୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନ

ଓଡ଼ିଶା ବିଧାନ ସଭା ନିର୍ବାଚନ

ଓଡ଼ିଶାର ବିଧାନ ସଭା ନିର୍ବାଚନ ୨୦୧୯ ମସିହା ୧୧ ଅପ୍ରେଲରୁ ୨୯ ଅପ୍ରେଲ ମଧ୍ୟରେ ଓଡ଼ିଶାର ଲୋକ ସଭା ଆସନଗୁଡ଼ିକର ନିର୍ବାଚନ ସହ ମିଶିକରି ଅନୁଷ୍ଠିତ ହୋଇଥିଲା ।[୧][୨] ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳର ନେତା ନବୀନ ପଟ୍ଟନାୟକ, ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ[୩], ଧର୍ମେନ୍ଦ୍ର ପ୍ରଧାନ ଏବଂ କଂଗ୍ରେସ ଦଳ ମୁଖ୍ୟ ପ୍ରତିଯୋଗୀ ଭାବେ ନିର୍ବାଚନ ଲଢ଼ିଥିଲେ । ୧୫ଶ ବିଧାନ ସଭାର କାର୍ଯ୍ୟକାଳ ୨୪ ମଇ ୨୦୧୯ ତାରିଖରେ ସମାପ୍ତ ଘଟିଥିଲା ।

୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନ
India
୨୦୧୪ ←
ଅପ୍ରେଲ ୨୦୧୯

୧୪୭ ବିଧାନ ସଭା ନିର୍ବାଚନ ମଣ୍ଡଳୀ
୭୪ seats needed for a majority
 
Leaderନବୀନ ପଟ୍ଟନାୟକନିରଞ୍ଜନ ପଟ୍ଟନାୟକପ୍ରଦୀପ୍ତ କୁମାର ନାୟକ
Partyବିଜଦକଂଗ୍ରେସଭାଜପା
Leader since୧୯୯୬୨୦୧୮୧୯୯୫
Leader's seatହିଞ୍ଜିଳିଘସିପୁରାଭଣ୍ଡାରିପୋଖରୀଭବାନୀପାଟଣା
Current seats୧୧୭୧୬୧୦

ଫଳାଫଳ

Incumbent CM

ନବୀନ ପଟ୍ଟନାୟକ
ବିଜଦ

ଜୟଦେବ ନିର୍ବାଚନ ମଣ୍ଡଳୀର ଏକ ପୋଲିଂ ବୁଥରେ ଲୋକେ ମତଦାନ ପାଇଁ ଧାଡ଼ି ହୋଇ ଛିଡ଼ାହୋଇଥିବାର ଏକ ଦୃଶ୍ୟ

ନିର୍ବାଚନ ଫଳାଫଳ ୨୩ ମଇ ୨୦୧୯ ତାରିଖରେ ପ୍ରକାଶ ପାଇଥିଲା, ଯେଉଁଥିରେ ବିଜେଡି ମୋଟ ୧୪୬ରୁ (ପାଟକୁରା ଆସନରେ ନିର୍ବାଚନ ହୋଇନଥିଲା) ୧୧୨ଟି ଆସନରେ ବିଜୟୀହୋଇ ସଂଖ୍ୟାଗରିଷ୍ଠତା ଲାଭ କରିଥିଲା । ଏହି ନିର୍ବାଚନରେ ନବୀନ ପଟ୍ଟନାୟକ ଲଗାତାର ପଞ୍ଚମ ଥର ପାଇଁ ବିଜୟୀ ହୋଇ ସରକାର ଗଢ଼ିଥିଲେ ।

ପାଟକୁରାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ୨୯ ଅପ୍ରେଲରେ ହେବାର ଥିଲା କିନ୍ତୁ, ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କର ଦେହାନ୍ତ ଯୋଗୁଁ ମଇ ୧୯ ଯାଏଁ ନିର୍ବାଚନ ଘୁଞ୍ଚାଯାଇଥିଲା ।[୪] ପରେ ଘୁର୍ଣ୍ଣିବାତ୍ୟା ଫଣୀ ଯୋଗୁଁ ଏହାକୁ ଆଉଥରେ ଘୁଞ୍ଚାଯାଇ ୨୦ ଜୁଲାଇରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ।[୫] ଜୁଲାଇ ୨୪, ୨୦୧୯ ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇଥିଲା । ବିଜେଡି ପ୍ରତିନିଧି, ସାବିତ୍ରୀ ଅଗରୱାଲ ଏହି ଆସନରୁ ଜିତିଥିଲେ ।[୬]

ପୃଷ୍ଠଭୂମି

ଓଡ଼ିଶାରେ ମୋଟ ୧୪୭ଟି ବିଧାନ ସଭା ଆସନ ରହିଛି । ତନ୍ମଧ୍ୟରୁ ୯୦ଟି ସାଧାରଣ, ୨୪ଟି ଅନୁସୂଚିତ ଜାତି ଏବଂ ବାକି ୩୩ଟି ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଅଟେ ।[୭] ୧୪୭ଟି ଆସନରୁ ଅତି କମରେ ଗୋଟିଏ ଦଳ କି ଗଠବନ୍ଧନ ଯଦି ୭୪ଟିରୁ ଅଧିକ ଆସନର ସମର୍ଥନ ପ୍ରମାଣିତ କରିପାରିବେ ତେବେ ସେମାନେ ସରକାର ଗଠନ କରିପାରିବେ । ୨୦୧୪ରେ ହୋଇଥିବା ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳ ୧୧୭ଟି ଆସନରୁ ଜିତି ଏକାକୀ ସଂଖ୍ୟା ଗରିଷ୍ଠତା ଲାଭ କରି ଦଳର ନେତା ନବୀନ ପଟ୍ଟନାୟକଙ୍କଦ୍ୱାରା ସରକାର ଗଢ଼ିଥିଲେ ।[୮]

ନିର୍ବାଚନ କାର୍ଯ୍ୟକ୍ରମ ସୂଚୀ

ଓଡ଼ିଶାର ୧୪୭ଟି ବିଧାନ ସଭା ଆସନରେ ଚାରୋଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା ।[୯][୧୦]

ନିର୍ବାଚନ ପର୍ଯ୍ୟାୟନିର୍ବାଚନ ତାରିଖଲୋକ ସଭା ନିର୍ବାଚନ ମଣ୍ଡଳୀଅନ୍ତର୍ଭୁକ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀଅନ୍ତର୍ଗତ ଜିଲ୍ଲା
ପ୍ରଥମ୧୧ ଅପ୍ରେଲ ୨୦୧୯କଳାହାଣ୍ଡିନୂଆପଡ଼ା, ଖଡ଼ିଆଳ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲାକଳାହାଣ୍ଡି, ନୂଆପଡ଼ା
ନବରଙ୍ଗପୁରଉମରକୋଟ, ଝରିଗାଁ, ନବରଙ୍ଗପୁର‎, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡାନବରଙ୍ଗପୁର, ମାଲକାନଗିରି, କୋରାପୁଟ
ବ୍ରହ୍ମପୁରଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡିଗଞ୍ଜାମ, ଗଜପତି
କୋରାପୁଟଗୁଣୁପୁର, ବିଷମ କଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟାଙ୍ଗିକୋରାପୁଟ, ରାୟଗଡ଼ା
ଦ୍ୱିତୀୟ୧୮ ଅପ୍ରେଲ ୨୦୧୯ବରଗଡ଼ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲୀ, ବ୍ରଜରାଜନଗର, ଝାରସୁଗୁଡ଼ାବରଗଡ଼, ଝାରସୁଗୁଡ଼ା
ସୁନ୍ଦରଗଡ଼ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇସୁନ୍ଦରଗଡ଼
ବଲାଙ୍ଗୀରବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟନାଗଡ଼, ବଲାଙ୍ଗୀର, ଟିଟଲାଗଡ଼, କଣ୍ଟାବାଞ୍ଝିବଲାଙ୍ଗୀର, ସୁବର୍ଣ୍ଣପୁର
କନ୍ଧମାଳବାଲିଗୁଡ଼ା, ଘୁ. ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲା, ଭଞ୍ଜନଗରକନ୍ଧମାଳ, ବୌଦ୍ଧ, ନୟାଗଡ଼, ଗଞ୍ଜାମ
ଆସିକାପୋଲସରା, କବିସୂର୍ଯ୍ୟ ନଗର, ଖଲ୍ଲିକୋଟ, ଆସିକା, ସୋରଡ଼ା, ସାନଖେମୁଣ୍ଡି, ହିଞ୍ଜିଳିଗଞ୍ଜାମ
ତୃତୀୟ୨୩ ଅପ୍ରେଲ ୨୦୧୯ସମ୍ବଲପୁରକୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକସମ୍ବଲପୁର, ଦେବଗଡ଼, ଅନୁଗୋଳ
କେନ୍ଦୁଝରତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆକେନ୍ଦୁଝର, ମୟୂରଭଞ୍ଜ
ଢେଙ୍କାନାଳଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପର୍ଜଙ୍ଗ, ପାଲଲହଡ଼ା, ତାଳଚେର, ଅନୁଗୋଳଢେଙ୍କାନାଳ, ଅନୁଗୋଳ
କଟକବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟି-କଟକ, ଚୌଦ୍ୱାର - କଟକ, କଟକ ସଦର, ଖଣ୍ଡପଡ଼ାକଟକ, ନୟାଗଡ଼
ପୁରୀପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡ଼ପୁରୀ, ଖୋର୍ଦ୍ଧା, ନୟାଗଡ଼
ଭୁବନେଶ୍ୱରଖଣ୍ଡପଡ଼ା, ଖୋର୍ଦ୍ଧା, ଜଟଣି, ଦଶପଲ୍ଲା, ନୟାଗଡ଼, ବେଗୁନିଆ, ଭୁବନେଶ୍ୱର, ଜୟଦେବଖୋର୍ଦ୍ଧା
ଚତୁର୍ଥ୨୯ ଅପ୍ରେଲ ୨୦୧୯ମୟୂରଭଞ୍ଜଜଶୀପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବାରିପଦା, ମୋରଡ଼ାମୟୂରଭଞ୍ଜ
ବାଲେଶ୍ୱରବଡ଼ସାହି, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରିବାଲେଶ୍ୱର
ଭଦ୍ରକସୋର, ଶିମୂଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲିଭଦ୍ରକ, ବାଲେଶ୍ୱର
ଯାଜପୁରବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରାଇ, ସୁକିନ୍ଦାଯାଜପୁର
କେନ୍ଦ୍ରାପଡ଼ାସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ାକେନ୍ଦ୍ରାପଡ଼ା, କଟକ
ଜଗତସିଂହପୁରନିଆଳି, ପାରାଦ୍ୱୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର, ନିମାପଡ଼ାଜଗତସିଂହପୁର, କଟକ, ପୁରୀ

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ଟି ଲୋକ ସଭା ଏବଂ ୨୮ଟି ବିଧାନ ସଭା ଆସନ ପାଇଁ ଯଥାକ୍ରମେ ୨୮ ଜଣ ଲୋକ ସଭା ପ୍ରାର୍ଥୀ ଏବଂ ୨୦୩ ଜଣ ବିଧାନ ସଭା ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ ।[୧୧]

ପ୍ରଚାର

କଂଗ୍ରେସ ନିର୍ବାଚନ ପାଇଁ ୪୪ଟି ଆସନରୁ ପ୍ରାର୍ଥୀ ଛିଡ଼ା କରେଇବ ବୋଲି ଅକ୍ଟୋବରରେ ଘୋଷଣା କରିଥିଲେ ।[୧୨][୧୩] ସେହି ମାସ, ଅକ୍ଟୋବର, ୨୦୧୮ରେ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ, କଂଗ୍ରେସ ଓଡ଼ିଶାରେ ସରକାର ଗଢ଼ିଲେ ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲେ ।[୧୪][୧୫] ଏହାର ମାସକ ପରେ ନଭେମ୍ବରରେ ଭାରତୀୟ ଜନତା ପାର୍ଟି ପକ୍ଷ୍ୟରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା ।[୧୬][୧୭] ନରେନ୍ଦ୍ର ମୋଦୀଙ୍କର ଜନପ୍ରିୟତାରେ ବିଜେପି ଓଡ଼ିଶାରେ ନିର୍ବାଚନ ଜିତିବା ଆଶାରେ ଥିଲେ ।[୧୮]

ପ୍ରସଙ୍ଗଗୁଡ଼ିକ

ବେକାରୀ ସମସ୍ୟା, ଚାଷ ଜମିକୁ ପାଣି, ଘରକୁ ପାଣି, ମନରେଗା (MNREGA)ରେ ଆସୁଥିବା ଟଙ୍କାର ଲୁଟ ଇତ୍ୟାଦି ମୁଖ୍ୟ ପ୍ରସଙ୍ଗ ରହିଥିଲା ।[୧୯] କଂଗ୍ରେସ ଏହାର ପ୍ରସ୍ତାବିତ ଇସ୍ତାହାରରେ ଚାଷ ଓ ଚାଷୀ ପ୍ରସଙ୍ଗରେ କୃଷି ଋଣଛାଡ଼, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ୍‌ ପିଛା ୨୬୦୦ ଟଙ୍କା, ଚାଷୀଙ୍କୁ ୫ ବର୍ଷ ଯାଏଁ ସହାୟତା, ସୋଲାର ପମ୍ପ ଯୋଗାଣ, ପ୍ରତ୍ୟେକ ଜିଲ୍ଲାରେ ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ; ବେକାର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ, ମହିଳାଙ୍କୁ ଆର୍ଥିକ ସହାୟତା ବ୍ୟତୀତ ସେମାନଙ୍କୁ ସଶକ୍ତୀକରଣ କରି ସେମାନଙ୍କ ମାଧ୍ୟମରେ ରାଜ୍ୟରେ ମହିଳା ହିଂସା ହାର ହ୍ରାସ ଭଳି ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା ।[୨୦]

ବିଭିନ୍ନ ଦଳ ଏବଂ ଗଠବନ୍ଧନ

ସିପିଆଇ କେନ୍ଦ୍ରୀୟ ସମ୍ପାଦକ ଡି. ରାଜା ଭୁବନେଶ୍ୱରରେ ଏକ ଦଳୀୟ କାର୍ଯ୍ୟକ୍ରମରେ ୧୭ ଫେବୃୟାରୀ ୨୦୧୯ରେ ସିପିଆଇ, ସିପିଏମ୍‍, ଜେଏମଏମ ଓ କଂଗ୍ରେସକୁ ନେଇ ଏକ ମହାମେଣ୍ଟ ଗଠନ କରାଯିବ ବୋଲି ଘୋଷଣା କରିଥିଲେ ।[୨୧]

ପ୍ରାର୍ଥୀ ତାଲିକା

ବିଧାନ ସଭା ନିର୍ବାଚନରେ ଛିଡ଼ା ହୋଇଥିବା ପ୍ରାର୍ଥୀମାନଙ୍କର ତାଲିକା:[୨୨][୨୩][୨୪][୨୫][୨୬][୨୭][୨୮][୨୯][୩୦][୩୧][୩୨][୩୩][୩୪]

ନିର୍ବାଚନ ମଣ୍ଡଳୀ କ୍ରମାଙ୍କବିଧାନ ସଭା ନିର୍ବାଚନ ମଣ୍ଡଳୀପ୍ରାର୍ଥୀ
ବିଜେତାବିଜୁ ଜନତା ଦଳଭାରତୀୟ ଜନତା ପାର୍ଟିଭାରତୀୟ ଜାତୀୟ କଂଗ୍ରେସଅନ୍ୟ ଦଳ ପ୍ରାର୍ଥୀସ୍ୱାଧୀନ ପ୍ରାର୍ଥୀ
ଅତାବିରା(ସଂ)ସ୍ନେହାଙ୍ଗିନୀ ଛୁରିଆସ୍ନେହାଙ୍ଗିନୀ ଛୁରିଆମିଲନ ସେଠ୍ନିହାର ମହାନନ୍ଦ
୬୧ଅନୁଗୁଳରଜନୀକାନ୍ତ ସିଂହରଜନୀକାନ୍ତ ସିଂହପ୍ରତାପ ପ୍ରଧାନବିପ୍ଳବ ଜେନା
୮୯ଆଠଗଡରଣେନ୍ଦ୍ର ପ୍ରତାପ ସ୍ୱାଇଁରଣେନ୍ଦ୍ର ପ୍ରତାପ ସ୍ୱାଇଁଉମାବଲ୍ଲଭ ରଥ
୬୩ଆଠମଲ୍ଲିକରମେଶ ଚନ୍ଦ୍ର ସାଇରମେଶ ଚନ୍ଦ୍ର ସାଇବିଜୟାନନ୍ଦ ଛୋଲିଆ
୨୨ଆନନ୍ଦପୁର(ସଂ)ଭାଗିରଥୀ ସେଠୀଭାଗିରଥୀ ସେଠୀଜୟଦେବ ଜେନା
୯୮ଆଳିପ୍ରତାପ କେଶରୀ ଦେବପ୍ରତାପ କେଶରୀ ଦେବଦୋଳଗୋବିନ୍ଦ ନାୟକଦେବେନ୍ଦ୍ର ଶର୍ମା
୧୨୮ଆସ୍କାମଞ୍ଜୁଳା ସ୍ୱାଇଁମଞ୍ଜୁଳା ସ୍ୱାଇଁଦେବରାଜ ମହାନ୍ତିମନୋଜ କୁମାର ଜେନା
୩୧ଉଦଳା (ସଂ)ଭାସ୍କର ମଢ଼େଇଶ୍ରୀନାଥ ସୋରେନ୍‌ଭାସ୍କର ମଢ଼େଇ
୭୩ଉମରକୋଟ(ସଂ)ନିତ୍ୟାନନ୍ଦ ଗଣ୍ଡସୁବାଷ ଗଣ୍ଡନିତ୍ୟାନନ୍ଦ ଗଣ୍ଡଯଶୋଦା ରାଣୀ ଗଣ୍ଡ
୧୧୪ଏକାମ୍ର ଭୁବନେଶ୍ୱରଅଶୋକ ଚନ୍ଦ୍ର ପଣ୍ଡାଅଶୋକ ଚନ୍ଦ୍ର ପଣ୍ଡାବାବୁ ସିଂହରଶ୍ମୀରେଖା ମହାପାତ୍ର
୯୩କଟକ ସଦର(ସଂ)ଚନ୍ଦ୍ର ସାରଥି ବେହେରାଚନ୍ଦ୍ର ସାରଥି ବେହେରାଦିଲ୍ଲୀପ ମଲ୍ଲିକଅଭିଷେକ ମହାନନ୍ଦ
୭୦କଣ୍ଟାବାଞ୍ଜିସନ୍ତୋଷ ସିଂ ସାଲୁଜାଅଜୟ ଦାସଲକ୍ଷ୍ମଣ ବାଗସନ୍ତୋଷ ସିଂ ସାଲୁଜା
୮୫କଣ୍ଟାମାଳମହୀଧର ରଣାମହୀଧର ରଣାକହ୍ନେଇ ଡାଙ୍ଗପ୍ରଶାନ୍ତ ସାହୁ
୧୨୫କବିସୂର୍ଯ୍ୟ ନଗରଲତିକା ପ୍ରଧାନଲତିକା ପ୍ରଧାନରଂଜନ ପଲ୍ଲାଇବିଜୟ କୁମାର ସାହୁ
୩୦କରଂଜିଆ(ସଂ)ବାସନ୍ତୀ ହେମ୍ବ୍ରମବାସନ୍ତୀ ହେମ୍ବ୍ରମପଦ୍ମଚରଣ ହାଇବ୍ରୁସୁଦାମ ଚରଣ ନାୟକ
୧୦୫କାକଟପୁର(ସଂ)ତୁଷାରକାନ୍ତି ବେହେରାତୁଷାରକାନ୍ତି ବେହେରାବିଶ୍ୱଭୂଷଣ ଦାସ
୫୭କାମାକ୍ଷାନଗରପ୍ରଫୁଲ୍ଲ କୁମାର ମଲ୍ଲିକପ୍ରଫୁଲ୍ଲ କୁମାର ମଲ୍ଲିକଶତ୍ରୁଘ୍ନ ଜେନା
୧୫କୁଚିଣ୍ଡା(ସଂ)କିଶୋର ଚନ୍ଦ୍ର ନାୟକକିଶୋର ଚନ୍ଦ୍ର ନାୟକରବିନାରାୟଣ ନାୟକଶୋଭରାମ ପ୍ରଧାନ
୨୪କେନ୍ଦୁଝର(ସଂ)ମୋହନ ଚରଣ ମାଝୀମାଧବ ସର୍ଦ୍ଦାରମୋହନ ଚରଣ ମାଝୀବିଦ୍ୟାଧର ଦେହୁରୀ
୯୭କେନ୍ଦ୍ରାପଡ଼ାଶଶିଭୂଷଣ ବେହେରାଶଶିଭୂଷଣ ବେହେରା[୩୫]ଗଣେଶ୍ୱର ବେହେରା
୧୪୨କୋଟପାଡ଼(ସଂ)ପଦ୍ମିନୀ ଦିଆନପଦ୍ମିନୀ ଦିଆନଖଗେଶ୍ୱର ପୂଜାରୀଚନ୍ଦ୍ରଶେଖର ମାଝୀ
୧୪୪କୋରାପୁଟ(ସଂ)ରଘୁରାମ ପୋଡାଲରଘୁରାମ ପୋଡାଲତ୍ରିପୁରା ଗର୍ଦ୍ଦାକୃଷ୍ଣଚନ୍ଦ୍ର କୁଲଦୀପ୍
୫୩କୋରାଇଅଶୋକ କୁମାର ବଳଅଶୋକ କୁମାର ବଳବିଶ୍ୱଜିତ ନାୟକବନ୍ଦିତା ପରିଡା
୧୨୦ଖଣ୍ଡପଡ଼ାସୌମ୍ୟ ରଞ୍ଜନ ପଟ୍ଟନାୟକସୌମ୍ୟ ରଞ୍ଜନ ପଟ୍ଟନାୟକସିଦ୍ଧାର୍ଥ ସିଂ ମର୍ଦ୍ଦରାଜଦୁଷ୍ମନ୍ତ କୁମାର ସ୍ୱାଇଁ
୭୨ଖଡ଼ିଆଳଅଧିରାଜ ମୋହନ ପାଣିଗ୍ରାହୀଲମ୍ବୋଦର ନିଆଲରୀତାରାଣୀ ବଗର୍ତ୍ତିଅଧିରାଜ ମୋହନ ପାଣିଗ୍ରାହୀ
୧୨୬ଖଲ୍ଲିକୋଟ (ସଂ)ସୂର୍ଯ୍ୟମଣି ବୈଦ୍ୟସୂର୍ଯ୍ୟମଣି ବୈଦ୍ୟଶ୍ରୀମତୀ ଭାରତୀ ବେହେରାଭୋକାଲି ସେଟି
୧୧୭ଖୋର୍ଦ୍ଧାଜ୍ୟୋତିରିନ୍ଦ୍ର ନାଥ ମିତ୍ରଜ୍ୟୋତିରିନ୍ଦ୍ର ନାଥ ମିତ୍ରକାଳୁଖଣ୍ଡାୟତ ରାୟ
୧୩୮ଗୁଣୁପୁର(ସଂ)ରଘୁନାଥ ଗମାଙ୍ଗରଘୁନାଥ ଗମାଙ୍ଗଶିଶିର ଗମାଙ୍ଗପୁରୁଷୋତ୍ତମ ଗମାଙ୍ଗ
୧୩୨ଗୋପାଳପୁରପ୍ରଦୀପ କୁମାର ପାଣିଗ୍ରାହୀପ୍ରଦୀପ କୁମାର ପାଣିଗ୍ରାହୀବିଭୂତି ଜେନାଏସ୍.ଧାମରାଜ ରେଡ୍ଡି
୨୧ଘସିପୁରାବଦ୍ରି ନାରାୟଣ ପାତ୍ରବଦ୍ରି ନାରାୟଣ ପାତ୍ରପୃଥ୍ୱୀରାଜ କୁଅଁରନିରଞ୍ଜନ ପଟ୍ଟନାୟକ
୨୫ଚମ୍ପୁଆମିନାକ୍ଷୀ ମହନ୍ତମିନାକ୍ଷୀ ମହନ୍ତମୁରଲୀ ଶର୍ମାଯଦୁମଣୀ ବାରିକ
୪୭ଚାନ୍ଦବାଲିବ୍ୟୋମକେଶ ରାୟବ୍ୟୋମକେଶ ରାୟମନମୋହନ ସାମଲ
୧୩୫ଚିକିଟିଉଷା ଦେବୀଉଷା ଦେବୀମନୋରଞ୍ଜନ ଦ୍ୟାନସାମନ୍ତରାୟସୁବାସ ଚନ୍ଦ୍ର ରାଉତ
୧୪୭ଚିତ୍ରକୋଣ୍ଡା(ସଂ)ପୂର୍ଣଚନ୍ଦ୍ର ବକାପୂର୍ଣଚନ୍ଦ୍ର ବକାପାଡୁ ମାଝୀଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ
୧୧୮ଚିଲିକାପ୍ରଶାନ୍ତ କୁମାର ଜଗଦେବପ୍ରଶାନ୍ତ କୁମାର ଜଗଦେବପୃଥ୍ୱୀରାଜ ହରିଚନ୍ଦନପ୍ରଦୀପ ସ୍ବାଇଁ
୯୧ଚୌଦ୍ୱାର କଟକସୌଭିକ ବିଶ୍ୱାଳସୌଭିକ ବିଶ୍ୱାଳନୟନ କିଶୋର ମହାନ୍ତିଜଗଦିଶ ମହାନ୍ତି
୧୨୭ଛତ୍ରପୁରସୁବାସ ଚନ୍ଦ୍ର ବେହେରାସୁବାସ ଚନ୍ଦ୍ର ବେହେରାପ୍ରଶାନ୍ତ କର
୬୨ଛେଣ୍ଡିପଦା(ସଂ)ସୁଶାନ୍ତ କୁମାର ବେହେରାସୁଶାନ୍ତ କୁମାର ବେହେରାଅଗସ୍ତି ବେହେରାସସ୍ମିତା ବେହେରା
୧୦୪ଜଗତସିଂହପୁରପ୍ରଶାନ୍ତ କୁମାର ମୁଦୁଲିପ୍ରଶାନ୍ତ କୁମାର ମୁଦୁଲିସତ୍ୟବ୍ରତ ମହାପାତ୍ରଚିରଂଜୀବ ବିଶ୍ୱାଳ
୧୧୫ଜଟଣୀସୁରେଶ କୁମାର ରାଉତରାୟବିଭୂତି ଭୂଷଣ ବଳବନ୍ତରାୟବିଶ୍ୱରଞ୍ଜନ ବଡ଼ଜେନାସୁରେଶ କୁମାର ରାଉତରାୟ
୩୫ଜଳେଶ୍ୱରଅଶ୍ୱିନୀ କୁମାର ପାତ୍ରଅଶ୍ୱିନୀ କୁମାର ପାତ୍ରଜୟନାରାୟଣ ମହାନ୍ତିସୁଦର୍ଶନ ଦାସ
୮୩ଜି.ଉଦୟଗିରି(ସଂ)ସାଲୁଜା ପ୍ରଧାନସାଲୁଜା ପ୍ରଧାନଶ୍ରୀମତୀ ଅର୍ଚ୍ଚନା ପ୍ରଧାନଶ୍ୟାମଘନ ପ୍ରଧାନ
୭୮ଜୁନାଗଡ଼ଦିବ୍ୟଶଙ୍କର ମିଶ୍ରଦିବ୍ୟଶଙ୍କର ମିଶ୍ରମନୋଜ ମେହେରଅନୀଲ ସିଂ ଦେଓ
୧୪୩ଜୟପୁରତାରାପ୍ରସାଦ ବାହିନୀପତିରବିନାରାୟଣ ନନ୍ଦଗୈାତମ ସାମନ୍ତରାୟତାରାପ୍ରସାଦ ବାହିନୀପତି
୧୧୧ଜୟଦେବଅରବିନ୍ଦ ଢାଲିଅରବିନ୍ଦ ଢାଲି[୩୫]ନରେନ୍ଦ୍ର ନାୟକସୁକାନ୍ତ ତିଆଡ଼ି ଭୋଇନବ କିଶୋର ମଲ୍ଲିକ
୭୪ଝରିଗ୍ରାମପ୍ରକାଶ ଚନ୍ଦ୍ର ମାଝୀପ୍ରକାଶ ଚନ୍ଦ୍ର ମାଝୀପର୍ଶୁରାମ ମାଝୀଉଧାର ମାଝୀ
ଝାରସୁଗୁଡ଼ାନବ କିଶୋର ଦାସନବ କିଶୋର ଦାସଦିନେଶ ଜୈନମହେନ୍ଦ୍ର ନାୟକ
୬୯ଟିଟିଲାଗଡ଼ଟୁକୁନି ସାହୁଟୁକୁନି ସାହୁଅଶୋକ ଦୋରାସୁରେନ୍ଦ୍ର ସିଂ ଭୋଇ
୭୬ଡାବୁଗାଁ(ସଂ)ମନୋହର ରନ୍ଧାରୀମନୋହର ରନ୍ଧାରୀପଦ୍ମନ ନାୟକଭୂଜବଳ ମାଝୀ
୫୫ଢେଙ୍କାନାଳସୁଧୀର କୁମାର ସାମଲସୁଧୀର କୁମାର ସାମଲକୃଷ୍ଣଚନ୍ଦ୍ର ପାତ୍ରନବୀନ ନନ୍ଦ
ତଳସରା(ସଂ)ଭବାନୀ ଶଙ୍କର ଭୋଇଷ୍ଟିଫେନ ସୋରେନଭବାନୀ ଶଙ୍କର ଭୋଇପ୍ରଫୁଲ୍ଲ ମାଝି
୬୦ତାଳଚେରବ୍ରଜ କିଶୋର ପ୍ରଧାନବ୍ରଜ କିଶୋର ପ୍ରଧାନକାଳନ୍ଦୀ ସାମଲସୁରେଶ ଚନ୍ଦ୍ର ବେହେରା
୧୦୨ତିର୍ତ୍ତୋଲ (ସଂ)ବିଷ୍ଣୁ ଚରଣ ଦାସବିଷ୍ଣୁ ଚରଣ ଦାସପ୍ରଫେସର ରମାକାନ୍ତ ଭୋଇ
୨୦ତେଲକୋଇ (ସଂ)ପ୍ରେମାନନ୍ଦ ନାଏକପ୍ରେମାନନ୍ଦ ନାଏକଧନୁର୍ଜୟ ସିଧୁ
୧୨୧ଦଶପଲ୍ଲା(ସଂ)ରମେଶ ଚନ୍ଦ୍ର ବେହେରାରମେଶ ଚନ୍ଦ୍ର ବେହେରାପୂର୍ଣ୍ଣଚନ୍ଦ୍ର ନାୟକପ୍ରଶାନ୍ତ କୁମାର ନାୟକ
୧୩୪ଦିଗପହଣ୍ଡିସୂର୍ଯ୍ୟ ନାରାୟଣ ପାତ୍ରସୂର୍ଯ୍ୟ ନାରାୟଣ ପାତ୍ରପିଙ୍କି ପ୍ରଧାନବିସ୍ମୟ ମହାପାତ୍ର/ପ୍ରଫୁଲ୍ଲ ପଣ୍ଡା (ଯାଞ୍ଚ ଆବଶ୍ୟକ)
୧୯ଦେବଗଡସୁବାଶ ଚନ୍ଦ୍ର ପାଣିଗ୍ରାହୀରୋମାଞ୍ଚ ରଞ୍ଜନ ବିଶ୍ୱାଳସୁବାଶ ଚନ୍ଦ୍ର ପାଣିଗ୍ରାହୀଉମାଶଙ୍କର ସାହୁ
୭୯ଧର୍ମଗଡ଼ମୌସଦୀ ବାଗମୌସଦୀ ବାଗଅନନ୍ତ ପ୍ରତାପ ଦେଓଦିଗମ୍ବର ଦୁରିଆ
୫୧ଧର୍ମଶାଳାପ୍ରଣବ କୁମାର ବଳବନ୍ତରାୟପ୍ରଣବ କୁମାର ବଳବନ୍ତରାୟରମେଶ ଚନ୍ଦ୍ର ପରିଡ଼ା
୪୬ଧାମନଗର (ସଂ)ବିଷ୍ଣୁ ଚରଣ ସେଠୀରାଜେନ୍ଦ୍ର କୁମାର ଦାସବିଷ୍ଣୁ ଚରଣ ସେଠୀ
୭୫ନବରଙ୍ଗପୁର(ସଂ)ସଦାଶିବ ପ୍ରଧାନୀସଦାଶିବ ପ୍ରଧାନୀଗୌରୀ ମାଝୀସଦନ ନାଏକ
୮୧ନର୍ଲାଭୂପିନ୍ଦର ସିଂଭୂପିନ୍ଦର ସିଂଅନିରୁଦ୍ଧ ପ୍ରଧାନଚିତରଂଜନ ମଣ୍ଡଳ
୯୨ନିଆଳୀପ୍ରମୋଦ କୁମାର ମଲ୍ଲିକପ୍ରମୋଦ କୁମାର ମଲ୍ଲିକଛବି ମଲ୍ଲିକ
୧୦୬ନିମାପଡ଼ାସମୀର ରଞ୍ଜନ ଦାସସମୀର ରଞ୍ଜନ ଦାସପାର୍ବତୀ ପରିଡ଼ା
୪୦ନୀଳଗିରିସୁକାନ୍ତ କୁମାର ନାୟକସନ୍ତୋଷ ଖଟୁଆସୁକାନ୍ତ କୁମାର ନାୟକମନୋଜ ମଂଜରୀ ଦେବି
୭୧ନୂଆପଡ଼ାରାଜେନ୍ଦ୍ର ଢ଼ୋଲକିଆରାଜେନ୍ଦ୍ର ଢ଼ୋଲକିଆହୋମସିଂହ ମାଝୀଘାସିରାମ ମାଝୀ
୧୨୨ନୟାଗଡ଼ଅରୁଣ କୁମାର ସାହୁଅରୁଣ କୁମାର ସାହୁଇରାନି ରାୟ
୧୪୫ପଟାଙ୍ଗୀପ୍ରୀତମ୍ ପାଢ଼ୀପ୍ରୀତମ୍‌ ପାଢ଼ୀରାମଚନ୍ଦ୍ର ପାଙ୍ଗୀରାମଚନ୍ଦ୍ର କାଡାମ୍
ପଦ୍ମପୁରବିଜୟରଞ୍ଜନ ସିଂ ବରିହାବିଜୟରଞ୍ଜନ ସିଂ ବରିହାପ୍ରଦୀପ ପୁରୋହିତସତ୍ୟଭୂଷଣ ସାହୁ
୫୮ପରଜଙ୍ଗନୃସିଂହ ଚରଣ ସାହୁନୃସିଂହ ଚରଣ ସାହୁବିଭୂତି ପ୍ରଧାନ
୯୬ପାଟକୁରାସାବିତ୍ରୀ ଅଗରୱାଲ[୬]ସାବିତ୍ରୀ ଅଗରୱାଲବିଜୟ ମହାପାତ୍ରଜୟନ୍ତ ମହାନ୍ତି
୨୩ପାଟଣାଜଗନ୍ନାଥ ନାଏକଜଗନ୍ନାଥ ନାଏକଭବାନୀଶଙ୍କର ନାୟକ
୬୭ପାଟଣାଗଡ଼ସରୋଜ ମେହେରସରୋଜ ମେହେରକନକବର୍ଦ୍ଧନ ସିଂଦେଓରମେଶ ପୁରୋହିତ
୧୩୭ପାରଳାଖେମୁଣ୍ଡିକେ. ନାରାୟଣ ରାଓକଲ୍ୟାଣୀ ଗଜପତିକେ. ନାରାୟଣ ରାଓକେ. ସୁର୍ଯ୍ୟା ରାଓ
୧୦୧ପାରାଦୀପସମ୍ବିତ ରାଉତରାୟସମ୍ବିତ ରାଉତରାୟସମ୍ପଦ ସ୍ବାଇଁଅରିନ୍ଦମ ସର୍ଖେଲ
୧୦୭ପୁରୀଜୟନ୍ତ କୁମାର ଷଡ଼ଙ୍ଗୀମହେଶ୍ୱର ମହାନ୍ତିଜୟନ୍ତ କୁମାର ଷଡ଼ଙ୍ଗୀ
୫୯ପାଲଲହଡାମୁକେଶ କୁମାର ପାଲମୁକେଶ କୁମାର ପାଲଅଶୋକ ମହାନ୍ତିସୁବ୍ରତ ଗଡନାୟକ
୧୧୦ପିପିଲିପ୍ରଦୀପ ମହାରଥୀପ୍ରଦୀପ ମହାରଥୀଆଶ୍ରିତ ପଟ୍ଟନାୟକ
୧୨୪ପୋଲସରାଶ୍ରୀକାନ୍ତ ସାହୁଶ୍ରୀକାନ୍ତ ସାହୁଗୋକୁଳାନନ୍ଦ ମଲ୍ଲିକହରିଚରଣ ସ୍ୱାଇଁ
୮୪ଫୁଲବାଣୀଅଙ୍ଗଦ କଅଁରଅଙ୍ଗଦ କଅଁରଦେବନାରାୟଣ ପ୍ରଧାନକିଶୋର ଚନ୍ଦ୍ର କଅଁର
୫୦ବଡ଼ଚଣାଅମର ପ୍ରସାଦ ଶତପଥୀଅମର ପ୍ରସାଦ ଶତପଥୀଅମର ନାୟକ
୮୭ବଡ଼ମ୍ବାଦେବୀ ପ୍ରସାଦ ମିଶ୍ରଦେବୀ ପ୍ରସାଦ ମିଶ୍ରବିଜୟ କୁମାର ଦଳବେହେରା
୩୨ବଡ଼ସାହି (ସଂ)ସନାତନ ବିଜୁଳିବୃନ୍ଦାବନ ଦାସସନାତନ ବିଜୁଳି
୧୪ବଣାଇଗଡ଼(ସଂ)ଲକ୍ଷ୍ମଣ ମୁଣ୍ଡାରଞ୍ଜିତ କିଷାନଅନିଲ ବାର୍ଲାଲକ୍ଷ୍ମଣ ମୁଣ୍ଡା (ସିପିଆଇଏମ)
ବରଗଡ଼ଦେବେଶ ଆଚାର୍ଯ୍ୟଦେବେଶ ଆଚାର୍ଯ୍ୟଅଶ୍ୱିନୀ ଷଡ଼ଙ୍ଗୀନିପନ୍ ଦାସ
୪୯ବରୀସୁନନ୍ଦା ଦାସସୁନନ୍ଦା ଦାସବିଶ୍ୱରଞ୍ଜନ ମଲ୍ଲିକ
୩୭ବସ୍ତାନିତ୍ୟାନନ୍ଦ ସାହୁନିତ୍ୟାନନ୍ଦ ସାହୁରଘୁନାଥ ମହାନ୍ତି
୬୮ବଲାଙ୍ଗୀରନରସିଂହ ମିଶ୍ରଅର୍କ ନାରାୟଣ ସିଂଦେଓଅନନ୍ତ ଦାସନରସିଂହ ମିଶ୍ର
୮୮ବାଙ୍କିଦେବୀରଞ୍ଜନ ତ୍ରିପାଠୀଦେବୀରଞ୍ଜନ ତ୍ରିପାଠୀଦେବାଶିଷ ପଟ୍ଟନାୟକ
୨୯ବାଙ୍ଗିରିପୋଷି (ସଂ)ସୁଦାମ ମାରାଣ୍ଡିସୁଦାମ ମାରାଣ୍ଡିସୁକୁଡା ମୁର୍ମୁ
୯୦ବାରବାଟୀ-କଟକମହମ୍ମଦ ମୁକ୍କିମଦେବାଶିଷ ସାମନ୍ତରାୟସମୀର ଦେମହମ୍ମଦ ମୁକ୍କିମ
୩୩ବାରିପଦା (ସଂ)ପ୍ରକାଶ ସୋରେନସରୋଜିନୀ ହେମ୍ବ୍ରମ [୩୬]ପ୍ରକାଶ ସୋରେନ୍
୧୦୩ବାଲିକୁଦା ଏରସମାରଘୁନନ୍ଦନ ଦାସରଘୁନନ୍ଦନ ଦାସଦାମୋଦର ରାଉତ
୮୨ବାଲିଗୁଡ଼ା(ସଂ)ଚକ୍ରମଣି କହଁରଚକ୍ରମଣି କହଁରକରେନ୍ଦ୍ର ମାଝୀସିମନ୍ ମଲ୍ଲିକ
୩୮ବାଲେଶ୍ୱରମଦନମୋହନ ଦତ୍ତଜୀବନ ପ୍ରଦୀପ ଦାଶମଦନମୋହନ ଦତ୍ତନବଜ୍ୟୋତି ପଟ୍ଟନାୟକ [୩୭]
୪୫ବାସୁଦେବପୁରବିଷ୍ଣୁବ୍ରତ ରାଉତରାୟବିଷ୍ଣୁବ୍ରତ ରାଉତରାୟମାଧବାନନ୍ଦ ମଲ୍ଲିକ
୪୮ବିଞ୍ଝାରପୁର (ସଂ)ପ୍ରମିଳା ମଲ୍ଲିକପ୍ରମିଳା ମଲ୍ଲିକଶ୍ରୀମତି ବବିତା ମଲ୍ଲିକ
ବିଜେପୁରନବୀନ ପଟ୍ଟନାୟକନବୀନ ପଟ୍ଟନାୟକସନତ ଗଡ଼ତିଆ [୩୮]ରିପୁନାଥ ସେଠ
୧୩୯ବିଷମ କଟକ(ସଂ)ଜଗନ୍ନାଥ ସାରକାଜଗନ୍ନାଥ ସାରକାଶିବଶଙ୍କର ଉଲ୍ଲାକାନୀଳମାଧବ ହିକୋକା
୬୪ବୀରମହାରାଜପୁର(ସଂ)ପଦ୍ମନାଭ ବେହେରାପଦ୍ମନାଭ ବେହେରାରଘୁନାଥ ଜଗଡାଲବିନୋଦ କୁମାର ପାତ୍ର
୧୦ବୀରମିତ୍ରପୁର(ସଂ)ଶଙ୍କର ଓରାମଶଙ୍କର ଓରାମରୋହିତ ଯୋଶେଫ୍ ତିର୍କୀ
୧୧୬ବେଗୁନିଆରାଜେନ୍ଦ୍ର କୁମାର ସାହୁରାଜେନ୍ଦ୍ର କୁମାର ସାହୁରିଷଭ ନନ୍ଦପ୍ରଦୀପ ସାହୁ
୮୬ବୌଦ୍ଧପ୍ରଦୀପ କୁମାର ଅମାତପ୍ରଦୀପ କୁମାର ଅମାତସୁଶାନ୍ତ ପ୍ରଧାନ
ବ୍ରଜରାଜନଗରକିଶୋର କୁମାର ମହାନ୍ତିକିଶୋର କୁମାର ମହାନ୍ତିଶ୍ରୀମତୀ ରାଧାରାଣୀ ପଣ୍ଡା
୧୦୮ବ୍ରହ୍ମଗିରିଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରସଞ୍ଜୟ କୁମାର ଦାସବର୍ମାଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଉମାକାନ୍ତ ବରାଳ
୧୩୩ବ୍ରହ୍ମପୁରବିକ୍ରମ କୁମାର ପଣ୍ଡାବିକ୍ରମ କୁମାର ପଣ୍ଡାକାହ୍ନୁ ପତିଲିଙ୍ଗରାଜ ଚୌଧୁରୀ
୧୨୩ଭଞ୍ଜନଗରବିକ୍ରମ କେଶରୀ ଆରୁଖବିକ୍ରମ କେଶରୀ ଆରୁଖପ୍ରଦ୍ୟୁମ୍ନ ନାୟକସଞ୍ଜୟ କୁମାର ତ୍ରିପାଠୀ
୪୪ଭଦ୍ରକସଞ୍ଜିବ କୁମାର ମଲିକସଞ୍ଜିବ କୁମାର ମଲିକପ୍ରଦୀପ ନାୟକନିରଞ୍ଜନ ପଟ୍ଟନାୟକ [୩୭]
୪୩ଭଣ୍ଡାରିପୋଖରୀପ୍ରଫୁଲ ସାମଲପ୍ରଫୁଲ ସାମଲବଦ୍ରିନାରାୟଣ ଧଳନିରଞ୍ଜନ ପଟ୍ଟନାୟକ [୩୭]
ଭଟଲିସୁଶାନ୍ତ ସିଂସୁଶାନ୍ତ ସିଂଇରାଶିଷ ଆଚାର୍ଯ୍ୟସରୋଜ ମହାପାତ୍ର
୮୦ଭବାନୀପାଟଣା(ସଂ)ପ୍ରଦୀପ୍ତ କୁମାର ନାୟକଦୁଷ୍ମନ୍ତ ନାଏକପ୍ରଦୀପ୍ତ କୁମାର ନାୟକସାଗର ଚରଣ ଦାସ
୧୧୩ଭୁବନେଶ୍ୱର (ଉତ୍ତର)ସୁଶାନ୍ତ କୁମାର ରାଉତସୁଶାନ୍ତ କୁମାର ରାଉତଇତିସ ପ୍ରଧାନ
୧୧୨ଭୁବନେଶ୍ୱର (ମଧ୍ୟ)ଅନନ୍ତ ନାରାୟଣ ଜେନାଅନନ୍ତ ନାରାୟଣ ଜେନା [୩୯]ଜଗନ୍ନାଥ ପ୍ରଧାନରାଜୀବ ପଟ୍ଟନାୟକ
୩୬ଭୋଗରାଇଅନନ୍ତ ଦାସଅନନ୍ତ ଦାସମାନସ ମହାନ୍ତି
୧୦୦ମହାକାଳପଡ଼ାଅତନୁ ସବ୍ୟସାଚୀ ନାୟକଅତନୁ ସବ୍ୟସାଚୀ ନାୟକ
୧୪୬ମାଲକାନଗିରି(ସଂ)ଆଦିତ୍ୟ ମାଢ଼ୀମୁକୁନ୍ଦ ସୋଡ଼ିଆଦିତ୍ୟ ମାଢ଼ୀମାଲା ମାଢ଼ୀ
୯୫ମାହାଙ୍ଗାପ୍ରତାପ ଜେନାପ୍ରତାପ ଜେନାଶରଦ ପ୍ରଧାନ
୧୩୬ମୋହନା(ସଂ)ଦାଶରଥୀ ଗମାଙ୍ଗପୂର୍ଣ୍ଣବାସୀ ନାଏକପ୍ରଶାନ୍ତ ମଲ୍ଲିକଦାଶରଥୀ ଗମାଙ୍ଗ
୩୪ମୋରଡ଼ାରାଜକିଶୋର ଦାସରାଜକିଶୋର ଦାସ [୪୦]କୃଷ୍ଣଚନ୍ଦ୍ର ମହାପାତ୍ର [୪୦]ପ୍ରଭାସ କର ମହାପାତ୍ର [୪୦]କଳିଙ୍ଗ କିଶୋର ଜେନା (ଜେଏମଏମ) [୪୦]
୨୬ଯଶିପୁର (ସଂ)ଗଣେଶରାମ ଖୁଣ୍ଟିଆଗୋଲକ ବିହାରି ନାୟକଗଣେଶରାମ ଖୁଣ୍ଟିଆ
୫୨ଯାଜପୁରପ୍ରଣବ ପ୍ରକାଶ ଦାସପ୍ରଣବ ପ୍ରକାଶ ଦାସଗୌତମ ରାୟ
୧୧ରଘୁନାଥପାଲ୍ଲି(ସଂ)ସୁବ୍ରତ ତରାଇସୁବ୍ରତ ତରାଇଜଗବନ୍ଧୁ ବେହେରାପ୍ରଶାନ୍ତ ସେଠୀ
୧୧୯ରଣପୁରସତ୍ୟନାରାୟଣ ପ୍ରଧାନସତ୍ୟନାରାୟଣ ପ୍ରଧାନସୁରମା ପାଢ଼ୀଶୁଭଶ୍ରୀ ପଣ୍ଡା
୧୨ରାଉରକେଲାଶାରଦା ପ୍ରସନ୍ନ ନାୟକଶାରଦା ପ୍ରସନ୍ନ ନାୟକନିହାର ରାୟବୀରେନ ସେନାପତି
୨୮ରାଇରଂଗପୁରନବ ଚରଣ ମାଝୀବାସନ୍ତୀ ମାରାଣ୍ଡିନବ ଚରଣ ମାଝୀ
୧୩ରାଜଗାଙ୍ଗପୁର(ସଂ)ସି.ଏସ୍.ରାଜନ୍ ଏକ୍କାମଙ୍ଗଳା କିଷାନନରସିଂ ମିଞ୍ଜ୍ସି.ଏସ୍.ରାଜନ୍ ଏକ୍କା
୯୯ରାଜନଗରଧ୍ରୁବ ଚରଣ ସାହୁଧ୍ରୁବ ଚରଣ ସାହୁଅଲେଖ ଜେନାଅଂଶୁମାନ ମହାନ୍ତି
୧୪୦ରାୟଗଡ଼ା(ସଂ)ମାର୍କଣ୍ଡ ମୁଦୁଲିଲାଲବିହାରୀ ହିମିରିକାବସନ୍ତ ଉଲ୍ଲାକାଆପଲସ୍ୱାମୀ କାଡ୍ରାକାମାର୍କଣ୍ଡ ମୁଦୁଲି
୧୬ରେଙ୍ଗାଲି(ସଂ)ନାଉରୀ ନାୟକରିନା ତନ୍ତିନାଉରୀ ନାୟକବାଳକ୍ରିଷ୍ଣ ରୋହିଦାସ
୧୮ରେଢାଖୋଲରୋହିତ ପୂଜାରୀରୋହିତ ପୂଜାରୀଦେବେନ୍ଦ୍ର ମହାପାତ୍ରଆସଫ ଅଲ୍ଲୀ ଖାନ
୩୯ରେମୁଣା (ସଂ)ସୁଧାଂଶୁ ଶେଖର ପରିଡ଼ାସୁଧାଂଶୁ ଶେଖର ପରିଡ଼ାଗୋବିନ୍ଦ ଚନ୍ଦ୍ର ଦାସ
୧୪୧ଲକ୍ଷ୍ମୀପୁର(ସଂ)ପ୍ରଭୁ ଜାନୀପ୍ରଭୁ ଜାନୀକୁମୁଦ ସାଉଣ୍ଟାକୈଳାସ କୁଲେସିକା
୭୭ଲାଞ୍ଜିଗଡ଼(ସଂ)ପ୍ରଦୀପ କୁମାର ଦିଶାରୀପ୍ରଦୀପ କୁମାର ଦିଶାରୀରମେଶ ମାଝୀଶିବାଜୀ ମାଝୀ
୬୬ଲୋଇସିଂହା(ସଂ)ମୁକେଶ ମହାଲିଙ୍ଗାପ୍ରଦୀପ ବେହେରାମୁକେଶ ମହାଲିଙ୍ଗାନବକିଶୋର ନାୟକ
୧୦୯ସତ୍ୟବାଦୀଉମାକାନ୍ତ ସାମନ୍ତରାୟଉମାକାନ୍ତ ସାମନ୍ତରାୟଓମ୍ ପ୍ରକାଶ ମିଶ୍ରପ୍ରସାଦ ହରିଚନ୍ଦନ
୧୭ସମ୍ବଲପୁରଜୟନାରାୟଣ ମିଶ୍ରରାସେଶ୍ୱରୀ ପାଣିଗ୍ରାହୀଜୟନାରାୟଣ ମିଶ୍ରଅଶ୍ୱିନୀ ପୁଜାରୀ
୧୩୦ସାନଖେମୁଣ୍ଡିରମେଶ ଚନ୍ଦ୍ର ଜେନାନନ୍ଦିନୀ ଦେବୀବିଜୟ ସ୍ୱାଇଁରମେଶ ଚନ୍ଦ୍ର ଜେନା
୨୭ସାରସକଣା (ସଂ)ବୁଧନ ମୁର୍ମୁଅମର ସିଂ ଟୁଡୁବୁଧନ ମୁର୍ମୁରାମଚନ୍ଦ୍ର ହାଁସଦା [୪୧]
୮୭ସାଲେପୁରପ୍ରଶାନ୍ତ ବେହେରାପ୍ରଶାନ୍ତ ବେହେରାପ୍ରକାଶ ବେହେରା
୪୨ଶିମୁଳିଆଜ୍ୟୋତିପ୍ରକାଶ ପାଣିଗ୍ରାହୀଜ୍ୟୋତିପ୍ରକାଶ ପାଣିଗ୍ରାହୀପଦ୍ମଲୋଚନ ପଣ୍ଡା
୫୪ସୁକିନ୍ଦାପ୍ରୀତିରଞ୍ଜନ ଘଡ଼େଇପ୍ରୀତିରଞ୍ଜନ ଘଡ଼େଇପ୍ରଦୀପ ବଳସାମନ୍ତ
ସୁନ୍ଦରଗଡ଼(ସଂ)କୁସୁମ ଟେଟେଯୋଗେଶ ସିଂକୁସୁମ ଟେଟେଅମିତା ବିଶ୍ୱାଳ
୬୫ସୋନପୁରନିରଞ୍ଜନ ପୂଜାରୀନିରଞ୍ଜନ ପୂଜାରୀଅଶୋକ ପୁଜାରୀଚିତରଂଜନ ମିଶ୍ର
୧୨୯ସୋରଡାପୂର୍ଣ୍ଣଚନ୍ଦ୍ର ସ୍ୱାଇଁପୂର୍ଣ୍ଣଚନ୍ଦ୍ର ସ୍ୱାଇଁନୀଳମଣୀ ବିଶୋୟୀସଂଗ୍ରାମ ମହାନ୍ତି
୪୧ସୋରୋ (ସଂ)ପର୍ଶୁରାମ ଧଡାପର୍ଶୁରାମ ଧଡାରାକେଶ ମଲ୍ଲିକ
୧୩୧ହିଞ୍ଜିଳିନବୀନ ପଟ୍ଟନାୟକନବୀନ ପଟ୍ଟନାୟକଶମ୍ଭୁନାଥ ପାଣିଗ୍ରାହୀ
୫୬ହିନ୍ଦୋଳ (ସଂ)ସୀମାରାଣୀ ନାୟକସୀମାରାଣୀ ନାୟକଅଶୋକ କୁମାର ନାୟକ

(ସଂ): ଅନୁସୂଚିତ ଜାତି ବା ଜନଜାତି ସଂରକ୍ଷିତ ଆସନ

ଜନମତ ସର୍ବେକ୍ଷଣ

ତାରିଖସର୍ବେକ୍ଷଣ କରିଥିବା ସଂସ୍ଥାବିଜେଡ଼ିକଂଗ୍ରେସଭାଜପାଅନ୍ୟାନ୍ୟଆଗୁଆ
୧୫ ନଭେମ୍ବର ୨୦୧୮Spick Media୮୪୩୩୨୮୧୯
ମଇ ୨୦୧୯ସମ୍ବାଦ-କନକ୮୫-୯୫୧୨-୧୫୨୫-୩୪-୬୦-୭୦


ଦଳ ଅନୁଯାୟୀ ନିର୍ବାଚନ ଫଳାଫଳ

ଦଳ ଓ ମେଣ୍ଟଲୋକପ୍ରିୟ ମତଆସନ
ଭୋଟ%±ppଲଢ଼ିଥିଲେଜିତିଥିଲେପରିବର୍ତ୍ତନ
 ବିଜୁ ଜନତା ଦଳ୧୦,୫୭୧,୭୨୭୪୪.୭୧୧୪୬୧୧୨
 ଭାରତୀୟ ଜନତା ପାର୍ଟି୭,୬୯୦,୫୮୧୩୨.୪୯୧୪୬୨୩୧୩
 କଂଗ୍ରେସ୩,୭୭୯,୭୫୧୧୬.୧୨୧୩୮
 ସିପିଆଇ(ମାକ୍ସବାଦୀ)୭୦,୧୧୯୦.୩୦
 ବହୁଜନ ସମାଜ ପାର୍ଟି୧୯୩,୧୫୫୦.୮୨୧୦୭
 ସ୍ୱାଧୀନ୬୬୨,୩୫୮୨.୮୨
 ଅନ୍ୟାନ୍ୟ୨୪୫,୪୨୫୧.୦୫
ମୋଟ୨୩,୬୦୬,୬୪୭୧୦୦.୦୦୧୪୭
ବୈଧ ଭୋଟ୨୩,୬୦୬,୬୪୭୯୯.୨୪
ଅବୈଧ ଭୋଟ୧୮୧,୭୨୮୦.୭୬
ଭୋଟ ଦିଆଯାଇଥିଲା୨୩,୭୮୮,୩୭୫୭୩.୨୦
ଅନୁପସ୍ଥିତ୮,୭୦୯,୩୮୭୨୬.୮୦
ପଞ୍ଜୀକୃତ ମତଦାତା୩୨,୪୯୭,୭୬୨
Source:[୪୨][୪୩][୪୪][୪୫][୪୬]

ଆହୁରି ପଢ଼ନ୍ତୁ

ବାହାର ଆଧାର

ଆଧାର

  1. Odisha Legislative Assembly election 2019 Website[permanent dead link] [୧][permanent dead link]