ରସୁଣ

ରସୁଣ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହା ଏକ ଭଲ ମସଲା ଭାବେ ମଧ୍ୟ ଲୋକପ୍ରିୟ। ଏହି ଗୁଳ୍ମ ଅତି ବେଶୀରେ ୩୦ ସେ.ମି. ଉଚ୍ଚତା ଯାଏଁ ବଢ଼ିଥାଏ । ପତ୍ର ଗୁଡ଼ିକ ଚେପଟା, ସରୁ ଓ ଲମ୍ବା । ଏହାର ମୂଳରେ କଲି କଲି ହୋଇ ଏକ ଧଳା ଆବରଣରେ ଆବୃତ ହୋଇ ରସୁଣ ରହିଥାଏ। ଏହାର ମୂଳକୁ ହିଁ ମୁଖ୍ୟତଃ ମସଲା ଓ ଔଷଧ ରୂପରେ ବ୍ୟବହାର କରାଯାଇଥାଏ ।ଭାରତୀୟ ବ୍ୟଞ୍ଜନରେ ଏହାର ବହୁଳ ବ୍ୟବହାର ହୋଇଥାଏ ।

ରସୁଣ
Allium sativum, known as garlic, from William Woodville, Medical Botany, 1793.
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ:ଉଦ୍ଭିଦ ସାମ୍ରାଜ୍ୟ
ଗୋଷ୍ଠୀ:ଟ୍ରାକିଓଫାଇଟା
ଗୋଷ୍ଠୀ:ସ୍ପର୍ମାଟୋଫାଇଟା
ଗୋଷ୍ଠୀ:ଆବୃତବୀଜୀ
ଗୋଷ୍ଠୀ:ଏକବୀଜପତ୍ରୀ
ଗଣ:ଆସ୍ପାରାଗେଲ
Family:{{{1}}}
Subfamily:{{{1}}}
Genus:{{{1}}}
ଜାତି:A. sativum
ବାଇନୋମିଆଲ ନାମ
Allium sativum
ରସୁଣ ମାଳ

ବିବିଧ ଭାଷାରେ ନାମ

ଭାଷାନାମ
ଓଡ଼ିଆରସୁଣ
ସଂସ୍କୃତଅରିଷ୍ଟ
ହିନ୍ଦୀଲସୁନ
କନ୍ନଡ଼Belluli
ଗୁଜରାଟୀLasan
ତାମିଲVellaipundu
ତେଲୁଗୁVelluli
ବଙ୍ଗଳାLasun
ମରାଠିLasunas
ମାଲୟାଲମVelluli
ବର୍ମିଜKyiat thwon Phyu
EnglishGarlic
ରସୁଣ ଫୁଲ

ବ୍ୟବହାର

ଔଷଧୀୟ

  • ଦେହରୁ କୃମି ମାରିବାରେ
  • ଥଣ୍ଡା, ସର୍ଦ୍ଦି ଦୂର କରିବାରେ, ଟନସିଲ (ଗଳାବ୍ୟଥା), କଣ୍ଠର କର୍କଶ ସ୍ୱରରେ
  • ଲାଳ ବୃଦ୍ଧି କରିବା ଓ ହଜମରେ ସହାୟତା କରିବାରେ, ପେଟର ବାୟୁ ଓ ପେଟକାମୁଡ଼ା ଆଦି ଦୂର କରିବାରେ
  • ମୂତ୍ରର ପ୍ରବାହକୁ ସୁଗମ କରିବାରେ
  • ଜ୍ୱର ଦୂର କରିବାରେ
  • ଫୁଲା, ଦରଜ ଦୂର କରିବାରେ
  • ବ୍ରୋଙ୍କାଇଟିସ, ଯକ୍ଷ୍ମା (ଟ୍ୟୁବରକୁଲୋସିସ) , ନିମୁନିଆ(ସନ୍ନିପାତ), ଆସ୍ଥ୍ମା(ଶ୍ୱାସ), ଏବଂ ଅନ୍ୟାନ୍ୟ ଶ୍ୱାସ ସମ୍ବନ୍ଧିୟ ରୋଗରେ
  • ଏହା ଉଚ୍ଚ ରକ୍ତଚାପର ଉତ୍ତମ ଔଷଧ। ଏଥିପାଇଁ କଞ୍ଚା ରସୁଣକୁ ସାଲାଡରେ ଖିଆଯାଏ ।
  • ଏହା କର୍କଟ ରୋଗର ପ୍ରତିଷେଧକ ଓ ଆଣ୍ଟିବାୟୋଟିକ
  • କାନଟଣା, କାଲାପଣ ଓ ବାଳ ବଢିବାରେ ବିଳମ୍ବ ହେଲେ ଏହାର ପ୍ରୟୋଗ କରାଯାଏ, ଏଥିପାଇଁ ରସୁଣକୁ ଛେଚି ନଡିଆ ତେଲରେ ଗରମ କରି, ସେହି ତେଲକୁ ଛାଣି ତାକୁ ନଖ ଉଷୁମ କାନରେ ପକାଯାଏ।
  • ବିଭିନ୍ନ ଚର୍ମରୋଗରେ ଏହା ଗୁଣକାରୀ
  • ବୈଜ୍ଞାନିକ ପର୍ଯ୍ୟବେକ୍ଷଣରୁ ଜଣା ପଡ଼ିଛି ଯେ, ରସୁଣ ଖାଇବାଦ୍ୱାରା ଦେହରେ କୋଲେଷ୍ଟରଲର ମାତ୍ରା କମ୍ ହୁଏ ।

ଅନ୍ୟାନ୍ୟ

  • ନିମ୍ନରକ୍ତଚାପ (hypotension)ର ରୋଗୀ ରସୁଣ ଖାଇବା ହାନିକାରକ ।

ଆଧାର

ପୁସ୍ତକ

  • Plants That Heal by Dr. J C Kurian, Oriental Watchman Publishing House, Pune, India

ଅଧିକ ତଥ୍ୟ