ଭିନ‌୍‌କ୍ରିସ୍ଟିନ୍

ଭିନ‌୍‌କ୍ରିସ୍ଟିନ୍, ଅନ୍ୟ ନାମ ଲିଉରୋକ୍ରିସ୍ଟିନ୍ ଏକ ବ୍ରାଣ୍ଡ ନାମ ଅଙ୍କୋଭିନ୍ ଏକ କେମୋଥେରାପି ଔଷଧ ଯାହା ଅନେକ ପ୍ରକାରର କର୍କଟ ରୋଗ ଚିକିତ୍ସାରେ ଦିଆଯାଏ । [୫] ଏହି ରୋଗମାନଙ୍କର ନାମ ଆକ୍ୟୁଟ ଲିମ୍ଫୋସାଇଟିକ ଲିଉକେମିଆ, ଆକ୍ୟୁଟ ମାୟେଲଏଡ ଲିଉକେମିଆ, ହଜକିନ୍‌ସ ଡିଜିଜ୍, ନିଉରୋବ୍ଲାସ୍ଟୋମା ଓ ସ୍ମଲ ସେଲ ଫୁସଫୁସ କର୍କଟ । ଏହା ଶିରାଭ୍ୟନ୍ତରରେ ଇଞ୍ଜେକସନ ଆକାରରେ ଦିଆଯାଏ । [୫]

ଭିନ‌୍‌କ୍ରିସ୍ଟିନ୍
Clinical data
Pronunciation/ˈvɪnˈkrɪstn/ (listen)[୨]
Trade namesOncovin, Vincasar, others[୧]
AHFS/Drugs.commonograph
MedlinePlusa682822
Pregnancy
category
  • AU: D
  • US: D (Evidence of risk)
Routes of
administration
intravenous
ATC code
Legal status
Legal status
  • AU: S4 (Prescription only)
  • CA: ℞-only
  • UK: POM (Prescription only)
  • US: ℞-only
Pharmacokinetic data
Bioavailabilityn/a (not reliably absorbed by the GI tract)[୩]
Protein binding~44%[୪]
MetabolismLiver, mostly via CYP3A4 and CYP3A5[୩]
Elimination half-life19 to 155 hours (mean: 85 hours)[୩]
ExcretionFaeces (70-80%), urine (10-20%)[୩]
Identifiers
IUPAC name
  • (3aR,3a1R,4R,5S,5aR,10bR)-Methyl 4-acetoxy-3a-ethyl-9-((5S,7S,9S)-5-ethyl-5-hydroxy-9-(methoxycarbonyl)-2,4,5,6,7,8,9,10-octahydro-1H-3,7-methano[1]azacycloundecino[5,4-b]indol-9-yl)-6-formyl-5-hydroxy-8-methoxy-3a,3a1,4,5,5a,6,11,12-octahydro-1H-indolizino[8,1-cd]carbazole-5-carboxylate
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.289 Edit this at Wikidata
Chemical and physical data
FormulaC46H56N4O10
Molar mass824.958 g/mol
3D model (JSmol)
SMILES
  • O=C(OC)[C@]4(c2c(c1ccccc1n2)CCN3C[C@](O)(CC)C[C@@H](C3)C4)c5c(OC)cc6c(c5)[C@@]89[C@@H](N6C=O)[C@@](O)(C(=O)OC)[C@H](OC(=O)C)[C@@]7(/C=C\CN([C@@H]78)CC9)CC
InChI
  • InChI=1S/C46H56N4O10/c1-7-42(55)22-28-23-45(40(53)58-5,36-30(14-18-48(24-28) ☒N
  • Key:OGWKCGZFUXNPDA-XQKSVPLYSA-N checkY
 ☒NcheckY (what is this?)  (verify)

ଅଧିକାଂଶ ରୋଗୀ ଭିନ‌୍‌କ୍ରିସ୍ଟିନ୍ ଚିକିତ୍ସାରେ କିଛି ପାର୍ଶ୍ୱ ପ୍ରତିକ୍ରିୟା ଅନୁଭବ କରନ୍ତି ।ସାଧାରଣତଃ ସ୍ପର୍ଶଶକ୍ତିରେ ପରିବର୍ତ୍ତନ, ବାଳ କ୍ଷୟ, କୋଷ୍ଠକାଠିନ୍ୟ, ଚାଲିବାରେ ଅସୁବିଧା ଓ ମୁଣ୍ଡବଥା ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିଉରୋପାଥିକ ଯନ୍ତ୍ରଣା, ଫୁସଫୁସ କ୍ଷତି, କିମ୍ବା ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ଉଲ୍ଲେଖନୀୟ । ଗର୍ଭାବସ୍ଥାରେ ଦେଲେ ଶିଶୁର କ୍ଷତି ହୋଇପାରେ । ଏହା ସଠିକ ଜୀବକୋଷ ବିଭାଜନ ପ୍ରକ୍ରିୟାକୁ ବାଧା ପ୍ରଦାନ କରେ । [୫]

ସନ ୧୯୬୧ରେ ଭିନ‌୍‌କ୍ରିସ୍ଟିନ୍ ପ୍ରଥମେ ପୃଥକ୍ କରାଯାଇଥିଲା ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଏହାର ଡୋଜ ପିଛା ହୋଲସେଲ ଖର୍ଚ୍ଚ ୧.୮୦ରୁ ୪୨.୬୦ ଆମେରିକୀୟ ଡଲାର ।[୮] ଏହା ଏକ ଭିନ‌କା ଆଲକାଲଏଡ ଜାତୀୟ ପଦାର୍ଥ ଯାହା ମାଡାଗାସ୍କର ପେରିୱିଙ୍କ୍ଲ କାଥାରାନ୍ଥସ ରୋଜିଅସରୁ ମିଳେ ।[୬]

ଆଧାର