ରବର୍ଟ ମୁଗାବେ

ଜିମ୍ବାୱେର ଦ୍ୱିତୀୟ ସଭାପତି ବା ପ୍ରେସିଡେଣ୍ଟ

ରବର୍ଟ ମୁଗାବେ ବା ରବର୍ଟ ଗାବ୍ରିଏଲ ମୁଗାବେ (ଇଂରାଜୀ ଭାଷାରେ Robert Mugabe or Robert Gabriel Mugabe (/mʊˈɡɑːbi/; ୨୧ ଫେବୃଆରୀ ୧୯୨୪ – ୬ ସେପ୍ଟେମ୍ବର ୨୦୧୯)) ଜିମ୍ବାୱେର ବିପ୍ଲବୀ ଓ ରାଜନୀତିଜ୍ଞ ଥିଲେ ଯିଏ ସନ ୧୯୮୦ରୁ ୧୯୮୭ ପର୍ଯ୍ୟନ୍ତ ଜିମ୍ବାୱେର ସଭାପତି ବା ପ୍ରେସିଡେଣ୍ଟ ପଦବୀରେ ଅଭିଷିକ୍ତ ହୋଇଥିଲେ । ଜିମ୍ବାୱେ ଆଫ୍ରିକାନ ନ୍ୟାସନାଲ ୟୁନିଅନର (Zimbabwe African National Union) ଦଳର ଆସନରେ ୧୯୭୫ରୁ ୧୯୮୦ ପର୍ଯ୍ୟନ୍ତ ରହି ତାଙ୍କର ପରବର୍ତ୍ତୀ ରାଜନୈତିକ ଦଳ ଜିମ୍ବାୱେ ଆଫ୍ରିକାନ ନ୍ୟାସନାଲ ୟୁନିଅନ - ପାଟ୍ରିଓଟିକ ଫ୍ରଣ୍ଟକୁ (ZANU – Patriotic Front| (ZANU–PF) ଦିଗ୍‌ଦର୍ଶନ ଦେଇଥିଲେ । ବିଚାର ଧାରାରେ ସେ ୧୯୭୦ ଓ୧୯୮୦ ଦଶକରେ ଆଫ୍ରିକାନ ନ୍ୟାସନାଲିଷ୍ଟ (African nationalist) ଓ ମାର୍କସିସ୍ଟ ଓ ଲେନିନିସ୍ଟ (Marxist–Leninist) ଭାବରେ ପରିଚିତ ଥିଲେ ଓ ୧୯୯୦ ପରେ ସୋସିଆଲିସ୍ଟ (socialist) ଭାବରେ ପରିଚିତ ହେଲେ । ତାଙ୍କର ନୀତିକୁ ମୁଗାବେଇଜ୍ମ ଭାବରେ ବର୍ଣ୍ଣନା କରାଯାଏ ।

ରବର୍ଟ ମୁଗାବେ
Photograph of Robert Mugabe
2nd President of Zimbabwe
କାର୍ଯ୍ୟକାଳ
31 ଡିସେମ୍ବର 1987 (1987-12-31) – 21 ନଭେମ୍ବର 2017 (2017-11-21)
ପ୍ରଧାନ ମନ୍ତ୍ରୀMorgan Tsvangirai (2009–2013)
First vice-president
  • Simon Muzenda
  • Joice Mujuru
  • Emmerson Mnangagwa
Second vice-president
  • Joshua Nkomo
  • Joseph Msika
  • John Nkomo
  • Phelekezela Mphoko
ପୂର୍ବ ଅଧିକାରୀCanaan Banana
ପର ଅଧିକାରୀEmmerson Mnangagwa
1st Prime Minister of Zimbabwe
କାର୍ଯ୍ୟକାଳ
18 ଅପ୍ରେଲ 1980 (1980-04-18) – 31 ଡିସେମ୍ବର 1987 (1987-12-31)
ରାଷ୍ଟ୍ରପତିCanaan Banana
DeputySimon Muzenda
ପୂର୍ବ ଅଧିକାରୀAbel Muzorewa (Zimbabwe Rhodesia)
ପର ଅଧିକାରୀMorgan Tsvangirai (2009)
Leader and First Secretary of ZANU–PF
Zimbabwe African National Union (1975–1987)
କାର୍ଯ୍ୟକାଳ
18 ମାର୍ଚ୍ଚ 1975 (1975-03-18) – 19 ନଭେମ୍ବର 2017 (2017-11-19)
Chairman
  • Joseph Msika
  • John Nkomo
  • Oppah Muchinguri
  • Simon Khaya-Moyo
Second Secretary
  • Joseph Msika
  • John Nkomo
  • Joice Mujuru
  • Emmerson Mnangagwa
ପୂର୍ବ ଅଧିକାରୀHerbert Chitepo
ପର ଅଧିକାରୀEmmerson Mnangagwa
13th Chairperson of the African Union
କାର୍ଯ୍ୟକାଳ
30 ଜାନୁଆରୀ 2015 (2015-01-30) – 30 ଜାନୁଆରୀ 2016 (2016-01-30)
ନେତାNkosazana Dlamini-Zuma
ପୂର୍ବ ଅଧିକାରୀMohamed Ould Abdel Aziz
ପର ଅଧିକାରୀIdriss Déby
10th Secretary General of the
Non-Aligned Movement
କାର୍ଯ୍ୟକାଳ
6 ସେପ୍ଟେମ୍ବର 1986 (1986-09-06) – 7 ସେପ୍ଟେମ୍ବର 1989 (1989-09-07)
DeputyJanez Drnovšek
ପୂର୍ବ ଅଧିକାରୀZail Singh
ପର ଅଧିକାରୀJanez Drnovšek
ବ୍ୟକ୍ତିଗତ ସବିଶେଷ
ଜନ୍ମ
Robert Gabriel Mugabe

(1924-02-21)୨୧ ଫେବୃଆରୀ ୧୯୨୪
Kutama, Southern Rhodesia
ମୃତ୍ୟୁ୬ ସେପ୍ଟେମ୍ବର ୨୦୧୯(2019-09-06) (ବୟସ ୯୫)
Gleneagles Hospital, Singapore
ରାଜନୀତିକ ଦଳ
  • African National Congress Youth League (1949–1952)
  • National Democratic Party (1960–1961)
  • Zimbabwe African People's Union (1961–1963)
  • Zimbabwe African National Union (1963–1987)
  • Zimbabwe African National Union-Patriotic Front (1987–2017)
ଜୀବନ ସାଥୀ
Sally Hayfron
(m. ୧୯୬୧; ଛାଞ୍ଚ:Dcପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Grace Marufu
(m. ୧୯୯୬; ଛାଞ୍ଚ:Dcପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ସନ୍ତାନ4, including Bona
ଶିକ୍ଷାନୁଷ୍ଠାନ
  • University of Fort Hare
  • University of South Africa
  • University of London International Programmes
ସନ୍ତକ

ଦକ୍ଷିଣ ରୋଡେସିଆର Southern Rhodesia କୁତାମା, ଜିମ୍ବାୱେଠାରେ (Kutama) ତାଙ୍କର ପିତା, ଗାବ୍ରିଏଲ ମାଟିବିରି, ଜଣେ ବଢ଼େଇ ଥିଲେ ଓ ବୋନା ଗ୍ରାମୀଣ ଶିଶୁମାନଙ୍କ ନିମନ୍ତେ ଜଣେ ଖ୍ରୀଷ୍ଟିଆନ ପ୍ରଶ୍ନୋତ୍ତର ଶିକ୍ଷକ (Christian catechist) ଥିଲେ । ଏକ ଗରିବ ପରିବାରରେ ମୁଗାବେ ଜନ୍ମ ଗ୍ରହଣ କରିଥିଲେ । ଫୋର୍ଟ ହାରେ ୟୁନିଭରସିଟିର କୁତାମା କଲେଜରେ (Kutama College) ବିଦ୍ୟାଲାଭ କଲାପରେ ଏକ ସ୍କୁଲ ଶିକ୍ଷକ ଭାବରେ ଦକ୍ଷିଣ ରୋଡେସିଆ, ଉତ୍ତର ରୋଡେସିଆ ଓ ଘାନାରେ (Ghana) କାର୍ଯ୍ୟରତ ହେଲେ । ଆରମ୍ଭ କଲେ । ସଂଖ୍ୟାଲଘୁ ଗୋରା ଲୋକଙ୍କର ବ୍ରିଟିଶ ସାମ୍ରାଜ୍ୟ (British Empire) ତାଙ୍କ ନିଜ ମାତୃଭୂମି ଉପରେ ଶାସନ କରୁଥିବା ଦେଖି ସେ କ୍ରୋଧାନ୍ୱିତ ମୁଗାବେ ମାର୍କିସ୍ଟ ହୋଇ କଳା ଲୋକଙ୍କ ଶାସନାଧୀନ ସ୍ୱାଧୀନ ଦେଶ ଗଢ଼ିବା ଲକ୍ଷରେ ଆଫ୍ରିକାନ ନ୍ୟାସନାଲିସ୍ଟ ଦଳରେ ଯୋଗଦାନ କଲେ । ସରକାର ବିରୋଧୀ ଟିପ୍ପଣୀ ଦେଇ ସେ ସନ ୧୯୬୪-୧୯୭୪ ମଧ୍ୟରେ ରାଜଦ୍ରୋହ (sedition) ଅପରାଧରେ ଜେଲ ଦଣ୍ଡ ଭୋଗିଥିଲେ । ମୁକ୍ତ ହେବା ପରେ ସେ ମୋଜାମ୍ବିକ‌କୁ ପଳାୟନ କରି ଜାନୁ ବା ଜେଡେଏନ‌ୟୁର ନେତୃତ୍ୱ ନେଇ ଇଆନ ସ୍ମିଥଙ୍କ ଗୋରା ସରକାରଙ୍କ ‌ସ‌ହିତ ଯୁଦ୍ଧ କଲେ ଯାହାକୁ ରୋଡେସିଆନ ବୁସ ୱାର (Rhodesian Bush War) କୁହାଗଲା । ଇଂଲଣ୍ଡରେ ସେ ଅନିଚ୍ଛା ସତ୍ତ୍ୱେ କଥାବାର୍ତ୍ତା ପରେ ଲାଙ୍କାସାୟାର ହାଉସ ଆଗ୍ରିମେଣ୍ଡ (Lancaster House Agreement) ଫଳରେ ଶାନ୍ତି ନିମନ୍ତେ ଯୁଦ୍ଧ ବନ୍ଦ କଲେ । ଏହା ପରେ ସେ ସନ ୧୯୮୦ ଦକ୍ଷିଣ ରୋଡେସିଆନ ଜେନେରାଲ ଇଲେକସନରେ (1980 general election) ଜାନୁ-ପିଏଫ ନେତୃତ୍ୱରେ ଜୟଯୁକ୍ତ ହେଲେ । ରୋଡେସିଆକୁ ଜିମ୍ବାୱେ ନାମ ଦେଇ ସେ ପ୍ରଧାନ ମନ୍ତ୍ରୀ ହେଲେ ଓ ତାଙ୍କ ଶାସନରେ ସ୍ୱାସ୍ଥ୍ୟଯତ୍ନ ଓ ଶିକ୍ଷାକୁ ଅଗ୍ରାଧିକାର ଦିଆଗଲା ଯଦିଓ ତାଙ୍କର ସୋସିଆଲିସ୍ଟ (socialist society) ଶାସନ କରିବା ଇଚ୍ଛା ଥିଲା, ତ‌ଥପି ସେ ପୂର୍ବଭଳି କଞ୍ଜରଭେଟିଭ ଇକୋନୋମିକ ପଲିସି ଅନୁସାରେ କାମ କଲେ । ରୋଡେସିଆରେ ଏମରସନ ମାଙ୍ଗାଗ୍ୱାଙ୍କୁ ସେ ଲିବରେସନ ଆନ୍ଦୋଳନରେ ଯୋଗ ଦେବାକୁ ପ୍ରବର୍ତ୍ତାଇଥିଲେ ଓ ଭବିଷ୍ୟତରେ ନିଜେ ସଭାପତି ହେବେ ବୋଲି ଆଶା ଦେଇଥିଲେ । [୧]

ମୁଗାବେଙ୍କର ପିତାମହ ଊନବିଂଶ ଶତାବ୍ଦୀରେ କନସ୍ଟାଣ୍ଟିନ କାରିଗାମୋମ୍ବେ ବା ମାଟିବିରି ଥିଲେ ଓ ରାଜା ଲୋବେଙ୍ଗୁଲେଙ୍କ ସେବାରେ ନିଯୁକ୍ତ ଥିଲେ ଓ ଜଣେ ଶକ୍ତିଶାଳୀ ଲୋକ ଥିଲେ । [୨]

ସଂଖ୍ୟାଧିକ ଗୋରା ଲୋକଙ୍କର ଏମିଗ୍ରେସନ ପରିପ୍ରେକ୍ଷୀରେ ମୁଗାବେଙ୍କର ଜାତି ମିଳାମିଶା ଡାକରା ଫଳପ୍ରଦ ହେଲାନି ଓ ଜିମ୍ବାୱେ ଆଫ୍ରିକାନ ପିଉପ୍ଲସ ୟୁନିଅନ ସ‌ହ ସମ୍ପର୍କ ମଧ୍ୟ ତିକ୍ତ ହେବାକୁ ଲାଗିଲା ।

ଆଧାର