୧ (ସଂଖ୍ୟା)
ସଂଖ୍ୟା
ଏକ (୧) ହେଉଛି ସାଧାରଣ ଗଣନ ସଂଖ୍ୟା ଶ୍ରେଣୀର ପ୍ରଥମ ତଥା ଦୁଇ(୨)ର ପୂର୍ବବର୍ତ୍ତୀ ସଂଖ୍ୟା । ଏହା ଏକକ ପରିମାପର ପରିପ୍ରକାଶ । ଯେ କୌଣସି ସଂଖ୍ୟାକୁ ଏହି ସଂଖ୍ୟା (୧)ଦ୍ୱାରା ଗୁଣନ କଲେ ମୂଳ ସଂଖ୍ୟାର ମୁଲ୍ୟ ଅପରିବର୍ତ୍ତନୀୟ ରହୁଥିବାରୁ ଏହା ଗୁଣନାତ୍ମକ ଅଭେଦ (ଆଇଡେଣ୍ଟିଟି) ଭାବେ ମଧ୍ୟ ପରିଚିତ ।[୧]
ଓଡ଼ିଆ ବର୍ଣ୍ଣମାଳା | |||||
---|---|---|---|---|---|
ଓଡ଼ିଆ ସ୍ଵର ବର୍ଣ୍ଣ | |||||
ଅ | ଆ | ଇ | ଈ | ଉ | |
ଊ | ଋ | ୠ | ଌ | ୡ | |
ଏ | ଐ | ଓ | ଔ | | |
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ | |||||
କ | ଖ | ଗ | ଘ | ଙ | |
ଚ | ଛ | ଜ | ଝ | ଞ | |
ଟ | ଠ | ଡ | ଢ | ଣ | |
ତ | ଥ | ଦ | ଧ | ନ | |
ପ | ଫ | ବ | ଭ | ମ | |
ଯ | ର | ଳ | ୱ | ୟ | |
ଲ | ଶ | ଷ | ସ | ହ | |
କ୍ଷ | ଡ଼ | ଢ଼ | |||
ଓଡ଼ିଆ ସଂଖ୍ୟା | |||||
୦ | ୧ | ୨ | ୩ | ୪ | |
୫ | ୬ | ୭ | ୮ | ୯ |
ଗାଣିତିକ ଧର୍ମ
- ୧ ହେଉଛି ସେହି ସ୍ୱତଂତ୍ର ସଂଖ୍ୟା ଯାହା ମୌଳିକ ସଂଖ୍ୟା ନୁହଁ କି ଯୌଗିକ ସଂଖ୍ୟା ନୁହଁ ।
- ୧ ହେଉଛି ଏକ ମାତ୍ର ସଂଖ୍ୟା ଯାହାର ବର୍ଗ ଓ ବର୍ଗମୂଳ ସେହି ୧ । ୧ର ଯେ କୌଣସି ଘାତ ନେଲେ ବି ସେହି ଘାତାଙ୍କ ରାଶିର ମୂଲ୍ୟ ସର୍ବଦା ୧ ହୁଏ ।
- ୦ ବ୍ୟତୀତ ଯେ କୌଣସି ସଂଖ୍ୟାକୁ ସେହି ସଂଖ୍ୟାରେ ଭାଗ କଲେ ଭାଗଫଳ ସର୍ବଦା ୧ ମିଳେ ।
- ୧ ହେଉଛି ପ୍ରଥମ ଅଯୁଗ୍ମ ସଂଖ୍ୟା ତଥା ଗଣନ ସଂଖ୍ୟା ଶ୍ରେଣୀର ପ୍ରଥମ ସଂଖ୍ୟା ।
- ଗଣନ ସଂଖ୍ୟା ସେଟରେ ୧ ହେଉଛି ଏକମାତ୍ର ଗଣନ ସଂଖ୍ୟା ଯାହାର ପୂର୍ବବର୍ତ୍ତୀ ସଂଖ୍ୟା ନାହିଁ ।[୨]
ଅଙ୍କ ଜ୍ୟୋତିଷରେ ମହତ୍ତ୍ୱ
- ୧ ତାରିଖରେ ଜନ୍ମିତ ବ୍ୟକ୍ତିବିଶେଷ (ଯଥା: ୧,୧୦,୧୯,୨୮) ଦୃଢମନା ତଥା ସୃଜନଶୀଳ ହୁଅନ୍ତି ବୋଲି ସଂଖ୍ୟା ଜ୍ୟୋତିଷରେ ବିଶ୍ୱାସ କରାଯାଏ ।[୩]
ବିବିଧ ବିଶେଷତ୍ୱ
- ଶ୍ରେଷ୍ଠ ଅର୍ଥରେ ୧(ପ୍ରଥମ)ର ବ୍ୟବହାର ସର୍ବମାନ୍ୟ ।
ଆଧାର
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ