୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣ

୨୦୨୨ ଫେବୃଆରୀ ୨୪ ତାରିଖରେ ଋଷ ଦକ୍ଷିଣ-ପଶ୍ଚିମରେ ଏହାର ଅନ୍ୟତମ ପଡ଼ୋଶୀ ଦେଶ ୟୁକ୍ରେନ ଉପରେ ଏକ ବଡ଼ ଧରଣର ଆକ୍ରମଣ ଆରମ୍ଭ କରିଥିଲା । ପ୍ରାରମ୍ଭିକ ରିପୋର୍ଟ ଏହାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ୟୁରୋପର ସର୍ବବୃହତ ପାରମ୍ପାରିକ ଯୁଦ୍ଧ ଅପରେସନ ବୋଲି ଘୋଷଣା କରିଥିଲା ।[୧][୨][୩] ଏହା ୨୦୧୪ ପରଠାରୁ ବିବାଦ ଭିତରେ ଥିବା ଦେଶଗୁଡ଼ିକ ମଧ୍ୟରେ ଏକ ବିକାଶ ବିକାଶ ଚିହ୍ନିତ କରିଥିଲା । ୨୦୧୪ରେ ରିଭୋଲ୍ୟୁସନ ଅଫ ଡିଗ୍ନିଟି ପରେ ଋଷିଆ କ୍ରାଇମିଆକୁ ଅଧିକାର କରିଥିଲା ଏବଂ ରୁଷିଆ ସମର୍ଥିତ ବିଚ୍ଛିନ୍ନତାବାଦୀ ଦଳଗୁଡ଼ିକ ପୂର୍ବ ୟୁକ୍ରେନର ଡୋନବାସର କିଛି ଅଂଶ ଜବତ କରିଥିଲେ । ଏହା ଫଳରେ ଏହି ଅଞ୍ଚଳରେ ଆଠ ବର୍ଷ ଧରି ଯୁଦ୍ଧ ଚାଲିଥିଲା ।[୪][୫]

ଆଧାର