ଗଙ୍ଗାଧର ମେହେର
Tools
Actions
General
ପ୍ରିଣ୍ଟ/ରପ୍ତାନି
ବାକି ପ୍ରକଳ୍ପଗୁଡ଼ିକରେ
ସ୍ୱଭାବ କବି ଗଙ୍ଗାଧର ମେହେର | |
---|---|
ଜନ୍ମ ଓ ଜନ୍ମସ୍ଥାନ | (1862-08-09)୯ ଅଗଷ୍ଟ ୧୮୬୨ ବରପାଲି, ବରଗଡ଼ ଜିଲ୍ଲା |
ମୃତ୍ୟୁ | ୪ ଅପ୍ରେଲ ୧୯୨୪(1924-04-04) (ବୟସ ୬୧) (ଚୈତ୍ର ଅମାବାସ୍ୟା) |
ବୃତ୍ତି | କଚେରୀ ମୋହରିର |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶିକ୍ଷା | ୫ମ[୧] |
ଶୈଳୀ | କବି |
ବିଷୟ | ଆଧୁନିକ କାବ୍ୟ କବିତା |
ସାହିତ୍ୟ କୃତି | ତପସ୍ୱିନୀ, କୀଚକ ବଧ, ଇନ୍ଦୁମତୀ, ପ୍ରଣୟବଲ୍ଲରୀ, କୃଷକ ସଙ୍ଗୀତ, ଅର୍ଘ୍ୟଥାଳୀ (କବିତା ସଂକଳନ),ମହିମା, ଅଯୋଧ୍ୟା ଦୃଶ୍ୟ ଇତ୍ୟାଦି |
ଜୀବନସାଥୀ | ଶାନ୍ତା ଦେବୀ, ଚମ୍ପା ଦେବୀ (ଶାନ୍ତା ଦେବୀଙ୍କ ଦେହାବସାନ ପରେ) |
ସନ୍ତାନ | ଅର୍ଜୁନ ମେହେର (୧୨ ବର୍ଷରେ ଦେହାବସାନ), ଭଗବାନ ମେହେର (କବି-ପୁତ୍ର ନାମରେ ଖ୍ୟାତ), ବାସୁମତି ମେହେର, ଲକ୍ଷ୍ମୀ ମେହେର |
ୱେବସାଇଟ | |
gangadharmeher.org |
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି[୨] ଓ ସ୍ୱଭାବ କବି ଭାବେ ପରିଚିତ ।[୩] ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରାଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -" ତୋ କବିତ୍ୱେ ଦୁଗ୍ଧ ମଧୁରତା ଅଛି ନାହିଁ ମଦ୍ୟ ମାଦକତା,ସେହି ସିନା କାବ୍ୟ ଯହିଁଅଛି ସାର୍ବଜନୀନ ଉପାଦେୟତା।"କବିଙ୍କ ଭକ୍ତି, ମଧୁମୟ, ଅମୃତମୟ ଆଦି କବିତା ତାଙ୍କୁ ଜଣେ ବିଶିଷ୍ଟ ଦାର୍ଶନିକ ଭାବରେ ପ୍ରକାଶିତ କରେ । କବିଙ୍କ ବର୍ଣ୍ଣନାରେ ପ୍ରକୃତି ଚଳମାନ ହୋଇଉଠୀ ଥାଏ।
ଗଙ୍ଗାଧର ମେହେର ୧୮୬୨ ଅଗଷ୍ଟ ୯ ତାରିଖରେ (ଶ୍ରାବଣ ପୂର୍ଣ୍ଣିମା ତିଥି) ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାସ୍ଥିତ ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।[୪] ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ।[୫][୬] ସେ ଶାନ୍ତା ଦେବୀଙ୍କୁ ବିବାହ କରିଥିଲେ ଓ ଶାନ୍ତାଙ୍କ ମୃତ୍ୟୁ ପରେ ଚମ୍ପା ଦେବୀଙ୍କୁ ବିବାହ କରିଥିଲେ । ତାଙ୍କର ଚାରି ଜଣ ସନ୍ତାନସନ୍ତତି ଥିଲେ । ତାଙ୍କର ଦୁଇ କନ୍ୟା ବସୁମତୀ ଓ ଲକ୍ଷ୍ମୀ ଏବଂ ଦୁଇ ପୁତ୍ର ଅର୍ଜୁନ ଓ ଭଗବାନ ।
ସେ ୧୮୮୫ ମସିହାରେ ଅମିନ ଭାବେ ଚାକିରି ଆରମ୍ଭ କରି ୧୯୧୭ ମସିହାରେ ମୋହରିର ଭାବେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ ।
ବାଲ୍ୟକାଳରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ଓଡ଼ିଶାର ପୁରାତନ କବିମାନଙ୍କ ଶୈଳୀ ଅନୁସରଣରେ ସେ ନିଜର ପ୍ରଥମ ଲେଖା ସବୁ ଲେଖିଥିଲେ । ତାଙ୍କର ଆଦ୍ୟ ରଚନାବଳୀ ଭିତରେ "ରସ ରତ୍ନାକର" ଓ "ଅହଲ୍ୟା ସ୍ତବ" ଆଦି ଅନ୍ୟତମ । ଏ ଗୁଡ଼ିକ ରୀତି ଯୁଗୀୟ ଶୈଳୀରେ ରଚିତ । ପରେ ରାଧାନାଥ ରାୟଙ୍କ ଆଧୁନିକ ଶୈଳୀକୁ ଆପଣେଇ ଆଧୁନିକ ଶୈଳୀରେ "ଇନ୍ଦୁମତୀ" ନାମକ କାବ୍ୟ ରଚନା କରିଥିଲେ । ମହା କବି କାଳିଦାସଙ୍କ ରଘୁବଂଶରୁ ଅଜ ଉପାଖ୍ୟାନକୁ ନେଇ ଇନ୍ଦୁମତି କାବ୍ୟ ରଚିତ। ଅଜ ଓ ଇନ୍ଦୁମତୀଙ୍କ ବିବାହ ଗୃହ ଆଗମନ , ଇନ୍ଦୁମତୀଙ୍କ ମୃତ୍ୟୁ ଆଦି ବର୍ଣ୍ଣିତ । କୀଚକ ବଧ କାବ୍ୟଟି ମହାଭାରତ କଥାବସ୍ତୁରୁ ଆସିଅଛି । ପାଣ୍ଡବଙ୍କ ଅଜ୍ଞତବାସ ସମୟରେ ମତ୍ସ୍ୟ ଦେଶରେ ଦ୍ରୌପଦୀଙ୍କ ପ୍ରତି କୀଚକର ଲୋଲୁପ ଦୃଷ୍ଟି ଏବଂ ଭିମଙ୍କଦ୍ୱାରା କୀଚକର ହତ୍ୟା ବିଷୟ ବର୍ଣ୍ଣନା କରାଯାଇଛି । କାବ୍ୟରେ ଗଙ୍ଗାଧରଙ୍କ ବର୍ଣ୍ଣନା ଶୈଳୀ କାବ୍ୟକୁ ମନୋରମ କରିଥାଏ।ଏଥିରେ ବସନ୍ତ ଋତୁର ପ୍ରକୃତି ବର୍ଣ୍ଣନା ଉଚ୍ଚକୋଟିର । ରାମଙ୍କଦ୍ୱାରା ପରିତ୍ୟକ୍ତା ହେବାପରେ ସୀତା କେମିତି ବାଲ୍ମୀକି ଆଶ୍ରମରେ ଜୀବନ ବିତାଉଛନ୍ତି ତାହା ବର୍ଣ୍ଣନା କରିଛନ୍ତି ତପସ୍ୱିନୀ କାବ୍ୟରେ । ଏଥିରେ ପ୍ରକୃତିର ଅନ୍ତଃରୂପ ବର୍ଣ୍ଣନା ଏକ ନୂତନ ଭାବନା-ରାଜ୍ୟକୁ ନେଇ ଯାଏ ପାଠକକୁ । ପ୍ରଣୟବଲ୍ଲରୀ କବିଙ୍କ ଶେଷ ସମୟର ରଚନା । ଏଣୁ ଏଥିରେ ସମସ୍ତ ପ୍ରଜ୍ଞା ଢାଳି ଦେଇଛନ୍ତି କବି। କାଳିଦାସଙ୍କଠାରୁ କଥାବସ୍ତୁ ଗ୍ରହଣ କରିଥିଲେ ସୁଦ୍ଧା କବିଙ୍କ ବର୍ଣ୍ଣନା ଶୈଳୀ କାବ୍ୟକୁ ଏକ ନୂତନ ଉଚ୍ଚତାକୁ ନେଇଥାଏ। [୭] ତାଙ୍କ ରଚନାରେ ପ୍ରକୃତିର ବାହ୍ୟ ରୂପ ସହିତ ଆଭ୍ୟନ୍ତରୀଣ ରୂପର ବର୍ଣ୍ଣନା ତଥା ମାନବତାର ଉଲ୍ଲେଖ ରହିଛି । ଛନ୍ଦମାଧୁର୍ଯ୍ୟର ଆଧୁନିକୀକରଣ କରି ମଧ୍ୟ ସେ ଓଡ଼ିଆ କବିତା ରଚନା କରିଛନ୍ତି । ଅର୍ଘ୍ୟଥାଳି କବିତାମାଳାର ତାଙ୍କ ରଚିତ ଗୀତିକବିତାମାନଙ୍କ ମଧ୍ୟରୁ ଅନ୍ୟତମ ।
୧୯୨୪ ଅପ୍ରେଲ ୪ ତାରିଖରେ (ଚୈତ୍ର ଅମାବାସ୍ୟା ତିଥି) ତାଙ୍କର ଦେହାନ୍ତ ହୋଇଥିଲା ।
ଚର୍ଯ୍ୟା ଯୁଗ | |||||||||||||
---|---|---|---|---|---|---|---|---|---|---|---|---|---|
ସାରଳା ଯୁଗ |
| ||||||||||||
ପଞ୍ଚସଖା ଯୁଗ | |||||||||||||
ରୀତି ଯୁଗ | |||||||||||||
ରାଧାନାଥ ଯୁଗ | |||||||||||||
ସତ୍ୟବାଦୀ ଯୁଗ | |||||||||||||
ସବୁଜ ଯୁଗ | |||||||||||||
ପ୍ରଗତି ଯୁଗ | |||||||||||||
ସ୍ୱାଧୀନତା ପର |
| ||||||||||||