ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ
ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ, ବା ସ୍ଟ୍ରେପଥ୍ରୋଟ, ରୋଗ ଏକ ସଂକ୍ରମଣ ଯାହା ତଣ୍ଟି ପଛପାଖ ଓ ଟନ୍ସିଲ୍ରେ ଗ୍ରୁପ ଏ ସ୍ଟ୍ରେପ୍ଟୋକୋକସ୍ ଜୀବାଣୁଦ୍ୱାରା ହୁଏ ।[୧]ସାଧାରଣ ଚଳଣିରେ ଆମେ ଯାହାକୁ ତଣ୍ଟି ଧରା କହୁ ତାହା ଡାକ୍ତରି ଭାଷାରେ ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ ନାମରେ ବିଦିତ । ଏହାକୁ ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ ବା ସ୍ଟ୍ରେପ୍ଟୋକୋକାଲ୍ ଟନ୍ସିଲାଇଟିସ୍ ବା ସ୍ଟ୍ରେପ୍ଟୋକୋକାଲ୍ ସୋର୍ ଥ୍ରୋଟ୍ ବା କେବଳ ସୋର୍ ଥ୍ରୋଟ ନାମରେ ମଧ୍ୟ କୁହାଯାଏ । ଏହି ରୋଗର ଲକ୍ଷଣ: ଜ୍ୱର, ତଣ୍ଟି ଦରଜ, ଲାଲ ଟନ୍ସିଲ୍, ଓ ବେକରେ ଲସିକା ଗ୍ରନ୍ଥି ବଡ଼ ହୋଇଯାଏ । ମୁଣ୍ଡବଥା, ଅଇ ଓ ବାନ୍ତି ମଧ୍ୟ ହୋଇପାରେ ।[୧] କେତେକ ଲୋକଙ୍କର ବାଲିକାଗଜ ଭଳି ରାସ୍ ହୁଏ ଯାହାକୁ ସ୍କାରଲେଟ ଜ୍ୱର କୁହାଯାଏ ।[୨] ଲକ୍ଷଣ ସ୍ୱାଭାବିକ ଭାବରେ ସଂସ୍ପର୍ଶରେ ଆସିବାର ୧ରୁ ୩ ଦିନ ମଧ୍ୟରେ ଆରମ୍ଭ ହୋଇ ୭ରୁ ୧୦ ଦିନ ପର୍ଯ୍ୟନ୍ତ ରହେ ।[୨][୩]
ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | otolaryngology[*], ସଂକ୍ରାମକ ରୋଗ[*] |
ଆଇସିଡ଼ି-୧୦ | J02.0 |
ଆଇସିଡ଼ି-୯-ସିଏମ୍ | 034.0 |
ରୋଗ ଡାଟାବେସ | 12507 |
ମେଡ଼ିସିନ-ପ୍ଲସ | 000639 |
ଇ-ମେଡ଼ିସିନ | med/1811 |
ସଂକ୍ରମିତ ବ୍ୟକ୍ତିଙ୍କର ଶ୍ୱାସକ୍ରିୟାର ତରଳ ବିନ୍ଦୁକା ବା (ଇଂରାଜୀ ଭାଷାରେ ଡ୍ରପଲେଟ୍/droplets) ମାଧ୍ୟମରେ ସଂକ୍ରମଣ ବ୍ୟାପିଯାଏ । ସିଧା ସଳଖ ଅଥବା ଡ୍ରପଲେଟ ଲାଗିଥିବା ପଦାର୍ଥକୁ, ପାଟି, ନାକ ବା ଆଖିକୁ ଛୁଇଁଲେ ମଧ୍ୟ ଏହା ଡିଏଁ । ଅନେକ ଲୋକଙ୍କ ଦେହରେ ଜୀବାଣୁ ଥାଏ କିନ୍ତୁ ଲକ୍ଷଣ ଦେଖାଯାଏ ନାହିଁ । ଗ୍ରୁପ ଏ ସ୍ଟ୍ରେପ୍ଟୋକୋକସ୍ ଜନିତ ଚର୍ମ ରୋଗ ଥିଲେ ମଧ୍ୟ ଏହା ବ୍ୟାପିପାରେ ।[୧] ଦୃତ ଆଣ୍ଟିଜେନ ଚିହ୍ନଟ ପରୀକ୍ଷା ବା ଥ୍ରୋଟ କଲଚର କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୪]
ହସ୍ତ ଧ୍ରୌତ ଓ ଏକତ୍ର ଖାଦ୍ୟ ନ ଖାଇଲେ ଏହି ରୋଗ ପ୍ରତିରୋଧ କରିହୁଏ । ଏହି ରୋଗ ନିମନ୍ତେ କୌଣସି ଟିକା ନାହିଁ ।[୧] ନିଶ୍ଚିତ ରୋଗ ନିର୍ଣ୍ଣୟ କରାଗଲେ ଆଣ୍ଟିବାୟୋଟିକ ଦିଆଯାଏ । [୪] ସଂକ୍ରମିତ ଲୋକ ଚିକିତ୍ସା ଆରମ୍ଭ କରିବାର ଅତି କମ୍ରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଅନ୍ୟମାନଙ୍କଠାରୁ ଦୂରରେ ରହିବା ଆବଶ୍ୟକ ।[୧] ଯନ୍ତ୍ରଣା ହେଲେ ପାରାସେଟାମୋଲ (ଆସେଟାମିନୋଫେନ୍) ଓ ଆଇବୁପ୍ରୋଫେନ୍ ଭଳି (ଏନଏସଏଆଇଡି) ଦିଆଯାଏ ।[୫]
ପିଲାମାନଙ୍କର ଏହି ରୋଗ ଏକ ସାଧାରଣ ବେମାରୀ ।[୨] ପ୍ରାୟ ୧୫–୪୦% ପିଲାଙ୍କର ତଣ୍ଟ ଦରଜର କାରଣ ରୂପେ ଏହି ରୋଗ ଥାଏ,[୬][୭] ଓ ୫–୧୫% ବଡ଼ ମଣିଷଙ୍କର ଏହି କାରଣ ଥାଏ ।[୮] ଶୀତ ଶେଷରେ ଓ ବସନ୍ତ ଆରମ୍ଭରେ ଏହି ସାଧାରଣତଃ ଦେଖାଯାଏ ।[୭] ରିଉମାଟିକ ଜ୍ୱର ଓ ପେରିଟନସିଲାର ଆବସେସ ଇତ୍ୟାଦି ରୋଗ ଏହାକୁ ଜଟିଳ କରିବା ସମ୍ଭାବନା ଥାଏ ।[୧][୨]
ଚିହ୍ନ ଓ ଲକ୍ଷଣ
ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ ରୋଗର ଲକ୍ଷଣ: ତଣ୍ଟି ଦରଜ, ୩୮୦C (୧୦୦୦F)ରୁ ଅଧିକ ଜର, ଟନସିଲରେ ପୁଜ ଓ ବଡ଼ ଲସିକା ଗ୍ରନ୍ଥି[୭] ।
ଅନ୍ୟ ଲକ୍ଷଣ ମଧ୍ୟରେ ମୁଣ୍ଡ ବଥା, ବାନ୍ତି ଲାଗିବା, ବାନ୍ତି କରିବା, ପେଟ ଯନ୍ତ୍ରଣା[୯], ମାଂସପେଶୀରେ ଯନ୍ତ୍ରଣା ଓ ତାଳୁରେ ରକ୍ତିମ ଦାଗ ଦୁର୍ଲଭ କିନ୍ତୁ ରୋଗ ନିର୍ଣ୍ଣୟକାରୀ । ଇନ୍କ୍ୟୁବେସନ ସମୟ- ୧ରୁ ୩ ଦିନ ।
ନାଲି ଆଖି, କର୍କଶ ସ୍ୱର, ନାକରୁ ପାଣି ବହୁଥିଲେ, ପାଟିରେ ଘାଆ ଥିଲେ ଓ ଜର ନ ଥିଲେ ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ ରୋଗ ନିର୍ଣ୍ଣୟ କରା ଯାଏ ନାହିଁ ।
- Mouth wide open showing the throat
A throat infection which on culture tested positive for group A streptococcus. Note the large tonsils with white exudate. - A set of large tonsils in the back of the throat covered in white exudate.
A culture positive case of streptococcal pharyngitis with typical tonsillar exudate in an 8 year old.
କାରଣ
ଗ୍ରୁପ ଏ ବିଟା-ହେମୋଲାଇଟିକ ସ୍ଟ୍ରେପ୍ଟୋକୋକସ (group A beta-hemolytic streptococcus) ବା ଜିଏଏସ/GAS)ଦ୍ୱାରା ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ ରୋଗ ହୁଏ[୧୦] । ଏହା ବ୍ୟତିତ ନନ୍-ଗ୍ରୁପ ଏ ବିଟା-ହେମୋଲାଇଟିକ ସ୍ଟ୍ରେପ୍ଟୋକୋକସ ଓ ଫ୍ୟୁସୋବ୍ୟକ୍ଟେରିଅମଦ୍ୱାରା ମଧ୍ୟ ଏହି ରୋଗ ହୁଏ । ଏହି ଜୀବାଣୁ ନିବିଡ ସଂସ୍ପର୍ଶରେ ବାସ କରୁଥିବା ଲୋକଙ୍କ ମଧ୍ୟରେ ଜଣକଠାରୁ ଆଉ ଜଣକ ପାଖକୁ ଡିଏଁ ଯେପରିକି ସ୍କୁଲ ପିଲା ଓ ମିଲିଟାରୀ ବସତି[୧୧][୧୨] । ଦେଖା ଯାଇଛି, ଶୁଖିଲା ଜୀବାଣୁ ରୋଗ କରାଇ ପାରେ ନାହିଁ । ଓଦା ପଦାର୍ଥରେ ଯେପରିକି ଟୁଥ୍ ବ୍ରସରେ ଜୀବାଣୁ ୧୫ ଦିନ ପର୍ଯ୍ୟନ୍ତ ରହି ପାରନ୍ତି । କ୍ୱଚିତ ଏହି ଜୀବାଣୁ ଖାଦ୍ୟ ମାଧ୍ୟମରେ ସଂକ୍ରମିତ ହୋଇ ମହାମାରୀ ଆକାର ଧାରଣ କରେ । କୌଣସି ଲକ୍ଷଣ ନ ଥିଲେ ମଧ୍ୟ୧୨ % ପିଲାମାନଙ୍କ ତଣ୍ଟିରେ ଜୀବାଣୁ (GAS) ରହନ୍ତି[୬] । ଚିକିତ୍ସା ପରେ ମଧ୍ୟ ୧୫ % ପିଲା ବାହକ ରହନ୍ତି[୧୩] ।
ରୋଗ ନିର୍ଣ୍ଣୟ
ଲାବୋରେଟରି ପରୀକ୍ଷା
ଥ୍ରୋଟ କଲ୍ଚର୍ ଏକ ସ୍ୱର୍ଣ୍ଣିମ ପରୀକ୍ଷା[୧୪] ଯାହାର ସମ୍ବେଦନଶୀଳତା ୯୦ - ୯୫ % । ରାପିଡ ସ୍ଟ୍ରେପ ଟେଷ୍ଟ ବା ଆର୍.ଏ.ଡି.ଟି.(rapid antigen detection testing or RADT) ଟେଷ୍ଟଦ୍ୱାରା ଶୀଘ୍ର ଜଣା ପଡେ, ଏହାର ସମ୍ବେଦନଶୀଳତା କମ୍ କିନ୍ତୁ ଏହା ଥ୍ରୋଟ କଲ୍ଚର୍ ଭଳି କାମ କରେ ।
ରୋଗୀ ପରୀକ୍ଷାଦ୍ୱାରା ନିର୍ଣ୍ଣୟ ସନ୍ଦେହାତ୍ମକ ଥିଲେ ଆର୍.ଏ.ଡି.ଟି.ଦ୍ୱାରା ରୋଗ ନିର୍ଣ୍ଣୟ ନିଃସନ୍ଦେହ ହୁଏ । ବଡ଼ ମଣିଷମାନଙ୍କର ଆର୍.ଏ.ଡି.ଟି. ବିଯୁକ୍ତାତ୍ମକ ଥିଲେ ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ୍ ନୁହେଁ ବୋଲି ଧରାଯାଏ, କିନ୍ତୁ ପିଲାମାନଙ୍କ କ୍ଷେତ୍ରରେ ଥ୍ରୋଟ କଲ୍ଚର୍ ଆବଶ୍ୟକ ହୁଏ । ଲକ୍ଷଣ ନ ଥିବା ଲୋକଙ୍କର ଏହି ପରୀକ୍ଷା ଅନାବଶ୍ୟକ କାରଣ ଅନେକ କ୍ୟାରିଅର ଥାଆନ୍ତି ଯେଉଁମାନେ ଯୁକ୍ତାତ୍ମକ ଫଳ ଦେଖାନ୍ତି ।
ପ୍ରତିଷେଧ
ଏହି ରୋଗର ପ୍ରତିଷେଧ ନାହିଁ । ତିନି ବର୍ଷରୁ ଅଧିକ ସମୟ ଧରି ବାରମ୍ବାର ରୋଗ ହେଉଥିଲେ ଟନସିଲେକ୍ଟୋମି କରାଯାଏ କିନ୍ତୁ ଏହାର ଉପକାର ବହୁତ କମ । ଅନେକ ରୋଗୀଙ୍କର ଜୀବାଣୁ ସହ ଭୁତାଣୁ ଥିବା ଦେଖାଯାଏ । ଲକ୍ଷଣହୀନ ରୋଗୀଙ୍କର ଚିକିତ୍ସା ଅନାବଶ୍ୟକ । କ୍ୟାରିଅରମାନଙ୍କର ଚିକିତ୍ସା ଆବଶ୍ୟକ ନାହିଁ ।
ଚିକିତ୍ସା
ଚିକିତ୍ସା ନ କଲେ ମଧ୍ୟ ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ ରୋଗ କିଛି ଦିନ ମଧ୍ୟରେ କମିଯାଏ । ଚିକିତ୍ସା ନ କଲେ ରିଉମାଟିକ୍ ଫିଭର ଓ ରେଟ୍ରୋଫାରିଞ୍ଜିଆଲ୍ ଆବସେସ୍ ହେବା ସମ୍ଭାବନା ଥାଏ, ଏଣୁ ରୋଗ ଆରମ୍ଭ ହେବାର ୯ ଦିନ ମଧ୍ୟରେ ଆଣ୍ଟିବାୟୋଟିକ୍ ଦେବା ଆବଶ୍ୟକ ।
ଯନ୍ତ୍ରଣା ଉପଶମକାରୀ
ପାରାସେଟାମଲ ଓ ଏନ୍.ଏସ୍.ଏ.ଆଇ.ଡି. ଭଳି ଔଷଧ ଯନ୍ତ୍ରଣା ନିବାରଣ ନିମନ୍ତେ ଦିଆଯାଏ ।
ଆଣ୍ଟିବାୟୋଟିକ
ଆମେରିକାରେ ପେନିସିଲିନ୍ ଭି ଦିଆଯାଏ[୭] , ଏହା ଶସ୍ତା ବିପଦମୁକ୍ତ ଓ ଉତ୍ତମ କାମ କରେ । ୟୁରୋପରେ ଆମୋକ୍ସିସିଲିନ ଦିଆଯାଏ[୧୫] । ଭାରତରେ ବେଞ୍ଜାଥିନ୍ ପେନିସିଲିନ୍ ଇଞ୍ଜେକସନ୍ ପ୍ରାଥମିକ ଭାବେ ଦିଆଯାଏ । ରିଉମାଟିକ ଓ ରେଟ୍ରୋଫାରିଞ୍ଜିଆଲ ଆବସେସ୍ ରୋଗମାନଙ୍କୁ ରୋକିବାକୁ ଏହି ଔଷଧ ଦିଆଯାଏ । [୧୬] ପେନିସିଲିନ ଆଲର୍ଜି ଥିଲେ ଏରିଥ୍ରୋମାଇସିନ, କ୍ଲିଣ୍ଡାମାଇସିନ ଦିଆଯାଏ । ଆଣ୍ଟିବାୟୋଟିକ ଖାଇବାଦ୍ୱାରା ୩-୫ ଦିନ ହେଉଥିବା ଏହି ରୋଗ ଗୋଟିଏ ଦିନ କମିଯାଏ ଓ ରୋଗ ଡେଇଁବା ବନ୍ଦ ହୋଇଯାଏ । ଏହି ରୋଗର ଅନ୍ୟ ଏକ ଜଟୀଳତା ହେଉଛି ଆକ୍ୟୁଟ ଗ୍ଲୋମେରୁଲାର ନେଫ୍ରାଇଟିସ, କିନ୍ତୁ ଆଣ୍ଟିବାୟୋଟିକଦ୍ୱାରା ଏହା ରୋକି ହୁଏ ନାହିଁ ।