ବ୍ୟାୟାମ

ଏକ ଶାରୀରିକ କ୍ରିୟା ଯାହାଦ୍ୱାରା ଦେହ ସୁସ୍ଥ ଓ କାର୍ଯ୍ୟକ୍ଷମ ହୋଇଥାଏ

ବ୍ୟାୟାମ ଏକ ଶାରୀରିକ କ୍ରିୟା ଯାହାଦ୍ୱାରା ଦେହ ସୁସ୍ଥ ଓ କାର୍ଯ୍ୟକ୍ଷମ ହୋଇଥାଏ । ମନୁଷ୍ୟ ବିଭିନ୍ନ ଇଚ୍ଛା ପୁରଣ ନିମନ୍ତେ ବ୍ୟାୟାମ କରେ ଯଥା ଓଜନ କମେଇବା ବା ସ୍ଥିର ରଖିବା, ମାଂସପେଶୀ ସୁଦୃଢ଼ କରିବା, କ୍ରୀଡ଼ା କୌଶଳରେ ଶୀର୍ଷକୁ ଯିବା, ନିର୍ଦ୍ଦିଷ୍ଟ ଗଣ୍ଠିମାନଙ୍କୁ ଚଳନକ୍ଷମ ରଖିବା ଓ ଆନନ୍ଦ ପାଇବା ନିମନ୍ତେ କରାଯାଏ । ନିୟମିତ ଓ ବାରମ୍ବାର ବ୍ୟାୟାମ କଲେ ଇମ୍ମ୍ୟୁନ ରୋଗ ପ୍ରତିରେଧକ ଶକ୍ତି ବଢ଼ିଥାଏ ତଥା ହୃତ୍‌ପିଣ୍ଡ ଓ ରକ୍ତନଳି ରୋଗ, ଟାଇପ ୨ ଡାଏବେଟିସ ଓ ମେଦ ବହୁଳତା ଆଦି ରୋଗମାନଙ୍କୁ ପ୍ରତିରୋଧ ହୋଇଥାଏ ।[୧][୨] ବ୍ୟାୟାମଦ୍ୱାରା ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ, ବିଷାଦ ଦୂର ହୁଏ, ଯୁକ୍ତାତ୍ମକ ମନୋବଳ ବୃଦ୍ଧି ହୁଏ ଏବଂ ସୁସ୍ଥ ଶରୀରର ଯୌନକ୍ଷମତା ବୃଦ୍ଧି ହୁଏ । ଶିଶୁ ମେଦ ବହୁଳତା ବିଶ୍ୱବ୍ୟାପୀ ଏକ ଚିନ୍ତାର ବିଷୟ [୩]। ଏହାର ବିବିଧ ଉପକାରୀତାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ କର୍ମୀମାନେ ବ୍ୟାୟାମର ଉପକାରୀତାକୁ "ଆଶ୍ଚର୍ଯ୍ୟଜନକ" ବା "ଚମତ୍କାର" ଔଷଧ ଭାବେ ଅଭିହିତ କରିଥାନ୍ତି ।[୪]

Participant in a triathlon at Catoctin Mountain in 2005

ବର୍ଗକରଣ

ଦେହ ଉପରେ ପ୍ରଭାବ ଅନୁସାରେ ଶାରୀରିକ ବ୍ୟାୟାମକୁ ସାଧାରଣତଃ ତିନି ଶ୍ରେଣୀରେ ବିଭକ୍ତ କରାଯାଏ ।[୫]

  • ଏରୋବିକ ବ୍ୟାୟାମ - ଏହି ବ୍ୟାୟାମରେ ବଡ଼ ବଡ଼ ମାଂସପେଶୀମାନଙ୍କୁ ବ୍ୟବହାର କରାଯାଏ ଯେଉଁମାନଙ୍କର ଅମ୍ଳଜାନ ଆବଶ୍ୟକତା ବିଶ୍ରାମ ନେବା ବେଳର ଆବଶ୍ୟକତାଠାରୁ ଅଧିକ [୫]। ହୃତ୍‌ପିଣ୍ଡ-ରକ୍ତନଳୀର ସହନଶୀଳତା ବୃଦ୍ଧି କରିବା ଏହାର ଲକ୍ଷ [୬] Examples of aerobic exercise include cycling, swimming, brisk walking, skipping rope, rowing, hiking, playing tennis, continuous training, and long slow distance training.[୫]। ସାଇକେଲ ଚଲେଇବା, ଦଉଡ଼ି ଡିଆଁ, ନୌକା ଚାଳନା, ଟେନିସ ଖେଳିବା, ହାଇକିଙ୍ଗ (ଦୂରବର୍ତ୍ତୀ ଚାଲି), ବିଶ୍ରାମହୀନ ଟ୍ରେନିଙ୍ଗ ଏବଂ ଦୂରବର୍ତ୍ତୀ ଧୀର ଟ୍ରେନିଙ୍ଗ ଇତ୍ୟାଦି ଏହି ଏରୋବିକ ବ୍ୟାୟାମ ଅନ୍ତର୍ଭୁକ୍ତ ।
Animation of a full push-up (the wide positioning of the hands increases the push-up's use of chest muscles as opposed to arm muscles)[୭]
Side view of a push-up
push-up techniques
  • ଆନେରୋବିକ ବ୍ୟାୟାମ - ଏହାକୁ ଶକ୍ତି ବର୍ଦ୍ଧକ ଓ ପ୍ରତିରୋଧକାରୀ ବ୍ୟାୟାମ କହନ୍ତି ଓ ଏହାଦ୍ୱାରା ମାଂସପେଶୀ ଟାଣ, ଶକ୍ତ ଓ ଅଧିକ ଟୋନ ସମ୍ପର୍ଣ୍ଣ ହୁଏ ତଥା ଦେହର ଅସ୍ଥି ଶକ୍ତିଶାଳୀ ହୁଏ, ଦେହର ବାଲାନ୍ସ ଓ କୋଅର୍ଡ଼ିନେସନ ବୃଦ୍ଧି ହୁଏ [୫]। ଦଣ୍ଡ-ବୈଠକ, ଓଜନ ଉଠେଇବା ଦଉଡ଼ିବା ଓ ଡମ୍ବବେଲ ଧରି ବାଇସେପ ବ୍ୟାୟାମ କରିବାଦ୍ୱାରା ମାଂସପେଶୀ ଶକ୍ତ ହୁଏ [୫]। ଓଜନ ଉଠା ଟ୍ରେନିଙ୍ଗ, ଦୈନନ୍ଦିନ କାର୍ଯ୍ୟକ୍ଷମ ଟ୍ରେନିଙ୍ଗ, ଏକ୍‌ସେଣ୍ଟରିକ ଟ୍ରେନିଙ୍ଗ, ଇଣ୍ଟରଭାଲ୍ ଟ୍ରେନିଙ୍ଗ, ଦୌଡ଼ (Sprint), ହାଇ ଇଣ୍ଟେନ୍‌ସିଟି ଇଣ୍ଟରଭାଲ ଟ୍ରେନିଙ୍ଗ ଇତ୍ୟାଦି ସ୍ୱଳ୍ପକାଳୀନ ଶକ୍ତି ବୃଦ୍ଧି କରିବାରେ ସହାୟକ ହୁଏ [୫][୮]
  • ଫ୍ଲେକ୍‌ସିବିଲିଟି ବ୍ୟାୟାମ - ଏହାଦ୍ୱାରା ମାଂସପେଶୀ ଲମ୍ବା ଓ ବିସ୍ତାରିତ ହୁଏ । ଗଣ୍ଠିର ଚଳନ କ୍ଷମତା ବୃଦ୍ଧି ହେଲେ ଆଘାତ ଆଶଙ୍କା କମିଯାଏ[୫][୯]

ବ୍ୟାୟାମଦ୍ୱାରା ଶକ୍ତି, ବେଗ ଓ ସ୍ଫୁର୍ତ୍ତି ବୃଦ୍ଧି ହୁଏ ।

ସ୍ୱାସ୍ଥ୍ୟ ଉପରେ ପ୍ରଭାବ

A common elliptical training machine
US Marines exercising on the USS Bataan

ଶାରୀରିକ ଦକ୍ଷତା ବଜାୟ ରଖିବା ନିମନ୍ତେ ବ୍ୟାୟାମ ଅତି ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ସ୍ୱାସ୍ଥ୍ୟପ୍ରଦ ଓଜନ, ସୁସ୍ଥ ସାନ୍ଦ୍ରତା (Density) ସମ୍ପର୍ଣ୍ଣ ଅସ୍ଥି, ଶକ୍ତି ସମ୍ପର୍ଣ୍ଣ ମାଂସପେଶୀ, ଗଣ୍ଠିର ଚଳନ କ୍ଷମତା, ସଠିକ ଶରୀର କ୍ରିୟାତତ୍ତ୍ୱ ପ୍ରଦାନ ନିମନ୍ତେ ବ୍ୟାୟାମ ଆବଶ୍ୟକ । ନୂତନ ଗବେଷଣାଦ୍ୱାରା ଜଣାଯାଏ, ବ୍ୟାୟାମଦ୍ୱାରା ସଙ୍କୁଚିତ ମାଂସପେଶୀମାନଙ୍କରୁ ମାୟୋକାଇନ୍‌ସ୍ (myokines) ନାମକ ଏକ ପଦାର୍ଥ ନିର୍ଗତ ହୁଏ ଯାହା ନୂତନ ତନ୍ତୁ ବୃଦ୍ଧି କରିବାରେ, ତନ୍ତୁ ମରାମତି କରିବାରେ, ଏକାଧିକ ପ୍ରଦାହ ନିରୋଧକ ସୃଷ୍ଟି କରିବାରେ ସାହାଯ୍ୟ କରେ ।[୧୦]
ବ୍ୟାୟାମ କରିବାଦ୍ୱାରା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ବିପନ୍ନକାରୀ[୧୧] କର୍ଟିଜଲ (cortisol) ସ୍ତର ଦେହରେ କମିଯାଏ[୧୨] । ଅନ୍ୟ ପକ୍ଷରେ ଏହାଦ୍ୱାରା ଲାଳ ନାଇଟ୍ରାଇଟ ବୃଦ୍ଧି ହୁଏ ଯାହା ନାଇଟ୍ରିକ ଅକ୍ସାଇଡରେ ପରିଣତ ହୁଏ ଓ ତାହାଦ୍ୱାର ଟ୍ରେନିଙ୍ଗ ଲୋଡ଼ ବଢ଼େ । ଏହି ଲାଳ ପରୀକ୍ଷାଦ୍ୱାରା ବ୍ୟାୟାମ ଅବସ୍ଥିତି ଜଣାଯାଏ ।[୧୩]
ଖାଦ୍ୟ ଖାଇବା ପରେ ବ୍ୟାୟାମ କରିବା ଅପେକ୍ଷା ଖାଦ୍ୟ ଖାଇବା ପୂର୍ବରୁ ବ୍ୟାୟାମ କଲେ ରକ୍ତ ଶର୍କରା ପରିମାଣ ଅଧିକ କମିଯାଏ [୧୪]ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ଶାରୀରିକ ଅକର୍ମଣ୍ୟତା ଯୋଗୁ ୧୭% ହୃତ୍‌ପିଣ୍ଡ ରୋଗ ଓ ଡାଏବେଟିସ, ୧୦ % ସ୍ତନ କର୍କଟ ଓ କଲନ କର୍କଟ ମାନବ ଦେହରେ ଅଧିକ ହୁଏ [୧୫]
ମଧ୍ୟମ ବ୍ୟାୟାମ (40 to 70% of VO2 Max) ଅପେକ୍ଷା ଅତ୍ୟଧିକ ବ୍ୟାୟାମ (90–95% of VO2 Max) କଲେ ହୃତ୍‌ପିଣ୍ଡ ବୃଦ୍ଧିପ୍ରାପ୍ତ (cardiac hypertrophy) ହୁଏ, କିନ୍ତୁ ଏହାର ମୃତ୍ୟୁ ତଥା ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରଭାବ ଥିବା ଜଣାଯାଇ ନାହିଁ ।[୧୬]

Exercise in space: Astronaut Daniel Tani, Expedition 16 flight engineer, works out at the Unity node of the International Space Station using the short bar of the Interim Resistive Exercise Device (IRED) to perform pull-ups to increase his upper body strength while in a microgravity environment

କେତେକ ଅନୁଶୀଳନଦ୍ୱାରା ଜଣାଯାଏ, ସୁସ୍ଥ ବ୍ୟକ୍ତି ଅତ୍ୟଧିକ ବ୍ୟାୟାମ କରିବାଦ୍ୱାରା ଓପିଅଏଡ ପେପ୍‌ଟାଇଡ ପରିମାଣ ବୃଦ୍ଧି ହୁଏ ଓ ଏହା ନିଉରୋଟ୍ରାନ୍ସମିଟରମାନଙ୍କ ସହ ମିଶି ବ୍ୟାୟାମ ଜନିତ ପ୍ରଫୁଲ୍ଲତା (euphoria) ବୃଦ୍ଧି କରାଏ ଯାହା ଏକ ରକମ ନିଶା ଅଟେ ଓ ଟେସ୍ଟୋସ୍ଟିରନ ସହ ଗ୍ରୋଥ ହରମୋନ କ୍ଷରଣ ଅଧିକ କରାଏ [୧୭]
ଏରୋବିକ ବ୍ୟାୟାମଦ୍ୱାରା କାର୍ଡିଆକ ଭଲ୍ୟୁମ ବେଶୀ ହୁଏ ଓ ଆନେରୋବିକ ବ୍ୟାୟାମଦ୍ୱାରା ହୃତ୍‌ପିଣ୍ଡ-ନିଳୟର କାନ୍ଥ ମୋଟା ହୁଏ ଯାହା ଅତ୍ୟନ୍ତ ଉପକାରୀ ।
ବ୍ୟାୟାମଦ୍ୱାରା ସବୁ ଲୋକ ସମ ଭାବରେ ଉପକୃତ ହୁଅନ୍ତି ନାହିଁ ।ଏରୋବିକ ବ୍ୟାୟାମ କଲେ ଅଧିକାଂଶ ଲୋକଙ୍କର ମଧ୍ୟମ ଧରଣର ସହନଶୀଳତା ବୃଦ୍ଧି ହୁଏ, କେତେକ ଲୋକ ୨ ଗୁଣ ଅମ୍ଳଜାନ ଅଧିକ ଗ୍ରହଣ କରନ୍ତି ଓ ଅନ୍ୟ କେତେକ କୌଣସି ଉପକାର ପାଆନ୍ତି ନାହିଁ ।[୧୮][୧୯] ଖାଦ୍ୟଟେସ୍ଟୋସ୍ଟିରନଦ୍ୱାରା ହୁତ୍‌ପିଣ୍ଡ ମାଂସପେଶୀ ମୋଟା ହୁଏ ।[୨୦] ଜିନଗତ ପାର୍ଥକ୍ୟ ଯୋଗୁ ଉତ୍ତମ ଆଥଲେଟ ଓ ସାଧାରଣ ଲୋକଙ୍କ ମଧ୍ୟରେ ଏହି ପାର୍ଥକ୍ୟ ଦେଖାଯାଏ ।[୨୧][୨୨] ମଧ୍ୟ ବୟସ୍କ ଲୋକଙ୍କର ପରବର୍ତ୍ତୀ ବୟସ୍କ ଲୋକଙ୍କ ଅପେକ୍ଷା ବ୍ୟାୟାମଦ୍ୱାରା ଅଧିକ ଉପକାର ହୁଏ ।[୨୩]

ହୃତପିଣ୍ଡ-ରକ୍ତନଳୀ ପ୍ରଣାଳୀ

ବ୍ୟାୟାମ କରିବାଦ୍ୱାରା ହୃତ୍‌ପିଣ୍ଡ-ରକ୍ତନଳୀ ସମୂହର ଉପକାରୀତା ପ୍ରମାଣିତ ହୋଇ ଲିପିବଦ୍ଧ ହୋଇଛି । ଶାରୀରିକ କ୍ରିୟାହୀନତା ସହ ମୃତ୍ୟୁ ହାରର ସିଧା ସଳଖ ସମ୍ପର୍କ ଅଛି । କରୋନାରୀ ରୋଗ ହେବା ନିମନ୍ତେ କର୍ମହୀନତା ଏକ ରିସ୍କ ଫ୍ୟାକ୍ଟର ଅଟେ । ମଧ୍ୟମ ଧରଣର ବ୍ୟାୟାମ ବା ଶାରୀରିକ କର୍ମଦ୍ୱାରା ହୃତ୍‌ପିଣ୍ଡ ସର୍ବାଧିକ ଉପକୃତ ହୁଏ । ସ୍ଥାନାବଦ୍ଧ ବ୍ୟକ୍ତିମାନଙ୍କର ହୃତ୍‌ପିଣ୍ଡ ଜନିତ ମୃତ୍ୟୁର ସର୍ବାଧିକ ରିସ୍କ ରହେ ।[୨୪]

ଇମ୍ମ୍ୟୁନ ସିସ୍ଟମ

ଶହ ଶହ ଅନୁଶୀଳନଦ୍ୱାରା ଜଣାଯାଇଛି, ବ୍ୟାୟାମ ଓ ଇମ୍ମ୍ୟୁନ ସିସ୍ଟମ ମଧ୍ୟରେ କୌଣସି ସିଧା ସଳଖ ସମ୍ପର୍କ ନାହିଁ । ଆଥଲେଟ ଓ ନନ୍ଆଥଲେଟଙ୍କର ଇମ୍ମ୍ୟୁନ ସିସ୍ଟମ ପ୍ରାୟ ସମାନ । ଆଥଲେଟମାନଙ୍କର ପ୍ରାକୃତିକ କିଲର କୋଷ ସଂଖ୍ୟା ଓ ସାଇଟୋଟକ୍ସିକ କାମ ସାମାନ୍ୟ ଅଧିକ ହେଲେ ମଧ୍ୟ ଏହା ବିଶେଷ ଦୃଷ୍ଟି ଆକର୍ଷଣକାରୀ ନୁହେଁ ।[୨୫]
ମାରାଥନ ଦୌଡ଼ାଳିମାନେ ଭିଟାମିନ ଗ ଅଧିକ ଖାଇଲେ ଉର୍ଦ୍ଧ୍ୱଶ୍ୱାସନଳୀ ରୋଗ କମ ହେବା ଦେଖାଯାଏ ।[୨୫]
ସକ୍ରିୟ ବ୍ୟକ୍ତିମାନଙ୍କର ସି‌-ରିଆକ୍ଟିଭ ପ୍ରୋଟିନ କମ ରହେ, ତେଣୁ ଏମାନଙ୍କର ପ୍ରଦାହକାରୀ ପ୍ରଭାବ କମ ରହେ ।[୨୫]

ମସ୍ତିଷ୍କ କର୍ମ

ସ୍ନାୟୁକ୍ଷୟକାରୀ ରୋଗ ଓ ସ୍ନାୟୁ-ମାଂସପେଶୀ ରୋଗମାନଙ୍କରେ ଶାରୀରିକ କାର୍ଯ୍ୟ ସ୍ନାୟୁ ରକ୍ଷାକାରୀ ହେବା ଦେଖାଯାଇଛି ।[୨୬] ଏହାଦ୍ୱାରା ଡିମେନ୍ସିଆ ରୋଗ ସମ୍ଭାବନା କମ ହେବା ପ୍ରମାଣ ମିଳିଛି ।[୨୭] ସେରୋଫିଲି ହାର୍ଟ ଡିଜିଜ୍ ସ୍ଟଡିଦ୍ୱାରା ୨୩୭୫ ପୁରୁଷଙ୍କୁ ୩୦ ବର୍ଷ ଧରି ଅନୁଶୀଳନ କରି ଦେଖାଯାଇଛି, ଯେଉଁମାନେ ନିୟମିତ ବ୍ୟାୟାମ କରନ୍ତି ସେମାନଙ୍କର ବ୍ୟାୟାମ୍ ନ କରୁଥିବା ଲୋକଙ୍କ ଅପେକ୍ଷା ଡିମେନ୍ସିଆ ୫୯ % କମ ହେଉଛି ।[୨୮]
ବ୍ୟାୟାମଦ୍ୱାରା ମସ୍ତିଷ୍କର ଉପକାର ହେବାର ନିମ୍ନଳିଖିତ କାରଣ ହୋଇପାରେ ।

  • ମସ୍ତିଷ୍କକୁ ଅଧିକ ରକ୍ତ ଓ ଅମ୍ଳଜାନ ଯୋଗାଣ ।
  • ଅଧିକ ଗ୍ରୋଥ ଫ୍ୟାକ୍ଟର ଯୋଗାଣଦ୍ୱାରା ସ୍ନାୟୁ ବୃଦ୍ଧି ହୁଏ[୨୯] ସିନାପ୍ଟିକ ପ୍ଲାସ୍ଟିସିଟି ଅଧିକ ହୁଏ ।[୩୦] ଏହାଦ୍ୱାରା ସ୍ୱଳ୍ପ ଓ ଦୀର୍ଘକାଳୀନ ସ୍ମୃତି ଶକ୍ତି ଉନ୍ନତ ହୋଇପାରେ ।
  • ଅଧିକ ଡୋପାମିନ୍, ଗ୍ଲୁଟାମେଟ, ନର୍-ଏପିନେଫ୍ରିନ ଓ ସେରୋଟୋନିନ୍ ଭଳି (dopamine, glutamate, norepinephrine, and serotonin) କେମିକାଲ ସୃଷ୍ଟି ଯୋଗୁ କଗ୍‌ନିସନ ବୃଦ୍ଧି ହୁଏ ।[୩୧]

ନିଦ

ଆଧାର