ଧଣିଆ

ଧଣିଆ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ ଯାହା ୩୦ରୁ ୯୦ ସେ.ମି. ଯାଏ ବଢ଼ିଥାଏ। ଏହା ଏକ ଭଲ ମସଲା ଭାବେ ଲୋକପ୍ରିୟ। ଏହି ଗଛ ସିଧା ବଢେ, ଏହାର କାଣ୍ଡ ନରମ, ପତ୍ର ଗୁଡ଼ିକ ଛୋଟ ଛୋଟ ଶିରାଶିରା, ଫୁଲ ଧଳା ରଙ୍ଗର। ଏହାର ଫଳ ଗୋଲ ଓ ବାଦାମୀ ରଙ୍ଗର। ଏହାର ପତ୍ର ଓ ଫଳ ଭଭୟକୁ ମସଲା ରୂପେ ବ୍ୟବହାର କରାଯାଏ।

ଧଣିଆ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ:Plantae
ଅଶ୍ରେଣୀକୃତ:Angiosperms
ଅଶ୍ରେଣୀକୃତ:Eudicots
ଅଶ୍ରେଣୀକୃତ:Asterids
ଗଣ:Apiales
କୁଳ:Apiaceae
ପ୍ରଜାତି:Coriandrum
ଜାତି:C. sativum
ବାଇନୋମିଆଲ ନାମ
Coriandrum sativum

ବିବିଧ ଭାଷାରେ ନାମ

ଭାଷାନାମ
ଓଡ଼ିଆଧଣିଆ
ସଂସ୍କୃତଧଣ୍ୟା
ହିନ୍ଦୀଧନିଆ
ଗୁଜରାଟୀKonphir
ତାମିଲKothamali
ତେଲୁଗୁDhaniyalu
ବଙ୍ଗଳାDhane
ମରାଠିKotmir, Dhanna
ମାଲୟାଲମKothampalari
ବର୍ମିଜNa-nan bin
EnglishCoriander

ବ୍ୟବହାର

ଔଷଧୀୟ

ସଜ ଧଣିଆ ପତ୍ର, ଏହାକୁ ଚୀନି ପାରସ୍ଲେ ବା ସିଲାଣ୍ଟ୍ରୋ ମଧ୍ୟ କୁହାଯାଏ।
  • ଏହାକୁ କ୍ଷୁଧା ବର୍ଦ୍ଧକ ରୂପେ ବ୍ୟବହାର କରାଯାଏ।
  • ପେଟର ବିକୃତି, ବାୟୁ ଆଦି ଦୂର କରେ।
  • ଆକସ୍ମିକ ପେଶୀ ସଂକୋଚନ, ମୁର୍ଚ୍ଛା ଆଦିରେ ଏହା ଗୁଣକାରୀ।
  • ପାକସ୍ଥଳୀର କ୍ଷମତା ବଢାଏ।
  • ଦରଜ କରୁଥିବା ଗଣ୍ଠିରେ ଲଗାଇଲେ ଏହା ବଥା କମାଏ।
  • ଔଷଧାଦିକୁ ସୁଗନ୍ଧିତ କରିବାପାଇଁ ଏହାର ବହୁଳ ବ୍ୟବହାର ହୋଇଥାଏ।

ଅନ୍ୟାନ୍ୟ

ଶୁଖିଲା ଧଣିଆ ମଞ୍ଜି
  • ଧଣିଆ [୧] ଏକ ଭଲ ମସଲା। ଏହାର ମଞ୍ଜିକୁ ଓ ପତ୍ରକୁ ମସଲା ରୂପେ ଅନେକ ପ୍ରକାରର ଭାରତୀୟ ବ୍ୟଞ୍ଜନରେ ବ୍ୟବହାର କରାଯାଏ। ଏହାର ପତ୍ର ସହିତ ତେନ୍ତୁଳି ମିଶାଇ ସ୍ୱାଦିଷ୍ଠ ଚଟଣୀ ମଧ୍ୟ କରାଯାଏ। ଧଣିଆ ମଞ୍ଜିକୁ ପାନର ମସଲା ରୂପେ ମଧ୍ୟ ଉପଯୋଗ କରାଯାଏ।

ଆଧାର

ଅଧିକ ତଥ୍ୟ

  • Plants That Heal by Dr. J C Kurian, Oriental Watchman Publishing House, Pune, India