ସାଧାରଣତନ୍ତ୍ର ଦିବସ (ଭାରତ)

ଭାରତୀୟ ଉତ୍ସବ

୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ । [୧]

ସାଧାରଣତନ୍ତ୍ର ଦିବସ
ପ୍ୟାରେଡ଼ କରୁଥିବା ମାଡ୍ରାସ ରେଜିମେଣ୍ଟର ସୈନିକ, ୨୦୦୪
ପାଳନକାରୀଭାରତ
ପ୍ରକାରଜାତୀୟ
ପାଳନପ୍ୟାରେଡ଼, ପତାକା ଉତ୍ତୋଳନ
ତାରିଖ୨୬ ଜାନୁଆରୀ

ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଦୁର୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା କ୍ୟାଡେଟମାନଙ୍କଠାରୁ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରନ୍ତି ।

ଭାରତୀୟ ସେନା (ନୋସେନା, ସ୍ଥଳସେନା, ବାୟୁସେନା) ଓ ଅଶ୍ୱାରୋହୀ, ପଦାତିକ ଆଦି ବାହିନୀ ସେମାନଙ୍କର ଶୋଭାଯାତ୍ରାରେ ବାହାରିଥାଆନ୍ତି । ଏଥି ସହିତ ଭାରତର ବିଭିନ୍ନ ସାଂସ୍କୃତିକ ଝଲକ ବିଭିନ୍ନ ରାଜ୍ୟରୁ ଆସିଥିବା ଦଳମାନେ ପ୍ରସ୍ତୁତ କରିଥାନ୍ତି ।

ଏହି ପର୍ବ ପ୍ରତ୍ୟେକ ରାଜ୍ୟରେ ମଧ୍ୟ ଆୟୋଜିତ ହୋଇଥାଏ ଓ ସେଠାକାର ରାଜ୍ୟପାଳ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥାନ୍ତି ।

ଇତିହାସ

ସଭାପତି ରାଜେନ୍ଦ୍ର ପ୍ରସାଦ (ଘୋଡ଼ାଗାଡ଼ିରେ) ନୂଆଦିଲ୍ଲୀ ରାଜପଥରେ ପ୍ରଥମ ସାଧାରଣତନ୍ତ୍ର ଦିବସରେ (୧୯୫୦) ଭାଗ ନେବାକୁ ଯାଉଛନ୍ତି ।

ଇଂରେଜ ଶାସନରୁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅସ‌ହ‌ଯୋଗ ଓ ଅହିଂସାପୂର୍ଣ୍ଣ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଫଳରେ ଭାରତ ୧୫ ଅଗଷ୍ଟ ୧୯୪୭ରେ ସ୍ୱାଧୀନ ହେଲା । ଇଂଲଣ୍ଡର ପାର୍ଲିଆମେଣ୍ଟରେ ଭାରତୀୟ ସ୍ୱାଧୀନତା ଆକ୍ଟ ୧୯୪୭ (୧୦ ଓ ୧୧ ଜିଇଓ ୬ ସି ୩୦) ବଳରେ ବ୍ରିଟିସ ଭାରତ ଦ୍ୱିଖଣ୍ଡିତ ହୋଇ ଦୁଇଟି ନୂଆ ଦେଶ ଭାରତପାକିସ୍ଥାନରେ ବିଭକ୍ତ ହୋଇ କମନ‌ୱେଲ୍ଥ ନେସନରେ ସଂଯୁକ୍ତ ହେଲା ।[୨] ୧୫ ଅଗସ୍ଟ ୧୯୪୭ ଦିନଠାରୁ ଜର୍ଜ ୬ ଭାରତର ମୂଖ୍ୟ ହେଲେ, ମାଉଣ୍ଟ ବ୍ୟଟେନ ପ୍ରଥମ ଗଭର୍ଣ୍ଣର ଜେନେରାଲ ହେଲେ ଯାହାକୁ କନସ୍ଟିଚ୍ୟୁସନାଲ ମୋନାର୍କି କୁହା‌ଯାଉଥିଲା । ସେତେବେଳେ ପରିବର୍ତ୍ତିତ କଲୋନିଆଲ ଗଭର୍ନମେଣ୍ଟ ଇଣ୍ଡିଆ ଆକ୍ଟ, ୧୯୩୫ଦ୍ୱାରା ଭାରତର ଶାସନ ପରିଚାଳିତ ହେଉଥିଲା । ତାପରେ ଭାରତର ସଂବିଧାନ ତିଆରି କରିବା ନିମନ୍ତେ ୨୮ ଅଗଷ୍ଟ ୧୯୪୭ରେ ଗୋଟିଏ ଚିଠା କମିଟି ତିଆରି କରାଗଲା ଯାହାର ଚେୟାରମ୍ୟାନ ବା ମୂଖ୍ୟ ବି ଆର ଆମ୍ବେଦକର ଥିଲେ । ଏହି କମିଟି ୪ ନଭେମ୍ବର ୧୯୪୭ ଦିନ ସମ୍ବିଧାନ ଚିଠା ଆସେମ୍ବ୍ଲିକୁ ହସ୍ତାନ୍ତର କଲେ ।[୩] ଦୀର୍ଘ ୧୬୬ ଦିନ ଧରି ଏହା ନାଗରିକଙ୍କ ନିମନ୍ତେ ଖୋଲା ଥିଲା ଓ ଆସେମ୍ବ୍ଲି ଥରକୁ ଥର ବସି ଏହା ଉପରେ ଆଲୋଚନା କଲେ । ଶେଷରେ ୨୪ ଜାନୁଆରୀ ୧୯୫୦ ତାରିଖ ଦିନ ଏହି ଚିଠା ପ୍ରସ୍ତାବର ଇଂରାଜୀ ଓ ହିନ୍ଦିରେ ଲିଖିତ ଦୁଇ କପି ଉପରେ ୩୦୮ ସଦସ୍ୟ ଦସ୍ତଖତ କଲେ । ଏହି ସମ୍ବିଧାନ ଜା‌ନୁଆରୀ ୨୬, ୧୯୫୦ ତାରିଖ ଦିନ ବଳବତ୍ତର ହେଲା ଯାହାକୁ ଆମେ ସାଧାରଣତନ୍ତ୍ର ଦିବସ ଭାବରେ ପାଳନ କରୁଛୁ ।

ଗ୍ୟାଲେରି


ନିମନ୍ତ୍ରୀତ ଅତିଥି

ପ୍ରତିବର୍ଷ ଅନ୍ୟ ଏକ ଦେଶର ରାଷ୍ଟ୍ର ମୁଖ୍ୟ ବା ରାଷ୍ଟ୍ର ପ୍ରତିନିଧିଙ୍କୁ ମୁଖ୍ୟ ଅତିଥି ରୂପେ ନିମନ୍ତ୍ରଣ କରାଯାଏ । ୧୯୫୦ ମସିହାରୁ ଏହି ପରମ୍ପରା ଚଳି ଆସୁଛି ।

Countries invited as chief guests for the Republic Day parade. Erstwhile Yugoslavia (twice invited) has not been depicted in the map.
ବର୍ଷପ୍ରମୁଖ ଅତିଥିଦେଶ
୧୯୫୦ରାଷ୍ଟ୍ରପତି ସୁକର୍ଣ୍ଣୋ[୪]ଇଣ୍ଡୋନେସିଆ
୧୯୫୧
୧୯୫୨
୧୯୫୩
୧୯୫୪ରାଜା ଜିଗ୍ମେ ଦୋର୍ଜୀ ୱାଙ୍ଗଚୁକ [୫]ଭୁଟାନ
୧୯୫୫ଗଭର୍ଣ୍ଣର ଜେନରାଲ ମଲିକ ଘୁଲାମ ମୁହମ୍ମଦ [୪]ପାକିସ୍ତାନ
୧୯୫୬
୧୯୫୭
୧୯୫୮
୧୯୫୯
୧୯୬୦ରାଷ୍ଟ୍ରପତି କ୍ଲିମେଂଟ ବୋରୋଶିଲୋଭ[୬]ସୋଭିଏତ ସଂଘ
୧୯୬୧ରାଣୀ ଏଲିଝାବେଥ ଦ୍ୱିତୀୟ[୪]ଯୁକ୍ତରାଜ୍ୟ ବ୍ରିଟେନ
୧୯୬୨
୧୯୬୩ରାଜା ନୋରୋଡୋମ ସିହାଂନୌକ[୭]କାମ୍ପୁଚିଆ
୧୯୬୪
୧୯୬୫ଖାଦ୍ୟ ଓ ଶେତୀମଂତ୍ରୀ ରାଣା ଅବ୍ଦୂଲ ହମିଦପାକିସ୍ତାନ
୧୯୬୬
୧୯୬୭
୧୯୬୮ପ୍ରଧାନମନ୍ତ୍ରୀ ଅଲେକ୍ସେଇ କୋସିଜିନସୋଭିଏତ ସଂଘ
ରାଷ୍ଟ୍ରପତି ଜୋସେଫ ବ୍ରୋଝ ଟିଟୋ[୮]ୟୁଗୋସ୍ଲାଭିଆର ସାମ୍ୟବାଦୀ ସଂଘୀୟ ସାଧାରଣତନ୍ତ୍ର
୧୯୬୯ପଂତପ୍ରଧାନ ଟୋଡୋର ଝିବ୍ହକୋବ୍ହ[୯]ବୁଲଗାରିଆ
୧୯୭୦
୧୯୭୧ରାଷ୍ଟ୍ରପତି ଜ୍ୟୁଲିଅସ ନ୍ୟରେରେ[୧୦]ତାଞ୍ଜାନିଆ
୧୯୭୨ପ୍ରଧାନମନ୍ତ୍ରୀ ଶିବସାଗର ରାମଗୁଲାମ[୧୧]ମରିସସ
୧୯୭୩ରାଷ୍ଟ୍ରପତି ମୋବୁଟୁ ସେସେ ସେକୋ[୧୨]ଜେରେ
୧୯୭୪ରାଷ୍ଟ୍ରପତି ଜୋସେଫ ବ୍ରୋଝ ଟିଟୋୟୁଗୋସ୍ଲାଭିଆର ସାମ୍ୟବାଦୀ ସଂଘୀୟ ସାଧାରଣତନ୍ତ୍ର
ପ୍ରଧାନମନ୍ତ୍ରୀ ସିରିମାଭୋ ବନ୍ଦରନାୟକେ[୧୩]ଶ୍ରୀଲଙ୍କା
୧୯୭୫ରାଷ୍ଟ୍ରପତି କେନେଥ କାଣ୍ଡା[୧୪]ଜାମ୍ବିଆ
୧୯୭୭ପ୍ରଧାନମନ୍ତ୍ରୀ ଜାକ ଶିରାକ[୪]ଫ୍ରାନ୍ସ
୧୯୭୭ପ୍ରଥମ ସଚୀବ ଏଡୱାର୍ଡ଼ ଜିରିଏକ[୧୫]ପୋଲାଣ୍ଡ
୧୯୭୮ରାଷ୍ଟ୍ରପତି ପେଟ୍ରିକ ହିଲେରି[୧୬]ଆୟରଲାଣ୍ଡ
୧୯୭୯ପ୍ରଧାନମନ୍ତ୍ରୀ ମାଲ୍କମ ଫ୍ରେଝର[୧୭]ଅଷ୍ଟ୍ରେଲିଆ
୧୯୮୦ରାଷ୍ଟ୍ରପତି ବ୍ହେଲେରୀ ଜିସ୍କେର ଦେସ୍ତେଂ[୪]ଫ୍ରାନ୍ସ
୧୯୮୧ରାଷ୍ଟ୍ରପତି ହୋଜେ ଲୋପେଝ ପୋର୍ତିୟୋ[୧୮]ମେକ୍ସିକୋ
୧୯୮୨ରାଜା ହୁଆନ କାର୍ଲୋସ ପହିଲା[୧୯]ସ୍ପେନ
୧୯୮୩ରାଷ୍ଟ୍ରପତି ଶେହୁ ଶଗାରୀ[୨୦]ନାଇଜେରିଆ
୧୯୮୪ରାଜା ଜିଗ୍ମେ ସିଂଗ୍ୟେ ୱାଙ୍ଗଚୁକ[୨୧]ଭୁଟାନ
୧୯୮୫ରାଷ୍ଟ୍ରପତି ରାଉଲ ଅଲ୍ଫୋନ୍ସିନ[୨୨]ଆର୍ଜେଣ୍ଟିନା
୧୯୮୬ପ୍ରଧାନମନ୍ତ୍ରୀ ଆନ୍ଦ୍ରିଆସ ପାପେନ୍ଦ୍ରୁ[୨୩]ଗ୍ରୀସ୍
୧୯୮୭ରାଷ୍ଟ୍ରପତି ଅେଲନ ଗାର୍ଶିୟା[୨୪]ପେରୁ
୧୯୮୮ରାଷ୍ଟ୍ରପତି ଜୂନିଅସ ରିଚର୍ଡ ଜୟବର୍ଧନେ[୨୫]ଶ୍ରୀଲଙ୍କା
୧୯୮୯ଜନରଲ ସେକ୍ରେଟ୍ରୀ ଙୁୟେନ ବେନ ଲିନ୍ହ[୨୬]ଭିଏତନାମ
୧୯୯୦ପ୍ରଧାନମନ୍ତ୍ରୀ ଅନିରୁଦ୍ଧ ଜଗନ୍ନାଥ[୨୭]ମରିସସ
୧୯୯୧ରାଷ୍ଟ୍ରପତି ମୋମୂନ ଅବ୍ଦୁଲ ଗୟ୍ୟୂମ[୨୭]ମାଳଦ୍ୱୀପ
୧୯୯୨ରାଷ୍ଟ୍ରପତି ମାରିଓ ସୋଆରେସ[୨୭]ପର୍ତ୍ତୁଗାଲ
୧୯୯୩ପ୍ରଧାନମନ୍ତ୍ରୀ ଜୋନ ମେଜର[୪]ଯୁକ୍ତରାଜ୍ୟ ବ୍ରିଟେନ
୧୯୯୪ପ୍ରଧାନମନ୍ତ୍ରୀ କୋହ ଚୋକ ଥୋଂଗ[୪]ସିଙ୍ଗାପୁର
୧୯୯୫ରାଷ୍ଟ୍ରପତି ନେଲ୍ସନ ମଣ୍ଡେଲା[୨୮]ଦକ୍ଷିଣ ଆଫ୍ରିକା
୧୯୯୬ରାଷ୍ଟ୍ରପତି ଡୋ. ଫର୍ଣ୍ଣାଣ୍ଡୋ ହେନରିକେ କାର୍ଦୋସୋ[୨୭]ବ୍ରାଜିଲ
୧୯୯୭ପ୍ରଧାନମନ୍ତ୍ରୀ ବସଦେବ ପାଣ୍ଡେ[୨୭]ଟ୍ରିନିଡାଡ ଓ ଟ୍ରୋଭାଗୋ
୧୯୯୮ରାଷ୍ଟ୍ରପତି ଜେକ ଶିରାକ[୪]ପ୍ରାନ୍ସ
୧୯୯୯ରାଜା ବୀରେନ୍ଦ୍ର ବୀର ବିକ୍ରମ ଶାହ ଦେବ[୨୭]ନେପାଳ
୨୦୦୦ରାଷ୍ଟ୍ରପତି ଓଲୁସେଗୁନ ଓବାସାନ୍ଜୋ[୪]ନାଇଜେରିଆ
୨୦୦୧ରାଷ୍ଟ୍ରପତି ଅବ୍ଦେଲଅଝୀଝ ବୁଟେଫ୍ଲିକା[୨୭]ଆଲଜେରିଆ
୨୦୦୨ରାଷ୍ଟ୍ରପତି କସ୍ସାମ ଉତୀମ[୨୭]ମରିସସ
୨୦୦୩ରାଷ୍ଟ୍ରପତି ମୋହମ୍ମଦ ଖାତାମୀ[୪]ଇରାନ
୨୦୦୪ରାଷ୍ଟ୍ରପତି ଲୁଈଝ ଇନାଚିୟୋ ଲୁଲା ଦା ସିଲଭ[୪]ବ୍ରାଜିଲ
୨୦୦୫ରାଜା ଜିଗ୍ମେ ସିଂଗ୍ୟେ ୱାଙ୍ଗଚୁକ[୨୭]ଭୁଟାନ
୨୦୦୬ଦେଶପ୍ରଧାନ ଅବ୍ଦୁଲ୍ଲା ବିନ ଅବ୍ଦେଲଅଝୀଝ ଅଲ-ସୌଦ[୨୭]ସାଉଦି ଆରବ
୨୦୦୭ରାଷ୍ଟ୍ରପତି ବ୍ଲାଦିମିର ପୁତିନ[୪]ଋଷିଆ
୨୦୦୮ରାଷ୍ଟ୍ରପତି ନିକୋଲା ସାର୍କୋଝୀ[୪]ଫ୍ରାନ୍ସ
୨୦୦୯ରାଷ୍ଟ୍ରପତି ନୁରସୁଲ୍ତାନ ନଝରବାୟେବ[୪]କାଜାଖସ୍ତାନ
୨୦୧୦ରାଷ୍ଟ୍ରପତି ଲୀ ମ୍ୟୁଂଗ ବାକ[୨୭]ଦକ୍ଷିଣ କୋରିଆ
୨୦୧୧ରାଷ୍ଟ୍ରପତି ସୁସିଲୋ ବାଂବାଂଗ ୟୁଧୋୟୋନୋ[୨୯]ଇଣ୍ଡୋନେସିଆ
୨୦୧୨ପ୍ରଧାନମନ୍ତ୍ରୀ ୟିଂଗଲକ ଶିନାବତ[୩୦]ଥାଇଲାଣ୍ଡ
୨୦୧୩ରାଜା ଜିଗମେ କେଶର ନାମଗେଲ ୱାଙ୍ଗଚୂକ [୩୧]ଭୁଟାନ
୨୦୧୪ପ୍ରଧାନମନ୍ତ୍ରୀ ଶିଂଜୋ ଆବେ [୩୨]ଜାପାନ
୨୦୧୫ରାଷ୍ଟ୍ରପତି ବାରାକ ଓବାମା [୩୩]ଯୁକ୍ତରାଷ୍ଟ୍ର ଆମେରିକା
୨୦୧୬ରାଷ୍ଟ୍ରପତି ଫ୍ରାଙ୍କୋଇସ ହୋଲାଣ୍ଡେ [୩୪]ଫ୍ରାନ୍ସ
୨୦୧୭ଯୁବରାଜ ମହମଦ ବିନ ଜାୟେଡ ଆଲ ନହ୍ୟାନ [୩୫]ସଂଯୁକ୍ତ ଆରବ ଏମିରେତ
୨୦୧୮[୩୬]ସୁଲତାନ ହାସନାଲ ବୋଲକିଆବ୍ରୁନେଇ
ପ୍ରଧାନମନ୍ତ୍ରୀ ହୁଂ ସୁନକମ୍ବୋଡିଆ
ରାଷ୍ଟ୍ରପତି ଜୋକୋ ୱିଡୋଡୋଇଣ୍ଡୋନେସିଆ
ପ୍ରଧାନମନ୍ତ୍ରୀ ନଜିବ ରଜାକମାଲେସିଆ
ପ୍ରଧାନମନ୍ତ୍ରୀ ଠୋଂଗ୍ଲୁନ ସିସୋଲିଥଲାଓସ
ଡ ଅଙ୍ଗ ସାଂ ସୁ କୀମ୍ୟାନମାର
ରାଷ୍ଟ୍ରପତି ରୋଡ଼ରୀଗୋ ରୋଆ ଡୁଟର୍ଟଫିଲିପାଇନ୍ସ
ପ୍ରଧାନମନ୍ତ୍ରୀ ପ୍ରୟୁଥ ଚାଁ ଓଚାଥାଇଲ୍ୟାଣ୍ଡ
ପ୍ରଧାନମନ୍ତ୍ରୀ ଗୁଏନ ଶୁଆନ ଫୁକଭିଏତନାମ
ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗସିଙ୍ଗାପୁର
୨୦୧୯ରାଷ୍ଟ୍ରପତି ସିରିଲ ରାମାଫୋସା [୩୭][୩୮]ଦକ୍ଷିଣ ଆଫ୍ରିକା

ଆହୁରି ଦେଖନ୍ତୁ

ଆଧାର