ସ୍ପେନ

ସ୍ପେନ, (ଅଧିକାରିକ ଭାବେ ସ୍ପେନର ରାଜତନ୍ତ୍ର) ମୁଖ୍ୟତଃ ଦକ୍ଷିଣ-ପୂର୍ବ ଇଉରୋପରେ ଥିବା ଏକ ଦେଶ। ଏହା ପ୍ରାୟତଃ ଇବେରିୟ ପ୍ରାୟଦ୍ୱୀପରେ ଅବସ୍ଥିତ ଏବଂ ଏହାର ଦୁଇଟି ଆଫ୍ରିକୀୟ ପରୀକ୍ଷେତ୍ର ଅଛି (ଯଥା କେଉଟା ଏବଂ ମେଇଆ) । ଏହାର ଏକ ଦ୍ୱୀପକୁଞ୍ଜ (କନାରୀ ଦ୍ବୀପ) ଆଫ୍ରିକୀୟ ତଟଠାରୁ  ୧୦୦ କିମି ଦୂରତାରେ ଅବସ୍ଥିତ ଏବଂ ଅନ୍ୟ ଏକ ଦ୍ୱୀପକୁଞ୍ଜ (ବାଲେଆରିକ ଦ୍ବୀପ) ମଧ୍ୟ ସାଗରରେ ଅବସ୍ଥିତ । ଏହା ହେଉଛି ଏକ ମାତ୍ର ଇଉରୋପୀୟ ଦେଶ ଯିଏ ଆଫ୍ରିକା ସହିତ ଏକ ଭୌତିକ ସୀମା ଭାଗ କରେ । ଅଲବୋରାନ ସାଗରରେ ଅବସ୍ଥିତ ଅନେକ ଦ୍ବୀପ ମଧ୍ୟ ଏହି ଦେଶର ଅଂଶ ଅଟନ୍ତି । ସ୍ପେନର ମୁଖ୍ୟଭୂମି ଉତ୍ତରରେ ଫ୍ରାନ୍ସ , ପଶ୍ଚିମରେ ପର୍ତ୍ତୁଗାଲ ଏବଂ ଦକ୍ଷିଣରେ ଇଂଲଣ୍ଡ ସହିତ ଭୌତିକ ସୀମା ଭାଗ କରେ । ଏହା ଦକ୍ଷିଣ ଏବଂ ପୂର୍ବରେ ଭୂମଧ୍ୟ ସାଗରଦ୍ୱାରା ଘେରି ହୋଇ ଅଛି କେବଳ ଗୋଟେ ଛୋଟ ଭୂମି ସୀମାକୁ ଛାଡି଼ଦେଲେ (ଜିବ୍ରାଲଟାର) ଯାହାକି ଏକ ଇଂରେଜ କ୍ଷେତ୍ର ।

ସ୍ପେନୀୟ ରାଜତନ୍ତ୍ର

Reino de España  (Spanish)
ଅନ୍ୟାନ୍ୟ ଚାରୋଟି ନାମ[a][b]
  • ଭାଲେନ୍ସୀୟ:Regne d'Espanya
    ବାସ୍କ:Espainiako Erresuma
    ଗାଲିସୀୟ:Reino de España
    ଓକ୍ସିଟାନ:Reiaume d'Espanha
Flag of ସ୍ପେନ
Coat of arms of ସ୍ପେନ
FlagCoat of arms
ରାଷ୍ଟ୍ରାଦର୍ଶ: Plus ultra  (Latin)
"ଆହୁରି ଆଗକୁ"
ଜାତୀୟ ସଙ୍ଗୀତ: Marcha Real  (Spanish)[୨]
"ରାଜକୀୟ ମୋର୍ଚ୍ଚା"
Location of  ସ୍ପେନ  (ଗାଢ ସବୁଜ) – in ୟୁରୋପ  (ସବୁଜ & ଗାଢ ସିମେଣ୍ଟ) – in ୟୁରୋପୀୟ ସଙ୍ଘ  (ସବୁଜ)
Location of  ସ୍ପେନ  (ଗାଢ ସବୁଜ)

– in ୟୁରୋପ  (ସବୁଜ & ଗାଢ ସିମେଣ୍ଟ)
– in ୟୁରୋପୀୟ ସଙ୍ଘ  (ସବୁଜ)

ରାଜଧାନୀମାଦ୍ରିଦ
40°26′N 3°42′W / 40.433°N 3.700°W / 40.433; -3.700
ବୃହତ୍ତମ ସହରcapial

୫,୦୫,୯୯୦ ବର୍ଗ କିମିର ଭୌତିକ କ୍ଷେତ୍ର ସହିତ ସ୍ପେନ ପଶ୍ଚିମ ଇଉରୋପର ଦ୍ୱିତୀୟ ସର୍ବବୃହତ, ଦକ୍ଷିଣ ଇଉରୋପ ଏବଂ ଇଉରୋପୀୟ ସଂଘରର ସର୍ବବୃହତ ଏବଂ ଇଉରୋପୀୟ ମହାଦ୍ୱୀପର କ୍ଷେତ୍ର ଅନୁଯାୟୀ ସର୍ବବୃହତ ଦେଶ । ଜନସଂଖ୍ୟା ଅନୁଯାୟୀ ଏହା ଇଉରୋପର ଷଷ୍ଠ ଏବଂ ଇଉରୋପୀୟ ସଂଘର ପଞ୍ଚମ ସର୍ବବୃହତ ଦେଶ । ଏହାର ରାଜଧାନୀ ମାଦ୍ରିଦ ଏବଂ ଅନ୍ୟ ପ୍ରମୁଖ ସହର ଅଟନ୍ତି ବାର୍ସିଲୋନା (Barcelona), ୱାଲେନ୍ସିଆ (Valencia), ସେବିୟା(Sevillia),ମାଲାଗା(Málaga) ଏବଂ ବିଲ୍ବାଓ(Bilbao) ।

ଆଧୁନିକ ମଣିଷ ପ୍ରଥମେ ଇବେରିୟ ପ୍ରାୟଦ୍ୱୀପରେ ପାଖାପାଖି ୩୫,୦୦୦ ବର୍ଷ ତଳେ ଆସିଥିଲେ । ସେଠାରେ ଅନେକ ସଂସ୍କୃତି ସମକାଳୀନ ହୋଇରହିଥିଲେ । ଏହା ୨୦୦ ଖ୍ରିଷ୍ଟ ପୂର୍ବରେ ରୋମାନ୍ ଶାସନ ଅଧିନରେ ଆସିଗଲା, ଯାହା ଫଳରେ ଏହାର ନାମ ହିସ୍ପାନିଆ ରଖାଗଲା (ଅନ୍ୟ ଏକ ପୁରୁଣା ନାମରୁ ଅଣାଯାଇଅଛି) । ୪୭୬ ଖ୍ରୀଷ୍ଟାବ୍ଦରେ ପଶ୍ଚିମ ରୋମାନ୍ ସାମ୍ରାଜ୍ୟର ପତ୍ତନପରେ ଏହା ଜର୍ମାନ ଆଦିବାସୀ ପରିସଂଘଦ୍ୱାରା ଆକ୍ରମଣର ଶିକାର ହୋଇଥିଲା ଏବଂ ପରେ ସେମାନଙ୍କଦ୍ୱାରା ଅପେକ୍ଷାକୃତ ସ୍ୱତନ୍ତ୍ର ରାଜ୍ୟର ପ୍ରତିଷ୍ଠା ଦେଖିଥିଲା । ଶେଷରେ ସମସ୍ତ ରାଜ୍ୟମାନଙ୍କୁ ଭିସିଗଥ୍ମାନଙ୍କଦ୍ୱାରା "ଟୋଲେଡୋ ସାମ୍ରାଜ୍ୟ"ରେ ଏକତ୍ରୀତ କରିଥିଲେ ।

ପ୍ରାରମ୍ଭିକ ଅଷ୍ଟମ ଶତାବ୍ଦୀରେ ଏହି ଟୋଲେଡୋ ସାମ୍ରାଜ୍ୟ ଏକ ମୁସଲମାନ ସାମ୍ରାଜ୍ୟ (ଉମୟଦ ଖାଲିଫାଗିରି) ଅଧୀନରେ ଆସିଯାଇଥିଲା ଯେଉଁମାନେ ୭୧୧ ମସିହା ସୁଦ୍ଧା ପ୍ରାୟଦ୍ୱୀପର ଅଧିକାଂଶ ଅଂଚଳରେ ଶାସନ କରୁଥିଲେ । ଏହି ସମୟରେ ମାତ୍ର ପ୍ରାୟଦ୍ୱୀପର ଉତ୍ତର ଦିଗରେ ଅଳ୍ପକିଛି ଖ୍ରୀଷ୍ଟିଆନ ସାମ୍ରାଜ୍ୟ ନିଜର ସାମ୍ରାଜ୍ୟ ଜାରି ରଖିଥିଲେ । ଏହି ଖ୍ରୀଷ୍ଟିଆନ ଏବଂ ମୁସଲମାନ ସାମ୍ରାଜ୍ୟଙ୍କ ମଧ୍ୟରେ ଅନେକ ଯୁଧ୍ୟ ହୋଇଥିଲା ଯୋଉଟାକୁ ଇବେରିୟ ପୁନଃବିଜୟ ବୋଲି କୁହାଯାଏ । ଧୀରେ ଧୀରେ କରି ପନ୍ଦରଶହ ଶତାବ୍ଦୀର ଶେଷରେ ପୁରା ପ୍ରାୟଦ୍ୱୀପ ଖ୍ରୀଷ୍ଟିଆନମାନଙ୍କ ଅଧୀନରେ ଥିଲା ଯେଉଁମାନେ ୧୪୯୨ରେ ଇବେରିୟ ପ୍ରାୟଦ୍ୱୀପର ଶେଷ ଖାଲିଫାରାଜ (ଗ୍ରାନାଡାର ଖାଲିଫାରାଜ)କୁ ହରାଇବାରେ ସଫଳ ହୋଇଥିଲେ ଏବଂ ଏହା ସହ ସ୍ପେନ ଗୋଟେ କ୍ୟାଥୋଲିକ ରାଜତନ୍ତ୍ର ଅଧୀନରେ ଆସିଗଲା । ପ୍ରାରମ୍ଭିକ ଆଧୁନିକ ଯୁଗରେ ସ୍ପେନ ଦୁନିଆର ପ୍ରଥମ "ବିଶ୍ୱ ସାମ୍ରାଜ୍ୟ" ରୂପରେ ପରିଣତ ହୋଇଥିଲା ଯାହା ପୃଥିବୀରେ ଗୋଟେ ବୃହତ ସାଂସ୍କୃତିକ ଏବଂ ଭାଷାବିତ୍ତ୍ୱିକ ପରମ୍ପରା ଛାଡ଼ିଯାଇଛି ଯାହା ପାଖାପାଖି ୫୭ କୋଟି ସ୍ପାନିଶ ଭାଷାବାସୀ ଲୋକଙ୍କୁ ଅନ୍ତର୍ଭୁକ୍ତ କରେ । ସ୍ୱର୍ଣ୍ଣିମ ଯୁଗରେ ଏହା କଳା ଏବଂ ବିଜ୍ଞାନରେ ଅନେକ ଅଗ୍ରଗତି କରିଥିଲା ।

ସ୍ପେନ ଏକ ଧର୍ମନିରପେକ୍ଷ ସଂସଦୀୟ ଗଣତନ୍ତ୍ର ଏବଂ ରାଜା ଫେଲିପେଙ୍କ ଅଧୀନରେ ଗୋଟେ ସଂସଦୀୟ ରାଜତନ୍ତ୍ର । ଏହା ଗୋଟେ ପ୍ରମୁଖ ବିକଶିତ ଦେଶ ଯାହାର ଆୟ ଉଚ୍ଚ । ଏହା ପୃଥିବୀର ୧୪ତମ ସର୍ବବୃହତ ଅର୍ଥନୀତି (ନାମମାତ୍ର ସକାଳ ଘରୋଇ ଉତ୍ପାଦ(ନୋମିନାଲ ଗ୍ରୋସ ଡୋମେସ୍ଟିକ ପ୍ରଡକ୍ଟ) ଅନୁସାରେ ଏବଂ ୧୬ତମ ସର୍ବବୃହତ ଅର୍ଥନୀତି(କ୍ରୟ ଶକ୍ତି କ୍ଷମତା ଅନୁସାରେ) । ଏହା ସଂଯୁକ୍ତ ରାଷ୍ଟ୍ରର(ୟୁ ଏନ), ଇଉରୋପୀୟ ସଂଘ(ଉ ଏନ), ଇଉରୋପୀୟ ପରିଷଦ(ସି ଓ ଇ), ଇବେରିୟ ଆମେରିକୀୟ ରାଜ୍ୟ ସଂଗଠନ, ଭୂମଧ୍ୟ ସାଗର ସଂଗଠନ, ନାଟୋ , ଇଉରୋପେର ସୁରକ୍ଷା ଏବଂ ସହକାରିତା ସଂଗଠନ ଏବଂ ସହକାରିତା ଏବଂ ବିକାଶ ସଂଗଠନର ସଦସ୍ୟ । ଯଦିଓ ଏହା ଜି-୨୦ର ସଦସ୍ୟ ନୁହେଁ, ତଥାପି ଏହାକୁ ଜି-୨୦ରେ ସମସ୍ତ ଶିଖର ସମ୍ମିଳନୀରେ ଭାଗ ନବର ଏକ ସ୍ଥାୟୀ ନିମନ୍ତ୍ରଣ ମିଳିଛି ଯୋଉଁଟାକି ବାସ୍ତବରେ ସ୍ପେନକୁ  ଜି-୨୦ର ଏକ ସଦସ୍ୟ ବନାଉଛି ।[୩][୪][୫]

ଇତିହାସ

ଇବେରିଆ ପ୍ରଥମେ ଗୋଟେ ମୁଖ୍ୟତଃ ବାସକସ, ଇବେରିୟ ଏବଂ କେଲଟିକ ଲୋକଙ୍କଦ୍ୱାରା ବସବାସ କରାଯାଇଥିବା ଭୂମି ଭାବେ ଇତିହାସରେ ପ୍ରଥମେ ବର୍ଣ୍ଣନା କରାଯାଇଛି | ଏହାର ପଶ୍ଚିମ ତଟରେ ଫୋନେସୀୟ ଲୋକମାନେ ବସତି ସ୍ଥାପନ କରି କାଦିଜ଼ ଏବଂ ମାଲାଗା ପରି ଇଉରୋପର ଅତି ପୁରାତନ ସହରମାନ ପ୍ରତିଷ୍ଠା କରିଥିଲେ | ଶେଷରେ ଏହା କାରଥେନିଜୀୟ ସାମ୍ରାଜ୍ୟରେ ସଂଯୁକ୍ତ ହୋଇଥିଲା | ଏହା ରୋମାନ ସାମ୍ରାଜ୍ୟ ବିରୁଦ୍ଧରେ ଘଟିଥିବା ପିୟୁନିକ ଯୁଧ୍ୟର ରଙ୍ଗମଞ୍ଚ ଥିଲା |ଶେଷରେ ଏହା ପୁରାପୁରି ଭାବେ ରୋମାନ ସାମ୍ରାଜ୍ୟ ଅଧୀନରେ ଆସିଯାଇଥିଲା | ମଧ୍ୟ ଯୁଗରେ ଏହା ଗୋଥିକ ସାମ୍ରାଜ୍ୟ ଅଧୀନରେ ଆସିଥିଲା ଏବଂ ଅଷ୍ଟମ ଶତାବ୍ଦୀରେ ଏହା ଉତ୍ତର ଆଫ୍ରିକାରୁ ଆସିଥିବା ମୁସଲମାନଙ୍କ ଶାସନ ଅଧୀନରେ ଆସିଥିଲା | ଧୀରେ ଧୀରେ ଏହା ପୁରାପୁରି ଭାବେ ଖ୍ରୀଷ୍ଟିଆନ ମାନଙ୍କ ଅଧୀନରେ ଆସିଥିଲା ଯେଉଁ ପ୍ରକ୍ରିୟାତା ପ୍ରାୟ ୮ ଶତାବ୍ଦୀ ଧରି ଲାଗି ରହିଥିଲା | ସ୍ପେନ ଧୀରେ ଧୀରେ ଏକ ବିଶ୍ବପିଆଇ ସାମ୍ରାଜ୍ୟର ଅଧିପତି ବନିଲା |ଏହି ସମୟରେ ଏହା ଇଉରୋପର ସବୁଠୁ ଶକ୍ତିଶାଳୀ ସାମ୍ରାଜ୍ୟ ଥିଲା | ଏବଂ ଏହା ନିଜର ଏହି ଉପାଧିକୁ ୧.୫ ଶତାବ୍ଦୀ ପର୍ଯ୍ୟନ୍ତ ସାଇତି କରି ରଖିଥିଲା | ଏହା ୩ ଶତାବ୍ଦୀ ପର୍ଯ୍ୟନ୍ତ ପୃଥିବର ସର୍ବବୃହତ ସମୁଦ୍ର ପର ସାମ୍ରାଜ୍ୟ ଥିଲା ।

ଭୂଗୋଳ

ଧର୍ମ

ପ୍ରଶାସନିକ ବିଭାଜନ

ଭାଷା

ଆଧାର


ଆଧାର ଭୁଲ: <ref> ଟ୍ୟାଗସବୁ କେବଳ "lower-alpha" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="lower-alpha"/> ଟ୍ୟାଗ ମିଳିଲା ନାହିଁ କିମ୍ବା </ref> ବନ୍ଦ କରିବା ଟ୍ୟାଗଟି ନାହିଁ ।