୋକ, କ୍ରନିକ ଅବ୍‌ସ୍ଟ୍ରକ୍ଟିଭ୍ ପଲ୍‌ମୋନାରି ଡିଜିଜ (ପୂର୍ବେ ଏମ୍ଫିସେମା ଓ କ୍ରନିକ ବ୍ରୋଙ୍କାଇଟିସ୍ କୁହାଯାଉଥିଲା), ସ୍ୱର ପେଟିକା, ପାଟି ଓ ଅଗ୍ନାଶୟରେ କର୍କଟ ରୋଗ ହୁଏ । ଉଚ୍ଚ ରକ୍ତଚାପ ଓ ରକ୍ତନଳୀ ରୋଗ ମଧ୍ୟ ଏହା ଯୋଗୁ ହୁଏ । କେତେ ସମୟ ଧରି ଓ କେତେ ସଂଖ୍ୟକ ଧୁମ୍ରପାନ ହେଉଛି ତାହା ଉପରେ ଏହାର ପ୍ରଭାବ ନିର୍ଭର କରେ । ଅଳ୍ପ ବୟସରୁ ଆରମ୍ଭ ଓ ସିଗାରେଟରେ ଥିବା ଟାର ଏହି ରୋଗ ସଙ୍କଟ ବଢ଼େଇ ଦିଏ । ଧୁମପାୟୀଙ୍କ ନିକଟରେ ରହି ଧୁଆଁ ପ୍ରଶ୍ୱାସରେ ନେଲେ ମଧ୍ୟ ସବୁ ବୟସ ନିମନ୍ତେ କ୍ଷତି କାରକ ହୁଏ[୨] । ଏହାକୁ ସେକଣ୍ଡ ହ୍ୟାଣ୍ଡ ଧୁମ୍ରପାନ କହନ୍ତି । ଅବିକଶିତ ଦେଶମାନଙ୍କରେ ମିଳୁଥିବା ସିଗାରେଟରେ ଟାର ଅଧିକ ଥାଏ ଓ ଏଥିରେ ଫିଲ୍‌ଟର ନ ଥିବାରୁ ଅଧିକ ସଂଙ୍କଟ ଜନକ ହୁଏ[୩]
ଡବ୍ଲ୍ୟୁ,ଏଚ.ଓ. ହିସାବରେ ୨୦୦୪ ମସିହାରେ ୫.୪ ନିୟୁତ[୪] ଓ ବିଂଶ ଶତାବ୍ଦିରେ ୧୦୦ ନିୟୁତ ମୃତ୍ୟୁ ହୋଇଥିଲା[୫] । ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନ୍‌ସନ ଆକଳନ ଅନୁସାରେ ତମ୍ବାଖୁ ହେଉଛି ଏକକ ସ୍ୱାସ୍ଥ୍ୟ ସଙ୍କଟ ପ୍ରତିରୋଧକ ଓ ଅକାଳ ମୃତ୍ୟୁର କାରଣ"[୬]। ଅନେକ ଦେଶମାନଙ୍କରେ ଏହାର ବ୍ୟବହାର ଓ ବିକ୍ରି ଉପରେ ଅଙ୍କୁଶ ଓ ସତର୍କ ବାର୍ତ୍ତା ମାଧ୍ୟମରେ ତମ୍ବାଖୁ ବ୍ୟବହାର ରୋକିବାକୁ ଚେଷ୍ଟା କରୁଛନ୍ତି ।
ଧୁମ୍ରରେ ଥିବା କର୍କଟ ସୃଷ୍ଟିକାରୀ ପାଇରୋଲାଇଟିକ ପଦାର୍ଥ ଶରୀରରେ ଥିବା ଡି.ଏନ.ଏ. ସହ ଅନୁବନ୍ଧିତ ହୋଇ ଜିନ ମ୍ୟୁଟେସନ କରାଏ । ସିଗାରେଟ ଧୁଆଁରେ ୪୫ ପ୍ରକାର କର୍କଟ ସୃଷ୍ଟିକାରୀ ରାସାୟନିକ ପଦାର୍ଥ ଅଛି[୭] । ତମ୍ବାଖୁରେ ଥିବା ନିକୋଟିନ ଏକ ମନୋଉତ୍ତେଜକ ଓ ନିଶା ଦ୍ରବ୍ୟ ଅଟେ । ଏହା ବ୍ୟବହାର ଦ୍ୱାର ମଣିଷ ଶାରୀରିକ ଓ ମାନସିକ ନିର୍ଭରଶୀଳ ହୋଇଯାଏ । ଗର୍ଭିଣୀ ଧୁମ୍ରପାନକାରି ମହିଳାଙ୍କର ଗର୍ଭପାତ ହୁଏ, ଗର୍ଭସ୍ଥ ଶିଶୁର ଅକାଳ ଜନ୍ମ ହୁଏ ଓ ଶିଶୁ ସ୍ୱଳ୍ପ ଓଜନ ବିଶିଷ୍ଟ ହୁଏ ଓ ସଡନ ଇନ୍‌ଫ୍ୟାଣ୍ଟ ଡେଥ ସିଣ୍ଡ୍ରୋମ ହେବା ସମ୍ଭାବନା ରହେ[୮] । ବୈଜ୍ଞାନିକ ଅନୁଶୀଳନରୁ ଜଣାଯାଇଛି, ଗର୍ଭସ୍ଥ ଶିଶୁର ମସ୍ତିଷ୍କ ଅମ୍ଳଜାନ ଅଭାବ ଚିହ୍ନି ପାରେ ନାହିଁ, ଫଳରେ ଆକସ୍ମିକ ଅମ୍ଳଜାନ ସଙ୍କଟ ହୁଏ । ଧୁମ୍ରପାନକାରୀ ପୁରୁଷମାନଙ୍କର ନ କରୁଥିବା ପୁରୁଷଙ୍କ ଅପେକ୍ଷା ନପୁଂସକତା ୮୫% ଅଧିକ ଥାଏ[୯] । ଲିଙ୍ଗ ଉତ୍ଥାନ ସମସ୍ୟା ମଧ୍ୟ ହୁଏ ।

ତମ୍ବାଖୁ

ଆଧାର