ମଙ୍କିପକ୍ସ

ମଙ୍କିପକ୍ସ (ଇଂରାଜୀ ଭାଷାରେ monkeypox) ଏକ ମଙ୍କିପକ୍ସ ଭୂତାଣୁ (monkeypox virus) ଜନିତ ସଂକ୍ରାମକ ରୋଗ (infectious disease) ।[୨] ଏହି ରୋଗରେ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଫୋଟକା ଯୁକ୍ତ ରାସ୍, ଥକ୍କା ଅନୁଭବ ଓ ଫୁଲା ଲସିକା ଗ୍ରନ୍ଥି (swollen lymph nodes) ଆଦି ଲକ୍ଷଣ ଓ ଚିହ୍ନ ଦେଖାଯାଏ ।[୧] ପରେ ପରେ ରାସ୍, ଫୋଟକା (blisters) ଓ ତା ଉପରେ କ୍ରସ୍ଟ ତିଆରି ହୋଇଯାଏ । ହୁଏ । [୧] ଭୂତାଣୁ ସଂସ୍ପର୍ଶରେ ଆସିବାର ପ୍ରାୟ ୧୦ ଦିନ ପରେ ରୋଗ ଆରମ୍ଭ ହୁଏ ।[୧] ଲକ୍ଷଣ ସବୁ ୨-୫ ଦିନ ପର୍ଯ୍ୟନ୍ତ ରହେ ।[୧]

ମଙ୍କିପକ୍ସ
ମଙ୍କିପକ୍ସ ରାସ୍ (The rash of monkeypox)
ବିଭାଗସଂକ୍ରାମକ ରୋଗ (Infectious disease
ଲକ୍ଷଣଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଫୋଟକା ଯୁକ୍ତ ରାସ୍, ଫୁଲା ଲସିକା ଗ୍ରନ୍ଥି [୧]
ଆକ୍ରାନ୍ତ ସମୟସଂସ୍ପର୍ଶରେ ଆସିବାର ୫-୨୧ ଦିନ ପରେ [୧]
ଅବଧି୨ରୁ ୫ ସପ୍ତାହ [୧]
କାରଣମଙ୍କିପକ୍ସ ଭୂତାଣୁ (Monkeypox virus)[୨]
ରୋଗ ନିର୍ଣ୍ଣୟ ପଦ୍ଧତିଭୂତାଣୁ ଡିଏନଏ ପରୀକ୍ଷା କରି ନିର୍ଣ୍ଣୟ କରାଯାଏ । [୩]
ସଠିକ ରୋଗ ନିର୍ଣ୍ଣୟହାଡ଼ଫୁଟି, ବସନ୍ତ (smallpox)[୪]
ପ୍ରତିକାରଗୋବୀଜ ଟିକା (Smallpox vaccine)[୩]
ଔଷଧସିଡୋଫୋଭିର (Cidofovir)[୪]
ପୁନଃପୌନିକକ୍ୱଚିତ[୨]
ମୃତ୍ୟୁ ସାନ୍ଦ୍ରତାପ୍ରାୟ ୧୦[୧]

ରୋଗୀର ଦେହ ତରଳ ପଦାର୍ଥ, ପଶୁ କାମୁଡ଼ା ବା ରାମ୍ପୁଡ଼ା, ବୁସ ମାଂସ (bush meat) ସ୍ପର୍ଶ ତ‌ଥା ବ୍ୟବ‌ହାର, ଓ ସଂକ୍ରମିତ ଲୋକ ସଂସ୍ପର୍ଶରେ ଆସିଲେ ଏହି ମଙ୍କିପକ୍ସ ରୋଗ ସଂକ୍ରମଣ ହୁଏ ।[୫] ଆଫ୍ରିକାର କେତେକ ମୂଷା ଜାତୀୟ ପ୍ରାଣୀମାନଙ୍କଦ୍ୱାରା (rodent) ଏହି ଭୂତାଣୁ ବ୍ୟାପେ ।[୫] ରୋଗ‌ଗ୍ରସ୍ତ ସ୍ଥାନରୁ କିଛି ପଦାର୍ଥ ନେଇ ଭୂତାଣୁ ଡିଏନଏ (DNA) ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । [୩] ହାଡ଼ଫୁଟି ଭଳି ଏହି ରୋଗ ଦେଖାଯାଏ ।[୪]

ଗୋବୀଜ ଟିକା (smallpox vaccine) ଏହାର ପ୍ରତିଷଧ ଭାବରେ କାମ କରୁଥିବା ବିଶ୍ୱାସ କରାଯାଏ ।[୩] ସିଡୋଫୋଭିର (Cidofovir) ଔଷଧ ଦେଇ ଚିକିତ୍ସା କରାଯାଏ ।[୪] ସଂକ୍ରମିତ ରୋଗଙ୍କ ମଧ୍ୟରୁ ୧୦% ଲୋକଙ୍କର ମୃତ୍ୟୁ ସଙ୍କଟ ଥାଏ ।[୧]

ମଧ୍ୟ (Central) ଓ ପଶ୍ଚିମ ଆଫ୍ରିକାରେ (West Africa) ସାଧାରଣଃ ଏହି ରୋଗ ଦେଖାଯାଏ ।[୬] ସନ ୧୯୫୮ରେ ପରୀକ୍ଷାଗାର ମାଙ୍କଡ଼ (monkey) ଦେହରେ ପ୍ରଥମେ ଏହି ରୋଗ ଚିହ୍ନଟ ହୋଇଥିଲା । [୬] ସନ ୧୯୭୦ରେ କଙ୍ଗୋ ଦେଶରେ (Democratic Republic of the Congo) ପ୍ରଥମେ ମଣିଷ ଦେହରେ ଏ ରୋଗ ଦେଖାଯାଇଥିଲା ।[୬] ୨୦୦୩ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମହାମାରୀ ହୋଇଥିଲା ଯାହା ଏକ ପୋଷା ପଶୁ ବିକ୍ରୟ କରୁଥିବା ଓ ଗାମ୍ବିଆନ (Gambian) ରୋଡେଣ୍ଟ ଆମଦାନୀ କରି ବିକୁଥିବା ଦୋକାନରୁ ବ୍ୟାପିଥିବା ଜଣାଗଲା ।[୩]

ଆଧାର

External links

ଶ୍ରେଣୀବିଭାଗ