କରୋନାଭୂତାଣୁ

କରୋନାଭୂତାଣୁ (ଇଂରାଜୀ ଭାଷା: Coronaviruses) ପକ୍ଷୀ ଓ ସ୍ତନ୍ୟପାୟୀ ଜୀବଙ୍କ ଦେହରେ ରୋଗ କରାଉଥିବା ଏକ ପ୍ରକାର ଭୂତାଣୁ ଦଳ ଯଥା: ଗାଈ ଓ ଘୁଷୁରୀଙ୍କୁ ହେଉଥିବା ତରଳ ଝାଡ଼ା ଓ କୁକୁଡ଼ାଙ୍କର ଉର୍ଦ୍ଧ୍ୱ ଶ୍ୱାସକ୍ରିୟା ରୋଗ । ମାନବ ଦେହରେ ଏହି ଭୂତାଣୁ ପ୍ରାୟତଃ ସାମାନ୍ୟ ଧରଣର ଶ୍ୱାସକ୍ରିୟା ସଂକ୍ରମଣ (respiratory infection) କରାଏ କିନ୍ତୁ ତାହା କ୍ୱଚିତ ଘାତକ ସିଦ୍ଧ ହୋଇଥାଏ । ଗଳା, ନାକ ଓ ସାଇନସରେ ଏହି ସଂକ୍ରମଣ ହୁଏ । ଏହି ଭୂତାଣୁର ଚିକିତ୍ସା ବା ପ୍ରତିଷେଧକ ନିମନ୍ତେ କୌଣସି ଟୀକା ପ୍ରସ୍ତୁତ ହୋଇନାହିଁ ।

colspan=2 style="text-align: center; background-color: transparent; text-align:center; border: 1px solid red;" | କରୋନାଭୂତାଣୁ
କରୋନାଭାଇରସ୍ ଭାଇରନ୍ସର ଇଲେକ୍ଟ୍ରନ୍ ମାଇକ୍ରୋଗ୍ରାଫ୍
colspan=2 style="min-width:15em; text-align: center; background-color: transparent; text-align:center; border: 1px solid red;" | ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
colspan=2 style="text-align: center; background-color: transparent; text-align:center; border: 1px solid red;" | Genera[୧]
  • Alphacoronavirus (ଆଲଫାକୋରୋନାଭାଇରସ୍)
  • Betacoronavirus (ବେଟାକୋରୋନାଭାଇରସ୍)
  • Deltacoronavirus (ଡେଲ୍ଟାକୋରୋନାଭାଇରସ୍)
  • Gammacoronavirus (ଗାମାକୋରୋନାଭାଇରସ୍)
colspan=2 style="text-align: center; background-color: transparent; text-align:center; border: 1px solid red;" | Synonyms[୨][୩]
  • Coronavirinae (କରୋନାଭିରିନା)

ଏହି ଭୂତାଣୁ କରୋନାଭିରିଡି (Coronaviridae) ପରିବାର, ଅର୍ଥୋକରୋନାଭିରିନି (Orthocoronavirinae) ଉପପରିବାର ଓ ନିଡୋଭିରେଲ (Nidovirales) ଅର୍ଡ଼ରର ଭୂତାଣୁ ଅଟେ । [୪][୫] ଏହା ଏକ ପ୍ରକାର ଆବୃତ ଭୁତାଣୁ (enveloped virus) ଯେଉଁଥିରେ ପଜିଟିଭ ସେନ୍ସ ସିଙ୍ଗଲ-ସ୍ଟ୍ରାଣ୍ଡେଡ ଆରଏନଏ ଜେନୋମ (positive-sense single-stranded RNA genome) ଓ ହେଲିକାଲ ସିମେଟ୍ରି ଥିବ ନ୍ୟୁକ୍ଲିଓକାପସିଡ (RNA genome and with a nucleocapsid) ଥାଏ । କରୋନା ଭୂତାଣୁର ଆକାର ଆରଏନଏ ନିମନ୍ତେ ସର୍ବାଧିକ - ୨୬ରୁ ୩୨ କିଲୋବେସ (kilobases) ।

କରୋନାଭୂତାଣୁ

ବୟସ୍କ ଓ ପିଲାଙ୍କ ମଧ୍ୟରେ ସମସ୍ତ ସର୍ଦ୍ଦି ରୋଗ ମଧ୍ୟରୁ କରୋନାଭୂତାଣୁର ଏକ ଉଲ୍ଲେଖନୀୟ ଅଂଶ ଥାଏ । ସାଧାରଣତଃ ଶୀତ ଋତୁରେ ଏହି ରୋଗ ଯୋଗୁ ଜ୍ୱର ହୁଏ ଓ ଗଳାର ଆଡେନଏଡ (adenoid) ଫୁଲିଯାଏ ।[୬] କରୋନାଭୂତାଣୁ‌ ଯୋଗୁ ପ୍ରତ୍ୟକ୍ଷ ନିମୋନିଆ ବା ଜୀବାଣୁଜନିତ ପରୋକ୍ଷ ନିମୋନିଆ (bacterial pneumonia) ହୋଇପାରେ; ସେହିଭଳି ଏହା ଯୋଗୁ ପ୍ରତ୍ୟକ୍ଷ ଶ୍ୱାସନଳୀ ପ୍ରଦାହ ବା ଜୀବାଣୁ ଯୋଗୁ ପରୋକ୍ଷ ଶ୍ୱାସନଳୀ ପ୍ରଦାହ ହୋଇପାରେ ।[୭] ସନ ୨୦୦୩ରେ ମାନବ କରୋନାଭୂତାଣୁ‌ ଆବିଷ୍କୃତ ହୋଇଥିଲା । ଏସଏଆରଏସ (SARS-CoV) କରୋନାଭୂତାଣୁ‌ ଯୋଗୁ ତୀବ୍ର ଶ୍ୱାସକ୍ରିୟା ସିଣ୍ଡ୍ରୋମ ବା ସିଭିଅର ଆକ୍ୟୁଟ ରେସପିରେଟରି ସିଣ୍ଡ୍ରୋମ (severe acute respiratory syndrome (SARS)) ହୁଏ ଯେଉଁଥିରେ ଏକ ସ୍ୱତନ୍ତ୍ର ନିଦାନ ଯୋଗୁ ଉଭୟ ଉର୍ଦ୍ଧ୍ୱ ଓ ନିମ୍ନ ଶ୍ୱାସକ୍ରିୟା ସଂକ୍ରମଣ (upperlower respiratory tract infection) ହୋଇପାରେ ।[୭]

ବିଭିନ୍ନ ସ୍ଟ୍ରେନର କରୋନାଭୂତାଣୁ‌ ଥାଏ:

  1. ମାନବ କରୋନାଭୂତାଣୁ‌ ୨୨୯ ଇ (Human coronavirus 229E (HCoV-229E))
  2. ମାନବ କରୋନାଭୂତାଣୁ‌ ଓସି୪୩ (Human coronavirus OC43 (HCoV-OC43))
  3. ସାର୍ସ କରୋନାଭୂତାଣୁ‌ (SARS-CoV)
  4. ମାନବ କରୋନାଭୂତାଣୁ‌ ଏନଏଲ୬୩ (Human coronavirus NL63 (HCoV-NL63, New Haven coronavirus))
  5. ମାନବ କରୋନାଭୂତାଣୁ‌ ଏଚକେୟୁ୧ (Human coronavirus HKU1)
  6. ମଧ୍ୟପ୍ରାଚ୍ୟ ରେସପିରେଟରି ସିଣ୍ଡ୍ରୋମ (Middle East respiratory syndrome coronavirus (MERS-CoV), ଆଗରୁ ନଭେଲ କରୋନାଭାଇରସ ୨୦୧୨ HCoV-EMC ବୋଲି ଜଣା ।)
  7. ନୂତନ କରୋନାଭୂତାଣୁ‌ (Novel coronavirus), [୮] ଅନ୍ୟ ନାମ: ଉହାନ ନିମୋନିଆ ବା ଉହାନ କରୋନାଭୂତାଣୁ‌ [୯] ('Novel' ବା ନୂତନ ଏକ ପ୍ଲେସ‌ହୋଲ୍ଡର ନାମ ଯାହା ନୂଆ ନାମ ଅଟେ । ) [୮]

ମଧ୍ୟ ପ୍ରାଚ୍ୟ ରେସପିରେଟରି ସିଣ୍ଡ୍ରୋମ

ସେପ୍ଟେମ୍ବର ୨୦୧୨ରେ ଏକ ନୂଆ କରୋନାଭୂତାଣୁ ଚିହ୍ନଟ ହୋଇଥିଲା ଯାହାକୁ ପ୍ରଥମେ ନଭେଲ କରୋନାଭୂତାଣୁ ୨୦୧୨ କୁହାଯାଉଥିଲା ଓ ଅଧୁନା ଏହାକୁ ମଧ୍ୟ ପ୍ରାଚ୍ୟ ରେସପିରେଟରି ସିଣ୍ଡ୍ରୋମ ଭୂତାଣୁ (MERS-CoV) କୁହାଯାଉଛି । [୧୦][୧୧] ଏହା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତୁରନ୍ତ ଏକ ଜାଗତିକ ଆଲର୍ଟ ଜାରି କରିଥିଲେ । [୧୨] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଅନୁସାରେ ଏହି ଭୂତାଣୁ ମଣିଷଠାରୁ ମଣିଷ ପାଖକୁ ସ‌ହଜରେ ସଞ୍ଚାରିତ ହୋଇପାରେ ନାହିଁ । [୧୩] କିନ୍ତୁ ମଇ ୧୨/୦୫/୨୦୧୩ରେ ଫ୍ରେଞ୍ଚ ମିନିଷ୍ଟ୍ରି ଅଫ ସୋସିଆଲ ଆଫେୟାର ଆଣ୍ଡ ହେଲ୍‌ଥ ନିଶ୍ଚିତ କରିଥିଲା ଯେ ଏହା ମାନବରୁ ମାନବ ସଞ୍ଚାରଣ ହେଉଛି । [୧୪] ଟ୍ୟୁନିସିଆରେ ମଧ୍ୟ ଏହିଭଳି ସଞ୍ଚାରଣ ଦେଖିବାକୁ ମିଳିଛି । କିନ୍ତ ଏସବୁ ସତ୍ତ୍ୱେ ଏହା ସ‌ହଜରେ ମାନବ-ମାନବ ସଞ୍ଚାରିତ ହୋଇପାରେ ନାହିଁ ।[୧୫] ୩୦/୧୦/୨୦୧୩ ସୁଦ୍ଧା ସାଉଦି ଆରବରେ ୧୨୪ ରୋଗୀଙ୍କ ମଧ୍ୟରୁ ୫୨ ଜଣଙ୍କର ମୃତ୍ୟୁ ହୋଇଥିଲା । [୧୬]

ଆଧାର