ଟିକଟକ

ଟିକଟକ, ଯାହା ଡଇନ (ଚୀନ: 抖音; ପିନଇନ : Dǒuyīn; ଆକ୍ଷରିକ ଅର୍ଥ: 'ଶବ୍ଦ କମ୍ପନ') ନାମରେ ମଧ୍ୟ ଚୀନରେ ଜଣାଶୁଣା ଏକ ଆଣ୍ଡ୍ରୋଏଡ ଏବଂ ଆଇଓଏସ ଆପ ବା ଆପ୍ଲିକେସନ, ଯେଉଁଥିରେ ଛୋଟ ଛୋଟ ସମୟର ଅବଧିଯୁକ୍ତ ଭିଡିଓ ତିଆରି କରାଯାଇ ବଣ୍ଟା ଯାଇଥାଏ । ତିନିରୁ ପନ୍ଦର ସେକେଣ୍ଡ ସମୟ ବିଶିଷ୍ଟ ସଙ୍ଗୀତ ଭିଡିଓ ତିଆରି ହୋଇଥାଏ [୪][୫] ଏବଂ ବାରମ୍ବାରତା ଛୋଟ ଭିଡିଓ ୩ରୁ ୬୦ ସେକେଣ୍ଡର ତିଆରି ହୋଇଥାଏ ।[୬]

TikTok
ଫାଇଲ:Tiktok logo.svg
ଫାଇଲ:TikTok app screenshot.png
ଟିକଟକ ଆପ୍ଲିକେସନର ଏକ ସ୍କ୍ରିନଶଟ
ଡେଭେଲପରByteDance
ପ୍ରଥମ ରିଲିଜ୍ସେପ୍ଟେମ୍ବର 2016; ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । (2016-୦୯)
ଷ୍ଟେବଲ୍ ରିଲିଜ୍11.2.3 / 12 May 2019
Operating systemiOS, Android
Size308.3 MB (iOS)[୧]
80.19 MB (Android)[୨]
ଉପଲବ୍ଧ ଭାଷା33 languages[୩]
List of languages
English, Arabic, Bengali, Burmese, Cebuano, French, German, Gujarati, Hindi, Indonesian, Italian, Japanese, Javanese, Kannada, Korean, Malay, Malayalam, Marathi, Oriya, Polish, Portuguese, Punjabi, Russian, Simplified Chinese, Spanish, Swedish, Tagalog, Tamil, Telugu, Thai, Traditional Chinese, Turkish, Ukrainian, Vietnamese
ପ୍ରକାରVideo sharing
ଲାଇସେନ୍ସFreeware
ୱେବସାଇଟtiktok.com (English)
douyin.com (Chinese)
Douyin (TikTok)
Chinese抖音
Literal meaningvibrating sound

ଏହା ବାଇଟଡ୍ୟାନ୍ସ ନାମକ ଏକ କମ୍ପାନୀଦ୍ୱାରା ପରିଚାଳିତ । ଚୀନରେ ସେପ୍ଟେମ୍ବର ମାସ ୨୦୧୬ ମସିହାରେ ଏହା ପ୍ରଥମେ ଡଇନ ନାମରେ ଆରମ୍ଭ ହୋଇଥିଲା [୭][୮] ଏବଂ ଅନ୍ୟ ଦେଶର ବଜାରଗୁଡିକୁ ଏକବର୍ଷ ପରେ ଟିକଟକ ନାମରେ ଛଡ଼ା ଯାଇଥିଲା ।[୯] ଅକ୍ଟୋବର ମାସ ୨୦୧୮ରେ ଏହି ଆପଟି ଯୁକ୍ତରାଷ୍ଟ୍ରରେ ସବୁଠାରୁ ଅଧିକ ଡାଉନଲୋଡ଼ କରାଯାଇଥିଲା ।[୧୦][୧୧] ୨୦୧୮ ମସିହା ସୁଦ୍ଧା ଏହା ୧୫୦ଟି ଦେଶରେ, ୭୫ଟି ଭାଷାରେ ଉପଲବ୍ଧ ଅଟେ । ଜୁଲାଇ ମାସ ୨୦୧୮ ମସିହାରେ ଏହାର ୫୦ କୋଟିରୁ ଅଧିକ ଗ୍ରାହକ ଥିଲେ ।[୧୨]

ଇତିହାସ

ମ୍ୟୁଜିକାଲି ସହିତ ମିଶ୍ରଣ

୨୦୧୭ ମସିହା ନଭେମ୍ବର ୯ ତାରିଖରେ ବାଇଟଡ୍ୟାନ୍ସ $୧ ବିଲିୟନ ଡଲାର ଦେଇକରି ମ୍ୟୁଜିକାଲି ନାମକ ଏକ ଷ୍ଟାର୍ଟଅପକୁ କିଣିଥିଲା ।[୧୩][୧୪] ୨୦୧୮ ମସିହା ଅଗଷ୍ଟ ମାସ ୨ ତାରିଖରେ ଟିକଟକ, ମ୍ୟୁଜିକାଲି ସହିତ ମିଶ୍ରଣ ହୋଇଯାଇଥିଲା, ଏବଂ ଦୁଇଜଣଙ୍କର ମିଶିବାପରେ ଆପର ନାମକୁ ଟିକଟକ ରଖାଯାଇଥିଲା ।[୧୪][୧୫][୧୬]

ଅନ୍ୟ ବଜାରଗୁଡ଼ିକରେ ପ୍ରସାର

୨୦୧୮ ମସିହା ସୁଦ୍ଧା ଟିକଟକ ୧୫୦ଟି ବଜାରରେ ଏବଂ ୭୫ଟି ଭାଷାରେ ଉପଲବ୍ଧ ଅଟେ ।[୧୭][୧୮] ଏହା ୨୦୧୮ ମସିହାରେ ବିଶ୍ୱର ସର୍ବାଧିକ ଡାଉନଲୋଡ କରାଯାଇଥିବା ଆପ କୀର୍ତ୍ତିମାନ ସ୍ଥାପନ କରିଥିଲା । ଏହା ଫେସବୁକ, ୟୁଟ୍ୟୁବ ଏବଂ ଇନ୍ସଟାଗ୍ରାମ ଭଳି ଅନ୍ୟାନ୍ୟ ଆପକୁ ପଛରେ ପକାଇଦେଇଥିଲା ।[୧୯][୨୦]

ବୈଶିଷ୍ଟ୍ୟ

ଏକ ଆଣ୍ଡ୍ରୋଏଡ ଏବଂ ଆଇଓଏସ ଆପ ବା ଆପ୍ଲିକେସନ, ଯେଉଁଥିରେ ଛୋଟ ଛୋଟ ସମୟର ଭିଡିଓ ତିଆରି କରାଯାଇ ବଣ୍ଟା ଯାଇଥାଏ । ତିନିରୁ ପନ୍ଦର ସେକେଣ୍ଡ ସମୟ ବିଶିଷ୍ଟ ସଙ୍ଗୀତ ଭିଡିଓ ତିଆରି ହୋଇଥାଏ [୪][୫] ଏବଂ ବାରମ୍ବାରତା ଛୋଟ ଭିଡିଓ ୩ରୁ ୬୦ ସେକେଣ୍ଡର ତିଆରି ହୋଇଥାଏ ।[୬] ଅଧିକାଂଶ ସମୟରେ ପ୍ରଚ୍ଛଦପଟରେ ସଂଗୀତ କିମ୍ବା କୌଣସି ଲୋକପ୍ରିୟ ବାର୍ତ୍ତାଳାପ ଚାଲୁଥାଏ । ଏହି ଭିଡିଓର ଚାଲୁଥିବା ବେଗକୁ ମନ୍ଥର କିମ୍ବା ଅଧିକ ବେଗଯୁକ୍ତ କରାଯାଇପାରେ ।[୨୧]

ଏହି ଆପର "ପ୍ରତିକ୍ରିୟା" ବୈଶିଷ୍ଟ୍ୟରେ ଜଣେ ବ୍ୟବହାରକାରୀ କୌଣସି ଏକ ନିର୍ଦ୍ଧିଷ୍ଟ ଭିଡିଓ ପ୍ରତି ସେମାନଙ୍କର ପ୍ରତିକ୍ରିୟା ରେକର୍ଡ କରିପାରନ୍ତି ।[୨୨] ଏହାର "ଯୁଗଳ" ବୈଶିଷ୍ଟ୍ୟରେ ଦୁଇଟି ଭିଡିଓ ଏକ ସାଙ୍ଗରେ ଦେଖାଯାଇପାରିବ ।[ଆଧାର ଲୋଡ଼ା]

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ

ଟିକଟକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପଯୋଗ କରି ବ୍ୟବହାରକାରୀମାନଙ୍କର ପସନ୍ଦ ପ୍ରସଙ୍ଗଗୁଡ଼ିକ ଅନୁସାରେ ପାଖାପାଖି ପ୍ରସଙ୍ଗ ଦେଖିବାକୁ ସୁପାରିଶ କରିଥାଏ ।[୨୩][୨୪]

ଗ୍ରହଣତା

ଜୁନ ମାସ ୨୦୧୮ ମସିହାରେ ଟିକଟକକୁ ୫୦୦ ମିଲିୟନ (୫୦ କୋଟି) ମାସିକ ସକ୍ରିୟ ବ୍ୟବହାରକାରୀ ଉପଯୋଗ କରୁଥିଲେ । ଚୀନରେ ପ୍ରତିଦିନ ୧୫ କୋଟି ଲୋକ ଏହାକୁ ଉପଯୋଗ କରନ୍ତି ।[୨୫] ୨୦୧୮ ମସିହାର ପ୍ରଥମାର୍ଦ୍ଧରେ ଏହା ଆପଲ ଷ୍ଟୋରର ସର୍ବାଧିକ ଥର ଡାଉନଲୋଡ଼ କରାଯାଇଥିବା ଆପ ହୋଇଥିଲା, ପାଖାପାଖି ୧୦ କୋଟି ଥର । [୧୯]

ଗୁପ୍ତତା, ସାଇବର ସୁରକ୍ଷା ଏବଂ ନିଶା ଚିନ୍ତା

ଯେହେତୁ ଏହି ଆପରେ ଅଚିହ୍ନା ବ୍ୟକ୍ତିମାନଙ୍କୁ ପରସ୍ପରର ଭିଡିଓ ଦେଖିବାକୁ ମିଳେ, ଏହାକୁ ଶାଟ୍ରଲେଟ ନାମକ ଏକ ୱେବକ୍ୟାମ ଜଡ଼ିତ ଆପ ସହିତ ତୁଳନା କରାଯାଇ ଆସୁଛି ।[୨୬] ବିଭିନ୍ନ ଦେଶର ସାମ୍ବାଦିକମାନେ ଏହାକୁ ନେଇ ଗୁପ୍ତତାର ଚିନ୍ତା ପ୍ରକଟ କରି ଆସୁଛନ୍ତି । ଏହା ପିଲାମାନଙ୍କ କ୍ଷେତ୍ରରେ ପ୍ରସିଦ୍ଧ ଏବଂ ଯୌନ ଉତ୍ପୀଡ଼ନର ଶିକାର ହୋଇପାରନ୍ତି ବୋଲି ଦର୍ଶାଯାଇଛି ।[୨୬][୨୭][୨୮][୨୯]

ଅନେକ ବ୍ୟବହାରକାରୀ ସ୍ଥାନୀ ସାଇବର ସୁରକ୍ଷା ବିଷୟରେ ଅଭିଯୋଗ କରିଥିଲେ, [୩୦][୩୧] ଯେଉଁଥିରେ ବର୍ଣ୍ଣଗତ ଭେଦଭାବ ଏବଂ ଇହୁଦୀ ବିରୋଧୀ ଶୋଷଣ ହୋଇଥିଲା । [୩୨]

ଟିକଟକ ଆପର ରଚନା ଏହି ଭଳି ଯେ ଧୀରେ ଧୀରେ ଟିକଟକ ଏକ ନିଶା ଭଳି ହୋଇଯାଇଥାଏ । ବ୍ୟବହାରକାରୀ ଏହି ଆପରେ ଅଧିକରୁ ଅଧିକ ସମୟ ଅତିବାହିତ କରିବାରେ ଲାଗନ୍ତି । ଏହାର ବ୍ୟବହାର କମାଇବା ବା ସମ୍ପୂର୍ଣ୍ଣରୂପେ ବାଣ୍ଡ କରିବା କଷ୍ଟକର ହୋଇଉଠିଥାଏ ।[୩୩] ୨୦୧୮ ମସିହାରେ ନିଶା କମାଇବା ବୈଶିଷ୍ଟ୍ୟ ଟିକଟକ ନିଜ ଆପରେ ଆଣିଥିଲା । ଏଥିରେ ପ୍ରତି ୯୦ ମିନିଟରେ ବ୍ୟବହାରକାରୀଙ୍କୁ ଟିକେ ବ୍ୟବହାରର ଅନ୍ତରାଳ ରଖିବାକୁ ଦେଖାଯାଉଥିଲା ।[୩୩]

ସେନ୍ସର ବ୍ୟବସ୍ଥା

୩ ଜୁଲାଇ ୨୦୧୮ରେ ଟିକଟକକୁ ଯୌନ ଶୋଷଣ, ଅଶ୍ଳୀଳ, ଅନୁଚିତ ସାମଗ୍ରୀ ଏବଂ ନିନ୍ଦା ଜନିତ ପ୍ରସଙ୍ଗ ପ୍ରଚାର କରୁଥିବା ଯୋଗୁଁ ଇଣ୍ଡୋନେସିଆରେ ବ୍ୟାନ କରାଯାଇଥିଲା ।[୩୪][୩୫][୩୬][୩୭][୩୮] ଏହାର କିଛି ସମୟପରେ ଟିକଟକ ୨୦ଜଣ ସଦସ୍ୟ ବିଶିଷ୍ଟ ଏକ ଦଳ ଗଠନ କରି ଏହି ସବୁ ପ୍ରସଙ୍ଗଗୁଡ଼ିକୁ ହଟାଇବାରେ ନିୟୋଜିତ କରିଥିଲା । ଯାହାଫଳରେ ୧୧ ଜୁଲାଇ ୨୦୧୮ରେ ଇଣ୍ଡୋନେସିଆ ଏହି ବ୍ୟାନ ଉଠାଇଦେଇଥିଲେ । [୩୫] [୩୪]

ନଭେମ୍ବର ୨୦୧୮ ମସିହାରେ ବାଂଲାଦେଶ ସରକାର ଟିକଟକ ଆପର ଇଣ୍ଟରନେଟ ସୁବିଧାକୁ ବ୍ୟାନ କରିଦେଇଥିଲେ ।[୩୯]

ସେହିଭଳି ୨୦୧୮ ମସିହାରେ ଚୀନରେ ଟିକଟକକୁ ଗର୍ଭ ଧାରଣ ଜନିତ ଭିଡିଓ ଦେଖାଉଥିବା ଯୋଗୁଁ ଲାଞ୍ଛନା କରାଯାଇଥିଲା ।[୩୮]

ଜାନୁଆରୀ ୨୦୧୯ରେ ଚୀନ ସରକାର ବାଇଟଡ୍ୟାନ୍ସର ନିର୍ମାତାମାନଙ୍କୁ ବ୍ୟବହାରକାରୀ ସାମଗ୍ରୀ ନିମନ୍ତେ ଦାୟୀ କରିବେ ବୋଲି ସୁଚାଇଥିଲା ।[୪୦][୪୧][୪୨]

ଫେବୃଆରୀ ୨୦୧୯ ମସିହାରେ ସାଇବର ସୁରକ୍ଷା, ଅଶ୍ଳୀଳ, ଅନୁଚିତ ସାମଗ୍ରୀ, ଗୁଜବ ସମାଚାର ଏବଂ ନିନ୍ଦା ଜନିତ ପ୍ରସଙ୍ଗ ପ୍ରଚାର କରୁଥିବା ଯୋଗୁଁ ଅନେକ ଭାରତୀୟ ରାଜନୀତିଜ୍ଞ ଟିକଟକକୁ ବ୍ୟାନ କରିବାକୁ କିମ୍ବା କଡ଼ା ଭାବରେ ନିୟନ୍ତ୍ରଣ କରିବାକୁ ଦାବି କରିଥିଲେ । [୪୩]

ଆଇନଗତ ମାମଲା

ଭାରତରେ ସାମୟିକ ବନ୍ଦ

୩ ଅପ୍ରେଲ ୨୦୧୯ ମସିହାରେ ମାଡ୍ରାସ ହାଇକୋର୍ଟ ଭାରତ ସରକାରଙ୍କୁ ଅଶ୍ଳୀଳ ତଥ୍ୟର ପ୍ରସାର ଯୋଗୁଁ ଟିକଟକ ଆପକୁ ବ୍ୟାନ କରିବାକୁ ଆଦେଶ ଦେଇଥିଲେ ।[୪୪] ୧୭ ଅପ୍ରେଲ ୨୦୧୯ରେ ଉଭୟ ଗୁଗଲ ଏବଂ ଆପଲ ନିଜର ଆପ ଷ୍ଟୋରରୁ ଟିକଟକକୁ ବାହାର କରିଦେଇଥିଲେ ।[୪୫] କୋର୍ଟ ବ୍ୟାନ ଉଠାଇବାକୁ ମନ କରିଦେବାରୁ, ଟିକଟକ ୬୦ ଲକ୍ଷ ଆପତ୍ତିଜନକ ଭିଡିଓ ଲିଭାଇଦେଇଥିଲା ।[୪୬]

୨୫ ଅପ୍ରେଲ ୨୦୧୯ରେ ଏହି ବ୍ୟାନକୁ ତାମିଲନାଡୁର ଏକ କୋର୍ଟଦ୍ୱାରା ଉଠାଇଦିଆଯାଇଥିଲା ।[୪୭][୪୮] [୪୯]

ଭାରତରେ ସ୍ଥାୟୀ ନିଷେଧ

୨୯ ଜୁନ୍ ୨୦୨୦ରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଟିକଟକକୁ ମିଶାଇ ୫୯ଟି ଚାଇନିଜ୍ ଆପ୍ ନିଷିଦ୍ଧ କରିଥିଲେ । ଲଦାଖରେ ଚୀନ ସହିତ ଭାରତର ସାମରିକ ସଂଘର୍ଷ ପରେ ଦେଶର ସାର୍ବଭୌମତ୍ୱ ତଥା ନିରାପତ୍ତା ପ୍ରତି ବିପଦ ଥିବା ଦର୍ଶାଇ ଏହି ଆପଗୁଡ଼ିକୁ ନିଷେଧ କରାଯାଇଥିଲା ।[୫୦] [୫୧]

ଭାରତ ସରକାର କହିଥିଲେ ଯେ ଏହାର ୧୩୦ କୋଟି ନାଗରିକଙ୍କ ତଥ୍ୟ ତଥା ଗୋପନୀୟତା ରକ୍ଷା କରିବାକୁ ତଥା ବ୍ୟବହାରକାରୀଙ୍କ ତଥ୍ୟକୁ ଅନଧିକୃତ ଢଙ୍ଗରେ ଚୋରି ଏବଂ ଭାରତ ବାହାରେ ସର୍ଭରକୁ ପଠାଇବା ବନ୍ଦ କରିବାକୁ ଏହି ପଦକ୍ଷେପ ନିଆଯାଇଥିଲା ।[୫୨]

ଅନ୍ୟାନ୍ୟ ଘଟଣା

  • ଜୁନ ୨୦୧୯: ଟିକଟକ ଭିଡିଓ କରିବା ସମୟରେ କର୍ଣ୍ଣାଟକରେ ଏକ ଯୁବକଙ୍କର ସୁଷୁନ୍ମାକାଣ୍ଡରେ ମାଡ଼ ହୋଇ ମୃତ୍ୟୁ ଘଟିଥିଲା ।[୫୩]

ଆଧାର

ଆହୁରି ପଢନ୍ତୁ

ବାହାର ଆଧାର