ହିନ୍ଦୁ କୁଶ

ଆଫଗାନିସ୍ତାନ ଏବଂ ପାକିସ୍ଥାନର ସୀମା ନିକଟରେ ପର୍ବତ ସୀମା

 

ହିନ୍ଦୁ କୁଶ
Range
ଆଫଗାନିସ୍ତାନରୁ ହିନ୍ଦୁ କୁଶର ଦୃଶ୍ୟ
ଦେଶଆଫଗାନିସ୍ତାନ, ପାକିସ୍ତାନ
ଅଞ୍ଚଳପାକ-ଆଫଗାନିସ୍ତାନ ସୀମା
Highest pointତିରିଚ ମୀର
 - elevation୭,୬୯୦ m (୨୫,୨୩୦ ft)
 - coordinates36°14′45″N 71°50′38″E / 36.24583°N 71.84389°E / 36.24583; 71.84389

ହିନ୍ଦୁ କୁଶ ଉତ୍ତର ପାକିସ୍ତାନରୁ ମଧ୍ୟ ଆଫଗାନିସ୍ତାନ ପର୍ଯ୍ୟନ୍ତ ବିସ୍ତୃତ ଏକ ୮୦୦ କିମି ଚାଲୁଥିବା ପର୍ବତ ଶୃଙ୍ଖଳ ଅଟେ । ଏହାର ସବୁଠାରୁ ଉଚ୍ଚ ପାହାଡ ପାକିସ୍ତାନର "ଚିତ୍ରାଳ ଜେଲ"ରେସ୍ଥିତ ୭,୭୦୮ ମିଟର (୨୫,୨୮୯ ଫୁଟ) ଲମ୍ବା ତିରିଚ ମୀର ପର୍ବତ ରହିଛି ।[୧] ହିନ୍ଦୁ କୁଶ ପାମୀର ପର୍ବତରୁ ଯାଇ ଯୋଡି ହୋଇଥାଏ ଏବଂ ହିମାଳୟର ଏକ ଉପଶାଖା ବୋଲି ଧରାଯାଏ । ହିନ୍ଦୁ କୁଶର ଦ୍ୱିତୀୟ ସବୁଠାରୁ ଉଚ୍ଚ ପାହାଡ ନୌଶକ ପର୍ବତ ଏବଂ ତୃତୀୟ ଇସ୍ତୋର-ଓ-ନଳ ଅଟେ ।[୨][୩] ହିନ୍ଦୁ କୁଶ ପାହାଡର ଅତ୍ୟଧିକ ଉଚ୍ଚ ହେବା ପରେ ମଧ୍ୟ ଏହି ଶୃଙ୍ଖଳରେ ବହୁତ ପାହଞ୍ଚ ରହିଛି ଯାହାଦ୍ୱାରା ଏହି ଶୃଙ୍ଖଳକୁ ଲୋକମାନଙ୍କ ଯିବା-ଆସିବା ବହୁ ଯୁଗରୁ ରହିଆସିଛି । [୪]

ନାମ

ହିନ୍ଦୁ କୁଶ ପର୍ବତକୁ ସଂସ୍କୃତରେ "ପରିୟାତ୍ର ପର୍ବତ" କୁହାଯାଏ । ଯେତେବେଳେ ଏହି ଅଞ୍ଚଳରେ ଆଲେକଜାଣ୍ଡର ଜିତିଥିଲେ , ସେତେବେଳେ ଏହି ପର୍ବତକୁ ଗ୍ରୀକ ଭାଷାରେ କୌକାସୋଶ ଇନ୍ଦିକୌଶ (Καύκασος Ινδικός, Caucasus Indicus)ମାନେ 'ଭାରତୀୟ ପର୍ବତ' ନାମରେ ନାମିତ କରାଗଲା ।[୫] ପରେ ଏହାର ନାମ ହିନ୍ଦୁ କୁଶ, "ହିନ୍ଦୁ କୁହ" ଏବଂ "କୁହ-ଏ-ହିନ୍ଦୁ" ଦିଆଗଲା । "କୁହ" କିମ୍ବା "କୋହ"ରମାନେ ଫରାସୀରେ "ପହାଡ଼" ହୋଇଥାଏ , କିନ୍ତୁ "କୁଶ"ର ଶବ୍ଦକୁ ନେଇ ବହୁ ବିବାଦ ହୋଇଛି । ୧୩୩୩ ଶତାବ୍ଦୀରେ "ଇନ୍ୱ ବତୁତା" ଅନୁସାରେ ଏହାର ଅର୍ଥ "ମାରିବା ଲୋକ" ଥିଲା । ଏହାର ତାତ୍ପର୍ଯ୍ୟ ଏହା ଆସିଲା କି , ଉତ୍ତର ଭାରତୀୟ ଉପ-ମହାଦ୍ୱୀପରେ ଆରବ-ତୁର୍କୀର ଶାସନ ପରେ ହିନ୍ଦୁମାନଙ୍କୁ ଗୁଲାମ କରି ଏହି ପର୍ବତରୁ ନିଆଯାଉଥିଲା ଏବଂ ସେଥି ମଧ୍ୟରୁ ବହୁତ ଲୋକ ଏଠାରେ ବରଫରେ ପଡି ମୃତ୍ୟୁବରଣ କରୁଥିଲେ । ଏହାର ବିପରୀତ କିଛି ବିଦ୍ୱାନଙ୍କ ଅନୁସାରେ "କୁଶ" କେବଳ "କୁହ"ର ଅନ୍ୟ ଏକ ରୂପ ଅଟେ , କିମ୍ବା "ହିନ୍ଦୁ କଶ" କିମ୍ବା "ହିନ୍ଦୁ କେଶ"ର ବିପରୀତ ରୂପ ଅଟେ, ଯାହାର ଅର୍ଥ "ଭାରତର ସୀମା" ବୋଲି ବାହାରିଥାଏ । [୬] ଏହା ମଧ୍ୟ ହୋଇପାରେ କି ଏହି "କୌକାସୋଶ ଇନ୍ଦିକୌଶ"ମାନେ ଗ୍ରୀକ ନାମରେ ୨୦୦୦ ବର୍ଷ ପରର ବିପରୀତ ରୂପ ହୋଇପାରେ । ହିନ୍ଦୁ କୁଶ ଏବଂ "କରାକୋରାମ ପର୍ବତ"ର ମଝିରେ ଏକ "ହିନ୍ଦୁ ରାଜ" ନାମକ ପର୍ବତ ଶୃଙ୍ଖଳ ମଧ୍ୟ ରହିଛି ।[୪]

ଏହାକୁ ମଧ୍ୟ ଦେଖନ୍ତୁ

ଆଧାର